ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୱାଡ ନେତାଙ୍କ ମିଳିତ ବିବୃତ୍ତି

Posted On: 24 MAY 2022 2:50PM by PIB Bhubaneshwar

ଆଜି ଆମେ -ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିସ୍ ,ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୋକିଓରେ ଏକାଠି ହୋଇ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଅବାଧ ଓ ନମନୀୟ ରଖିବାର ଆମର ଅଟଳ ଅଙ୍ଗୀକାରବଦ୍ଧତାକୁ ଦୋହରାଉଛୁ ।

ମାତ୍ର ବର୍ଷବ ପୂର୍ବରୁ ପ୍ରଥମ ଥର ପାଇଁ ନେତାମାନେ ଏକାଠି ହୋଇଥିଲେ । ଆଜି ଟୋକିଓରେ ଆମେ ଆମର ଚତୁର୍ଥ ତଥା ବ୍ୟକ୍ତିଗତଭାବେ ଦ୍ୱିତୀୟ ବୈଠକରେ ମିଳିତ ହୋଇଛୁ । ବୈଶ୍ୱିକ ଗଭୀର ଆହ୍ୱାନ ମଧ୍ୟରେ କ୍ୱାଡ ଏକ ଉତ୍ତମ ବଳ ଓ ଅଞ୍ଚଳରେ ଆଖିଦୃଶିଆ ସଫତଳା ଆଣିବା ନିମନ୍ତେ ଅଙ୍ଗୀକାରବନ୍ଧ । ଆମର ପ୍ରଥମବର୍ଷର ସହଯୋଗରେ ଆମେ କ୍ୱାଡର ସକାରାତ୍ମକ ଓ ବ୍ୟାବହାରିକ କାର୍ଯ୍ୟ ପ୍ରତି ନିଜକୁ ଉତ୍ସର୍ଗ କରିବା ବେଳେ ଆମର ଦ୍ୱିତୀୟ ବର୍ଷରେ ଏକବିଂଶ ଶତାବ୍ଦୀରେ ଅଞ୍ଚଳକୁ ଅଧିକ ନମନୀୟ କରି ଗଢି ତୋଳିବା ପାଇଁ ସଂକଳ୍ପ ବଦ୍ଧ । 

କୋଭିଡ-୧୯ ବୈଶ୍ୱିକ ମହାମାରୀ ଯୋଗୁଁ ଏବେ ମଧ୍ୟ ସମଗ୍ର ବିଶ୍ୱ ମାନବିକ ଓ ଆର୍ଥକ ଯନ୍ତ୍ରଣାରେ ଶିକାର ହେଉଥିବା ବେଳେ, କେତେକ ଦେଶ ମଧ୍ୟରେ ଏକଚାଟିଆ ମନୋଭାବ ଓ ୟୁକ୍ରେନରେ ଚାଲିଥିବା ଦୟନୀୟ ଯୁଦ୍ଧର ଘନଘଟା ସତ୍ୱେ ବି ଆମେ ଅଟଳ ରହିଛୁ । ଆମେ ସ୍ୱାଧୀନତାର ନୀତିନିୟମ, ଆଇନର ଶାସନ, ଗଣତାନ୍ତ୍ରିକ ମୂଲ୍ୟବୋଧ ସାର୍ବଭୌମତ୍ୱ ଓ ଭୂଖଣ୍ଡ ସଂହତି, ବିନା ବଳ ପ୍ରୟୋଗରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସ୍ଥିତିବସ୍ଥା ଜାରି ରଖିବା, ଜଳ ଓ ନଭମଣ୍ଡଳରେ ସ୍ୱାଧୀନତା ଭଳି ଯାହା ସବୁ ବିଶ୍ୱ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଶାନ୍ତି ପାଇଁ ଆବଶ୍ୟକ ତାହାର ସମର୍ଥନ କରୁଛି । 

ଏହି ସବୁ ଅଞ୍ଚଳ ଓ ଅନ୍ୟଆଡେ ଏସବୁ ନୀତି ନିୟମ ଲାଗୁ କରିବା ପାଇଁ ଆମେ ନିଷ୍ପତ୍ତମୂଳକ ଭାବେ ମିଳିମିଶି କାର୍ଯ୍ୟ କରିବୁ । ଆମେ ପୁନର୍ବାର ଘୋଷଣା କରୁଛୁ ଯେ ଆମେ ଆନ୍ତର୍ଜାତିକ ନିୟମ ଭିତ୍ତିକ ବ୍ୟବସ୍ଥାରେ ସମର୍ଥନ କରିବା ସହ ଯେଉଁଠାରେ ଦେଶମାନେ ସମସ୍ତ ସାମରିକ, ଆର୍ଥିକ ଓ ରାଜନୀତିକ ଉତ୍ପୀଡନରୁ ସ୍ୱାଧୀନ ରହିବେ ତାହା ସୁନିଶ୍ଚିତ କରିବୁ ।

