ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମରେ କ୍ୟାନସର ହସ୍ପିଟାଲଗୁଡ଼ିକର ଶୁଭାରମ୍ଭ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
प्रविष्टि तिथि:
28 APR 2022 7:18PM by PIB Bhubaneshwar
ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ଜୀ, ଆସାମର ଲୋକପ୍ରିୟ ଏବଂ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱା ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶ୍ରୀ ରାମେଶ୍ୱର ତେଲୀ ଜୀ, ଦେଶର ବିକାଶରେ ପ୍ରମୁଖ ଯୋଗଦାନ ଦେଇଥିବା ଶ୍ରୀ ରତନ ଟାଟା ଜୀ, ଆସାମ ସରକାରଙ୍କ ମନ୍ତ୍ରୀ ଶ୍ରୀ କେଶବ ମହନ୍ତା ଜୀ, ଅଜନ୍ତା ନିୟୋଗ ଜୀ, ଅତୁଲ ବୋରା ଜୀ ଏବଂ ଏହି ପୃଥିବୀର ସନ୍ତାନ ଏବଂ ଭାରତର ନ୍ୟୟ ଜଗତରେ ଯେଉଁମାନେ ସର୍ବୋତ୍ତମ ସେବା ପ୍ରଦାନ କରିଛନ୍ତି ଏବଂ ଆଜିର ଆଇନ ପ୍ରଣୟନ ପ୍ରକ୍ରିୟାରେ ଆମକୁ ସହଯୋଗ କରୁଥିବା ଶ୍ରୀମାନ ରଞ୍ଜନ ଗୋଗୋଇ ଜୀ, ଶ୍ରୀ ସାଂସଦ ଗଣ, ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!
ପ୍ରୋଠୋମୋଟେ ମୋଇ ରଙ୍ଗୋଲି ବିହୁ, ଆରୁ ଓଁସମିୟା ନାଂବୋ-ବାର୍ଖୋର ଶୁଭେଚ୍ଛା ଜୋନାଇସୁ!
ଉତ୍ସବ ଏବଂ ଉଦ୍ଦୀପନାର ଏହି ଋତୁରେ ଆସାମର ବିକାଶର ଧାରାକୁ ଆହୁରି ଗତି ଦେବାରେ ଆଜିର ଏହି ଯେଉଁ ଭବ୍ୟ ସମାରୋହ ସେଥିରେ ମୋତେ ଆପଣ ସହି ଯେଉଁ ଉତ୍ସାହର ସହିତ ଯୋଡ଼ି ହେବାର ଅବସର ମିଳିଛି । ଆଜି ଏହି ଐତିହାସିକ ନଗରରେ ମୁଁ ଆସାମର ଗୌରବକୁ ଆସାମରେ ବିକାଶରେ ନିଜର ଯୋଗଦାନ ଦେଇଥିବା ଏଠିକାର ସମସ୍ତ ମହାନ ସନ୍ତାନମାନଙ୍କୁ ସ୍ମରଣ କରୁଛି ଏବଂ ଆଦରପୂର୍ବକ ସମସ୍ତଙ୍କୁ ପ୍ରଣାମ କରୁଛି ।
ସାଥୀମାନେ,
ଭାରତ ରତ୍ନ ଭୂପେନ ହଜାରିକା ଜୀଙ୍କର ଏକ ଗୀତ ହେଉଛି-
ବୋହାଗ ମଠୋ ଏଟି ଋତୁ ନୋହୋୟ ନୋହୋୟ ବୋହାଗ ଏଟି ମାହ
ଅଖୋମିୟା ଜାତିର ଇ ଆୟୁଷ ରେଖା ଗୋନୋ ଜିୟୋନୋର ଇ ଖାହ!
