ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
ଏନସିପିସିଆର 11 ଏପ୍ରିଲ୍ ଠାରୁ 31 ମେ, 2022 ପର୍ଯ୍ୟନ୍ତ ପରୀକ୍ଷା ପର୍ବ 4.0 ପାଳନ କରିବ
प्रविष्टि तिथि:
10 APR 2022 5:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରୁ ପ୍ରେରଣା ନେଇ ଏବଂ ପରୀକ୍ଷାକୁ ଏକ ଆନନ୍ଦଦାୟକ କାର୍ଯ୍ୟ କରିବା ଦିଗରେ ନିଜର ପ୍ରଚେଷ୍ଟାକୁ ଜାରି ରଖିଛନ୍ତି, ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) 11 ଏପ୍ରିଲ୍ 2022 ରୁ 31 ମେ 2022 ପର୍ଯ୍ୟନ୍ତ ପରୀକ୍ଷା ପର୍ବ -4.0 ପାଳନ କରିବ। ଏନସିପିସିଆର 2019 ରୁ ନିଜର ଅଭିଯାନ ‘ପରୀକ୍ଷା ପର୍ବ’ ସହିତ ପରୀକ୍ଷାର ଉତ୍ସବ ପାଳନ କରୁଛି ଯାହାର ଉଦ୍ଦେଶ୍ୟ ଗୋଟିଏ ମଞ୍ଚରେ ପରୀକ୍ଷା କାରଣରୁ ହେଉଥିବା ଚାପ ପ୍ରତି ପିଲାଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଏବଂ ପରୀକ୍ଷା ପରିଣାମ ପୂର୍ବରୁ ତାଙ୍କର ଚିନ୍ତା ଦୂର କରିବା ଅଟେ।

ପରୀକ୍ଷା ପର୍ବ 4.0 ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ନିଜର ବିଚାର ଆଦାନ ପ୍ରଦାନ କରିବା ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଏବଂ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ପ୍ରାପ୍ତ କରିବା ପାଇଁ ମଞ୍ଚ ପ୍ରଦାନ କରିବାର ଏକ ପ୍ରୟାସ ଅଟେ। ଚାପଯୁକ୍ତ ସମୟରେ, ଅସହଜ ଓ ଭ୍ରମିତ କରୁଥିବା ବିଚାର ବିଷୟରେ କଥା ହେବା ଏବଂ ତାହାକୁ ଆଦାନ ପ୍ରଦାନ କରିବା ଦ୍ବାରା ଛାତ୍ରମାନଙ୍କ ଚାପ ଏବଂ ଚିନ୍ତା ବହୁତ କମ୍ ହେବାରେ ସହାୟତା ମିଳିବ।

ଚଳିତ ବର୍ଷ ପିଲାମାନଙ୍କ ବ୍ୟତୀତ ଶିକ୍ଷକ ଏବଂ ଅଭିଭାବକମାନଙ୍କ ପହଞ୍ଚିବା ଉଦ୍ଦେଶ୍ୟରେ ଏକ ବହୁ ଆୟାମୀ ଦୃଷ୍ଟିକୋଣକୁ ଗ୍ରହଣ କରାଯିବ। ପରୀକ୍ଷା ପର୍ବ 4.0 ରେ ନିମ୍ନଲିଖିତ କାର୍ଯ୍ୟକ୍ରମ ଗୁଡ଼ିକ ସାମିଲ୍ ରହିବ।
1. ପରୀକ୍ଷା ପରିଣାମ ପୂର୍ବରୁ ଛାତ୍ରମାନଙ୍କର ପରୀକ୍ଷା କାରଣରୁ ହେଉଥିବା ଚାପ ଏବଂ ଚିନ୍ତାକୁ କମ କରିବା ପାଇଁ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବାରେ ସକ୍ଷମ କରିବା ପାଇଁ 11 ଏପ୍ରିଲ୍ 2022 ଠାରୁ 31 ମେ 2022 ପର୍ଯ୍ୟନ୍ତ ଏନସିପିସିଆରକୁ ଫେସବୁକ୍, ଟ୍ବିଟର, ୟୁଟ୍ୟୁବ ଏବଂ ଦୂରଦର୍ଶନ ନ୍ୟାସନାଲ୍ ଏବଂ ନ୍ୟୁ ଇଣ୍ଡିଆ ଜଙ୍କସନର ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ସେସନ କରାଯିବ।
2. ସମ୍ବେଦନା – (1800-121-2830) କୋଭିଡ୍ ସମ୍ବନ୍ଧିତ ଚାପକୁ କମ୍ କରିବା ପାଇଁ ପ୍ରଶିକ୍ଷିତ ପରାମର୍ଶଦାତାଙ୍କ ଦ୍ବାରା ପରିଚାଳନା କରାଯାଉଥିବା ଏନସିପିସିଆରର ଏକ ଟୋଲ୍ ଫ୍ରି ଟେଲି ପରାମର୍ଶ ସେବା ରହିଛି। ଏହି ପରାମର୍ଶ ସେବାକୁ ବିସ୍ତାର ଏବଂ ଛାତ୍ରଙ୍କ ପାଇଁ ପରୀକ୍ଷା ତଥା ପରିଣାମ ସମ୍ବନ୍ଧିତ ପ୍ରଶ୍ନ, ଚାପ ଏବଂ ଚିନ୍ତାକୁ ଦୂର କରିବା ଉଦ୍ଦେଶ୍ୟରେ କରାଯିବ।

BS
(रिलीज़ आईडी: 1815484)
आगंतुक पटल : 254