ଜଳ ଶକ୍ତି ମନ୍ତ୍ରଣାଳୟ
ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଗଙ୍ଗା କ୍ୱେଷ୍ଟ 2022 ରେ 1 ଲକ୍ଷରୁ ଅଧିକ ଲୋକ ସାମିଲ୍ ହେଲେ
କୁଇଜ୍ ର ଅନ୍ତିମ ତାରିଖ ହେଉଛି ମେ 22
ବିଜେତାମାନଙ୍କର ଘୋଷଣା 5 ଜୁନ୍ 2022 ରେ ବିଶ୍ବ ପରିବେଶ ଦିବସ ଅବସରରେ କରାଯିବ
ଗଙ୍ଗା କ୍ୱେଷ୍ଟ ପ୍ରତିଯୋଗିତାରେ ଭାଗ ନେବା ପାଇଁ www.clap4ganga.com ପରିଦର୍ଶନ କରନ୍ତୁ
ପୋଷ୍ଟ କରାଯିବା ଦିନାଙ୍କ:
21 APR 2022 2:23PM by PIB Bhubaneshwar
ଛାତ୍ରମାନଙ୍କ ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବା ସହିତ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରେରୀତ ହୋଇ, ଜାତୀୟ ସ୍ବଚ୍ଛ ଗଙ୍ଗା ମିଶନ (ଏନଏମସିଜି) ଟ୍ରି କ୍ରେଜ୍ ଫାଉଣ୍ଡେସନ ସହିତ ବର୍ଷ 2019 ରେ ଏକ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଗଙ୍ଗା କ୍କ୍ୱେଷ୍ଟ ର ଆରମ୍ଭ କରିଥିଲା। ଚଳିତ ବର୍ଷ ଗଙ୍ଗା କ୍ୟୁଏଷ୍ଟ ପ୍ରତିଯୋଗିତା 2022 କୁ 7 ଏପ୍ରିଲ୍ 2022 ରୁ ପ୍ରତିଯୋଗୀମାନଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହି ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକମାନେ, ବିଶେଷକରି ପିଲାମାନେ ଭାଗ ନେଇଛନ୍ତି। କୁଇଜ୍ ର ଅନ୍ତିମ ତାରିଖ 22 ମେ 2022 ଅଟେ। ଏହି ଦିନଟିକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବରେ ପାଳନ କରାଯାଉଛି। ବିଜେତାମାନଙ୍କର ଘୋଷଣା ଏକ ଲାଇଭ୍ କୁଇଜ୍ ପ୍ରତିଯୋଗୀତା ସହିତ 5 ଜୁନ୍ 2022 ରେ ବିଶ୍ବ ପରିବେଶ ଦିବସ ଅବସରରେ କରାଯିବ। ଗଙ୍ଗା କ୍ୟୁଏଷ୍ଟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ www.clap4ganga.com ରେ ଲଗ୍ ଇନ୍ କରିପାରିବେ।
ଗଙ୍ଗା କ୍କ୍ୱେଷ୍ଟ 2022 ପାଇଁ ପଞ୍ଜୀକରଣ 22 ମାର୍ଚ୍ଚ 2022 କୁ ବିଶ୍ବ ଜଳ ଦିବସ ଅବସରରେ ଆରମ୍ଭ କରାଯାଇଥିଲା। ଗଙ୍ଗା କ୍ୱେଷ୍ଟ 2022 ପ୍ରତିଯୋଗିତା ଯେଉଁ ଚାରିଟି ବିଷୟରେ ଆୟୋଜନ କରାଯାଉଛି ସେଥିରେ ଗଙ୍ଗା ଏବଂ ଆଜାଦି କା ଅମୃତ ମହୋତ୍ସବ, ଭୌତିକ ଭୁଗୋଳ ଏବଂ ପ୍ରସିଦ୍ଧ ସ୍ଥାନ ଏବଂ ବ୍ୟକ୍ତିତ୍ବ, ସମସାମୟିକ ପ୍ରଶାସନ, ଉଦ୍ଭିଦ, ଜୀବଜନ୍ତୁ ଏବଂ ପ୍ରଦୂଷଣ/ ଜଳ ଉପଚାର ପ୍ରଯୁକ୍ତି ସାମିଲ୍ ରହିଛି। ପ୍ରତିଯୋଗିତାର ପ୍ରଥମ ପୁରସ୍କାର ହାସଲ କରିଥିବା ବିଜେତାଙ୍କୁ ଏକ ଲାପଟପ୍ ମିଳିବ, ଏବଂ ଦ୍ବିତୀୟ ଓ ତୃତୀୟ ପୁରସ୍କାର ବିଜେତାଙ୍କୁ ଟାବଲେଟ୍ କିଣ୍ଡିଲ୍ ପ୍ରଦାନ କରାଯିବ।
କୁଇଜର ସଂରଚନା ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ 10 ବର୍ଷରୁ ଅଧିକ ସମସ୍ତ ବୟସ ବର୍ଗ, ବିଶେଷ କରି ଛାତ୍ରମାନଙ୍କୁ ସାମିଲ୍ କରାଯାଇଛି। ପ୍ରସ୍ତୁତ କରାଯାଇଥିବା 3 ଟି ଶ୍ରେଣୀ ହେଉଛି ଗ୍ରେଡ୍ -I, ଶ୍ରେଣୀ ଅଷ୍ଟମ ପର୍ଯ୍ୟନ୍ତ, ଗ୍ରେଡ୍ - II : ଶ୍ରେଣୀ ନବମ –ଦଶମ ଓ ଗ୍ରେଡ୍ III : ବୟସ୍କ, ବିଶ୍ବବିଦ୍ୟାଳୟ/ ଅନୁଷ୍ଠାନ/ ବୟସ୍କ/ ବରିଷ୍ଠ ନାଗରିକ। କୁଇଜରେ ତିନିଟି ରାଉଣ୍ଡ ରହିଛି ଯେଉଁଥିରେ ଜ୍ଞାନ ବଢ଼ାଇବା ପାଇଁ ପ୍ରଶ୍ନ, ଜ୍ଞାନର ଆକଳନ କରିବା ପାଇଁ ପ୍ରଶ୍ନ ଏବଂ ଲଘୁ ସର୍ବେକ୍ଷଣ ସାମିଲ୍ ରହିଛି। କ୍ରମାଗତ ଶିକ୍ଷା ଓ ଆକ୍ଟିଭିଟି ପୋର୍ଟାଲ୍ (ସିଏଲଏପି) ନମାମି ଗଙ୍ଗେର ଏକ ପଦକ୍ଷେପ ଅଟେ ଏବଂ ଟ୍ରି କ୍ରେଜ୍ ଫାଉଣ୍ଡେସନ ଦ୍ବାରା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରାଯାଇଛି। ଏହା ଏକ ଇଣ୍ଟରାକ୍ଟିଭ୍ ପୋର୍ଟାଲ୍ ଯାହା ଭାରତରେ ନଦୀ ବିଷୟରେ ଆଲୋଚନା ଓ କାର୍ଯ୍ୟ କରିବା ଦିଗରେ କାମ କରୁଛି।
ଗଙ୍ଗା କ୍ୟୁଏଷ୍ଟ ପ୍ରତିଯୋଗୀତା ବର୍ଷ 2019 ରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଗଙ୍ଗା ନଦୀ ବିଷୟରେ ଜ୍ଞାନ ପ୍ରଦାନ କରିବା ଏବଂ ପିଲା ଓ ଯୁବକମାନଙ୍କୁ ଏହାର ଭୌତିକ ଭୂଗୋଳ, ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ବ, ଜୈବ ବିବିଧତା, ପ୍ରଶାସନ ସଂରଚନା, ପୂର୍ବ ପ୍ରଚେଷ୍ଟା ଏବଂ ସମ-ସାମୟିକ ବିଷୟ, ପ୍ରସିଦ୍ଧ ସ୍ଥାନ ଏବଂ ବ୍ୟକ୍ତିତ୍ବ, ସାମାଜିକ ଆର୍ଥିକ ମହତ୍ତ୍ବ, ଜୀବିକା ମହତ୍ତ୍ବ, ନଦୀରେ ପ୍ରଦୂଷଣ ଏବଂ ଗଙ୍ଗା ନଦୀର ସଂରକ୍ଷଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସହିତ ଜ୍ଞାନ ପ୍ରଦାନ କରିବା ଏବଂ ସମ୍ବେଦନଶୀଳ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା।

ଗତ କିଛି ବର୍ଷ ଧରି ଗଙ୍ଗା କ୍ୟୁଏଷ୍ଟ ପ୍ରତିଯୋଗୀତା, ପିଲାମାନଙ୍କର ଜ୍ଞାନ ବୃଦ୍ଧି କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ଓ ତାହାକୁ ନମାମି ଗଙ୍ଗେ କାର୍ଯ୍ୟକ୍ରମ ସହିତ ସାମିଲ୍ କରିବା ପାଇଁ ଏକ ସଫଳ ପ୍ଲାଟଫର୍ମ ଭାବରେ ପ୍ରମାଣିତ ହୋଇଛି। ଗଙ୍ଗା କ୍ୟୁଏଷ୍ଟ ନଦୀ, ପରିବେଶ ପ୍ରତି ଜାତୀୟ ସ୍ତରରେ ଆଗ୍ରହ ସୃଷ୍ଟି କରିବା ଏବଂ ନଦୀ ଏବଂ ତାହାର ଇକୋସିଷ୍ଟମ ପ୍ରତି ସମ୍ବେଦନଶୀଳ ଯୁବବର୍ଗଙ୍କ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗଙ୍ଗା କ୍ୟୁଏଷ୍ଟ 2022 ଆଜାଦି କା ଅମୃତ ମହୋତ୍ସବର ଅଂଶ ଅଟେ, ଯାହାକୁ ଭାରତର ସ୍ବାଧୀନତାର 75ତମ ବାର୍ଷିକୀ ଏବଂ ଏହାର ଲୋକ, ସଂସ୍କୃତି ଓ ଉପଲବ୍ଧିର ଗୌରବମୟ ଇତିହାସର ସ୍ମରଣୀୟ ଅବସରକୁ ପାଳନ କରିବା ଓ ମନେ ପକାଇବା ପାଇଁ ସାରା ଦେଶରେ ପାଳନ କରାଯାଉଛି।
BS
(ରିଲିଜ ଆଡି: 1818854)
ପରିଦର୍ଶକ କାଉଣ୍ଟର : 255