ଆସାମର ଜୀବନରେଖାକୁ ଅକ୍ଷୟ ଏବଂ ପ୍ରଖର କରିବାକୁ ଆମେ ଦିନ ରାତି ଆପଣଙ୍କ ସେବା କରିବାକୁ ପ୍ରୟାସ କରୁଛୁ । ଏହି ସକଂଳ୍ପ ସହିତ ବାରମ୍ବାର ମୁଁ ଆପଣଙ୍କ ମଧ୍ୟକୁ ଆସିବାକୁ ମନ କରୁଛି । ଆସାମ ଆଜି ଶାନ୍ତି ପାଇଁ ବିକାଶ ପାଇଁ ଏକଜୁଟ ହୋଇ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି ଏବଂ ମୁଁ କିଛି ସମୟ ପୂର୍ବରୁ କାର୍ବି ଆଙ୍ଗଲଙ୍ଗରେ ଦେଖିଲି ଏବଂ ଅନୁଭବ କରୁଥିଲି ଯେ କେଉଁ ଉତ୍ସାହ, କେଉଁ ଉଦ୍ଦୀପନା, କେଉଁ ସ୍ୱପ୍ନ, କେଉଁ ସଂକଳ୍ପ ।
ସାଥୀମାନେ,
କିଛି ସମୟ ପୂର୍ବରୁ ମୁଁ ମଧ୍ୟ ଦିବ୍ରୁଗଡ଼ରେ ନୂତନ ଭାବେ ନିର୍ମିତ କ୍ୟାନସର ହସ୍ପିଟାଲ ଏବଂ ସେଠାରେ ହୋଇଥିବା ସୁବିଧାଗୁଡ଼ିକୁ ମଧ୍ୟ ଦେଖିଲି । ଆଜି ଏଠାରେ ଆସାମରେ ୭ଟି ନୂତନ କ୍ୟାନସର ଡାକ୍ତରଖାନାର ଉଦଘାଟନ କରାଯାଇଛି । ଏକ ସମୟ ଥିଲା, ୭ ବର୍ଷ ମଧ୍ୟରେ ଏକ ହସ୍ପିଟାଲ ଖୋଲିବା ମଧ୍ୟ ବହୁତ ବଡ଼ ଉତ୍ସବ ପାଳନ କରାଯାଉଥିଲା । ଆଜି ସମୟ ବଦଳିଯାଇଛି, ଗୋଟିଏ ଦିନରେ ଗୋଟିଏ ରାଜ୍ୟରେ ୭ଟି ଡାକ୍ତରଖାନା ଖୋଲୁଛି । ଏବଂ ମୋତେ କୁହାଯାଇଛି ଯେ ଆପଣଙ୍କ ସେବା କରିବାକୁ ଆଗାମୀ କିଛି ମାସ ମଧ୍ୟରେ ଆଉ ତିନୋଟି କ୍ୟାନସର ଡାକ୍ତରଖାନା ପ୍ରସ୍ତୁତ ହୋଇଯିବ । ଏତଦବ୍ୟତୀତ ରାଜ୍ୟରେ ଆହୁରି ୭ଟି ନୂତନ ଆଧୁନିକ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଆଜି ମଧ୍ୟ ଆରମ୍ଭ ହେଉଛି । ଏହି ଡାକ୍ତରଖାନାଗୁଡ଼ିକରେ ଆସାମର ଅନେକ ଜିଲ୍ଲାରେ କର୍କଟ ରୋଗର ଚିକିତ୍ସା ସୁବିଧା ମଧ୍ୟ ବୃଦ୍ଧି ପାଇବ । ଡାକ୍ତରଖାନା ଆବଶ୍ୟକ ଏବଂ ସରକାର ମଧ୍ୟ ନିର୍ମାଣ କରୁଛନ୍ତି । କିନ୍ତୁ ମୁଁ ଟିକିଏ କିଛି ବିପରୀତ ଶୁଭକାମନା ଦେବାକୁ ଚାହୁଁଛି । ଡାକ୍ତରଖାନା ଆପଣଙ୍କ ନିକଟରେ ଅଛି କିନ୍ତୁ ମୁଁ ଆସାମବାସୀଙ୍କ ଜୀବନରେ ଡାକ୍ତରଖାନା ଯିବାରେ କୌଣସି ଅସୁବିଧା ଆସୁ । ମୁଁ ଆପଣମାନଙ୍କର ସମସ୍ତ ସ୍ୱାସ୍ଥ୍ୟର ଶୁଭକାମନା କରୁଛି । ଆପଣଙ୍କ ପରିବାରର କାହାକୁ ମଧ୍ୟ ଡାକ୍ତରଖାନା ଯିବାକୁ ନ ପଡୁ । ଏବଂ ମୋତେ ଖୁସି ଲାଗିବ ଯେ ଆମର ସମସ୍ତ ନୂତନ ଡାକ୍ତରଖାନାଗୁଡ଼ିକ ତିଆରି କରି ଖୋଲାଯାଉଛି । କିନ୍ତୁ ଯଦି ଆବଶ୍ୟକ ହୁଏ, କର୍କଟ ରୋଗୀଙ୍କୁ ଅସୁବିଧା ହେତୁ ମୃତୁ୍ୟ ସହିତ ମୁକାବିଲା କରିବାକୁ ସେ ସମୟ ହିଁ ନ ଆସୁ ଏବଂ ସେଥିପାଇଁ ଆମେ ଆପଣଙ୍କୁ ସେବା କରିବାକୁ ପ୍ରସ୍ତୁତ ରହିବୁ ।
ଭାଇ ଏବଂ ଭଉଣୀମାନେ,
ଆସାମରେ କ୍ୟାନସର ରୋଗର ଚିକିତ୍ସା ପାଇଁ ଏହିପରି ଏକ ବିସ୍ତୃତ, ଏପରି ଏକ ବ୍ୟାପକ ଚିକିତ୍ସା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଏଠାରେ ବହୁତ ବଡ଼ ସଂଖ୍ୟାରେ କ୍ୟାନସର ଚିହ୍ନଟ ହେଉଛି । କେବଳ ଆସାମରେ ନୁହେଁ, ଉତ୍ତର ପୂର୍ବରେ ମଧ୍ୟ କର୍କଟ ଏକ ବଡ଼ ସମସ୍ୟା ପାଲଟିଛି । ଏଥିରେ ସବୁଠାରୁ ଅଧିକ ଆମର ଗରିବ ପରିବାର ପ୍ରଭାବିତ ହେଉଛନ୍ତି । ଗରିବ ଭାଇ ଓ ଭଉଣୀମାନେ ଆମର ମଧ୍ୟବିତ୍ତ ପରିବାରର ଲୋକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । କିଛିବର୍ଷ ପୂର୍ବେ ରୋଗୀଙ୍କୁ କ୍ୟାନସର ରୋଗର ଚିକିତ୍ସା ପାଇଁ ବଡ଼ ସହରକୁ ଯିବାକୁ ପଡୁଥିଲା ଏବଂ ଏହି କାରଣରୁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ପରିବାର ଉପରେ ଚାପ ପଡୁଥିଲା । ଗରିବ ଏବଂ ମଧ୍ୟବିତ୍ତଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଁ ଗତ ୫-୬ ବର୍ଷ ଧରି ଏଠାରେ ଯେଉଁ ପଦକ୍ଷେପ ନିଆଯାଇଛି ଏଥିପାଇଁ ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀଙ୍କୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ଜୀ ଏବଂ ଟାଟା ଟ୍ରଷ୍ଟକୁ ଅନେକ ଅନେକ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବର୍ତ୍ତମାନ ଆସାମ କ୍ୟାନସର ଚିକିତ୍ସା ଫାଉଣ୍ଡେସନ ଭାବରେ ଏଠାରେ କ୍ୟାନସରର ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସାର ଏତେ ବଡ଼ ନେଟୱର୍କ ଏଠାରେ ପ୍ରସ୍ତୁତ । ଏହା ମାନବିକତାର ବହୁତ ବଡ଼ ସେବା ।
ସାଥୀମାନେ,
ଆସାମ ସମତେ ସମଗ୍ର ଉତ୍ତର ପୂର୍ବରେ କ୍ୟାନସର ରୋଗର ଏହି ଆହ୍ୱାନର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ନିରନ୍ତର ଉଦ୍ୟମ କରୁଛନ୍ତି । ରାଜଧାନୀ ଗୌହାଟୀରେ ମଧ୍ୟ କ୍ୟାନସର ରୋଗ ଚିକିତ୍ସା ସହ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ମଜବୁତ କରାଯାଉଛି । ଚଳିତ ବର୍ଷର ବଜେଟରେ ଉତ୍ତର ପୂର୍ବର ବିକାଶ ପାଇଁ ୧୫ଠଠ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା, PM-DevINE ମଧ୍ୟ କ୍ୟାନସର ଚିକିତ୍ସା ଉପରେ ଧ୍ୟାନ ଦେଇଛି । ଏହା ଅଧିନରେ କ୍ୟାନସର ରୋଗର ଚିକିତ୍ସା ପାଇଁ ଏକ ଉତ୍ସର୍ଗୀକୃତ ସୁବିଧା ଗୌହାଟୀରେ ପ୍ରସ୍ତୁତ ହେବ ।
ଭାଇ ଏବଂ ଭଉଣୀମାନେ,
କ୍ୟାନସର ଭଳି ଗମ୍ଭୀର ରୋଗ ଏକ ପରିବାର ଭାବରେ ଏବଂ ଏକ ସମାଜ ଭାବରେ ଆମକୁ ଭାବନାତ୍ମକ ଭାବରେ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଥାଏ । ତେଣୁ ଗତ ୭-୮ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟକୁ ନେଇ ବହୁତ ବଡ଼ ଏବଂ ବ୍ୟାପକ କାର୍ଯ୍ୟ କରାଯାଉଛି । ଆମ ସରକାର ୭ଟି ବିଷୟ ଉପରେ ଧ୍ୟାନ ଦେଇ ଏହା କହିଛନ୍ତି, ସ୍ୱାସ୍ଥ୍ୟର ସପ୍ତଋଷିଙ୍କ ଉପରେ ଫୋକସ କରିଛୁ ।
ପ୍ରଥମ ପ୍ରୟାସ ହେଉଛି ଅସୁସ୍ଥତାର କୌଣସି ସୁଯୋଗ ନ ଆସୁ । ସେଥିପାଇଁ ଆମ ସରକାର ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହା ଯୋଗ, ଫିଟ୍ନେସ, ସ୍ୱଚ୍ଛତା ଏହିପରି ଅନେକ କାର୍ଯ୍ୟକ୍ରମ ଏଥିପାଇଁ ଚାଲିଛି । ଦ୍ୱିତୀୟରେ, ଯଦି ରୋଗ ହେଲା ତେବେ ଏହା ଆରମ୍ଭରେ ହିଁ ଜଣା ପଡ଼ିଥାଏ । ଏଥିପାଇଁ ସାରା ଦେଶରେ ନୂତନ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଉଛି । ତୃତୀୟ ଫୋକସ ହେଉଛି ଯେ ଲୋକମାନେ ନିଜ ଘର ନିକଟରେ ଉନ୍ନତ ପ୍ରାଥମିକ ଚିକିତ୍ସା ସୁବିଧା ପାଇବା ଉଚିତ । ଏଥିପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ନେଟୱାର୍କକୁ ସମଗ୍ର ଦେଶରେ ସୁସ୍ଥତା କେନ୍ଦ୍ର ଆକାରରେ ଏକ ନୂତନ ଶକ୍ତି ସହିତ ତାହାର ଏକ ନେଟୱର୍କକୁ ଆଗକୁ ନିଆଯାଉଛି । ଚତୁର୍ଥ ପ୍ରୟାସ ଏହା ହେଉଛି ଯେ ଗରିବ ଲୋକଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ମାଗଣା ଚିକିତ୍ସା ମିଳୁ । ଏଥିପାଇଁ ଆୟୁଷ୍ମାନ ଯୋଜନା ଅଧିନରେ ଭାରତ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି ।
ସାଥୀମାନେ,
ଆମର ପଞ୍ଚମ ଫୋକସ୍ ଏହି କଥା ଉପରେ । ଭଲ ଚିକିତ୍ସା ପାଇଁ ବଡ଼ ବଡ଼ ସହର ଉପରେ ଅତି କମ ନିର୍ଭର କରନ୍ତୁ । ଏଥିପାଇଁ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଦ୍ଭୁତପୂର୍ବ ପୁଞ୍ଜି ବିନିଯୋଗ କରୁଛନ୍ତି । ଆମେ ଦେଖିଛୁ ଯେ ସ୍ୱାଧୀନତା ପରେ ଯେତିକି ଭଲ ଡାକ୍ତରଖାନା ବଡ଼ ସହରରେ ନିର୍ମିତ ହୋଇଥିଲା ତାହା କେବଳ ବଡ଼ ସହରରେ ହିଁ ନିର୍ମିତ ହୋଇଥିଲା । ଟିକିଏ ଯଦି ଦେହ ଖରାପ ହୁଏ ତେବେ ବଡ଼ ସହରକୁ ଦୌଡ଼ିବାକୁ ପଡ଼େ, ତାହା ହିଁ ଘଟୁଛି । କିନ୍ତୁ ୨ଠ୧୪ ପରଠାରୁ ଆମ ସରକାର ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ବ୍ୟସ୍ତ ଅଛନ୍ତି । ୨ଠ୧୪ ପୂର୍ବରୁ ଦେଶରେ କେବଳ ୭ଟି ଏମ୍ସ ଥିଲା । ଏଥିମଧ୍ୟରୁ ଦିଲ୍ଲୀବାସୀଙ୍କୁ ଛାଡ଼ି ଦିଆଯାଉ, କେଉଁଠି କେଉଁଠି ଓପିଡି ଲାଗେ ନାହିଁ, ଏମବିବିଏସ ଅଧ୍ୟୟନ ହେଉନାହିଁ, କିଛି ଅସମ୍ପୂର୍ଣ୍ଣ ରହିଯାଇଛି । ଆମେ ସମସ୍ତେ ଏ ସବୁକୁ ସଂଶୋଧନ କରି ଏବଂ ଦେଶରେ ୧୬ଟି ନୂତନ ଏମ୍ସ ଘୋଷଣା କଲୁ ।
ଏମ୍ସ ଗୌହାଟୀ ମଧ୍ୟ ସେଥିମଧ୍ୟରୁ ଗୋଟିଏ । ଆମ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଗୋଟିଏ ମେଡିକାଲ କଲେଜ ନିଶ୍ଚିତ ରହିବା ଜରୁରୀ । ତେଣୁ ସେ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି । ୨ଠ୧୪ ପୂର୍ବରୁ ଦେଶରେ ୩୮୭ଟି ମେଡିକାଲ କଲେଜ ଥିଲା । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ପ୍ରାୟ ୬ଠଠକୁ ବୃଦ୍ଧି ପାଉଛି ।
ସାଥୀମାନେ,
ଆମ ସରକାରଙ୍କ ସ୍ପଷ୍ଟ ଫୋକସ ଏହି କଥା ଉପରେ ମଧ୍ୟ ଅଛି ଯେ ଡାକ୍ତରଙ୍କ ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି କରାଯାଉ। ଗତ ୭ ବର୍ଷ ମଧ୍ୟରେ ଏମବିବିଏସ ଏବଂ ପିଜି ପାଇଁ ୭ଠ ହଜାରରୁ ଅଧିକ ନୂତନ ସିଟ ଯୋଡ଼ାଯାଇଛି । ଆମ ସରକାର ୫ ଲକ୍ଷରୁ ଅଧିକ ଆୟୁଷ ଡାକ୍ତରଙ୍କୁ ମଧ୍ୟ ଏଲୋପାଥିକ ଡାକ୍ତରଙ୍କ ସମକକ୍ଷ ମାନନ୍ତି । ଏଥିମଧ୍ୟରେ ଭାରତରେ ଡାକ୍ତର-ରୋଗୀଙ୍କ ମଧ୍ୟରେ ମଧ୍ୟ ଉନ୍ନତି ଆସିଛି । ନିକଟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ୫ଠ ପ୍ରତିଶତ ସିଟ ଉପରେ ସେତିକି ହିଁ ଫିସ ନିଆଯିବ, ଯେତିକି ଫିସ ସରକାରୀ ମେଡିକାଲ କଲେଜରେ ନିଆଯାଇଥାଏ । ଏହାଦ୍ୱାରା ହଜାର ହଜାର ଯୁବକ ଉପକୃତ ହେଉଛନ୍ତି । ଦେଶ ସ୍ୱାଧୀନତା ପରେ ଯେତେ ଡାକ୍ତର ମିଳିଲେ ଆମ ସରକାରଙ୍କ ପ୍ରୟାସରେ ଏହାଠାରୁ ଅଧିକ ଡାକ୍ତର ଆସନ୍ତା ଦଶ ବର୍ଷରେ ଉପଲବ୍ଧ ହେବାକୁ ଯାଉଛନ୍ତି ।
ସାଥୀମାନେ,
ଆମ ସରକାରଙ୍କ ସପ୍ତମ ଫୋକସ ହେଉଛି ସ୍ୱାସ୍ଥ୍ୟ ସେବାର ଡିଜିଟାଇଜେସନ । ସରକାରଙ୍କ ପ୍ରୟାସ ରହିବ ଯେ ଚିକିତ୍ସା ପାଇଁ ଲମ୍ବା ଲାଇନରୁ ମୁକ୍ତି ପାଇବା, ଚିକିତ୍ସା ନାମରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା । ଏଥିପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରାଯାଇଛି । ପ୍ରୟାସ ହେଉଛି ଯେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକର ପୁରା ଦେଶର ନାଗରିକମାନେ କୌଣସି ଠାରେ ମଧ୍ୟ ଲାଭ ପାଇପାରିବେ । ଏଥିପାଇଁ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ଏହା ହେଉଛି ୱାନ ନେସନ ୱାନ ହେଲଥର ଭାବନା ହେଉ । ଏହା ଦେଶର ସବୁଠାରୁ ବଡ଼ ମହାମାରୀରେ ମଧ୍ୟ ସମ୍ବଳ ପ୍ରଦାନ କରିଥିଲା, ଚାଲେଞ୍ଜର ମୁକାବିଲା ପାଇଁ ଶକ୍ତି ଦେଇଥିଲା ।
ସାଥୀମାନେ,
କେନ୍ଦ୍ର ସରକାରଙ୍କ ଯୋଜନା ଦେଶରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ସୁଲଭ ଏବଂ ଶସ୍ତା ମୂଲ୍ୟରେ ଉପଲବ୍ଧ ହେଉଛି । ଆମ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥିର କରିଛନ୍ତି । ଗରିବଙ୍କ ପୁଅ ଏବଂ ଝିଅ କାହିଁକି ଡାକ୍ତର ହୋଇପାରିବେ ନାହିଁ । ଗାଁରେ ରହୁଥିବା ପିଲା, ଯିଏ ଜୀବନରେ ଇଂରାଜୀରେ ପାଠ ପଢ଼ିବାର ସୁଯୋଗ ପାଇଲେ ନାହିଁ ସେ କାହିଁକି ଡାକ୍ତର ହୋଇପାରିବେ ନାହିଁ । ଏବଂ ସେଥିପାଇଁ ବର୍ତ୍ତମାନ ଭାରତ ସରକାର ସେହି ଦିଗରେ ଅଗ୍ରଗତି କରୁଛନ୍ତି ଯେ ଯେଉଁମାନେ ନିଜର ମାତୃଭାଷାରେ, ସ୍ଥାନୀୟ ଭାଷାରେ ଡାକ୍ତରୀ ଶିକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସୁବିଧା ସୃଷ୍ଟି କରୁଛନ୍ତି । ଯାହା ଫଳରେ ଗରିବ ପିଲାମାନେ ମଧ୍ୟ ଡାକ୍ତର ହୋଇପାରିବେ।
ବର୍ଷ ବର୍ଷ ଧରି ଏପରି ଅନେକ ଅତ୍ୟାବଶ୍ୟକ କ୍ୟାନସର ଔଷଧ ଅଛି ଯାହାର ମୂଲ୍ୟ ପ୍ରାୟ ଅଧା ହୋଇଯାଇଛି । ଏହି କାରଣରୁ କ୍ୟାନସର ରୋଗୀଙ୍କ ପାଇଁ ପ୍ରତିବର୍ଷ ପ୍ରାୟ ହଜାର କୋଟି ଟଙ୍କା ସଂଚୟ ହୋଇପାରୁଛି । ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ମାଧ୍ୟମରେ ୯ଠଠରୁ ଅଧିକ ଔଷଧ ଶସ୍ତା ମୂଲ୍ୟରେ ଉପଲବ୍ଧ ହେଉଛି । ଯେଉଁ ଔଷଧ ୧ଠଠ ଟଙ୍କାରେ ଉପଲବ୍ଧ ହେଉଛି ତାହା କିପରି ଦଶ କୋଡ଼ିଏ ଟଙ୍କାରେ ଉପଲବ୍ଧ ହେବ ଏହାର ବ୍ୟବସ୍ଥା କରାଯାଇଛି । ଏହି ଔଷଧଗୁଡ଼ିକ ମଧ୍ୟରୁ ଅନେକ କ୍ୟାନସର ରୋଗର ଚିକିତ୍ସା ସହିତ ଜଡ଼ିତ । ଏହି ସୁବିଧାଗୁଡ଼ିକ ଦ୍ୱାରା ରୋଗୀମାନଙ୍କର ଶହ ଶହ କୋଟି ଟଙ୍କା ସଂଚୟ ହୋଇପାରୁଛି । ଯଦି କୌଣସି ପରିବାରରେ ବୃଦ୍ଧ ପିତାମାତା ଅଛନ୍ତି, ମଧୁମେହ ଭଳି ରୋଗ ଥାଏ, ତେବେ ମଧ୍ୟମବର୍ଗର ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମାସକରେ ଔଷଧ ଖର୍ଚ୍ଚ ୧ଠଠଠ, ୧୫ଠଠ, ୨ଠଠଠ ଟଙ୍କା ଆସିଥାଏ । ଜନଔଷଧି କେନ୍ଦ୍ରର ସେହି ଖର୍ଚ୍ଚ ୮ଠ, ୯ଠ, ୧ଠଠ ଟଙ୍କାରେ ପୂରଣ ହୋଇପାରୁଛି, ଏହି ଚିନ୍ତା ଆମେ କରୁଛୁ ।
କେବଳ ଏତିକି ନୁହେଁ, ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଲାଭ ପାଉଥିବା ଅନେକ ହିତାଧିକାରୀଙ୍କ ମଧ୍ୟରେ ବହୁସଂଖ୍ୟକ କ୍ୟାନସର ରୋଗୀ ଅଛନ୍ତି । ଯେତେବେଳେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା ଅନେକ ଗରିବ ପରିବାର କ୍ୟାନସର ଚିକିତ୍ସାରୁ ବଂଚିତ ହେଉଥିଲେ । ସେ ଭାବୁଥିଲେ ଯେ ଯଦି ସେ ଡାକ୍ତରଖାନା ଯାଆନ୍ତି ତେବେ ତାଙ୍କୁ ଋଣ ନେବାକୁ ପଡ଼ିବ । ଏବଂ ସେହି ଋଣ ତାଙ୍କୁ ପିଲାମାନଙ୍କୁ ବହନ କରିବାକୁ ପଡ଼ିବ । ବୃଦ୍ଧ ପିତାମାତା ମରିବାକୁ ଭଲ ପାଉଥିଲେ କିନ୍ତୁ ପିଲାମାନଙ୍କ ଉପରେ ବୋଝ ହେବାକୁ ପସନ୍ଦ କରୁ ନ ଥିଲେ, ଡାକ୍ତରଖାନାକୁ ଯାଉ ନ ଥିଲେ, ଚିକିତ୍ସା କରୁ ନ ଥିଲେ । ଯଦି ଚିକିତ୍ସା ଅଭାବରୁ ଗରିବ ପିତାମାତା ମରିଯାଆନ୍ତି ତେବେ ଆମେ କେଉଁ କାମ ପାଇଁ ଅଛୁ । ବିଶେଷକରି ଆମର ମା ଏବଂ ଭଉଣୀମାନେ ସେମାନେ ଚିକିତ୍ସା ମଧ୍ୟ କରୁ ନ ଥିଲେ । ସେମାନେ ଦେଖୁଥିଲେ ଯେ ଚିକିତ୍ସା ପାଇଁ ତାଙ୍କୁ ଋଣ ନେବାକୁ ପଡ଼ିବ, ଘର ଏବଂ ଜମି ବିକ୍ରି କରିବାକୁ ହେବ । ଆମର ମା, ଭଉଣୀ ଏବଂ ଝିଅମାନଙ୍କୁ ମଧ୍ୟ ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି ।
ଭାଇ ଏବଂ ଭଉଣୀମାନେ,
ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ କେବଳ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ ନାହିଁ ବରଂ କ୍ୟାନସର ଭଳି ଗମ୍ଭୀର ରୋଗର ଚିହ୍ନଟ କରିବାରେ ମଧ୍ୟ ଶୀଘ୍ର ସାହାଯ୍ୟ କରେ । ଆସାମ ସମେତ ସାରା ଦେଶରେ ଯେଉଁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯାଉଛି ସେଥିରୁ ୧୫ କୋଟିରୁ ଅଧିକ ସହକର୍ମୀଙ୍କୁ କ୍ୟାନସର ରୋଗ ପାଇଁ ସ୍କ୍ରିନିଂ କରାଯାଇଛି । ଏହି ରୋଗ ଶୀଘ୍ର ଚିହ୍ନଟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ରୋଗ ଗୁରୁତର ହେବାରୁ ରୋକାଯାଇ ପାରିବ ।
ସାଥୀମାନେ,
ଦେଶରେ ଚିକିତ୍ସା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଯେଉଁ ଅଭିଯାନ ଚାଲିଛି ତାହାର ଲାଭ ଆସାମକୁ ମଧ୍ୟ ମିଳୁଛି । ହିମନ୍ତ ଜୀ ଏବଂ ତାଙ୍କର ଟିମ୍ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ରାଷ୍ଟ୍ରୀୟ ସଂକଳ୍ପ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । ଆସାମରେ ଅମ୍ଳଜାନ ଠାରୁ ଆରମ୍ଭ କରି ଭେଣ୍ଟିଲେଟର ପର୍ଯ୍ୟନ୍ତ ସମସ୍ତ ସୁବିଧାଗୁଡ଼ିକ ବଢ଼ିବାରେ ଲାଗିଛି ବୋଲି କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି । ଜଟିଳ ଚିକିତ୍ସାର ଭିତ୍ତିଭୂମି କିଭଳି ଯଥାଶୀଘ୍ର ଆସାମରେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ଆସାମ ସରକାର ସର୍ବୋତ୍ତମ କାର୍ଯ୍ୟ କରିବା ଦିଗରେ ପଦକ୍ଷେପ ନେଇଛନ୍ତି ।
