ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

Posted On: 22 MAY 2022 12:24PM by PIB Bhubaneshwar

ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୦୨୨ ମେ ୨୩ରୁ ୨୪ ଟୋକିଓ, ଜାପାନ ଗସ୍ତ କରିବାକୁ ଯାଉଛି ।

 

୨୦୨୨ ମାର୍ଚ୍ଚରେ ଚତୁର୍ଦ୍ଦଶ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ନିମନ୍ତେ ମୋତେ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଆତିଥେୟତା ପ୍ରଦାନ କରିବାର ସୌଭାଗ୍ୟ ମିଳିଥିଲା । ଟୋକିଓକୁ ମୋର ଯାତ୍ରା ସମୟରେ, ମୁଁ ଭାରତ-ଜାପାନ ବିଶେଷ ରଣନୀତିକ ତଥା ବୈଶ୍ୱିକ ସହଯୋଗିତାକୁ ମଜଭୁତ କରିବା ଉଦେ୍ଦଶ୍ୟରେ ନିଜ କଥାବାର୍ତ୍ତାକୁ ଆଗକୁ ବଢ଼ାଇବା ପାଇଁ ବେଶ ଆଗ୍ରହୀ ଅଛି ।

 

ଜାପାନରେ ମୁଁ ଦ୍ୱିତୀୟ କ୍ୱାଡ ନେତା ଶିଖର ସମ୍ମିଳନୀରେ ଯୋଗଦେବି, ଯାହା ୪ କ୍ୱାଡ ଦେଶଙ୍କର ନେତାମାନଙ୍କୁ କ୍ୱାଡ ପଦକ୍ଷେପଗୁଡ଼ିକର ପ୍ରଗତି ସମୀକ୍ଷା କରିବାର ଅବସର ଯୋଗାଇବ । ଆମେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ବିକାଶ ତଥା ଆପୋସ ହିତ ନିମିତ୍ତ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ମଧ୍ୟ ବିଚାର ଆଦାନ-ପ୍ରଦାନ କରିବୁ ।

 

ମୁଁ ରାଷ୍ଟ୍ରପତି ଜୋଶେଫ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ବି ସାମିଲ ହେବି, ଯେଉଁଠାରେ ଆମେ ଯୁକ୍ତରାଷ୍ଟ୍ର ଆମେରିକା ସହ ନିଜ ବହୁବିଧ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଆଲୋଚନା କରିବୁ । ଆମେ ଆଞ୍ଚଳିକ ବିକାଶ ତଥା ଯୁଗୋପଯୋଗୀ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ନିଜ କଥାବାର୍ତ୍ତା ଜାରି ରଖିବୁ ।

 

ନବନିର୍ବାଚିତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ପ୍ରଥମ ଥର ପାଇଁ କ୍ୱାଡ ନେତା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ମୁଁ ତାଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି, ଯେଉଁ ସମୟରେ ବ୍ୟାପକ ରଣନୀତିକ ସମନ୍ୱୟ ଆଧାରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁବିଧ ସହଯୋଗ ତଥା ପାରସ୍ପରିକ ହିତର ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।

 

ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସହଯୋଗ ଆମର ବିଶେଷ ସାମରିକ ତଥା ବୈଶ୍ୱିକ ସହଯୋଗିତାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ମାର୍ଚ୍ଚ ଶିଖର ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ କିଶିଦା ଓ ମୁଁ ଜାପାନରୁ ଭାରତକୁ ଆଗାମୀ ୫ ବର୍ଷରେ ସାର୍ବଜନିନ ତଥା ଘରୋଇ ନିବେଶ ଏବଂ ବିତ୍ତପୋଷଣରେ ଜେପିୱାଇ ୫ ଟି୍ରଲିୟନ ପ୍ରାପ୍ତ କରିବା ପାଇଁ ନିଜ ଆଗ୍ରହ ନେଇ ଘୋଷଣା କରିଥିଲୁ । ଆଗାମୀ ଗସ୍ତ ବେଳେ ମୁଁ ଏହି ଉଦେ୍ଦଶ୍ୟକୁ ପ୍ରାପ୍ତ କରିବା ପାଇଁ ଆମର ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ସମ୍ପର୍କଗୁଡ଼ିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ସହିତ ଜାପାନୀ ବ୍ୟବସାୟ ଜଗତର ନେତାମାନଙ୍କ ସହ ସାକ୍ଷାତ କରିବି ।

 

ଜାପାନରେ ପ୍ରବାସୀ ଭାରତୀୟଙ୍କର ପାଖାପାଖି ୪୦,୦୦୦ ସଦସ୍ୟ ଅଛନ୍ତି, ଯେଉଁମାନେ ଜାପାନ ସହିତ ଆମ ସମ୍ପର୍କର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର । ମୁଁ ତାଙ୍କ ସହ କଥାବାର୍ତ୍ତା କରିବା ପାଇଁ ବେଶ ଉତ୍ସୁକ ଅଛି ।

 

SR



(Release ID: 1827380) Visitor Counter : 109