ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ୍ ଆଲୋଚନା

ପୋଷ୍ଟ କରାଯିବା ଦିନାଙ୍କ: 10 APR 2022 8:24PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଏପ୍ରିଲ ୨୦୨୨ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ ଦୁଇ ନେତା ଜାରିଥିବା ଦ୍ୱିପାକ୍ଷିକ ସହଯୋଗ ଏବଂ ନିକଟରେ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ଅଞ୍ଚଳ ଏବଂ ଆର୍ନ୍ତଜାତୀୟ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ଏହି ଭର୍ଚୁଆଲ୍ ବୈଠକ ଉଭୟ ପକ୍ଷକୁ ସେମାନଙ୍କର ନିୟମିତ ଏବଂ ଉଚ୍ଚ ସ୍ତରୀୟ ଯୋଗଦାନ ଜାରି ରଖିବାକୁ ସକ୍ଷମ କରିବ

ଦୁଇ ନେତାଙ୍କର ଭର୍ଚୁଆଲ୍ ଜରିଆରେ ପାରସ୍ପରିକ କଥାବାର୍ତ୍ତା ଚତୁର୍ଥ ଭାରତ-ଆମେରିକା + ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ହେବ ଯାହା ଭାରତ ପକ୍ଷରୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍.ଜୟଶଙ୍କର ଏବଂ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷ, ପ୍ରତିରକ୍ଷା ସଚିବ ଲର୍ଡ ଅଷ୍ଟିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଉପସ୍ଥିତ ରହିବେ

HS


(ରିଲିଜ ଆଡି: 1815589) ପରିଦର୍ଶକ କାଉଣ୍ଟର : 209