 ଶାନ୍ତି ଓ ସ୍ଥିରତା-

ଆମେ ୟୁକ୍ରେନରେ ଚାଲିଥିବା ଦୟନୀୟ ଜାତୀୟ ମାନବିକ ଜଟିଳତା ସମ୍ପର୍କର ଆଲୋଚନା କରିଛୁ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଏହାହର ପ୍ରଭାବ ଉପରେ ମଧ୍ୟ ଆକଳନ କରିଛୁ । କ୍ୱାଡ୍ ନେତାମାନେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ନିଜର ଅଙ୍ଗୀକାରବଦ୍ଧତାକୁ ଦୋହରାଇଛନ୍ତି । ଆମେ ଅସନ୍ଦିଗ୍ଧଭାବେ ବିବେଚନା କରୁଛୁ ଯେ ଆନ୍ତର୍ଜାତିକ ବ୍ୟବସ୍ଥା କ୍ରମର କେନ୍ଦ୍ରବିନ୍ଦୁ ହେଉଛି ଆନ୍ତର୍ଜାତିକ ଆଇନ, ଜାତିସଂଘ ସନନ୍ଦ, ସାର୍ବଭୌମତ୍ୱ ପ୍ରତି ସମ୍ମାନ, ସମସ୍ତ ଦେଶର ଭୂଖଣ୍ଡ ଅଖଣ୍ଡତା । ସମସ୍ତ ଦେଶ ଆନ୍ତର୍ଜାତିକ ଆଇନର ପରିଧି ମଧ୍ୟରେ ବିବାଦର ସମାଧାନ ନିମନ୍ତେ ଆମେ ବିଶ୍ୱାସ କରୁଛୁ । 

ଯେଉଁ ଦେଶଗୁଡିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ଓ ବାତାବରଣରେ ବିଶ୍ୱାସୀ ଆମେ ସେଭଳି ଦେଶଗୁଡିକ ସହ ସହଯୋଗ ରକ୍ଷା ନିମନ୍ତେ ଅଙ୍ଗୀକାରବଦ୍ଧ । ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେ ଏସିଆନ ସଂହତି ଓ ଶାନ୍ତି ବଜାୟ ରଖିବା ପାଇଁ ଆକୁଣ୍ଠ ସମର୍ଥନ କରୁଛୁ । ସେପ୍ଟେମ୍ବର ୨୦୨୧ ମସିହାରେ ଘୋଷିତ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୟୁରୋପୀୟ ସଂଘ ରଣନୀତିକ ସହଯୋଗକୁ ଆମେ ସ୍ୱାଗତ କରୁଛୁ । ଜାତିସଂଘ ସାମୁଦ୍ରିକ ଆଇନ (ୟୁଏନସିଏଲଓଏସ୍‌)ରେ ପ୍ରତିଫଳିତ ଆନ୍ତର୍ଜାତିକ ଆଇନ ସବାଗ୍ରେ ରଖି ଚାଲିବୁ । ସାମୁଦ୍ରିକ ଓ ଆକାଶପଥ ଯାତ୍ରାରେ ସ୍ୱାଧୀନତା ତଥା ପୂର୍ବ ଓ ଦକ୍ଷିଣ ଚୀନ ସାଗରରେ ସାମୁଦ୍ରିକ ବ୍ୟବସ୍ଥାର ସ୍ଥିତିକୁ ବାଧା ଦେଲା ଭଳି କାର୍ଯ୍ୟ କରୁଛୁ । 

ଏହି ଅଞ୍ଚଳରେ କୌଣସି ବଳପ୍ରୟୋଗ ମୂଳକ କାର୍ଯ୍ୟ, ଏକଚାଟିଆ କାର୍ଯ୍ୟକଳାପ ବା ଉସୁକାଉଥିବା ଭଳି କାର୍ଯ୍ୟ ତଥା ସ୍ଥିତାବସ୍ଥାର ଖିଲାପ ଓ ଉତ୍ତେଜନା ବୃଦ୍ଧିକୁ ଆମେ କଠୋରଭାବେ ବିରୋଧ କରିବୁ । ଏଗୁଡିକ ମଧ୍ୟରେ ବିବାଦୀୟ ବିଷୟର ସାମରିକୀ କରଣ, ତଟରକ୍ଷୀ ପୋତ ଓ ସାମୁଦ୍ରିକ ସାମରିକ ଶକ୍ତିକୁ ଅପବ୍ୟବହାର ଓ ଅନ୍ୟ ଦେଶର ତଟୀୟ ସମ୍ପଦ ଉତ୍ତୋଳନକୁ ବ୍ୟାହତ କରିବା ଭଳି କାର୍ଯ୍ୟ ଅନ୍ତୁର୍ଭୁକ୍ତ ।

ବ୍ୟକ୍ତିଗତ ଓ ସାମୁହିକ ଭାବେ ଆମେ ଆମର ସହଯୋଗ ପ୍ରଶାନ୍ତ ମହାସାଗରୀୟ ଦ୍ୱିପାଞ୍ଚଳ ସହ ଆହୁରି ମଜବୁତ କରି ସେମାନଙ୍କ ଆର୍ଥିକ ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଏବଂ ପରିବେଶ ନମନୀୟତା ପ୍ରତି ଦୃଷ୍ଟି ଦେବୁ । ଏହା ସେମାନଙ୍କ ସାମୁଦ୍ରିକ ନିରାପତ୍ତାରେ ଉନ୍ନତି ଆଣିବା ସହ ମାଛଧରା କାର୍ଯ୍ୟ ସୁରୁରୁରୁରେ ଚଳାଇବା, ସ୍ଥାୟୀ ଓ ନିରନ୍ତର ଭିତ୍ତିଭୂମି ଯୋଗାଇବା, ଶିକ୍ଷା ସୁଯୋଗ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ପ୍ରଭାବ ସହ ଖାପଖୁଆଇବା ଯାହା ଅଞ୍ଚଳପ୍ରତି ଭୟଙ୍କର ବିପଦ ଆଣିବାରେ ସମ୍ମାବନା ଅଛି ଓ ଏହାର ପ୍ରଶମନ ଦିଗରେ ସାହାଯ୍ୟ କରିବ । ଆମେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳ ସହଯୋଗୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା ନେଇ ଅଙ୍ଗୀକାରବଦ୍ଧ । ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳ ମଞ୍ଚ ଏକତା ଓ ଏହାର ଆଞ୍ଚଳିକ ସୁରକ୍ଷା ଢାଞ୍ଚା ପ୍ରତି ମଧ୍ୟ ଆମେ ଆମ ସମର୍ଥନ ପୁନଃ ଘୋଷାଣା କରୁଛୁ ।

ଆମର ନିଜ ତଥା ଆମର ପଡୋଶୀମାନଙ୍କ ମଧ୍ୟରେ ଆମେ ଆମର ବହୁମୁଖୀ ସହଯୋଗକୁ ଆହୁରି ନିବିଡ କରିବୁ । ବହୁମୁଖୀ ପଦ୍ଧତିକୁ ଅଧିକ ନମନୀୟ ଓ ସଂସ୍କାରଧର୍ମୀ କରିବା ପାଇଁ ଆମେ ଜାତିସଂଘର ମଧ୍ୟ ସହଯୋଗ ନେବୁ । ବ୍ୟକ୍ତିଗତ ହେଉ ବା ସମଷ୍ଟିଗତ ଭାବେ ହେଉ ଆମେ ଆମ ସମୟ ଆହ୍ୱାନଗୁଡିକର ମୁକାବିଲା କରିବୁ, ଯାହାଫଳରେ ଏହି ଅଞ୍ଚଳ ମୁକ୍ତ ରହିବା ସହ ସାର୍ବଜନୀନ ନିୟମ ଓ କାଇଦା କଟକଣା ଅନୁସାରେ ଶାସିତ ହେବ । 

ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପ (ୟୁଏନଏସ୍‌ସିଆରଏସ୍‌) ଅନୁସାରେ ଆମେ କୋରିଆ ଉପଦ୍ୱୀପରେ ସମ୍ପୂର୍ଣ୍ଣ ଅଣ ଆଣବିକୀକରଣ ନେଇ ଆମର ଆଶ୍ୱାସନାର ଅଙ୍ଗୀକାରବଦ୍ଧତାକୁ ଦୋହରାଉଛୁ । ଏଥିସହ ରେ ଜାପାନୀ ଅପହୃତ ସମସ୍ୟା ସମାଧାନ ନିମନ୍ତେ ତୁରନ୍ତ ସଂକଳ୍ପ ଆଣିବା ପାଇଁ ମଧ୍ୟ ପୁନଃ ପ୍ରତିଶ୍ରୁତି ଦେଉଛୁ । ଆମେ ଉତ୍ତରକୋରିଆର ଅସ୍ଥିରତା ସୃଷ୍ଟିକାରୀ କ୍ଷେପଣାସ୍ତ୍ର ବିକାଶ ଓ ପରୀକ୍ଷା ତଥା ଆନ୍ତର୍ଜାତିକ ଆନ୍ତ ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ ଯାହା ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପର ବିରୁଦ୍ଧାଚରଣ କରୁଛି ତାହାର ନିନ୍ଦା କରୁଛୁ । ଏଥିସହ ଆନ୍ତର୍ଜାତିକ ଦେଶ ସମୂହକୁ ଏହି ସଂକଳ୍ପ ପାଳନ ପାଇଁ ନିବେଦନ ମଧ୍ୟ କରୁଛୁ । ୟୁଏନଏସସିଆରଏସର ଆନୁଗତ୍ୟ ସ୍ୱୀକାର ପୂର୍ବକ ସମସ୍ତ ସର୍ତ୍ତ ମାନିବା ପାଇଁ ଆମେ ଉତ୍ତର କୋରିଆକୁ ନିବେଦନ କରିବା ସହ ଏହାକୁ ନ ଉସୁକାଇବା ତଥା ଆଲୋଚନା ପାଇଁ ମଧ୍ୟ ଆଗେଇ ଆସିବାକୁ ପରାମର୍ଶ ଦେଉଛୁ । 

ଆମେ ମିଆଁମାରରେ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତି ସହ ସେଠାରେ ମାନବିକ ଅସ୍ୱାଭାବିକତା ଓ ଆଞ୍ଚଳିକ ଅସ୍ଥିରତା ନେଇ ମଧ୍ୟ ଗଭୀର ଭାବେ ଚିନ୍ତିତ । ଆମେ ସେଠାରେ ତୁରନ୍ତ ହିଂସାର ସମାପ୍ତି, ବିଦେଶୀଙ୍କ ସମେତ ସମସ୍ତ ଅଟକ ରାଜନୈତିକ ବ୍ୟକ୍ତିମାନଙ୍କ ଚୁ୍‌କ୍ତି, ଗଠନମୂଳକ କଥାବାର୍ତ୍ତା ଓ ଆଶୁ ଗଣତନ୍ତ୍ରର ପୁନଃ ସଂସ୍ଥାପନ ନିମନ୍ତେ ମଧ୍ୟ ନିବେଦନ କରୁଛୁ । ଆମେ ମିଆଁମାର ସମସ୍ୟାର ସମାଧାନ ନିମନ୍ତେ ଏସୀୟ ନେତୃତ୍ୱ ଓ ସ୍ୱତନ୍ତ୍ର ଏସୀୟ ଅଧ୍ୟକ୍ଷତା ପାଇଁ ମଧ୍ୟ ଆମର ମତ ଦୋହରାଉଛୁ । ଏସିଆନ ସର୍ବସମ୍ମତ ପଂଚ ରାଜିନାମାକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ଆମେ ଆମ ପୁନଃ ନିବେଦନ କରୁଛୁ । 

ଆମେ ନିଃସନ୍ଦେହ ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦର ସମସ୍ତ୍ ଘଟଣାକୁ ନିନ୍ଦା କରିବା ସହି କୌଣସି ମତେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ନିଜର ମତକୁ ପୁନଃ ଦୋହରାଉଛୁ । ଆମେ ପରିବର୍ତ୍ତନ ଆତଙ୍କକୁ ଅଗ୍ରାହ୍ୟ କରିବା ସହ କୌଣସି ରଣନୀତିକ ଆର୍ଥିକ ବା ସାମରିକ ସହାୟତା ଆତଙ୍କାବାଦୀ ଗୋଷ୍ଠୀଙ୍କୁ ନ ଦେବା ଉପରେ ଗୁରୁତ୍ୱାରୋପ କରିଛୁ । କାରଣ ଏଗୁଡିକ ପାଇଁ ନିୟୋଜିତ ଆତଙ୍କୀ ଆକ୍ରମଣ ଓ ସୀସାପାରି ଆକ୍ରମଣ ସମ୍ଭାବନା ରହିଛି । ଆମେ ୨୬/୧୧ ମୁମ୍ବାଇ ଓ ପଠାନକୋଟ ଆକ୍ରମଣ ସହ ସମସ୍ତ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛୁ । ଆମେ ମଧ୍ୟ ଭିଏନଏସ୍‌ସି ସଂକଳ୍ପ ୨୫୯୩ (୨୦୨୧) ଆଫାଗାନୀସ୍ଥାନ ଭୂଖଣ୍ଡ କୌଣସି ଦେଶକୁ ଆକ୍ରମଣ କରିବା ସ୍ଥଳ ବା ତାଲିମପ୍ରାପ୍ତ ଆତଙ୍କବାଦୀକୁ ଆଶ୍ରୟ ଦେବା ବା ଆର୍ଥିକ ସହାୟତା ବା ଆତଙ୍କ ଯୋଜନା ପାଇଁ ବ୍ୟବହାର ନ କରିବାକୁ ଆମର ସଂକଳ୍ପ ଦୋହରାଉଛୁ । ସମସ୍ତ ଦେଶ ଦ୍ୱାରା ଆତଙ୍କବାଦ ପାଇଁ ଆର୍ôଥକ ସହାୟତା ଓ ଆର୍ଥିକ ଦେଣନେଣ ନେଇ ଆନ୍ତର୍ଜାତିକ ମାନର ପାଳନ ପାଇଁ ଆମେ ଗୁରୁତ୍ୱଆରୋପ କରୁଛୁ । ବୈଶ୍ୱିକ ଆତଙ୍କବାଦ ଦମନ ନିମନ୍ତେ ତଥା ସବୁ ଆତଙ୍କଗୋଷ୍ଠୀ ତଥା ବ୍ୟକ୍ତି ବିରୁଦ୍ଧରେ ୟୁଏନଏସସି ସଂକଳ୍ପ ୧୨୬୯(୧୯୯୯) ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ।

କୋଭିଡ-୧୯ ଓ ବୈଶ୍ୱିକ ସ୍ୱାସ୍ଥ୍ୟ ସୁରକ୍ଷା

ଦୁଇବର୍ଷରୁ ଅଧିକ ହେଲାଣି କୋଭିଡ-୧୯ର ବିଧ୍ୱଂସ୍ତକାରୀ ପ୍ରଭାବ ଆମ ସମାଜ, ନାଗରିକ, ସ୍ୱାସ୍ଥ୍ୟ କର୍ମୀ ଓ ଅର୍ଥ ବ୍ୟବସ୍ଥାକୁ କବଳିତ କରି ରଖିଛି । କ୍ୱାଡ୍ ଦେଶ ସମୂହ ଏଥିରେ ଅଗ୍ରଣୀ ଭୂମିକା ନେଉଥିବାବେଳେ ଉଭୟ ସ୍ୱାସ୍ଥ୍ୟ ସୁରକ୍ଷା ଓ ଭିତ୍ତିଭୂମି ଗଠନ ନେଇ ତା’ର ପ୍ରୟାସ ଜାରି ରଖିବେ । ଆମେ ଭୂତାଣୁ ଗତିବିଧି ଉପରେ ନଜର ରଖିବା ସହ ନୂତନ ପ୍ରଜାତି ସୃଷ୍ଟି ଉପରେ ଧ୍ୟାନ ଦେବୁ । ଆମେ ଟିକା ଉପଲବ୍ଧତା, ପରୀକ୍ଷା, ଉପଚାର ଓ ଅନ୍ୟାନ୍ୟ ଭେଷଜ ସାମଗ୍ରୀ ତଥା ଯେଉଁମାନେ ଅଧିକ ବିପଦପୂର୍ଣ୍ଣ ଶ୍ରେଶୀରେ ଅଛନ୍ତି ସେଥିପ୍ରତି ଧ୍ୟାନ ଦେବୁ ।

ଏପର୍ଯ୍ୟନ୍ତ କ୍ୱାଡ ଅଂଶୀଦାରୀମାନେ ମିଳିତଭାବେ ପ୍ରୟ ୫.୨ ବିଲିୟନ ଡଲାର କୋଭାକ୍ସ ଏଏମ୍‌ସି ଆନୁମାନିକ ଶତକଡା ୪୦ ଭାଗ ସରକାରୀ ଡୋନର ଅର୍ଥ ଦେଇଛନ୍ତି । ଆମେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦେଶ ୨୬୫ ନିୟୁତ ମାତ୍ରା ସମେତ ମୋଟ ୬୭୦ନିୟୁତ ମାତ୍ରା ପ୍ରଦାନ କରିଛୁ । କୋଭିଡ-୧୯ ଟିକାର ବୈଶ୍ୱିକ ଯୋଗାଣର ସମ୍ପ୍ରସାରଣ କରି ଆମେ ନିରାପଦ, କ୍ରିୟାଶୀଳ ଓ ଅଳ୍ପବ୍ୟୟ ସାପେକ୍ଷ ଓ ସୁନିଶ୍ଚିତ ଗୁଣବତ୍ତା ଜନିତ କୋଭିଡ-୧୯ ଟିକା ଯେଉଁଠାରେ ଯେତେବେଳେ ଆବଶ୍ୟକ ତାହା ଯୋଗାଇଦେବୁ ।

କୋଭିଡ-୧୯ ଓ ଭବିଷ୍ୟତ ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଆମେ କ୍ୱାଡ ଟିକା ଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଜେ ଏନ ଜେ ଟିକା ଉତ୍ପାଦନ ପ୍ରଗତିକୁ ସ୍ୱାଗତ କରୁଛୁ । ଏହି ସବୁ ଟିକା ଭାରତରେ ବ୍ୟବହାର ନେଇ ଡବ୍ଲଏଚଓ ର ଇଭିଏଲ ଅନୁମୋଦନ ପାଇଁ ଆପେକ୍ଷା କରୁଛୁ । ହୁ ଦ୍ୱାରା ଅନୁମୋଦିତ କ୍ୱାଡ ପକ୍ଷରୁ କାମ୍ବୋଡିଆ ଓ ଥାଇଲାଣ୍ଡକୁ ଦାନ କରାଯାଇଥିବା ଟିକା କ୍ୱାଡ୍ ସହଯୋଗରେ ଏକ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆମେ ଭବିଷ୍ୟତରେ ସ୍ୱାସ୍ଥ୍ୟପ୍ରତି ବିପଦ ମୁକାବିଲା ନିମନ୍ତେ କୋଭିଡ-୧୯ ପ୍ରସ୍ତୁତି ଅବ୍ୟାହତ ରଖିବୁ । ଆମର ଚାରିଟି ଦେଶ ଦ୍ୱାରା ୨ ବିଲିୟନ ଡଲାର ମୂଲ୍ୟର ସହାୟତା ବିଶ୍ୱବ୍ୟାପୀ ୧୧୫ଟି ଦେଶକୁ ଟିକା ଜରିଆରେ ପ୍ରଦାନ କରାଯାଇଛି । ଆମେ କୋଭିଡ-୧୯ ପ୍ରାୟରିଟାଇଜଡ୍ ଗ୍ଲୋବାଲ ଆକ୍ସନ ପ୍ଳାନ ଫର ଏନହାନ୍ସ ଏନଗେଜମେଣ୍ଟ(ଜିଏପି) ଏବଂ କୋଭାକ୍ସ ଟିକା ପ୍ରଦାନ ଭାଗିଦାରିତାରେ ସହଯୋଗ କରୁଛୁ । କ୍ୱାଡ ସଦସ୍ୟଙ୍କ ଯୋଗଦାନ ସହ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଆୟୋଜିତ ସଫଳ କୋଭିଡ-୧୯ ଶିଖର ସମ୍ମିଳନୀକୁ ଆମେ ସ୍ୱାଗତ କରୁଛୁ । ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆର୍ôଥକ ଓ ସାମାଜିକ ଅଗ୍ରଗତି ନେଇ ଆମେ ସମର୍ଥନ ବୃଦ୍ଧି ଜାରି ରଖିବୁ । 

ଆଗକୁ ଆମେ ବୈଶ୍ୱିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବୈଶ୍ୱିକ ମହାମାରୀ ନିରାକରଣ, ପ୍ରସ୍ତୁତି ଓ କାର୍ଯ୍ୟ ଇତ୍ୟାଦି ଜାରି ରଖବବ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା, ବିଜ୍ଞାନ ଓ ବୈଷୟିକ ଜ୍ଞାନ ସହଯୋଗ ଓ ଅନୁବଂଶିକ ପର୍ଯ୍ୟବେକ୍ଷଣ ଇତ୍ୟାଦି ପ୍ରତି ଦୃଷ୍ଟି ଦେବୁ ।ତ୍ତବର୍ତ୍ତମାନର କ୍ୱାଡ ସହଯୋଗ ବୃଦ୍ଧି କରି ଆମେ ସଅଳ ଚିହ୍ନଟ ସହ ସଂକ୍ରମଣ ଓ ମହାମାରୀ ପ୍ରତି ଅଧିକ ସଜାକ ରହିବୁ । ସଂକ୍ରମଣ ରୋଗ ରୋକିବା ପାଇଁ କ୍ୱାଡ୍ ସହଯୋଗୀ ଦେଶମାନେ ମିଳିତଭାବେ ୫୨୪ ନିୟୁତ ଡଲାର ଆର୍ଥିକ ସହାତ ମିଳିତଭାବେ ପ୍ରଦାନ କରିବାକୁ ଅଙ୍ଗୀକାରବଦ୍ଧ । UHC ସଦସ୍ୟ ଭାବେ ଆମେ ବୈଶ୍ୱିକ ନେତୃତ୍ୱ ନେଇ ବୈଶ୍ୱିକ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଗ୍ରଣୀ ହେବୁ । 

ଭିତ୍ତିଭୂମି-ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ପାଦକତା ଓ ସମୃଦ୍ଧି ଦୃଷ୍ଟିରୁ ଆମେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାକୁ ଅଧିକ ପ୍ରତିବଦ୍ଧ ହୋଇଛି ଆମେ ମଧ୍ୟ ବୈଶ୍ୱିକ ମହାମାରୀ ଯୋଗୁଁ ଅନେକ ଦେଶରେ ଦେଖାଦେଇଥିବା କରଜ ସମସ୍ୟା ପ୍ରତି ସମ୍ବେଦନଶୀଳ ରହିଛୁ । 

କ୍ୱାଡ୍ ସହଯୋଗଗଣ ଅଞ୍ଚଳର ଭିତ୍ତିଭୂମି ବିକାଶ ନିମନ୍ତେ ସେମାନଙ୍କ ଯୁଗ ଯୁଗ ଧରି ରହିଥିବା କୌଶଳ ଓ ଅଭିଜ୍ଞକୁ ଉପଯୋଗ କରିଛନ୍ତି । ଏଥିରେ ଥିବା ଶୂନ୍ୟତାକୁ ପୂରଣ ନିମନ୍ତେ ଆମେ ସବୁ ସହଯୋଗୀ ଦେଶ ସରକାରୀ ଓ ଘରୋଇ ପୁଞ୍ଜିନିବେଶ ଦିଗରେ କାର୍ଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ । ଏହା ହାସଲ କରିବା ଲାଗି କ୍ୱାଡ୍ ଭିତ୍ତିଭୂମି ସହାୟତା ବାବଦ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୫୦ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା ରଖିଛି ।

କରଜର ଭାର ମୁକାବିଲା ନିମନ୍ତେ G-20 କମନ ଫ୍ରେମୱାର୍କ ଅଧୀନରେ କ୍ୱାଡଋଣ ପରିଚାଳନା ସମ୍ବଳ ପୋର୍ଟାଲ ଅଧୀନରେ ଯୋଜନା କରାଯାଇଛି । 

ଏହି ଚାରିଦେଶର ଅର୍ଥ ବିକାଶ, ପ୍ରତିଷ୍ଠାନ ଓ ସଂସ୍ଥାମାନଙ୍କ ବୈଠକକୁ ଆମେ ସ୍ୱାଗତ କରୁଛୁ । ଆମେ ମଧ୍ୟ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ସହ ଅନ୍ୟାନ୍ୟ ବିଶେଷଜ୍ଞ ଯୋଗାଇବା ନେଇ ବିଶେଷଜ୍ଞମାନଙ୍କ ଏହି କାର୍ଯ୍ୟ କରୁଛୁ ।

 ଆମେ ମଧ୍ୟ ଆମର ସହଯୋଗକୁ ଅଧିକ ବ୍ୟାପକ କରିବା ନିମନ୍ତେ କେତେକ ଚିହ୍ନଟ ସ୍ଥାନରେ ଆଂଚଳିକ ଓ ଡିଜିଟାଲ ସଂଯୋଗ, ସ୍ୱଚ୍ଛ ଶକ୍ତି, ବିପର୍ଯ୍ୟୟ ଓ ଜଳବାୟୁ ନମନୀୟ ବିଷୟ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରୁଛୁ।

ଜଳବାୟୁ -ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ସର୍ବିଶେଷ ପିସିସ ରିପୋର୍ଟ ଅନୁସାରେ ଆମେ ପ୍ୟାରିସ ରାଜିନାମା ତ୍ୱରାନ୍ୱିତ କରିବା ସହ COP-26 ନିଷ୍ପତ୍ତିର ତ୍ୱରିତ ଲାଗୁ କରିବୁ । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଜଳବାୟୁ ମୁକାବିଲା ଜନିତ ଅର୍ଥ ବ୍ୟବସ୍ଥା ଓ ଏ ଦିଗରେ ଗବେଷଣା ବିକାଶ ଓ ଅଭିନବ ବୈଷୟିକ ଜ୍ଞାନ ପ୍ରୟୋଗ କରିବା ଉପରେ ଧ୍ୟାନ ଦେବୁ । 

ଆଜି ଆମେ “ଆଡପଟେସନ’ ଓ ମିଟିଗେସନ ଦୁଇଟି କଥାବସ୍ତୁକୁ ନେଇ କ୍ୱାଡ୍ କ୍ଲାଇମେଟ ଚେଂଚ ଆଡପଟେସନ ଓ ମିଟିଗେସନ ପ୍ୟାକେଜ (Q-CHMP) ଆରମ୍ଭ କରିଛୁ Q-CHMP ରେ କ୍ୱାଡର ଜଳବାୟୁ କାର୍ଯ୍ୟାନୁଷ୍ଠାନ ବାହିନୀ କାର୍ଯ୍ୟ ଯଥା ପ୍ରତ୍ୟେକ ଦେଶରେ ଗ୍ରୀନ ସିପିଂ ଓ ପୋର୍ଟ ବ୍ୟବସ୍ଥା କରାଯିବ । ଏହାଛଡା ସ୍ୱଚ୍ଛ ଶକ୍ତି ସହଯୋଗ ଅଧୀନରେ ସ୍ୱଚ୍ଛ ଶକ୍ତି ସହଯୋଗ ଅଧୀନରେ ସ୍ୱଚ୍ଛ ଉଦ୍‌ଯାନ ଓ ମିଥେନ୍ ପ୍ରାକୃତିକ ଗ୍ୟାସ କ୍ଷେତ୍ରରୁ ସ୍ୱଚ୍ଛ ଉଦ୍‌ଗୀରଣ ଅନ୍ତର୍ଭୁକ୍ତ । ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଗୁଡିକ ମଧ୍ୟରେ ଜଳବାୟୁ ଜନିତ ତଥ୍ୟ ଆଦାନପ୍ରଦାନ ବିପର୍ଯ୍ୟୟନ ବିପଦ ହ୍ରାସ, ବିପର୍ଯ୍ୟୟ ଓ ଜଳବାୟୁ ନମନୀୟ ଭିତ୍ତିଭୂମି ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ । ସ୍ୱଚ୍ଛ ଇନ୍ଧନ ଆମୋନିଆ ସିସିଭିଏସ / କାର୍ବନ ପୁନଃ ପ୍ରକ୍ରିୟାକରଣ, ପ୍ୟାରିସ ରାଜିନାମାର ଧାରା-୬ ଅଧୀନରେ ହାଇ ଇଣ୍ଟ୍ରିଗିଟି କାର୍ବନ ମାର୍କେଟ, ଜଳବାୟୁଜନିତ କୃଷି ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ଦ୍ୱିପାଞ୍ଚଳରେ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଆମେ ସ୍ୱୀକୃତି ଦେଇଛୁ । ଜଳବାୟୁ ପରିବର୍ତ୍ତନ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ଆଇନ ଦ୍ୱାରା କଠୋର ପଦକ୍ଷେପ ଓ ୨୦୫୦ ମସିହା ସୁଦ୍ଧା ଶୂନ୍ୟ ଅଙ୍ଗାର ଉଦ୍‌ଗୀରଣ ନିଷ୍ପତିକୁ ଆମେ ସ୍ୱାଗତ କରୁଛୁ । 

ସାଇବର ସୁରକ୍ଷା 

-କ୍ରମବର୍ଦ୍ଦିଷ୍ଣୁ ଡିଜିଟାଲ ବିଶ୍ୱରେ ଖୁବ୍ ଚତୁରତାର ସହ କରାଯାଇଥିବା ସାଇବର ବିପଦକୁ ଆମେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ଏହା ସୁରକ୍ଷା ବୃଦ୍ଧି ପାଇଁ ଏକ ସମ୍ମିଳିତ ପଦକ୍ଷେପ ନେଉଛୁ । ଏକ ମୁକ୍ତ ଭାରତ-ପ୍ରଶାନ୍ତ ମହାସଗାରୀୟ ଅଞ୍ଚଳ ପାଇଁ କ୍ୱାଡ୍ ନେତାମାନଙ୍କ ଦୃଷ୍ଟିକୁ ବିବେଚନା କରି ଆମେ ଆମ ଦେଶର ପ୍ରତିରକ୍ଷା ବିଶେଷ କରି ଡିଜିଟାଲ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ସରକାରୀ ଆହରଣ କ୍ଷେତ୍ରରେ ସଫ୍ଟୱେର ସୁରକ୍ଷା ସମସ୍ତ ପାଇଁ ସହାୟକ ହବ । କ୍ୱାଡ୍ ସାଇବର ସୁରକ୍ଷା ଭାଗିଦାରିତା ଅଧୀନରେ କ୍ୱାଡ୍‌ର ସହଭାଗିତାରିତା ସୁରକ୍ଷା ସାମର୍ଥ୍ୟ ବିକାଶ କରିବେ । ସେମାନେ ପ୍ରଥମ ଥର ନିମନ୍ତେ କ୍ୱାଡ୍ ସାଇବର ସୁରକ୍ଷା ଦିବସ ପାଳନ କରି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବ୍ୟକ୍ତିଗତ ଓ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ । 

ଜଟିଳ ଓ ନୂତନ ବୈଷୟିକ ଜ୍ଞାନ

କ୍ୱାଡ୍ ଅଞ୍ଚଳର ସମୃଦ୍ଧି ଓ ନିରାପତ୍ତା ଦୃଷ୍ଟିରୁ ଜଟିଳ ଓ ନୂତନ ବୈଷୟିକ ଜ୍ଞାନ ।ଉପରେ ଆଲୋକପାତ କରିଛି । ୫ଜି ଓ ତା ପରବର୍ତ୍ତୀ ନେଟୱାର୍ଡ ନିମନ୍ତେ ପ୍ରେଗ୍ ପ୍ରସ୍ତାବ ଘୋଷଣକୁ ସ୍ୱାଗତ କରି ଆମେ ଏକ ରାଜିନାମା ଜରିଆରେ କାର୍ଯ୍ୟ କରିବୁ । ଏହି ଅଞ୍ଚଳରେ ଦୂରସଂଚାର ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରାଯିବ ।

କ୍ୱାର୍ଡ ସାମର୍ଥ୍ୟ ଓ ଦୁର୍ବଳତାକୁ ଭିତ୍ତିକରି ବିଶ୍ୱ ସେମି କଂଟକ୍ଟର ଯୋଗାଣ ଚେନକୁ ପ୍ରତିଯୋଗୀମୂଳକ ବଜାରରେ ପରଖିବା ନିମନ୍ତେ ପଦକ୍ଷେପ ନିଆଯାଇଛି ।

ଏ ଦିଗରେ ଆମେ ଆମର ଆର୍ନ୍ତଜାତିକମାନଙ୍କ ସଂଗଠନ ଯେପରିକି ଦୂରସଂଚାର ମାନଙ୍କ ବ୍ୟୁରୋ ଅଫ ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନ ସହ ଆମେ ସହଯୋଗ କରୁଛୁ । ଏହା ଅଞ୍ଚଳରେ ବୈଷୟିକ ଜ୍ଞାନ ବିକାଶ ସୁନିଶ୍ଚିତ କରିବ ।

 କ୍ୱାଡ ଫେଲେସିପ୍‌

 ଆମେ ଜନସମ୍ପର୍କକୁ କ୍ୱାଡ୍‌ର ମେରୁଦଣ୍ଡ ଭାବେ ବିବେଚନା କରୁଥିବାରୁ କ୍ୱାଡ ଫେଲୋସିପର ସରକାରୀଭାବେ ଆରମ୍ଭରୁ ‌ସ୍ୱାଗତ କରୁଛୁ । ଏଥିପାଇଁ ମୁକ୍ତ ଆବେଦନ କରିହେବ । କ୍ୱାର୍ଡ ଫଲୋସିପ୍ ଜରିଆରେ ଆମେ ଦେଶରୁ ୧୦୦ ଛାତ୍ରଛାତ୍ରୀ ପ୍ରତିବର୍ଷ ଆମେରିକା ଯାଇ ଏସଟିିଇଏମ କ୍ଷେତ୍ରରେ ସ୍ନାତକ ଉପାଧି ପାଇଁ ଅଧ୍ୟୟନ କରିବେ । କ୍ୱାର୍ଡ୍‌ର ପ୍ରଥମ ଫେଲୋ୨୦୨୩ ମସିହା ଶେଷ ଚାରିମାସରେ ସେମାନଙ୍କ ଅଧ୍ୟୟନ ଆରମ୍ଭ କରିବେ ଓ ସେମାନେ ଗବେଷଣା ଓ ନବୋନ୍ୱେଷ କ୍ଷେତ୍ରରେ ସେମାନଙ୍କ ଅବଦାନ ଦେବେ ।

ମହାକାଶ: ମହାକାଶ ସମ୍ପର୍କୀତ ପ୍ରୟୋଗ ଓ ପ୍ରଯୁକ୍ତିଜ୍ଞାନ ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପ୍ରସ୍ତୁତି, ସାମୁଦ୍ରିକ ସମ୍ପଦ ବିନିଯୋଗ ଦିଗରେ ବ୍ୟବହୃତ ହୋଇପାରିବ । ପ୍ରତ୍ୟେକ କ୍ୱାଡ୍ ଅଂଶୀଦାର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ତଥ୍ୟ ଓ ପ୍ରୟୋଗର ବିଶ୍ଲେଷଣ କରିପାରିବେ । ଆମେ ମିଳିମିଶି ଧରିତ୍ରୀ ପର୍ଯ୍ୟବେକ୍ଷଣ ଜନିତ ତଦାରଖ ଓ ସ୍ଥାୟୀ ଓ ନିରନ୍ତର ବିକାଶ ବିଷୟ ଅନୁଧ୍ୟାନ କରିପାରିବ । ଏଥିପାଇଁ କ୍ୱାର୍ଡ ଉପଗ୍ରହ ଡାଟା ପୋର୍ଟାଲ ଆମର ଜାତୀୟ ଉପଗ୍ରହ ତଥ୍ୟ ସମ୍ପଦ ସହ ସଂଯୋଗ କରିପାରିବ । ଆମେ ମିଳିମିଶି ମହାକାଶ ପ୍ରୟୋଗ, ପୃଥିବୀ ପର୍ଯ୍ୟବେକ୍ଷଣ ଇତ୍ୟାଦି କରିପାରିବା । ଆମେ ମଧ୍ୟ ମହାକାଶର ନିରନ୍ତର ବ୍ୟବହାର, ନିୟମ ନେଇ ଆଲୋଚନା ସହ ଅଞ୍ଚଳର ଦେଶଗୁଡିକ ସହ ମିଳିତ କର୍ମଶାଳା ଆୟୋଜନ କରିପାରିବା । 

ସାମୁଦ୍ରିକ ଅଞ୍ଚଳ ସଚେତନତା ଓ ଏଚଏଡିଆର

ଭାରତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭାଗିଦାରିତାଜନିତ ସାମୁଦ୍ରିକ ଅଞ୍ଚଳ ସଚେତନତାକୁ ଆମେ ସ୍ୱାଗତ କରୁଛୁ । ଏହା ଆଂଚଳିକ ସହଯୋଗୀମାନଙ୍କୁ ମାନବିକ ଓ ପ୍ରାକୃତିକ ବିପର୍ଯ୍ୟୟ କାଳରେ ସାହାଯ୍ୟ ଓ ବେଆଇନ ମାଛଧରା ସମସ୍ୟା ନେଇ ସହାୟକ ହେବ । ଆଇପିଏମଡିଏ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦେଶ ଓ ଆଂଚଳିକ ତଥ୍ୟ ବିତରଣ କେନ୍ଦ୍ର (ଭାରତ ମହାସାଗର), ଦକ୍ଷିଣ ପୂର୍ବ ଏସୀଆ ଓ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହ ଦେଶ ସହ ସହଯୋଗରେ କାର୍ଯ୍ୟ କରିବ । ଏହା ସାଗର ମହାସାଗର ସୁରକ୍ଷା ସମୃଦ୍ଧିରେ ବେଶ ସହାୟକ ହେବ ।

ଆମର ମାର୍ଚ୍ଚ ୩୧,୨୦୨୨ ବୈଠକରେ ଖସଡା ଅନୁସାରେ ଆମେ ଆଜି  "Quad Partnership on Humanitarian Assistance and Disaster Relief (HADR) in the Indo-Pacific”.  ସ୍ଥାପନା ବିଷୟ ଘୋଷଣା କରୁଛୁ। ଏହା ଆମ ଅଞ୍ଚଳରେ ବିପର୍ଯ୍ୟୟ କାଳରେ ଖୁବ୍ ସହାୟକ ହେବ । । 

ଉଦ୍‌ଯାପନ-

ଆଜି ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ଆମେ ମୌଳିକ ମୂଲ୍ୟ ଓ ନୀତି ଓ ଆଖିଦୃଶିଆ ସଫଳତା ହାସଲ ଉପରେ ଗୁରତ୍ୱଆରୋପ କରୁଛୁ । ଏହା କରି ଆମେ କ୍ୱାଡ୍ କାର୍ଯ୍ୟକଳାପ ଯଥା ନିୟମିତ ବୈଠକ ନେବା ଓ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା କରିପାରିବା । ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ପରବର୍ତ୍ତୀ ବୈଠକରେ ଆମେ ୨୦୨୩ରେ ମିଳିତ ହେବ ।

*****

SM/SLP



(Release ID: 1828122) Visitor Counter : 175