ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୁମ୍ବିନୀ,ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

ପୋଷ୍ଟ କରାଯିବା ଦିନାଙ୍କ: 16 MAY 2022 12:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।

ଏହି କେନ୍ଦ୍ର ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ, ନୂଆଦିଲ୍ଲୀଙ୍କ ଦ୍ୱାରା ଲୁମ୍ବିନୀ ଡେଭେଲପମେଣ୍ଟ ଟ୍ରଷ୍ଟ (ଏଲଡିଟି)ଙ୍କୁ ପ୍ରଦାନ କରାଯାଇଥିବା ଏକ ଜମିରେ ନିର୍ମିତ ହେବ । ମାର୍ଚ୍ଚ, ୨୦୨୨ରେ ଆଇବିସି ଓ ଏଲଡିଟିଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନ୍ତର୍ଗତ ଏହି ଜମି ଆବଣ୍ଟିତ ହୋଇଥିଲା ।

ତିନି ପ୍ରମୁଖ ବୌଦ୍ଧ ପରମ୍ପରା ଥେରବାଦ, ମହାଯାନ ଓ ବଜ୍ରଯାନ ସନ୍ୟାସୀମାନଙ୍କ ଦ୍ୱାରା ଶିଳାନ୍ୟାସ ସମାରୋହ ପରେ ଦୁଇ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ଏକ ମଡେଲ ଉନ୍ମୋଚନ କରିଥିଲେ ।

ନିର୍ମାଣ ସରିବା ପରେ ସାରା ବିଶ୍ୱର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ଦିଗକୁ ସ୍ୱାଗତ କରିବାରେ ଏହା ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିବ । ଏହି କେନ୍ଦ୍ରରେ ଶକ୍ତି, ଜଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ନେଟଜିରୋ ମାନକ ଅନୁରୂପ ଆଧୁନିକ କୋଠା ତଥା ପ୍ରାର୍ଥନା ଗୃହ, ଧ୍ୟାନ କେନ୍ଦ୍ର, ପାଠାଗାର, ପ୍ରଦର୍ଶନୀ ହଲ, କ୍ୟାଫେଟେରିଆ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।      

 

SR


(ରିଲିଜ ଆଡି: 1825867) ପରିଦର୍ଶକ କାଉଣ୍ଟର : 255