ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥୋମାସ କପ ଓ ଉବର କପ ଟିମ ସହ ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତାଳାପ
“ସମଗ୍ର ଦେଶବାସୀଙ୍କ ତରଫରୁ ମୁଁ ପୁରା ଦଳକୁ ଅଭିନନ୍ଦନ ଜଣାଉଛି କାରଣ କେତେ ଯୁଗ ପରେ ଭାରତୀୟ ପତାକା ବିଜୟ ଗର୍ବରେ ଉଡ଼ିଛି । ଏହା କିଛି ଛୋଟ କଥା ନୁହଁ”
“ଆଉ ଭାରତ ପଛରେ ରହିବ ନାହିଁ । ଆପଣମାନଙ୍କ ବିଜୟ ପିଢ଼ି ପିଢ଼ି ଧରି କ୍ରୀଡା କ୍ଷେତ୍ରରେ ଉତ୍ସାହ ପ୍ରଦାନ କରୁଥିବ”
“ଦେଶର କ୍ରୀଡାବାତାବରଣକୁ ଏଭଳି ସଫଳତା ଅପାମ ଶକ୍ତି ଓ ଆତ୍ମ ବିଶ୍ୱାସରେ ଭରି ଦେବ”
“ଆମର ମହିଳା ଦଳ ବାରମ୍ବାର ସେମାନଙ୍କ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଆଜି ନହେଲେ କାଲି ଆମେ ନିଶ୍ଚୟ ବିଜୟୀ ହେବୁ”
“ଅଭି ତୋ ବହୁତ ଖେଲନାଭି ହୈ ଔର ଖିଲନା ଭୀ ହୈ, ଆପଣମାନଙ୍କୁ ଏବେ ବହୁତ ଖେଳିବାକୁ ହେବ ଓ ଖୁସି ମନାଇବାକୁ ହେବ”
“ମୁଁ ଏହା ପାରିବି ହେଉଛି ନବ ଭାରତର ମନୋଭାବ”
“ଭାରତୀୟ କ୍ରୀଡା ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭଳି ଓ ଆପଣମାନଙ୍କ ପିଢ଼ି ଏଥିପାଇଁ ଧନ୍ୟବାଦର ପାତ୍ର । ଆମକୁ ଏହି ଗତି ବଳବତ୍ତର ରଖିବାକୁ ହେବ”
Posted On:
22 MAY 2022 11:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥୋମାସ ଓ ଉବର କପ ବ୍ୟାଡମିଣ୍ଟନ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରତିଯୋଗୀତା ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇଛନ୍ତି । ଖେଳାଳୀଗଣ ଖେଳର ବିଭିନ୍ନ ଦିଗ ସହ ଜୀବନର ଅନ୍ୟାନ୍ୟ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ ।
କିଦାମ୍ବୀ ଶ୍ରୀକାନ୍ତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏତେ ବଡ ସ୍ୱୀକୃତି ଦେବାନେଇ ହେଉଥିବା ମହାନ ଅନୁଭବ ନେଇ ବଖାଣିଥିଲେ । ପ୍ରଧାନମନ୍ତ୍ରୀ ଦଳର ଦଳପତିଙ୍କୁ ତାଙ୍କର ନେତୃତ୍ୱର ଦିଗ ଓ ତାଙ୍କ ସମ୍ମୁଖରେ ଥିବା ଆହ୍ୱାନଗୁଡକ ସମ୍ପର୍କରେ ପଚାରିଥିଲେ । ଶ୍ରୀକାନ୍ତ କହିଥିଲେ ଯେ ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ପାଇଁ ସର୍ବୋତ୍ତମ ସଫଳତା ଆଣିବାକୁ ପ୍ରୟାସ କରିଥିଲେ । ସେ ମଧ୍ୟ ତାଙ୍କର ଗୁରୁତ୍ୱପୁର୍ଣ୍ଣ ନିର୍ଣ୍ଣାୟକ ଖେଳ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କର ବିଶ୍ୱରେ ଏକ ନମ୍ବର ମାନ୍ୟତା ପାଇ ଥମାସ କପରେ ସ୍ୱର୍ଣ୍ଣପଦକ ହାସଲ କରିବା ସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ଉଭୟ ସଫଳତାର ମାଇଲଖୁଣ୍ଟରେ ପହଞ୍ଚିବା ତାଙ୍କ ଅଭିଳାଷ ଥିଲା ଓ ତାହା ସେ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଗରୁ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ ବିନା ଥମାସ କପ ନେଇ ଏତେ ଆଲୋଚନା ହେଉନଥିଲେ ମଧ୍ୟ ଦଳର ଏଭଳି ଆକସ୍ମିକ ଚିତ୍ତାକର୍ଷକ ବିଜୟ ଦେଶକୁ ଉଲ୍ଲସିତ କରିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶ ତରଫରୁ ମୁଁ ତମକୁ ଓ ତୁମର ପୁରା ଦଳକୁ ଅଭିନନ୍ଦନ ଜଣାଉଛି । ଅନେକ ଯୁଗର ବ୍ୟବଧାନରେ ଭାରତୀୟ ବିଜୟ କେତନ ଫରଫର ହୋଇ ଉଡିଛି । ଏହା କିଛି ସାମାନ୍ୟ କଥା ନୁହେଁ । ଦଳ କିପରି ଅସ୍ୱାଭାବିକ ଚାପରେ ଥାଇ ମଧ୍ୟ ଏହା କରିପାରିଛି ତାହା ମୁଁ ଭଲ ଭାବେ ହୃଦୟଙ୍ଗମ କରୁଛି । ମୁଁ ତମୁକୁ ଦୂରଭାଷ ଜରିଆରେ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଏବେ ମୁହାଁମୁହିଁ ତାହା ଜଣାଇ ଅସୀମ ଆନନ୍ଦ ଲାଭ କରୁଛି ।
ସାତ୍ତ୍ୱିକ ସାଇରାଜ ରାଙ୍କିରେଡଡୀ ତଙ୍କର ଆନନ୍ଦ ଓ ଗତ ଦଶ ବର୍ଷର ସାଧନା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ଦଳର ସଦସ୍ୟ ଓ ସହାୟକ ମାନଙ୍କଠାରୁ ପାଇଥିବା ସାହାଯ୍ୟର ସ୍ମୃତିଚାରଣ କରିଥିଲେ । ବିଜୟର ଆନନ୍ଦମୟ କ୍ଷଣ ଦଳରେ ଏବେ ମଧ୍ୟ ସଜୀବ ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ଖୁସୀରେ ଭାଗୀଦାର ହେବା ସହ ଦଳର ସଦସ୍ୟଙ୍କ ଟ୍ୱିଟକୁ ମନେ ପକାଇଥିଲେ । ରାଙ୍କିରେଡଡୀ ସେମାନଙ୍କ କ୍ରୀଡା ଦକ୍ଷତାର ସମୀକ୍ଷା ମଧ୍ୟ ପ୍ରଶିକ୍ଷକଙ୍କ ସହ କରିଥିବା ବିଷୟରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ପରିସ୍ଥିତି ସହ ଖାପଖୁଆଇ ପାରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭବିଷ୍ୟତର ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଚିରାଗ ସେଟ୍ଟୀ ମଧ୍ୟ ଟୁର୍ଣ୍ଣାମେଣ୍ଟର ଯାତ୍ରା ସମ୍ପର୍କରେ କହିବା ସହ ଅଲିମ୍ପିକ ଦଳ ସଦସ୍ୟ ସହ କିପରି ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ତାର ସ୍ମୃତିଚାରଣ କରିଥିଲେ । କେତେକ ଖେଳାଳୀ ଅଲିମ୍ପିକ୍ସରେ ପଦକ ହାସଲ କରି ନ ପାରିନଥିବାରୁ ସେମାନଙ୍କ ମୁହଁରେ ହତାଶାର ଭାବ ଲକ୍ଷ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଖେଳାଳୀମାନେ ସଂକଳ୍ପବଦ୍ଧ ଥିଲେ ଓ ସେମାନେ ସମସ୍ତ ଆଶାକୁ ଠିକ କରି ଦେଖାଇଛନ୍ତି । ଗୋଟିଏ ପରାଜୟ ଯୋଗୁଁ ସବୁ ଶେଷ ହୋଇଯାଏ ନାହିଁ, ଜଣକୁ ଜୀବନରେ ସଂକଳ୍ପବଦ୍ଧ ଓ ଆଶା ରଖିବା ଆବଶ୍ୟକ । ବିଜୟ ଏକ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା ଯାହା ଆପଣମାନେ ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦଳ ପରେ ପରେ ଆହୁରି ପଦକ ହାସଲ କରିବେ । ସେମାନଙ୍କୁ ଆହୁରି ଅଧିକ ଖେଳିବାକୁ ହେବ ଓ ସଫଳତା ହାସଲ କରିବାକୁ ହେବ । ଖେଲନାଭି ହୈ ଖିଲନା ଭୀ ହୈ ଏବେ ଭାରତ ଆଉ ପଛରେ ପଡିବ ନାହିଁ । ଆପଣମାନଙ୍କ ବିଜୟ ଖେଳରେ ପିଢ଼ି ପରେ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଲକ୍ଷ୍ୟସେନଙ୍କୁ ବାଲ ମିଠାଇ ଅଣିବାକୁ ଧନ୍ୟବାଦ ଦେଇଥିଲେ । ଶ୍ରୀସେନ ବିଜୟ ପରେ ପରେ ଫୋନ କରି ଏହା କହିଥିଲେ । ଲକ୍ଷ୍ୟସେନ ପ୍ରଧାନମନ୍ତ୍ରୀଙ୍କୁ ଯୁବା ଅଲିମ୍ପିକ୍ସ ବିଜୟୀ ହେବା ପରେ ସାକ୍ଷାତ କରିବା ସ୍ମୃତିଚାରଣ କରିଥିଲେ ଓ ଏବେ ଥମାସ କପ ପରେ ପୁଣି ଭେଟିଛନ୍ତି ବୋଲି କହିଥିଲେ । ଏଭଳି ସାକ୍ଷାତ ପରେ ଖେଳାଳୀମାନେ ଆହୁରି ଅଧିକ ପ୍ରୋତ୍ସାହିତ ହୋଇଥାନ୍ତି ବୋଲି କହିଥିଲେ । ମୁଁ ଭାରତ ପାଇଁ ଏହିପରି ପଦକ ଜିତି ଆପଣଙ୍କୁ ସାକ୍ଷାତ କରୁଥିବି ବୋଲି ଦକ୍ଷ ବ୍ୟାଡମିଣ୍ଟନ ଖେଳାଳୀ କହିଥିଲେ । ଟୁର୍ଣ୍ଣାମେଣ୍ଟ କାଳରେ ଲକ୍ଷ୍ୟ ଖାଦ୍ୟ ଅପମିଶ୍ରଣ ସମସ୍ୟାରେ ପଡିଥିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରି ବୁଝିଥିଲେ । ତାଙ୍କୁ ଯେତେବେଳେ ଯୁବ ଖେଳାଳୀଙ୍କ ନିମନ୍ତେ କଣ ଉପଦେଶ ଅଛି ବୋଲି ପଚାରନ୍ତେ ଲକ୍ଷ୍ୟ ତାଲିମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଲକ୍ଷ୍ୟଙ୍କୁ ଖାଦ୍ୟ ବିଷକ୍ରିୟା ଜନିତ ପରିସ୍ଥିତିରେ କିପରି ନିଜକୁ ସମ୍ଭାଳି ସେଥିରୁ ମୁକ୍ତ ହୋଇଥିଲେ ତା ଉପରେ ଭବିଷ୍ୟତରେ ମଧ୍ୟ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ ।
ଏଚଏସ ପ୍ରଣୟ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଏହି ବିଜୟ ଏକ ଗର୍ବର କ୍ଷଣ ବୋଲି କହିଥିଲେ । କ୍ୱାର୍ଟର ଓ ସେମି -ଫାଇନାଲରେ ଚାପ ଅଧିକ ଥିଲେ ମଧ୍ୟ ଦଳଗତ ଉତ୍ସାହ ଯୋଗୁଁ ସେମାନେ ଏହାକୁ ଅତିକ୍ରମ କରିପାରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଣୟଙ୍କ ଯୋଦ୍ଧା ମନୋବୃତ୍ତିକୁ ଲକ୍ଷ୍ୟ କରିବା ସହ ତାଙ୍କର ବିଜୟୀ ମନୋଭବ ହିଁ ତାଙ୍କର ଶକ୍ତି ବୋଲି କହିଥିଲେ ।
ସମସ୍ତଙ୍କ ମଧ୍ୟରେ ସାନ ଖେଳାଳୀ ଉନ୍ନତୀ ହୁଡାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ପରେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ପଦକ ବିଜେତା ଓ ହାରିବା ଖେଳାଳୀ ମଧ୍ୟରେ ପାର୍ଥକ୍ୟ ନରଖିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଉନ୍ନତୀଙ୍କ ସଂକଳ୍ପକୁ ପ୍ରଶଂସା କରିବା ସହ ଅନେକ ପ୍ରତିଭାବାନ ଖେଳାଳୀ ହରିୟାଣା ରାଜ୍ୟରୁ ଆସିଥିବାରୁ ଖୁସୀ ପ୍ରକଟ କରିଥିଲେ । ହରିୟଣାରେ ଦୁଧ ଓ ଦହି ଖାଦ୍ୟ ଏହାର ମୂଳ କାରଣ ବୋଲି ଉନ୍ନତୀ କହିବାରେ ସମସ୍ତେ ଖୁସୀରେ ହସିଥିଲେ । ପ୍ରଧାନମନ୍ତ୍ରୀ ଉନ୍ନତୀ ନିଜ ନାମର ଟେକ କରି ଖୁବ ଉନ୍ନତି କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଖୁବ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ହେବ ଓ ବିଜୟ ଯୋଗୁଁ ଅଧିକ ଆତ୍ମ ସନ୍ତୋଷ ଲାଭ କରିବା ଅନୁଚିତ ବୋଲି କହିଥିଲେ ।
ବିଜୟର କ୍ରୀଡା ବୃତ୍ତିରେ ପରିବାର ସମର୍ଥନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ତ୍ରିଷା ଜୋଲୀ କହିଥିଲେ ଉବେର କପରେ ମହିଳା ଦଳ ଯେପରି ପ୍ରଦର୍ଶନ କଲେ ଦେଶ ସେଥିପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଶେଷରେ ପ୍ରଧାନମନ୍ତ୍ରୀ ଥମାସ କପ ଜିତି ଦଳ ଦେଶରେ ସମସ୍ତଙ୍କ ପ୍ରାଣରେ ବିପୁଳ ଉଲ୍ଲାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥି ସହିତ ସାତ ଦଶନ୍ଧିର ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି । ଯିଏବି ବ୍ୟାଡମିଣ୍ଟନ କଣ ବୁଝିଛି ନିଶ୍ଚିତ ଏହାର ସ୍ୱପ୍ନ ଦେଖିଥିବ, ଏହି ସ୍ୱପ୍ନ ଯାହା ଆଜି ଆପଣ ମାନଙ୍କ ଦ୍ୱାରା ସାକାର ହୋଇଛି । ଏପରି ସଫଳତା ଦେଶର କ୍ରୀଡା ବାତାବରଣରେ ଗଭୀର ଆତ୍ମବିଶ୍ୱାସ ଆଣିଥାଏ । ଆପଣମାନଙ୍କ ବିଜୟ ଯାହା ଦେଇଛି ତାହା ମହାନ ପ୍ରଶିକ୍ଷକଙ୍କ ଦ୍ୱାରା ମଧ୍ୟ ହାସଲ କରିବା କଷ୍ଟକର ବୋଲି ପ୍ରଧାନମନ୍ତୀ କହିଥିଲେ ।
ଉବେର କପ ବିଷୟରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ବିଜୟର ପ୍ରତୀକ୍ଷା କରୁ ଆମେ ସେଥିପାଇଁ ଆୟୋଜନ ମଧ୍ୟ କରିଥାଉ । ପ୍ରତିଭାବାନ କ୍ରୀଡାବିତ ନିଶ୍ଚୟ ଭଲ କରିବେ ଏଥିରେ ବିସ୍ମିତ ହେବାର କିଛି ନାହିଁ । ଆମର ମହିଳା ଦଳ ସେମାନଙ୍କ ଗରିମାର ପରିଚୟ ଥରକୁ ଥର ଦେଇଛନ୍ତି । ଏଥର ନହେଲେ ମଧ୍ୟ ପରବର୍ତ୍ତୀ କାଳରେ ସେମାନେ ନିଶ୍ଚିତ ବିଜେତା ହେବେ ବୋଲି ସେ କହିଥିଲେ ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯିବା ବେଳେ ଏଥିରେ ବିଶାଳ ବିଜୟ ସମସ୍ତ ଭାରତୀୟଙ୍କ ଗର୍ବିତ କରିବ । ସେ କହିଥିଲେ ମୁଁ ଏହା ନିଶ୍ଚୟ କରିବି ହେଉଛି ନବ ଭାରତର ମତିଗତି । ପ୍ରତିଯୋଗୀତା ଉପରେ ଏତେ ଚିନ୍ତିତ ନହୋଇ ଜଣେ ନିଜ ଦକ୍ଷତା ଉପରେ ଅଧିକ ଭରସା କରିବା ଆବଶ୍ୟକ । ଏଣିକି ଦେଶର ଆଶା ଅଧିକ ହେବ ଓ ହେଲେ ମଧ୍ୟ ଖେଳାଳୀମାନେ ଏଥିପାଇଁ ଚାପର ବଶବର୍ତ୍ତୀ ହେବା ଅନୁଚିତ । ଆମେ ଚାପକୁ ଶକ୍ତିରେ ରୂପାନ୍ତରିତ କରିବା ଉଚିତ । ଆମେ ଏହାକୁ ପ୍ରୋତ୍ସାହନ ବିବେଚନା କରିବା ଦରକାର ବୋଲି ସେ କହିଥିଲେ
ଗତ ସାତ ଆଠ ବର୍ଷ ମଧ୍ୟରେ ଆମ କ୍ରୀଡାବିତ ମାନେ ଅନେକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଓ ବଧୀର ଅଲିମ୍ପିକ୍ସରେ ଏହାର ପ୍ରମାଣ ମିଳିଛି । କ୍ରୀଡା ନେଇ ଦେଶରେ ମନୋଭାବ ବଦଳିବାରେ ଲାଗିଛି ବୋଲି ସେ କହିଥିଲେ । ଏହା ଭାରତୀୟ କ୍ରୀଡା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ଆପଣମାନଙ୍କ ଭଳି ଚାମ୍ପିଅନ ମାନେ ଏହାର କ୍ରୀଡାନାୟକ । ଆମକୁ ଏହି ସଫଳତା ଜାରି ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ଦେଶ ସମସ୍ତ ସମର୍ଥନ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
SM/DD
(Release ID: 1827439)
Visitor Counter : 125
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam