ନିର୍ବାଚନ ଆୟୋଗ
azadi ka amrit mahotsav

ଆୟକର ରିହାତି ସୁବିଧା ଛାଡିବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି

Posted On: 20 MAY 2022 4:54PM by PIB Bhubaneshwar

ଶ୍ରୀ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ କମିଶନର ପଦବୀ ଗତ ୧୫ ତାରିଖ ଦିନ ଗ୍ରହଣ କରିବା ପରେ ଆଜି କମିଶନରମାନଙ୍କ ସହିତ ପ୍ରଥମ ସମ୍ମିଳନୀ ଆୟୋଜନ କରିଛନ୍ତି । ଶ୍ରୀ କୁମାରଙ୍କ ସହିତ ନିର୍ବାଚନ କମିଶନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । 

ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ମାନଙ୍କର ଦରମା ଓ ଭତ୍ତା ସହିତ ସେମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବିଶ୍ଳେଷଣ କରିଥିଲେ । 

ନିର୍ବାଚନ କମିଶନ (ନିର୍ବାଚନ କମିମଶନର ମାନଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟଶୈଳୀ )ଆଇନ ୧୯୯୧ର ଉପଖଣ୍ଡ ୩ ଅନୁଯାୟୀ ସେମାନେ ମାସିକ ୩୪ହଜାର ଟଙ୍କା ଆୟକର ବିହୀନ ଭତ୍ତା ପାଇଥାନ୍ତି । ଆହୁରି ମଧ୍ୟ ସେମାନେ ଏବଂ ସେମାନଙ୍କ ପରିବାରର ଆଶ୍ରିତମାନଙ୍କ ପାଇଁ ବର୍ଷକୁ ତିନୋଟି ପରିଭ୍ରମଣ ରିହାତି (ଏଲଟିସି) ଉପଭୋଗ କରିଥାନ୍ତି । 

ମୁଖ୍ୟ ନିର୍ବାଚନ କମିଶନର ବ୍ୟୟ ସଙ୍କୋଚନ ଉପରେ ଗୁରୁତ୍ୱ ଦେଉଥିବାରୁ ବୈଠକରେ ସମସ୍ତେ ସର୍ବସମ୍ମତ ଭାବରେ ଆୟକର ରିହାତି ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ତିନୋଟି ଅବକାଶ ପରିଭ୍ରମଣ ରିହାତି ବଦଳରେ ଗୋଟିଏର ସୁବିଧା ନେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

 

SSD/SLP


(Release ID: 1827193) Visitor Counter : 212