କ୍ୟାବିନେଟ
azadi ka amrit mahotsav

ଲିଥୁଆନିଆରେ ଭାରତୀୟ ମିଶନ୍ ଖୋଲିବା ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ

प्रविष्टि तिथि: 27 APR 2022 4:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2022 ରେ ଲିଥୁଆନିଆରେ ଏକ ନୂତନ ଭାରତୀୟ ମିଶନ ଖୋଲିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଲିଥୁଆନିଆରେ ଭାରତୀୟ ମିଶନ ଖୋଲିବା ଦ୍ବାରା ଭାରତର ରାଜନୈତିକ ଉପସ୍ଥିତିକୁ ବିସ୍ତାର କରିବା, ରାଜନୈତିକ ସମ୍ବନ୍ଧ ଏବଂ ରଣନୈତିକ ସହଯୋଗକୁ ମଜବୁତ୍ କରିବା, ଦ୍ୱିପାକ୍ଷିକ ବାଣିଜ୍ୟର ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ ଏବଂ ଅର୍ଥନୈତିକ ସମ୍ପର୍କରେ ବୃଦ୍ଧି ପାଇଁ ସହାୟକ ହେବ, ଲୋକଙ୍କ ସହ ସମ୍ପର୍କକୁ ସୁଗମ କରିବ, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ପାଇଁ ସୁଯୋଗ ଦେବ ଏବଂ ଭାରତର ବୈଦେଶିକ ନୀତିର ଉଦ୍ଦେଶ୍ୟ ପାଇଁ ସମର୍ଥନ ସଂଗ୍ରହ କରିବାରେ ସାହାଯ୍ୟ ମିଳିବ ଲିଥୁଆନିଆରେ ଥିବା ଭାରତୀୟ ମିଶନ୍ ମଧ୍ୟ ଭାରତୀୟ ସମ୍ପ୍ରଦାୟକୁ ଭଲ ଭାବରେ ସାହାଯ୍ୟ କରିବ ଏବଂ ସେମାନଙ୍କର ସ୍ୱାର୍ଥ ରକ୍ଷା କରିବ

ଲିଥୁଆନିଆରେ ଏକ ନୂତନ ଭାରତୀୟ ମିଶନ ଖୋଲିବାର ନିଷ୍ପତ୍ତି ଆମର ଅଭିବୃଦ୍ଧି ତଥା ବିକାଶର ଜାତୀୟ ପ୍ରାଥମିକତା ବାସାବକା ସାଥ୍ ସବକା ବିକାଶଅନୁସରଣ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାରତର ରାଜନୈତିକ ଉପସ୍ଥିତିର ବୃଦ୍ଧି, ଭାରତୀୟ କମ୍ପାନୀଗୁଡିକ ପାଇଁ ବଜାର ସୁଯୋଗ ପ୍ରଦାନ କରିବ ଏବଂ ସାମଗ୍ରୀ ଏବଂ ସେବା ରପ୍ତାନିକୁ ବୃଦ୍ଧି କରିବ ଆତ୍ମନିର୍ଭର ଭାରତ ର ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାର ବୃଦ୍ଧିରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ

 

BS

 


(रिलीज़ आईडी: 1820721) आगंतुक पटल : 276
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam