ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ୟୋସିହିଦେ ସୁଗା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି

Posted On: 24 MAY 2022 2:25PM by PIB Bhubaneshwar

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ୟୋସିହିଦେ ସୁଗା ୨୪ ମଇ ୨୦୨୨ ରେ ଟୋକିଓ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ସେମାନେ ସେପ୍ଟେମ୍ବର ୨୦୨୧ ରେ ୱାଶିଂଟନ୍ ଡିସିରେ ପ୍ରଥମ କ୍ୱାଡ୍ ନେତୃତ୍ୱ ସମ୍ମିଳନୀରେ ସେମାନଙ୍କର ଦ୍ୱିପାକ୍ଷିକ ବୈଠକ ସହିତ ପୂର୍ବ ପାରସ୍ପରିକ ସମ୍ପର୍କକୁ ମନେ ପକାଇଥିଲେ । ଭାରତ-ଜାପାନ ସମ୍ପର୍କକୁ ଗଭୀର ତଥା ଦୃଢ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।

ଭାରତ-ଜାପାନର ସ୍ୱତନ୍ତ୍ର ରଣନୀତି ଏବଂ ଆର୍ନ୍ତଜାତୀୟ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କ ନେତୃତ୍ୱରେ ଜାପାନର ସାଂସଦମାନଙ୍କର ଏକ ପ୍ରତିନିଧୀ ଦଳ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।

HS



(Release ID: 1827914) Visitor Counter : 121