ଯୋଗାଯୋଗ ମନ୍ତ୍ରଣାଳୟ

ଇଣ୍ଡିଆ ପୋଷ୍ଟ ନାମରେ ପୁରସ୍କାର ଜିତିବା ନେଇ ନକଲି ୱେବସାଇଟ୍

Posted On: 23 APR 2022 10:15AM by PIB Bhubaneshwar

ଗତ କିଛିଦିନ ହେଲା ଦେଖାଯାଉଛି ଯେ ଇଣ୍ଡିଆ ପୋଷ୍ଟ ନାମରେ ବିଭିନ୍ନ ପ୍ରକାର ୟୁଆରଏଲ ଏବଂ ୱେବସାଇଟରେ ସର୍ଭେ, କୁଇଜ୍ ଆଦି ମାଧ୍ୟମରେ ପୁରସ୍କାର ଜିତିଥିବା ମିଥ୍ୟା ଧୋକାବାଜୀପୂର୍ଣ୍ଣ ମେସେଜ ସବୁ ଘୂରିବୁଲୁଛି । ଏଗୁଡ଼ିକ ମୁଖ୍ୟତଃ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ, ଏସ.ଏମ.ଏସ ଆଦି ମାଧ୍ୟମରେ ଲୋକଙ୍କ ନିକଟକୁ ଆସୁଛି ।

ଇଣ୍ଡିଆ ପୋଷ୍ଟ ପକ୍ଷରୁ ଏଭଳି କୌଣସି ସର୍ଭେ ପୁରସ୍କାର ଘୋଷଣା, ରିହାତି, ବୋନସ ଆଦିର ଘୋଷଣା କରାଯାଇ ନାହିଁ କିମ୍ବା ସେଭଳି ୱେବସାଇଟ ନାହିଁ । ଲୋକମାନେ ଏଭଳି ବିଭ୍ରାନ୍ତିକର ସୂଚନା ଠାରୁ ସତର୍କ ହୋଇ ରହିବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି । ଏଭଳି ତଥ୍ୟକୁ ବିଶ୍ୱାସ ନ କରିବା, ଏଥିରେ ଉତ୍ତର ନ ଦେବା କିମ୍ବା ଏହାକୁ ଅନ୍ୟମାନଙ୍କ ନିକଟକୁ ନ ପଠାଇବା ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି । ଜନ୍ମ ତାରିଖ, ମୋବାଇଲ ନମ୍ବର, ଓଟିପି, ବ୍ୟାଙ୍କ ଏକାଉଣ୍ଟ ନମ୍ବର ଆଦି ନିଜର ବ୍ୟକ୍ତିଗତ ତଥ୍ୟ କାହାରିକୁ ନ ଦେବା ପାଇଁ କୁହାଯାଇଛି ।

ଏହି ନକଲି ୱେବସାଇଟ, ୟୁଆରଏଲ ଲିଙ୍କ୍ ଆଦି ବିରୁଦ୍ଧରେ ଇଣ୍ଡିଆ ପୋଷ୍ଟ ଉପଯୁକ୍ତ ପଦକ୍ଷେପ ନେଉଛି । ଏସବୁକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି ।

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଇଣ୍ଡିଆ ପୋଷ୍ଟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ନକଲି ୱେବସାଇଟ ଏବଂ ପୁରସ୍କାର ଘୋଷଣା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି ।

 

SSD/MB



(Release ID: 1819407) Visitor Counter : 172