ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ


ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସୁରକ୍ଷାବଳଙ୍କୁ ନିର୍ଦ୍ଦେଶ

ଜମ୍ମୁ ଓ କଶ୍ମୀରରେ ଶାନ୍ତି ଓ ସମୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ସୁରକ୍ଷାବଳ ସୀମାପାର ଅନୁପ୍ରବେଶ ରୋକିବା ଓ ଆତଙ୍କବାଦ ମୂଳପୋଚ୍ଛ ନିମନ୍ତେ ଚେଷ୍ଟା କରିବା ଉଚିତ

Posted On: 17 MAY 2022 7:12PM by PIB Bhubaneshwar

କେନ୍ଦ୍ର ଗୃହ ଶ୍ରୀ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି । ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା  ଶ୍ରୀ ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ ।

****

SM/SLP



(Release ID: 1826158) Visitor Counter : 151