ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫ୍ଟବ୍ୟାଙ୍କ କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ମାସାୟୋସି ସୋନ୍ଙ୍କ ସହିତ ସାକ୍ଷାତ କରିଛନ୍ତି
प्रविष्टि तिथि:
23 MAY 2022 12:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ମେ 2022 ରେ ଟୋକିଓରେ ସଫ୍ଟବ୍ୟାଙ୍କ କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ମାସାୟୋସି ସୋନ୍ଙ୍କ ସହିତ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଷ୍ଟାର୍ଟଅପ୍ କ୍ଷେତ୍ରରେ ସଫ୍ଟବ୍ୟାଙ୍କର ଭୂମିକାର ପ୍ରଶଂସା କରିଛନ୍ତି। ସେ ଭାରତରେ ପ୍ରଯୁକ୍ତି, ଶକ୍ତି ଓ ଅର୍ଥ ପରି ପ୍ରମୁଖ କ୍ଷେତ୍ରରେ ସଫ୍ଟବ୍ୟାଙ୍କର ଭବିଷ୍ୟତର ଭାଗୀଦାରୀ ବିଷୟରେ ବିଚାର ବିମର୍ଷ କରିଛନ୍ତି।
ସେ ଭାରତରେ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ କୁ ସକ୍ଷମ କରିବା ପାଇଁ କରାଯାଉଥିବା ବିଭିନ୍ନ ଉନ୍ନତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ ସଫ୍ଟବ୍ୟାଙ୍କ ସହିତ ଏପରି ବିଶିଷ୍ଟ ପ୍ରସ୍ତାବକୁ ଆଲୋଚନା କରିଛନ୍ତି ଯେଉଁଠାରେ ସେ ଭାରତରେ ନିଜର ନିବେଶକୁ ବଢ଼ାଇ ପାରିବେ।
BS
(रिलीज़ आईडी: 1827682)
आगंतुक पटल : 185
इस विज्ञप्ति को इन भाषाओं में पढ़ें:
हिन्दी
,
English
,
Urdu
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam