ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯: ସଦ୍ୟତମ ସ୍ଥିତି
ପୋଷ୍ଟ କରାଯିବା ଦିନାଙ୍କ:
18 APR 2022 9:32AM by PIB Bhubaneshwar
କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଚାଲୁରହିଛି । ଏ ପର୍ଯ୍ୟନ୍ତ ୧୮୬.୫୪ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୧.୫୪୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଏହାର ଶତକଡା ହାର ହେଉଛି ୦.୦୩ ଶତାଂଶ । ସେହିପରି ଆରୋଗ୍ୟ ହାର ୯୮.୭୬ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪,୨୫,୧୦,୭୭୩ ଜଣ ଆରୋଗ୍ୟ ଲାଭ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୩ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୮୩ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୩୨ ଶତାଂଶ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୨,୬୧,୪୪୦ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୮୩.୨୧ କୋଟି ନମୁନା ପରୀକ୍ଷା କରାଗଲାଣି ।
SSD/DD
(ରିଲିଜ ଆଡି: 1817746)
ପରିଦର୍ଶକ କାଉଣ୍ଟର : 202
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam