ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ଜମ୍ମୁ ଓ କଶ୍ମୀର


ପ୍ରଧାନମନ୍ତ୍ରୀ ୨୦ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

ଜମ୍ମୁ ଓ କଶ୍ମୀର ଅଞ୍ଚଳକୁ ଯାତାୟାତ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ବନିହାଲ-କାଜିଗୁଣ୍ଡ ସଡକ ସୁଡଙ୍ଗ

ପ୍ରଧାନମନ୍ତ୍ରୀ ତିନି ରୋଡ ପ୍ୟାକେଜ ଦିଲ୍ଲୀ-ଅମ୍ରିତସର-କଟ୍ରା ଏକ୍ସପ୍ରେସ ୱେ ଏବଂ ରାଟଲେ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଅମ୍ରିତ ସରୋବର ଶୁଭାରମ୍ଭ କରିବେ – ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର ଓ ଖନନ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି

ପ୍ରଧାନମନ୍ତ୍ରୀ ମଧ୍ୟ ମୁମ୍ବାଇ ଗସ୍ତରେ ଯିବେ । ସେଠାରେ ତାଙ୍କୁ ଦେଶ ଗଠନରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିମନ୍ତେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନରେ ସମ୍ମାନିତ କରାଯିବ

Posted On: 23 APR 2022 10:46AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ଆସନ୍ତା କାଲି ଜମ୍ମୁ ଓ କଶ୍ମୀର ଗସ୍ତ କରି ସେଠାରେ ଦେଶବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ । ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ । ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ସମାରୋହରେ ଯୋଗଦେବେ ଓ ସେଠାରେ ସେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନ ଗ୍ରହଣ କରିବେ ।

ଜମ୍ମୁ ଓ କଶ୍ମୀରରେ ପ୍ରଧାନମନ୍ତ୍ରୀ

ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନ ହେବା ପରଠାରୁ ସରକାର ସେ ଅଞ୍ଚଳରେ ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଓ ଉତ୍ତମ ପ୍ରଶାସନ ପାଇଁ ଅନେକ ସଂସ୍କାର ଆଣିଛନ୍ତି । ଯେଉଁ ପ୍ରକଳ୍ପଗୁଡିକ ଉଦଘାଟିତ ହେଉଛି ବା ଯାହାର ଶିଳାନ୍ୟାସ କରାଯାଉଛି ସେଗୁଡିକ ଭବିଷ୍ୟତରେ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଶେଷ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଯନ କରିବେ । ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ । ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି । ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି । ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ ।

ପ୍ରଧାନମନ୍ତ୍ରୀ ୭୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ରୋଡ ପ୍ୟାକେଜ ବିଶିଷ୍ଟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେର ଶିଳାନ୍ୟାସ ମଧ୍ୟ କରିବେ । ସେଗୁଡିକ ୪/୬ ଲେନ ଯୁକ୍ତ ଦିଲ୍ଲୀ-କଟ୍ରା-ଅମୃତସର ଏକ୍ସପ୍ରେସ ୱେ ଯାହା ଜାତୀୟ ରାଜପଥ ୪୪ ବାଲସୁଆରୁ ଗୁରହା ବେଲଜାଇନ, ହମରାନଗରରୁ ଜାଖ ବିଜୟପୁର ଏବଂ ଜାଖ, ବିଜୟପୁରରୁ କୁଞ୍ଜୱାନୀ, ଜମ୍ମୁ ଓ ଜମ୍ମୁ ବିମାନଘାଟୀ ସହ ଉତ୍ତମ ସଂଯୋଗ ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ । ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ ।

ଜମ୍ମୁ ଓ କଶ୍ମୀରରେ ଜନଔଷଧି କେନ୍ଦ୍ରର ବିସ୍ତାର ତଥା ଉତ୍ତମ ମାନର ଜେନେରିକ ଔଷଧ କମ ବ୍ୟୟ ସାପେକ୍ଷ ଦରରେ ଉପଲବ୍ଧ କରାଇବା ପାଇଁ ଶହେଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଓ ତାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କେନ୍ଦ୍ରଶାସିତ ଅଞ୍ଚଳର ଦୂରଦୂରାନ୍ତରେ ଏହି କେନ୍ଦ୍ରଗୁଡିକ ରହିଛି । ସେ ମଧ୍ୟ ୫୦୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ ପାଲୀରେ ଉଦଘାଟନ କରିବେ । ଏହା ଦ୍ୱାରା ଏହା ଦେଶର ଅଙ୍ଗାରକାମ୍ଳ ରହିତ ଦେଶର ପ୍ରଥମ ପଞ୍ଚାୟତ ହେବ ।

ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବେ । ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିଭିନ୍ନ ଶ୍ରେଣୀରେ ସଫଳତା ନିମନ୍ତେ ପୁରସ୍କାର ଜିତିଥିବା ପଞ୍ଚାୟତ ଗୁଡିକୁ ସେ ପୁରସ୍କାର ବାବଦ ଅର୍ଥ ମଧ୍ୟ ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳର ଗ୍ରାମ୍ୟ ଐତିହ୍ୟ ପ୍ରଦର୍ଶନ କରୁଥିବା ଇନଟାକ ଫଟୋ ଗ୍ୟାଲେରୀ ମଧ୍ୟ ପରିଦର୍ଶନ କରିବେ । ଭାରତରେ ଆଦର୍ଶ ସ୍ମାର୍ଟଗ୍ରାମ ସୃଷ୍ଟି ପାଇଁ ସେ ଗ୍ରାମୀଣ ଉଦ୍ୟୋଗ ଭିତ୍ତିକ ନୋକିଆ ସ୍ମାର୍ଟପୁର ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିବେ ।

ଅମୃତ ସରୋବର

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ । ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ । ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ ।

ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୫ଟା ବେଳେ ମୁମ୍ବାଇଠାରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେବ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନରେ ସମ୍ମାନିତ କରାଯିବ । ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସ୍ମୃତିରେ ପ୍ରତିଷ୍ଠା କରାଯାଇଥିବା ଏହି ସମ୍ମାନ ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କୁ ଦେଶ ଗଠନରେ ଦୃଷ୍ଟାନ୍ତ ମୂଳକ ଅବଦାନ ନିମନ୍ତେ ପ୍ରଦାନ କରାଯିବ ।

SM/DD



(Release ID: 1819337) Visitor Counter : 161