ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଇ ୧୨ ତାରିଖରେ ଭାରୁଚରେ " ଉତ୍କର୍ଷ ସମାରୋହ" କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚାରୋଟି ପ୍ରମୁଖ ଯୋଜନାର ୧୦୦% ସମ୍ପୂର୍ଣ୍ଣ ହେବାର ଉତ୍ସବ ପାଳନ କରୁଛି
Posted On:
11 MAY 2022 3:29PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୨ ମଇ ୨୦୨୨ ରେ ଗୁଜୁରାଟର ଭାରୁଚରେ "ଉତ୍କର୍ଷ ସମାରୋହ” କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚାରୋଟି ପ୍ରମୁଖ ଯୋଜନାର ୧୦୦% ସମ୍ପୂର୍ଣ୍ଣ ହେବାର ଉତ୍ସବ ପାଳନ କରାଯିବ, ଯାହାକି ଆବଶ୍ୟକ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିବ ।
ବିଧବା, ବୃଦ୍ଧ ଓ ଗରିବ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଯୋଜନାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭରୁଚ ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଜାନୁଆରୀ ୧ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ‘ଉତ୍କର୍ଷ ପ୍ରୋତ୍ସାହନ’' ଅଭିଯାନ ଚଳାଇଥିଲା । ଚାରୋଟି ଯୋଜନାରେ ସମୁଦାୟ ୧୨,୮୫୪ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ଯଥା ଗଙ୍ଗା ସ୍ୱରୂପ ଆର୍ଥିକ ସହାୟ ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟ ଯୋଜନା, ନିରାଧାର ବୃଦ୍ଧ ଆର୍ଥିକ୍ ସହାୟ ଯୋଜନା ଏବଂ ରାଷ୍ଟ୍ରିୟ କୁଟୁମ୍ବ ସହାୟ ଯୋଜନା ।
ଅଭିଯାନ ସମୟରେ, ଯେଉଁମାନେ ଏହି ଯୋଜନାର ଲାଭ ଗ୍ରହଣ କରୁନାହାଁନ୍ତି ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ତାଲୁକା ୱାରି ହ୍ୱାଟ୍ସ ଆପ୍ ହେଲ୍ପଲାଇନ ନମ୍ବର ଘୋଷଣା କରାଯାଇଥିଲା । ଜିଲ୍ଲାର ପୌରାଞ୍ଚଳରେ ଥିବା ସମସ୍ତ ୱାର୍ଡ ଓ ସମସ୍ତ ଗ୍ରାମରେ ଉତ୍କର୍ଷ ଶିବିର ଆୟୋଜନ କରାଯାଇଥିଲା ଯେଉଁଠାରେ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରୁଥିବା ଆବେଦନକାରୀଙ୍କୁ ସେହି ସ୍ଥାନରେ ତତ୍କାଳ ଅନୁମୋଦନ ପ୍ରଦାନ କରାଯାଇଥିଲା । ଅଭିଯାନକୁ ଅଧିକ ସୁଗମ କରିବା ପାଇଁ ଉତ୍କର୍ଷ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।
HS
(Release ID: 1824539)
Visitor Counter : 174
Read this release in:
Malayalam
,
English
,
Urdu
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada