ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ପୋଷଣ ପଖୱାଡ଼ା 2022 ଅବସରରେ ସାରା ଦେଶରେ 3 କୋଟି କାର୍ଯ୍ୟକ୍ରମ କରାଯାଇଛି



4ର୍ଥ ପୋଷଣ ପଖୱାଡା ଜଳ ପ୍ରଶାସନ, ସଂରକ୍ଷଣ ଏବଂ ପରିଚାଳନାରେ ମହିଳାଙ୍କ ଭୂମିକାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଛି

ଜଳ ଶକ୍ତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜନ କରାଯାଇଥିବା 2144 କାର୍ଯ୍ୟରେ 22.3 କୋଟି ବ୍ୟକ୍ତିବିଶେଷ ଭାଗ ନେଇଛନ୍ତି

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହିତ ମିଶି ଆଦିବାସୀ ଜିଲ୍ଲା/ କ୍ଷେତ୍ରରେ ଆୟୋଜିତ କରାଯାଇଥିବା 904 କାର୍ଯ୍ୟରେ 10.3 କୋଟି ବ୍ୟକ୍ତି ଭାଗ ନେଇଛନ୍ତି

Posted On: 26 APR 2022 2:30PM by PIB Bhubaneshwar

26.04.22  : ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ 21 ମାର୍ଚ୍ଚ 2022 ରୁ 4 ଏପ୍ରିଲ, 2022 ପର୍ଯ୍ୟନ୍ତ ଚତୁର୍ଥ ପୋଷଣ ପଖୱାଡା ପାଳନ କରିଛନ୍ତି। ଏଥିରେ ଦେଶବ୍ୟାପୀ ପ୍ରାୟ 3 କୋଟି କାର୍ଯ୍ୟକଳାପ କରାଯାଇଛି। 2021 ମସିହାରେ ପୂର୍ବ ପଖୱାଡ଼ାରେ ପ୍ରାୟ 2.21 କୋଟି କାର୍ଯ୍ୟକଳାପ କରାଯାଇଥିଲା। ସାରା ଦେଶରେ ପୋଷଣ କେନ୍ଦ୍ରିକ କାର୍ଯ୍ୟକଳାପ ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆୟୁଷ, ଯୁବ ବ୍ୟାପାର ଏବଂ କ୍ରୀଡା, କୃଷି ଏବଂ କୃଷକ କଲ୍ୟାଣ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ସଂଖ୍ୟାଲଘୁ ବ୍ୟାପାର, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଗୃହ ଏବଂ ସହରୀ ବ୍ୟାପାର ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି।  ପୋଶଣ ପାଖୱାଡା 2022 ରେ ଦୁଇଟି ବ୍ୟାପକ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଥିଲା। ଏଗୁଡ଼ିକ ହେଉଛି  '6 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର' ଉଚ୍ଚତା ଏବଂ ବିଶେଷ କରି ଆଦିବାସୀ ଅଞ୍ଚଳରେ ଓଜନ ମାପ ଏବଂ ଲିଙ୍ଗ ସମ୍ବେଦନଶୀଳ ଜଳ ପରିଚାଳନା, ରକ୍ତହୀନତା ଏବଂ ସୁସ୍ଥ ମା ଶିଶୁଙ୍କ ପାଇଁ ପାରମ୍ପାରିକ ଖାଦ୍ୟ ଉପରେ କାର୍ଯ୍ୟକ୍ରମ।

ଚଳିତ ବର୍ଷ ପଖୱାଡାର ଏକ ପ୍ରମୁଖ କାର୍ଯ୍ୟକଳାପ ହେଉଛି ପୋଷଣ ପଞ୍ଚାୟତ ଏବଂ ମାତୃ ଗୋଷ୍ଠୀ ଦ୍ୱାରା ସକ୍ରିୟ ସଚେତନତା ମାଧ୍ୟମରେ ଜଳ ପରିଚାଳନା, ସଂରକ୍ଷଣ ଏବଂ ପରିଚାଳନାରେ ମହିଳାଙ୍କ ଭୂମିକାକୁ ପ୍ରୋତ୍ସାହିତ କରିବା ପାଇଁ ଜଳ ପରିଚାଳନା ଉପରେ ଲିଙ୍ଗଗତ ସଚେତନତା ଉପରେ ଧ୍ୟାନ ଦିଆଯାଇଛି ଜଳର ସଂରକ୍ଷଣ ଏବଂ କ୍ରମାଗତ ବ୍ୟବହାର ବିଷୟରେ ସଚେତନ  କରିବା ପାଇଁ ଜନସାଧାରଣଙ୍କୁ ପ୍ରଚାର ଅଭିଯାନରେ ସାମିଲ୍ କରାଯାଇଛି।  ଅଙ୍ଗନୱାଡି କେନ୍ଦ୍ରରୁ ଏହା  ଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟରେ ଅଙ୍ଗନୱାଡି କର୍ମଚାରୀ / ଅଙ୍ଗନୱାଡି ସହାୟକ କର୍ମଚାରୀ ମାନଙ୍କୁ ସାମିଲ୍ କରାଯାଇଥିଲା। ସେମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା ମାନଙ୍କୁ ଦୈନନ୍ଦିନ ଜୀବନରେ ଜଳର ଗୁରୁତ୍ବ ବିଷୟରେ ବୁଝାଇଥିଲେ।

ଜଳ ଶକ୍ତି ମନ୍ତ୍ରଣାଳୟ ସହିତ ମିଳିତ ଭାବରେ, ପଖୱାଡ଼ାର ଏକ ଅଂଶ ଭାବରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଓ ପରିଚାଳନା ସମ୍ବନ୍ଧରେ ଗ୍ରାମ/ ପଞ୍ଚାୟତକୁ ସଚେତନ କରାଯାଇଥିଲା। ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି ପାଇଁ ଆଇଇସି ସାମଗ୍ରୀର ବ୍ୟବହାର କରାଯାଇଥିଲା।  ଏହା ସହିତ ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ଇତ୍ୟାଦି ସମ୍ପର୍କରେ ସଚେତନତା ପାଇଁ କର୍ମଶାଳା ମାନ ଆୟୋଜନ କରାଯାଇଥିଲା ଜଳ ଶକ୍ତି ଅନ୍ତର୍ଗତ 22,31,64,045 ଜଣ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ ଓ ସାରା ଦେଶରେ 2144 ଟି କାର୍ଯ୍ୟକ୍ରମ କରାଯାଇଥିଲା।

ସେହିଭଳି, ବିଶେଷ କରି ଆଦିବାସୀ ଅଞ୍ଚଳରେ ସୁସ୍ଥ  ମା ଓ ଶିଶୁ ପାଇଁ ପାରମ୍ପରିକ ଖାଦ୍ୟ ଉପରେ ଧ୍ୟାନ ପ୍ରଦାନ କରାଯାଇଥିଲା ଯାହାକି ଚଳିତ ବର୍ଷର ପଖୱାଡ଼ାର ଏକ ପ୍ରମୁଖ ବିଷୟ ଥିଲା। ଏହି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଇଏମଆରଏସ ସ୍କୁଲ୍ ଗୁଡ଼ିକ ଉପରେ ଧ୍ୟାନ ପ୍ରଦାନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ପରିବର୍ତ୍ତନ, ସ୍ଥାନୀୟ ଉପଲବ୍ଧ ଖାଦ୍ୟ ଗ୍ରହଣ, ପୋଷଣ ଉପରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ଶିକ୍ଷକମାନେ ମଧ୍ୟ ସାମିଲ୍ ହୋଇଥିଲେ। ଏଥିରେ ପୋଷକଯୁକ୍ତ ପାରମ୍ପରିକ ବୃକ୍ଷ ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା ଯଦ୍ବାରା ପୋଷକ ମିଳିପାରିବ। ଏହା ସହିତ ଇଏମଆରଏସ୍ ସ୍କୁଲ୍ ଗୁଡ଼ିକରେ ପୋଷକ ବଗିଚା ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରାଯାଇଥିଲା। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଆଦିବାସୀ ଜିଲ୍ଲା/ ଏରିଆରେ ସମୁଦାୟ 10,31,24,345 ଜଣ ବ୍ୟକ୍ତି ବିଶେଷ 904 ଟି କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଏଥିରେ ସାମିଲ୍ ହୋଇଥିବା ପ୍ରମୁଖ ରାଜ୍ୟ ଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ବିହାର ଛତିଶଗଡ, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜୁରାଟ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଇତ୍ୟାଦି

ଏହି ଅବସରରେ ବିଭିନ୍ନ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୋଷକ କାର୍ଯ୍ୟକ୍ରମ ବ୍ୟତୀତ, ବିକାଶ ଅନୁଧ୍ୟାନ ଉପରେ 10% ରୁ ଅଧିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହାପରେ ସ୍ତନ୍ୟପାନ, ପରିଚ୍ଛନ୍ନତା, ଜଳ ଓ ପରିମଳ, କମ୍ପଲିମେଣ୍ଟାରି ଖାଦ୍ୟ ପ୍ରଦାନ, ପ୍ରଥମ 1000 ଦିବସ, ଇସିସିଇ, ହାତ ଧୋଇବା ଓ ପରିମଳ, ଆଣ୍ଟିନାଟାଲ୍ ଚେକ ଅପ୍ ଉପରେ ମଧ୍ୟ କାର୍ଯ୍ୟକ୍ରମ ମାନ କରାଯାଇଥିଲା।

Poshan Pakhwada 2022

ପୋଷଣ ପାଖୱାଡା 2022 ପାଇଁ ନିଆଯାଇଥିବା ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଅନୁଯାୟୀ, ରକ୍ତହୀନତା ଉପରେ ଅଧିକ ଧ୍ୟାନ ପ୍ରଦାନ କରାଯାଇଥିଲା (ଏଥିରେ ଉଭୟ ଟେଷ୍ଟ, ଚିକିତ୍ସା ଓ ଆଲୋଚନା ଏବଂ ପୋଷଣ କ୍ଷେତ୍ରରେ ଆନେମିଆ ର 5 ଟି ସୂତ୍ର)। ଏହାପରେ ଲିଙ୍ଗଗତ ସଚେତନତା, ଜଳ ପରିଚାଳନା ଓ ଆଦିବାସୀ ଅଞ୍ଚଳରେ ସୁସ୍ଥ ମା ଓ ଶିଶୁ ପାଇଁ ପାରମ୍ପରିକ ଖାଦ୍ୟ ଉପରେ ଅଧିକ ଧ୍ୟାନ ପ୍ରଦାନ କରାଯାଇଥିଲା। ସାମଗ୍ରୀକ କାର୍ଯ୍ୟର 6% କୁ ଆୟୁଷ ସମ୍ବନ୍ଧିତ ବିଷୟ ଉପରେ କରାଯାଇଥିଲା ଯେଉଁଥିରେ ସ୍ବାସ୍ଥ୍ୟ ପାଇଁ ଯୋଗ ଓ ସୁସ୍ଥତା ପାଇଁ ଆୟୁଷ ଉପରେ ଧ୍ୟାନ ପ୍ରଦାନ କରାଯାଇଥିଲା।   

ପଖୱାଡ଼ାରେ କାର୍ଯ୍ୟକ୍ରମ ଓ ଅଂଶଗ୍ରହଣ ଆଧାରରେ ଅଂଶଗ୍ରହଣ କରିଥିବା ଟପ୍ ଦଶଟି ରାଜ୍ୟ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ବିହାର, ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ

BS



(Release ID: 1820321) Visitor Counter : 165