ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜାପାନ-ଭାରତ ସଂଘ (ଜେଆଇଏ) ସହିତ ବୈଠକ କରିଛନ୍ତି

प्रविष्टि तिथि: 24 MAY 2022 3:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24 ମେ 2022 ରେ ଜାପାନର ଟୋକିଓରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ଗଣ – ଶ୍ରୀ ୟୋସିରୋ ମୋରି ଓ ଶ୍ରୀ ସିଞ୍ଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି। ଶ୍ରୀ ୟୋସିରୋ ମୋରି ଜାପାନ ଭାରତ ସଂଘ (ଜେଆଇଏ) ର ବର୍ତ୍ତମାନ ଅଧ୍ୟକ୍ଷ ଅଟନ୍ତି ଏବଂ ଖୁବ୍ ଶୀଘ୍ର ସିଞ୍ଜୋ ଆବେ ଏହି ଦାୟୀତ୍ବ ଗ୍ରହଣ କରିବେ। 1903 ରେ ସ୍ଥାପିତ ଜେଆଇଏ, ଜାପାନର ସବୁଠାରୁ ପୁରୁଣା ମୈତ୍ରୀ ସଂଘ ମଧ୍ୟରୁ ଅନ୍ୟତମ। 

ପ୍ରଧାନମନ୍ତ୍ରୀ ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ଆଦାନ ପ୍ରଦାନକୁ ବୃଦ୍ଧି କରିବାରେ ଶ୍ରୀ ୟୋଶିରୋ ମୋରିଙ୍କ ନେତୃତ୍ବରେ ଜେଆଇଏ ଦ୍ବାରା କରାଯାଇଥିବା ମହତ୍ବପୂର୍ଣ୍ଣ ଯୋଗଦାନର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କୁ ତାଙ୍କର ନୂଆ ଦାୟୀତ୍ବ ପାଇଁ ଶୁଭ କାମନା ପ୍ରଦାନ କରିଛନ୍ତି ଏବଂ ଜେଆଇଏ ଦ୍ବାରା ନିଜର ମହତ୍ତ୍ବପୂର୍ଣ୍ଣ ଭୂମିକା ଜାରି ରଖିବା ଆଶା କରିଛନ୍ତି। 

ଲିଡରମାନେ ଭାରତ-ଜାପାନ ବିଶେଷ କୌଶଳଗତ ଏବଂ ବିଶ୍ବ ସହଭାଗୀତାକୁ ବ୍ୟାପକ କାନଭାସ୍ ସହିତ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ପାଇଁ ଭାରତ ଓ ଜାପାନର ଦୃଷ୍ଟିକୋଣ ଉପରେ ଆଲୋଚନା କରିଛନ୍ତି। ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉପାୟ ଉପରେ ମଧ୍ୟ ଆଲୋଚନା କରାଯାଇଛି। 

 

BS


(रिलीज़ आईडी: 1828038) आगंतुक पटल : 185
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam