ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ମେ ୧୭ତାରିଖ ଦିନ ଟ୍ରାଇର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ


ପ୍ରଧାନମନ୍ତ୍ରୀ 5G ଟେଷ୍ଟ ବେଡ ଶୁଭାରମ୍ଭ କରିବେ। ଏହା ଭାରତୀୟ ଶିଳ୍ପ ଓ ଷ୍ଟାର୍ଟ ଅପ୍‌ସଙ୍କୁ ସେମାନଙ୍କ ସାମଗ୍ରୀକୁ ବୈଧ କରିବା, ପ୍ରୋଟୋ ଟାଇପ୍ରସ, 5G ର ସମାଧାନ ଓ ଆଲଗୋରୋଥିମ୍ ଓ ପରବର୍ତ୍ତୀ ପିଢି ପ୍ରଯୁକ୍ତି ବିଦ୍ୟା ନିମନ୍ତେ ସାହାଯ୍ୟ କରିବ

Posted On: 16 MAY 2022 4:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୭.୦୫.୨୦୨୨) ଦିନ ଭାରତୀୟ ଦୂରସଞ୍ଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ(ଟ୍ରାଇ)ର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ପୂର୍ବାହ୍ନ ଏଗାରଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ରଖିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିବେ ।

 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ଆଇଆଇଟି ମାନ୍ଦ୍ରାଜ ନେତୃତ୍ୱରେ ଆଠଟି ପ୍ରତିଷ୍ଠାନ ଦ୍ୱାରା ମିଳିତ ପ୍ରକଳ୍ପ ଜରିଆରେ ବିକଶିତ 5G ଟେଷ୍ଟ ବେଚର ମଧ୍ୟ ଶୁଭାରମ୍ଭ କରିବେ । ଏଥିରେ ସହଯୋଗ କରିଥିବା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡିକ ହେଲେ ଆଇଆଇଟି ଦିଲ୍ଲୀ୍‌, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗୋଲୋର, ପ୍ରୟୋଗାତ୍ମକ ଅନୁତରଙ୍ଗ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଗବେଷଣା ସମାଜ (ଏସଏଏମ୍‌ଇଇଆର) ଏବଂ ଓୟାରଲେସ୍ ଟେକ୍ନୋଲୋଜି, ଉତ୍କର୍ଷ କେନ୍ଦ୍ର(ଇଡବ୍ଲୁଆଇଟି) । ଏହି ପ୍ରକଳ୍ପ ବାବଦ ୨୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ଭାରତୀୟ ଶିଳ୍ପ ଓ ଷ୍ଟାର୍ଟଅପମାନଙ୍କୁ  ଏହି ଟେଷ୍ଟ ବେଡ ବିଭିନ୍ନ ଦିଗରେ ସାହାଯ୍ୟ କରିବା ସହ ପରବର୍ତ୍ତୀ ପିଢି ପ୍ରଯୁକ୍ତିବିଦ୍ୟା ନିମନ୍ତେ ମଧ୍ୟ ସହାୟକ ହେବେ ।

ଭାରତୀୟ ଦୂରସଞ୍ଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ ଆଇନ, ୧୯୯୭ ଅଧୀନରେ ୧୯୯୭ରେ ହିଁ ଟ୍ରାଇ ପ୍ରତିଷ୍ଠା ହୋଇଥିଲା ।

 

*****

SM/SLP



(Release ID: 1825871) Visitor Counter : 132