ଭାଇ ଓ ଭଉଣୀମାନେ,
କରୋନା ସଂକ୍ରମଣରେ ବିଶ୍ୱରେ ଲଗାତାର ସଂଗ୍ରାମ କରୁଛି । ଭାରତରେ ଟିକାକରଣ ଅଭିଯାନକୁ ବହୁତ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ପିଲାମାନଙ୍କ ପାଇଁ ଅନେକ ଟିକା ମଧ୍ୟ ଅନୁମୋଦନ କରାଯାଇଛି । ପ୍ରିକସନ ଡୋଜ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ବର୍ତ୍ତମାନ ଆମର ସମସ୍ତଙ୍କର ଦାୟିତ୍ୱ ଯେ ନିଜେ ଟିକା ନେବା ଏବଂ ପିଲାମାନଙ୍କୁ ମଧ୍ୟ ଏହି ସୁରକ୍ଷା କବଚ ଦେବା ।
ସାଥୀମାନେ,
କେନ୍ଦ୍ର ଏବଂ ଆସାମ ସରକାର ଚା’ ବଗିଚାରେ କାମ କରୁଥିବା ଲକ୍ଷ ଲକ୍ଷ ପରିବାରକୁ ଉନ୍ନତ ଜୀବନ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି । ମାଗଣା ରାସନ ଠାରୁ ଆରମ୍ଭ କରି ହର ଘର ଜଲ ଯୋଜନା ଅନ୍ତର୍ଗତ ଯେକୌଣସି ସୁବିଧା ଉପଲବ୍ଧ ଅଛି ତାହାକୁ ଆସାମ ସରକାର ସେମାନଙ୍କୁ ଚା’ ବଗିଚା ପର୍ଯ୍ୟନ୍ତ ଶୀଘ୍ର ପହଂଚାଉଛନ୍ତି । ଶିକ୍ଷା ଏବଂ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ମଧ୍ୟ କରାଯାଉଛି । ବିକାଶର ଲାଭରୁ କୌଣସି ମଧ୍ୟ ବ୍ୟକ୍ତି, କୌଣସି ପରିବାରକୁ ଯେପରି ଛାଡ଼ି ଦିଆଯିବ ନାହିଁ ତାହାର ମଧ୍ୟ ପ୍ରୟାସ କରାଯାଉଛି । ଏହା ଆମର ସଂକଳ୍ପ ଅଟେ ।
ଭାଇ ଓ ଭଉଣୀମାନେ,
ଆଜି ଆମେ ଭାରତରେ ବିକାଶର ଧାରାକୁ ଯେଉଁଭଳି ଭାବରେ ନେଇ ଚାଲୁଛୁ ସେଥିରେ ଜନକଲ୍ୟାଣର ପରିସରକୁ ବ୍ୟାପକ କରିଛୁ । ପୂର୍ବରୁ କେବଳ କିଛି ସବସିଡି ଜନକଲ୍ୟାଣ ସହିତ ଜଡ଼ିତ ଥିବା ଦେଖାଯାଇଥିଲା । ଭିତ୍ତିଭୂମି ସଂଯୋଗୀକରଣର ପ୍ରକଳ୍ପଗୁଡ଼ିକ କଲ୍ୟାଣ ସହିତ ଯୋଡ଼ି ହୋଇଥିବା ଦେଖାଯାଇ ନ ଥିଲା, ଯାହାକି ଉତ୍ତମ ସଂଯୋଗୀକରଣର ଅଭାବ ଯୋଗୁଁ । ସର୍ବସାଧାରଣଙ୍କୁ ସୁବିଧା ବିତରଣ କରିବା କଷ୍ଟସାଧ୍ୟ ହୋଇଯାଇଥାଏ । ଗତ ଶତାବ୍ଦୀର ସେହି ଅବଧାରଣାକୁ ଛାଡ଼ି ବର୍ତ୍ତମାନ ଦେଶ ଆଗକୁ ବଢୁଛି । ଆଜି ଆପଣ ଦେଖୁଛନ୍ତି ଯେ ଆସାମର ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ହେଉଛି, ବ୍ରହ୍ମପୁତ୍ରରେ ସେତୁ ନିର୍ମାଣ ହେଉଛି, ରେଳ ନେଟୱର୍କ ମଜବୁତ ହେଉଛି । ଏସବୁ ସ୍କୁଲ, କଲେଜ, ହସ୍ପିଟାଲକୁ ଯିବା ଆସିବାରେ ସହଜ କରିଦେଇଛି । ଜୀବିକା ନିର୍ବାହ ପାଇଁ ସୁଯୋଗ ଖୋଲିଛି । ଗରିବରୁ ଅତି ଗରିବ ଲୋକଙ୍କ ପାଇଁ ଟଙ୍କାର ମଧ୍ୟ ସଂଚୟ ହେଉଛି । ଆଜି ଅତି ଗରିବ ଶ୍ରେଣୀର ଲୋକମାନଙ୍କୁ ମଧ୍ୟ ମୋବାଇଲ ଫୋନ ସୁବିଧା ମିଳୁଛି, ଇଣ୍ଟରନେଟ ସହିତ ଯାଡ଼ାଯାଉଛି । ଏହାଦ୍ୱାରା ସେମାନଙ୍କୁ ସରକାରଙ୍କ ସବୁ ସେବା ପାଇବାରେ ସୁବିଧା ହେବ, ଭ୍ରଷ୍ଟାଚାରରୁ ମୁକ୍ତ ମିଳିବ ।
ଭାଇ ଓ ଭଉଣୀମାନେ,
ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ସହିତ ଆମେ ଆସାମ ଏବଂ ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ବ୍ୟସ୍ତ ରହିଛୁ । ଆମର ପ୍ରୟାସ ହେବ ଯେ ଆସାମର ସଂଯୋଗୀକରଣ ସଶକ୍ତ ହେଉ । ଏଠାରେ ନୂତନ ବିନିଯୋଗର ସୁଯୋଗ ସୃଷ୍ଟି ହେଉ । ଆସାମରେ ବିନିଯୋଗ ପାଇଁ ଅନେକ ସମ୍ଭାବନା ଅଛି । ଆମକୁ ଏହି ସମ୍ଭାବନାଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ । ଚା’ ହେଉ, ଜୈବିକ କୃଷି, ତୈଳ ସମ୍ବନ୍ଧୀୟ ଶିଳ୍ପ ହେଉ କିମ୍ବା ପର୍ଯ୍ୟଟନ ହେଉ ଆସାମର ବିକାଶକୁ ଆମକୁ ନୂତନ ଶିଖରକୁ ନେବାକୁ ପଡ଼ିବ ।
ସାଥୀମାନେ,
ଆଜି ଆସାମ ଗସ୍ତ ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ । ଗୋଟିଏ ପଟେ ମୁଁ ସେହି ଲୋକମାନଙ୍କୁ ଭେଟି ଆସିଛି । ଯେଉଁମାନେ ବୋମା ବନ୍ଧୁକର ରାସ୍ତା ଛାଡ଼ି ଶାନ୍ତି ରାସ୍ତାରେ ବିକାଶର ସ୍ରୋତରେ ଯୋଗଦେବାକୁ ଚାହୁଁଛନ୍ତି ଏବଂ ବର୍ତ୍ତମାନ ମୁଁ ଆପଣମାନଙ୍କ ମଧ୍ୟରେ ଅଛି, ଅସୁସ୍ଥତା କାରଣରୁ ଯେଉଁମାନଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡ଼ିବ ନାହିଁ । ସେମାନଙ୍କର ସୁଖ ଏବଂ ଶାନ୍ତିର ବ୍ୟବସ୍ଥା ହେଉ ଏବଂ ଆପଣମାନେ ସେମାନଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ବିହୁ ନିଜେ ଏକ ବଡ଼ ଆନନ୍ଦ ଏବଂ ଉତ୍ସବର ପର୍ବ ଏବଂ ଆଜି ହଜାର ହଜାର ମା ଏବଂ ଭଉଣୀ, ମୁଁ ବହୁବର୍ଷ ଧରି ଆସାମକୁ ଆସୁଛି । ଯେତେବେଳେ ମୁଁ ଆସାମ ପରିଦର୍ଶନ କରିନାହିଁ, ସେତେବେଳେ ଏମିତି କୌଣସି ବିହୁ ନାହିଁ କିନ୍ତୁ ଆଜି ମୁଁ ଏତେ ସଂଖ୍ୟାରେ ମା ଏବଂ ଭଉଣୀମାନେ ଏକାଠି ହୋଇ ବିହୁ ନାଚୁଥିବାର ଦେଖିଲି । ଏହି ଭଲପାଇବା, ଏହି ଆଶୀର୍ବାଦ ପାଇଁ ବିଶେଷକରି ଆସାମର ମା ଏବଂ ଭଉଣୀମାନଙ୍କୁ ମୁଁ ପ୍ରଣାମ କରୁଛି । ମୁଁ ସେମାନଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେଉଛି ।
ସାଥୀମାନେ,
ପୁଣିଥରେ ଶ୍ରୀ ରତନ ଟାଟା ଜୀ ନିଜେ ଏଠାରେ ପହଂଚିଲେ । ତାଙ୍କ ସମ୍ପର୍କ ଚା’ ଠାରୁ ଆରମ୍ଭ ହୋଇଥିଲା ଏବଂ ଭଲପାଇବା ପର୍ଯ୍ୟନ୍ତ ବିସ୍ତାର କରିଥିଲା ଏବଂ ଆଜି ସେମାନେ ମଧ୍ୟ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ସହିତ ଯୋଗ ଦେଇଛନ୍ତି । ମୁଁ ତାଙ୍କୁ ମଧ୍ୟ ସ୍ୱାଗତ କରିବା ସହ ପୁଣିଥରେ ଆପଣ ସମସ୍ତଙ୍କୁ ଏହି ଅନେକ ନୂଆ ସୁବିଧାଗୁଡ଼ିକ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ।
ବହୁତ ବହୁତ ଧନ୍ୟବାଦ ।
ମୋ ସହିତ ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ବହୁତ ବହୁତ ଧନ୍ୟବାଦ!
NS/MB
(रिलीज़ आईडी: 1821942)
आगंतुक पटल : 154
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada