ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୧୮ - ୨୨ ଏପ୍ରିଲ୍ ପର୍ଯ୍ୟନ୍ତ ଏବି- ଏଚ୍ଡବ୍ଲ୍ୟୁସିରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା


ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଚତୁର୍ଥ ବାର୍ଷିକ ଆଭାସୀ ସମାରୋହ କାର୍ଯ୍ୟକ୍ରମରେ ଡାକ୍ତର ମନସୁଖ ମାଣ୍ଡବ୍ୟ ଅଧ୍ୟକ୍ଷତା କରିଛନ୍ତି; ଆଭାସୀ କାର୍ଯ୍ୟକ୍ରମରେ ୧ ଲକ୍ଷ ଏବି- ଏଚ୍ଡବ୍ଲ୍ୟୁସି ଯୋଗ ଦେଇଛନ୍ତି

୧୮ - ୨୨ ଏପ୍ରିଲ୍ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଏବି- ଏଚ୍ଡବ୍ଲ୍ୟୁସିରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯିବ, ଯେଉଁଥିରେ ଯୋଗ ଶୃଙ୍ଖଳା ୧୭ରେ ଆରମ୍ଭ ହେବ । ଏହି ମେଳା ଯକ୍ଷ୍ମା (ଟିବି), ମାନସିକ ଉତେଜନା, ମଧୁମେହର ପ୍ରାଥମିକ ନିରୂପଣ ପାଇଁ ଅବସର ପ୍ରଦାନ କରିବ, ଔଷଧ ସହିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଏବଂ ରୋଗର ନିଦାନ ଓ ଟେଲି - ପରାମର୍ଶ (ଟେଲି- କନ୍ସଲଟେସନ୍) ପ୍ରଦାନ କରାଯିବ ।

ଡାକ୍ତର ମନସୁଖ ମାଣ୍ଡବ୍ୟ ଏବି- ଏଚ୍ଡବ୍ଲ୍ୟୁସି ଗୁଡିକର ତ୍ରୈମାସିକ ରିପୋର୍ଟ, ସ୍ୱାସ୍ଥ୍ୟ ସେବା ନିମନ୍ତେ ମାନବ ସମ୍ବଳ ଉପରେ ମାର୍ଗଦର୍ଶିକା, କାର୍ଯ୍ୟାନ୍ୱୟନ ନିମନ୍ତେ ଜନସ୍ୱାସ୍ଥ୍ୟ ପରିଚାଳନା ଶ୍ରେଣୀ (କ୍ୟାଡର) ନିମନ୍ତେ ମାର୍ଗଦର୍ଶନ ଏବଂ ଭାରତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ମାନକ ମାର୍ଗଦର୍ଶିକାର ଶୁଭାରମ୍ଭ କରିଥିଲେ; ସାରା ଦେଶର ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ

"ଦେଶ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାଙ୍କେତିକ ସାମାଧାନରୁ ସମ୍ପୂର୍ଣ୍ଣ ସମାଧାନ ଆଡକୁ ଆଗେଇ ଯାଇଛି’: ଡାକ୍ତର ମନସୁଖ ମାଣ୍ଡବ୍ୟ

"ସୁସ୍ଥ ନାଗରିକ ଏକ ସୁସ୍ଥ ସମାଜ ନିର

Posted On: 16 APR 2022 1:51PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଡାକ୍ତର ମନସୁଖ ମାଣ୍ଡବ୍ୟ ଆଜି ୧ ଲକ୍ଷରୁ ଅଧିକ ଏବି- ଏଚ୍‌ଡବ୍ଲ୍ୟୁସି, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଭିଡିଓ କନ୍‌ଫରେନସିଂ (ଭିସି) ଜରିଆରେ ଆୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି- ଏଚ୍‌ଡବ୍ଲୁସି)ର ଚତୁର୍ଥ ବାର୍ଷିକ ସମାରୋହ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ, ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମୀ ଏବଂ ବିକାଶର ଭାଗୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଟେଲି - ପରାମର୍ଶର ଡିଜିଟାଲ୍ ମଂଚ ମାଧ୍ୟମରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବାଗୁଡିକ ଊପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, "ବିକାଶ କ୍ଷେତ୍ରରେ ସ୍ୱାସ୍ଥ୍ୟ ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ୱରେ, ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ "ସାଙ୍କେତିକ ସମାଧାନରୁ ସମ୍ପୂର୍ଣ୍ଣ ସମାଧାନ’କୁ ଚାଲି ଆସିଲେଣି ଏବଂ ଟେଲି - ପରାମର୍ଶ ସେବାଗୁଡ଼ିକ ଏହାର ଏକ ଉଦାହରଣ ଅଟେ । ଇ - ସଞ୍ଜିବନୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅନୁସାରେ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି । ଅନେକ ରାଜ୍ୟରେ ଲୋକମାନେ ଇ - ସଞ୍ଜିବନୀର ଲାଭକୁ ଖୁବ୍ ଶୀଘ୍ର ଜାଣି ଗଲେଣି ଏବଂ ଏହା ଫଳରେ ସ୍ୱାସ୍ଥ୍ୟ ସେବାର ଚାହିଦାର ଏହି ଡିଜିଟାଲ୍ ଉପାୟକୁ ବ୍ୟାପକ ରୂପରେ ଦ୍ରୁତ ଗତିରେ ଆପଣେଇବା ଏକ ଉତ୍ସାହଜନକ ଧାରା ହୋଇ ଯାଇଛି । ସ୍ୱାସ୍ଥ୍ୟ ସେବା ଗୁଡିକ ସମ୍ପର୍କରେ ଜାଣିବା ପାଇଁ ରୋଗୀମାନେ ଏହି ବିଶେଷ ଡିଜିଟାଲ୍ ମାଧ୍ୟମର ଉପଯୋଗ କରି ଦୈନିକ ଆଧାରରେ ଡାକ୍ତର ଏବଂ ବିଶେଷଜ୍ଞ ମାନଙ୍କଠାରୁ ପରାମର୍ଶ ଗ୍ରହଣ କରୁଛନ୍ତି । ଆଜି, କିଛି ଏଚ୍‌ଡବ୍ଲୁସି କିଛି ଗମ୍ଭୀର ରୋଗ, ଯେଭଳିକି  ମୁଖ ଗହ୍ୱର କର୍କଟ (କ୍ୟାନସର୍‌), ବ୍ରେଷ୍ଟ କ୍ୟାନସର୍ ଏବଂ ସର୍ଭାଇକାଲ୍ କ୍ୟାନସର୍ ନିମନ୍ତେ ଯାଂଚ (ସ୍କ୍ରିନିଂ) ସେବା ପ୍ରଦାନ କରୁଛନ୍ତି । ଏଥିରେ ଦେଶକୁ କେବଳ ରୋଗ ନିରୂପଣ ସମ୍ପର୍କରେ ଶୀଘ୍ର ଜଣା ପଡିବ ନାହିଁ, ଏହା ସହିତ ରୋଗୀମାନଙ୍କୁ ଖୁବ୍ ଶୀଘ୍ର ଚିକିତ୍ସା ମଧ୍ୟ ଉପଲବ୍ଧ କରାଯାଇ ପାରିବ । ସୁସ୍ଥ ନାଗରିକମାନେ ଏକ ସୁସ୍ଥ ସମାଜ ଗଠନ କରି ପାରିବେ ଏବଂ ସୁସ୍ଥ ସମାଜ ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ କରିଥାଏ । ଏବି- ଏଚ୍‌ଡବ୍ଲ୍ୟୁସି ଗୁଡ଼ିକ ହେଉଛନ୍ତି ଏହି ଲକ୍ଷ୍ୟ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ।’

ସେ ଆଗକୁ କହିଥିଲେ ଯେ, “ଦୂର ଦୂରାନ୍ତ ଅଂଚଳର ଲୋକ ମାନଙ୍କ ନିମନ୍ତେ ଟେଲି ପରାମର୍ଶ (ଟେଲି କନ୍‌ସଲଟେସନ୍‌) ସେବା ବହୁତ ଜରୁରୀ ଅଟେ ଏବଂ ସ୍ୱାସ୍ଥ୍ୟ ସେବା ଗୁଡିକୁ ସମସ୍ତଙ୍କ ପାଇଁ ସୁଲଭ କରାଇବା କ୍ଷେତ୍ରରେ ସହାୟକ ଅଟେ । ସମସ୍ତ ହିତଧାରକମାନଙ୍କୁ ସ୍ପୋକ୍‌ରେ ସେବା ପ୍ରଦାନ କରିବା ଏବଂ ସେମାନଙ୍କୁ ହବ୍ ସହିତ କୁଶଳତା ପୂର୍ବକ ଯୋଡିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ସେମାନଙ୍କୁ ଏକତ୍ରିତ କରିବା ଉଚିତ୍ ବୋଲି ସେ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ଏବି- ଏଚ୍‌ଡବ୍ଲୁସି ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ତୁରନ୍ତ ଏବଂ ସକ୍ରିୟ ରୂପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି, ଯାହା ୧୮ ରୁ ୨୨ ଏପ୍ରିଲ୍ ପର୍ଯ୍ୟନ୍ତ ଆଜାଦୀର ଅମୃତ ମହୋତ୍ସବ (ଏକେଏଏମ୍‌) ଅବସରରେ ଆୟୋଜିତ କରାଯିବ, ଏହା ବ୍ୟତୀତ ସମସ୍ତ ଏଚ୍‌ଡବ୍ଲୁସିରେ ଯୋଗ ଅଧିବେଶନ୧୭ ଏପ୍ରିଲ୍‌କୁ ଆୟୋଜିତ ହେବ । ଯାହା ଫଳରେ ନାଗରିକ ଏହି ସ୍ୱାସ୍ଥ୍ୟ ମେଳାରେ ସକ୍ରିୟ ରୂପରେ ଭାଗ ନେଇପାରିବେ ଏବଂ ନିଜ ଅଂଚଳରେ ପ୍ରଦାନ କରାଯାଉଥିବା ଏଚ୍‌ଡବ୍ଲୁସି ସେବା ଗୁଡିକ ସମ୍ପର୍କରେ ସଚେତନ ହୋଇ ପାରିବେ । ସେ ରାଜ୍ୟ ଗୁଡିକରେ ଏହି ସ୍ୱାସ୍ଥ୍ୟ ମେଳା ଚାଲିଥିବା ସମୟରେ ଟିବି (ଯକ୍ଷ୍ମା), ସର୍ଭାଇକାଲ କ୍ୟାନସର, ମଧୁମେହ ଏବଂ ମୁଖ ଗହ୍ୱର କର୍କଟ (କ୍ୟାନସର୍‌)ର ବ୍ୟାପକ ଯାଂଚ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ସେ ସମସ୍ତଙ୍କୁ ଏହି ସ୍ୱାସ୍ଥ୍ୟ ମେଳାରେ ସକ୍ରିୟ ରୂପରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଚାରିଟି ପୁସ୍ତିକା ଜାରି କରିଥିଲେ - ଏଚ୍‌ଡବ୍ଲ୍ୟୁସି ଗୁଡିକର ତ୍ରୈମାସିକ ରିପୋର୍ଟ, ସ୍ୱାସ୍ଥ୍ୟ ସେବା ନିମନ୍ତେ ମାନବ ସମ୍ବଳ ଉପରେ ମାର୍ଗଦର୍ଶିକା, କାର୍ଯ୍ୟାନ୍ୱୟନ ନିମନ୍ତେ ଜନସ୍ୱାସ୍ଥ୍ୟ ପରିଚାଳନା ଶ୍ରେଣୀ (କ୍ୟାଡର) ନିମନ୍ତେ ମାର୍ଗଦର୍ଶନ ଏବଂ ଭାରତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ମାନକ ମାର୍ଗଦର୍ଶିକାର ଶୁଭାରମ୍ଭ କରିଥିଲେ ।

ଆଜି ସାରା ଦେଶରେ ୧,୧୭,୪୪୦ରୁ ଅଧିକ ଏଚ୍‌ଡବ୍ଲୁସି ସକ୍ରିୟ ରୂପରେ ବ୍ୟାପକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ବ୍ୟକ୍ତିର ଦୂରତା ୩୦ ମିନିଟ୍‌କୁ କମ୍ କରି ଦେଇଛି । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଡାକ୍ତର ଭାରତୀ ପ୍ରବୀଣ ପାୱାର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଆଜି ଆମ ପାଇଁ ବହୁତ ଗର୍ବର ବିଷୟ ଯେ, ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଦର୍ଶିତ ମାର୍ଗରେ ଚାଲି ଆଜି ଦେଶବାସୀଙ୍କୁ ବିନା କୌଣସି ବିତୀୟ ବୋଝ ନଦେଇ ସମସ୍ତ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ସେମାନଙ୍କ ଘର ନିକଟରେ ଉପଲବ୍ଧ କରା ଯାଉଛି । ଗର୍ଭବତୀ ମାଆ ହୁଅନ୍ତୁ, ନବଜାତ ଶିଶୁ ହୁଅନ୍ତୁ, ଆମର କିଶୋର/ କିଶୋରୀ  କିମ୍ବା ସମ୍ମାନିତ ବୟସ୍କ ବ୍ୟକ୍ତି, ସମସ୍ତେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଗୁଡିକର ଲାଭ ଉଠାଉଛନ୍ତି । କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଭିତିଭୂମିର ସଂରଚନାକୁ ମଧ୍ୟ ଦିବ୍ୟାଙ୍ଗ ମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯାହା ଫଳରେ ବିଶେଷ ରୂପରେ ଶାରୀରିକ ଭାବେ ଅକ୍ଷମ ରୋଗୀ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ପହଂଚି ପାରିବେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ସ୍ୱାସ୍ଥ୍ୟର ହିତ ନିମନ୍ତେ ସମୁଦାୟକୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଣ ଏବଂ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ପ୍ରତିବଦ୍ଧତାକୁ ପୂରଣ କରିବାକୁ ସୁନିଶ୍ଚିତ କରୁଛି ।”

ନୀତି ଆୟୋଗର ସଦସ୍ୟ ଡାକ୍ତର ଭି. କେ. ପଲ୍ ନିରୋଗୀ ଭାରତ ସୃଷ୍ଟି କରିବା କ୍ଷେତ୍ରରେ ଟେଲି କନ୍‌ସଲଟେସନ୍ (ଟେଲି- ପରାମର୍ଶ) ସେବା ଗୁଡିକର ପ୍ରେକ୍ଷାପଟ ପରିବର୍ତନ କରିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ଗୁରୁତ୍ୱ ଦେଇ କହିଥିଲେ ଯେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆମ ଦେଶର ସ୍ୱାସ୍ଥ୍ୟ ପ୍ରଣାଳୀର ସବୁଠାରୁ ବଡ ଉପାଦାନ  ଅଟେ । କାରଣ ତାହା ସ୍ଥାନୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ କରିଥାଏ ଏବଂ ସେମାନଙ୍କ ମନରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ସମ୍ପର୍କର ପ୍ରଥମ ବିନ୍ଦୁ ରୂପରେ କାର୍ଯ୍ୟ କରିଥାଏ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରର ପରିସର ପୂବର୍ରୁ ରହିଥିବା କିଛି ପ୍ରତିମାନ, ଯେମିତି କିଛି ମାଆ, ଶିଶୁ, ଡବ୍ଲ୍ୟୁଏଏସ୍‌ଏଚ୍ ସେବା ଗୁଡିକରୁ ଏବେ ସମସ୍ତଙ୍କ ନିମନ୍ତେ ପୂର୍ଣ୍ଣ ବ୍ୟାପକ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ପରିବର୍ତିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଂଶଗ୍ରହଣକାରୀମାନଙ୍କୁ କହିଥିଲେ ଯେ, ଭାରତ ସରକାର ଡିସେମ୍ବର ୨୦୨୨ ସୁଦ୍ଧା ୧,୫୦,୦୦୦ ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି)ର ସ୍ଥାପନ କରିବା ନିମନ୍ତେ ପ୍ରତିବଦ୍ଧ ଅଟନ୍ତି ।  ସେ କହିଥିଲେ ଯେ, ଆମେ ପୂର୍ବରୁ ଦେଶରେ ୧,୧୭,୪୦୦ ଏବି – ଏଚ୍‌ଡବ୍ଲ୍ୟୁସିକୁ କାର୍ଯ୍ୟକ୍ଷମ କରାଇ ସାରିଛୁ ଏବଂ ୧ ଲକ୍ଷରୁ ଅଧିକ ଇ – ସଞ୍ଜୀବନୀ ଏଚ୍‌ଡବ୍‌ୁ୍ୟସି ପୋର୍ଟାଲ୍‌ରେ ସଫଳତାପୂର୍ବକ ପଞ୍ଜୀକରଣ ମଧ୍ୟ କରି ସାରିଛନ୍ତି । ସାର୍ବଭୌମିକ ସ୍ୱାସ୍ଥ୍ୟ ସେବାର ବ୍ୟାପକତାକୁ ପ୍ରାପ୍ତ କରିବା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ନୀତିର ବିଚାର ଉପରେ ଦୋହରାଇ ସେ କହିଥିଲେ ଯେ, ସରକାର ଏହାକୁ ସକ୍ରିୟ ରୂପରେ ନେଉଛନ୍ତି ଏବଂ ଏଚ୍‌ଡବ୍ଲୁସି ଏହାକୁ ପ୍ରାପ୍ତ କରିବା ନିମନ୍ତେ ଆମର ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ସାହାଯ୍ୟ କରିବ । ଏହି ଏଚ୍‌ଡବ୍ଲୁସି ମୁକ୍ତ ପରୀକ୍ଷଣ, ରୋଗର ନିଦାନ ନିମନ୍ତେ ସେବା ଇତ୍ୟାଦି ପ୍ରଦାନ କରିଥାଏ, ଯାହା ଫଳରେ ନାଗରିକମାନଙ୍କୁ ସେମାନଙ୍କର ସ୍ଥାନୀୟ ଏଚ୍‌ଡବ୍ଲୁସିରେ ଗୁଣବତାପୂର୍ଣ୍ଣ ଚିକିତ୍ସା ମିଳି ପାରିବ । ଏହି ସେବା ଗୁଡିକ ବ୍ୟତୀତ, ଏଚ୍‌ଡବ୍ଲୁସି ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଯୋଜନା ମଧ୍ୟ ଚାଲୁ ରଖିଛି, ଯାହା ଫଳରେ ଭଲ ସ୍ୱାସ୍ଥ୍ୟ ସହିତ ଭଲ ବିଚାର ମଧ୍ୟ ନାଗରିକମାନଙ୍କ ମଧ୍ୟରେ ପ୍ରସାରିତ ହେବ । ସେ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ସେମାନଙ୍କର ନିରନ୍ତର ପ୍ରୟାସ ଏବଂ ନିଜ ନିଜ ରାଜ୍ୟରେ ନେତୃତ୍ୱ ପ୍ରଦାନ କରିବା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏବି – ଏଚ୍‌ଡବ୍ଲ୍ୟୁସି ଏବଂ ଚତୁର୍ଥ ବାର୍ଷିକ ସମାରୋହ ସମ୍ପର୍କରେ:

ବଜେଟ୍ ଅନୁକୂଳ ସାର୍ବଜନିନ ସ୍ୱାସ୍ଥ୍ୟ ସେବାର ପ୍ରତିବଦ୍ଧତାକୁ ପ୍ରାପ୍ତ କରିବା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଉଦ୍ଦେଶ୍ୟକୁ ଆଖିରେ ରଖି ଭାରତ ସରକାର ଫେବୃୟାରୀ ୨୦୧୮ରେ ୧,୫୦,୦୦୦ ଆୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି)ର ସ୍ଥାପନା ନିମନ୍ତେ ଘୋଷଣା କରିଥିଲେ ।

ଗ୍ରାମାଂଚଳ ଏବଂ ସହରାଂଚଳ କ୍ଷେତ୍ର ଗୁଡିକରେ ରହିଥିବା ଉପ - ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ସମସ୍ତ ନାଗରିକ ମାନଙ୍କୁ ମାଗଣାରେ, ଘର ନିକଟରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ନେବା ପାଇଁ

 ପ୍ରମୁଖ ରୂପେ ରୂପାନ୍ତରିତ କରାଯାଉଛି । ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକ ଅଳ୍ପ କିଛି ସେବାରୁ ବ୍ୟାପକ ସେବା ପ୍ରଦାନକାରୀ ଭାବେ ପରିବର୍ତିତ ହେଉଛି, ଯେଉଁଥିରେ ପ୍ରୋତ୍ସାହନମୂଳକ, ପ୍ରତିଷେଧକ, ଆରୋଗ୍ୟକାରୀ, ପୁନର୍ବାସ ଏବଂ ଉପଶମକ ଯତ୍ନ ସାମିଲ୍ ଅଟେ । ଯାହା ରୋଗ – କେନ୍ଦ୍ରରୁ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଏବଂ ସମ୍ପୂର୍ଣ୍ଣ ସମାଜର ଦୃଷ୍ଟିକୋଣ, ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’ର ପୂରକ ଭାବେ ମୁଣ୍ଡ ଟେକିଥିବା ‘ସବୁଠାରେ ସ୍ୱାସ୍ଥ୍ୟ’ ଦୃଷ୍ଟିକୋଣ ସହିତ ରୈଖିକ ଭାବରେ ଅନ୍ତକ୍ଷେତ୍ରୀୟ ସମନ୍ୱୟକୁ ସଂସ୍ଥାଗତ କରାଇବା କାର୍ଯ୍ୟ କରୁଛି ।

ଏବି – ଏଚ୍‌ଡବ୍ଲ୍ୟୁସିରେ ୧୭ ଏପ୍ରିଲ୍ ୨୦୨୨ରୁ ଯୋଗ ଅଧିବେଶନ

 ଦ୍ୱିତୀୟ ଦିନରେ ଅର୍ଥାତ୍ ୧୭ ଏପ୍ରିଲ୍ ୨୦୨୨ରେ, ଏବି – ଏଚ୍‌ଡବ୍ଲ୍ୟୁସିରେ ସେବା ପ୍ରାବଧାନରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଏକୀକରଣକୁ ଉଜାଗର କରିବା ନିମନ୍ତେ ‘ଆଜାଦୀର ଅମୃତ ମହୋତ୍ସବ’ ସମୟରେ ସମସ୍ତ ଏବି – ଏଚ୍‌ଡବ୍ଲ୍ୟୁସିରେ ଯୋଗ ଅଧିବେଶନ ଆୟୋଜିତ କରାଯିବ ।

ବ୍ଲକ୍ ସ୍ୱାସ୍ଥ୍ୟ ମେଳା – ୧୮ ଏପ୍ରିଲ୍ ୨୦୨୨ରୁ ୨୨ ଏପ୍ରିଲ୍ ୨୦୨୨ପର୍ଯ୍ୟନ୍ତ

୧୮ ଏପ୍ରିଲ୍ ୨୦୨୨ରୁ, ସମଗ୍ର ଦେଶରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ଏକ ବ୍ଳକ୍‌ରେ ଏବି – ଏଚ୍‌ଡବ୍ଲ୍ୟୁସିରେ ବ୍ଲକ୍ ସ୍ୱାସ୍ଥ୍ୟ ମେଳା ଗୁଡିକୁ ଉଦ୍‌ଘାଟନ କରାଯିବ । ପ୍ରତ୍ୟେକ ବ୍ଲକ୍ ସ୍ୱାସ୍ଥ୍ୟ ମେଳା ଗୋଟିଏ ଦିନ ପାଇଁ ହେବ ଏବଂ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ପ୍ରତ୍ୟେକ ବ୍ଲକ୍‌କୁ ଏହା ପରିସରଭୁକ୍ତ କରାଯିବାର ଅଛି ।

ଡାକ୍ତର. ସୁନୀଲ କୁମାର, ଡିଜିଏଚ୍‌ଏସ୍‌, ଡାକ୍ତର. ମନୋହର ଅଗନାନୀ, ଅତିରିକ୍ତ ସଚିବ, ଶ୍ରୀ ବିକାଶ ଶୀଲ୍‌, ଏଏସ୍ ଆଣ୍ଡ ଏମ୍‌ଡି, ଶ୍ରୀ ବିଶାଳ ଚୌହାନ, ଯୁଗ୍ମ ସଚିବ, ଡାକ୍ତର ହରମିତ ସିଂହ, ଯୁଗ୍ମ ସଚିବ, ଡାକ୍ତର ଅଶୋକ ବାବୁ, ଯୁଗ୍ମ ସଚିବ ଏବଂ ମନ୍ତ୍ରଣାଳୟ ଏବଂ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ଏଚ୍‌ଏଫ୍‌ଡବ୍ଲ୍ୟୁ / ଏଚ୍‌ଡବ୍ଲ୍ୟୁସିର ଚତୁର୍ଥ ବାର୍ଷିକ ସମାରୋହ/ ୧୬ ଏପ୍ରିଲ୍ ୨୦୨୨

****

SSP



(Release ID: 1817413) Visitor Counter : 197