ଯୋଗାଯୋଗ ମନ୍ତ୍ରଣାଳୟ

ଡାକ ବିଭାଗ ଏନପିଏସ ସେବାଗୁଡିକ ଅନଲାଇନ ମାଧ୍ୟମରେ ପ୍ରଦାନ କରିବା ଆରମ୍ଭ କରିଛି


ସମସ୍ତ ଯୋଗ୍ୟ ନାଗରିକ ବ୍ୟକ୍ତିଗତ ଭାବେ ଡାକଘର ନଯାଇ ନିର୍ବିଘ୍ନରେ ଏହି ସୁବିଧା  ପାଇପାରିବେ

Posted On: 28 APR 2022 5:04PM by PIB Bhubaneshwar

 

ଡାକ ବିଭାଗ, ଯୋଗାଯୋଗ ମନ୍ତ୍ରାଳୟ (ଡିଓପି) ଜାତୀୟ ପେନସନ ଯୋଜନା (ଏନପିଏସ- ସମସ୍ତ ନାଗରିକ ମଡେଲ ଯୋଜନା) ପ୍ରଦାନ କରୁଛନ୍ତି । ଭାରତ ସରକାରଙ୍କ ଏହି ସ୍ୱେଚ୍ଛାକୃତ ପେନସନ ଯୋଜନାଟି ୨୦୧୦ ପର ଠାରୁ ଭୌତିକ ପ୍ରକ୍ରିୟା ପ୍ରଣାଳୀ ମାଧ୍ୟମରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ୱାରା ଚିହ୍ନିତ ଡାକଘରଗୁଡିକ ମାଧ୍ୟମରେ ପରିଚାଳନା କରାଯାଉଛି । 

ଡାକ ବିଭାଗ ଏବେ ଏନପିଏସ (ସମସ୍ତ ନାଗରିକ ମଡେଲ) ଅନଲାଇନ ପ୍ରଦାନ କରୁଛନ୍ତି । ଯାହା ୨୬.୦୪୨୦୨୨ରୁ କାର୍ଯ୍ୟକାରୀ ହୋଇଛି ।

୧୮-୭୦ ବର୍ଷ ବୟସ ବର୍ଗର ଯେକୌଣସି ଭାରତୀୟ ନାଗରିକ ଡାକ ବିଭାଗ (www.indiapost.gov.in)ର ଅଫିସିଆଲ ଓ୍ୱେବସାଇଟକୁ ଯାଇ ମେନୁ ହେଡ ଜାତୀୟ ପେନସନ୍ ପ୍ରଣାଳୀ- ଅନଲାଇନ ସେବା” ମାଧ୍ୟମରେ ଏହି ଅନଲାଇନ ସୁବିଧାର ଲାଭ ନେଇ ପାରିବେ ।

ଏହାର ଲିଙ୍କ https://www.indiapost.gov.in/financial/pages/content/nps.aspx

ଏନପିଏସ ଅନଲାଇନ ଅନ୍ତର୍ଗତ ନୂଆ ପଞ୍ଜିକରଣ, ପ୍ରାରମ୍ଭିକ/ପରବର୍ତ୍ତୀ ଯୋଗଦାନ ଓ ଏସଆଇପି ବିକଳ୍ପ ଭଳି ସୁବିଧାଗୁଡିକ ସର୍ବନିମ୍ନ ଶୁଳ୍କରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି । ବିଭାଗର ଏନପିଏସ ସେବା ଶୁଳ୍ପ ସବୁଠାରୁ କମ୍ ରହିଛି । ଅର୍ଥ ମନ୍ତ୍ରାଳୟ ବିଭିନ୍ନ ସମୟରେ କରୁଥିବା ଘୋଷଣା ଅନୁଯାୟୀ ଗ୍ରାହକ ୮୦ ସିସିଡି ୧ (ବି) ଅନ୍ତର୍ଗତ ଏନପିଏସରେ ଟିକସ ଛାଡ ପାଇବା ପାଇଁ ଯୋଗ୍ୟ । 

ସମସ୍ତ ଯୋଗ୍ୟ ବ୍ୟକ୍ତି କୌଣସି ଡାକ ଘରକୁ ବ୍ୟକ୍ତିଗତ ଭାବେ ନଯାଇ ନିର୍ବିଘ୍ନରେ ସର୍ବନିମ୍ନ ଟିକସ ସଂରଚନାରେ ଏନପିଏସ ପାଇଁ ଅନଲାଇନ ସୁବିଧାର ଲାଭ ଉଠାଇ ପାରିବେ । ଏନପିଏସ ଅନଲାଇନ ସୁବିଧା ଜାତୀୟ ପେନସନ୍ ଯୋଜନା (ସମସ୍ତ ନାଗରିକ ମଡେଲ)କୁ ପ୍ରୋତ୍ସାହନ ପ୍ରଦାନ କରି ଦୀର୍ଘପଥ ଅତିକ୍ରମ କରିବ ଓ ବୃଦ୍ଧାବସ୍ଥାରେ ଲୋକଙ୍କ ପାଇଁ ଏକ ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବ ।

 

SR

 



(Release ID: 1821080) Visitor Counter : 147