ମହାକାଶ ବିଭାଗ

2022 ର ଦ୍ୱିତୀୟ ତ୍ରୟମାସରେ EOS-02 ଉପଗ୍ରହ ଉତକ୍ଷେପଣ କରାଯିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି


ବିଭିନ୍ନ ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ EOS-02 ହେଉଛି ଟେକ୍ନୋଲୋଜି ପ୍ରଦର୍ଶନ ଉପଗ୍ରହ ଯେଉଁଥିରେ କୃଷି, ବନବିଭାଗ, ଭୂବିଜ୍ଞାନ, ହାଇଡ୍ରୋଲୋଜି, କ୍ଷୁଦ୍ର ବିଦ୍ୟୁତ୍ ଇଲେକ୍ଟ୍ରୋନିକ୍ସ, ପ୍ରତିକ୍ରିୟା ଚକ ଆଦି ଅନ୍ତର୍ଭୁକ୍ତ: ଡା. ଜିତେନ୍ଦ୍ର ସିଂ

Posted On: 07 APR 2022 1:06PM by PIB Bhubaneshwar

କେନ୍ଦ୍ର ମନ୍ତ୍ରୀ (ସ୍ବାଧୀନ ଦାୟୀତ୍ବ) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା; ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟୀତ୍ବ) ଭୂ- ବିଜ୍ଞାନ; ରାଷ୍ଟ୍ର ମନ୍ତ୍ରୀ ପିଏମଓ, କାର୍ମିକ, ସାଧାରଣ ଅଭିଯୋଗ, ପେନ୍ସନ୍, ଆଣବିକ ଶକ୍ତି ଏବଂ ମହାକାଶ ଡା. ଜିତେନ୍ଦ୍ର ସିଂ କହିଛନ୍ତି ଯେ 2022 ଦ୍ୱିତୀୟ ତ୍ରୟ ମାସରେ EOS-02 ଉପଗ୍ରହ ଉତକ୍ଷେପଣ କରାଯିବ

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଡା. ଜିତେନ୍ଦ୍ର ସିଂ କହିଛନ୍ତି ଯେ କୃଷି, ବନବିଭାଗ, ଭୂବିଜ୍ଞାନ, ହାଇଡ୍ରୋଲୋଜି, କ୍ଷୁଦ୍ର ବିଦ୍ୟୁତ୍ ଇଲେକ୍ଟ୍ରୋନିକ୍ସ, ପ୍ରତିକ୍ରିୟା ଚକ ଇତ୍ୟାଦି ପ୍ରୟୋଗ ସହିତ ବିଭିନ୍ନ ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ EOS-02 ହେଉଛି ଟେକ୍ନୋଲୋଜି ପ୍ରଦର୍ଶନ ଉପଗ୍ରହ ଓ ଏହା SSLV-1 ପାଇଁ ପେଲୋଡ୍ ଗଠନ କରୁଛି।

ସେ ସୂଚନା ଦେଇଛନ୍ତି ଯେ ଉତକ୍ଷେପଣ 2021 ଚତୁର୍ଥ ତ୍ରୟମାସରେ କରିବା ପାଇଁ ଧାର୍ଯ୍ୟ ହୋଇଥିଲା, କିନ୍ତୁ ମହାମାରୀର ଆରମ୍ଭ ଏବଂ ଲକ ଡାଉନ୍ ହେତୁ ବିଶ୍ବ ତଥା ଘରୋଇ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ହୋଇଥିଲା। ଏହି କାରଣରୁ ଉପାଦାନ, ମାନବ ଶକ୍ତି ଏବଂ ସୁବିଧା ଉପଯୁକ୍ତ ଉପଲବ୍ଧତାର ଅଭାବ କାରଣରୁ ମହାକାଶ ଯାନ ପ୍ରେରଣରେ ବିଳମ୍ବ ହୋଇଛି।

EOS-3 ଉପଗ୍ରହ ଉତକ୍ଷେପଣରେ ବିଫଳ ହେବାର କାରଣ ଉପରେ ଧ୍ୟାନ ଦେଇ ଡା. ଜିତେନ୍ଦ୍ର ସିଂ କହିଛନ୍ତି ଯେ ଉତକ୍ଷେପଣ ପରେ ତୁରନ୍ତ କରାଯାଇଥିବା ତଥ୍ୟ ସହିତ ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାଯାଇଛି ଯେ କ୍ରାୟୋଜେନିକ୍ ଉପର ଷ୍ଟେଜରେ ଏକ ସମସ୍ୟା କାରଣରୁ ମିଶନ୍ ବିଫଳ ହୋଇଛି ଏକାଡେମୀ ଏବଂ ଇସ୍ରୋର ବିଶେଷଜ୍ଞମାନଙ୍କୁ ନେଇ ଏକ ଜାତୀୟ ସ୍ତରର ବିଫଳତା ବିଶ୍ଳେଷଣ କମିଟି (ଏଫଏସି) ଗଠନ ସଙ୍ଗେ ସଙ୍ଗେ ଜିଏସଏଲଭି ର କ୍ରାଇଜେନିକ୍ ଉପର ଷ୍ଟେଜରେ ଅସଙ୍ଗତିର କାରଣ ଚିହ୍ନଟ କରିବାକୁ ଗଠନ କରାଯାଇଥିଲା, ଯାହା ଦ୍ବାରା ମିଶନ୍ ବିଫଳ ହୋଇଥିଲା ଏବଂ ସେହି ଅନୁସାରେ ଭବିଷ୍ୟତ ମିଶନ୍ ପାଇଁ ସଂଶୋଧନ କାର୍ଯ୍ୟ ପାଇଁ ସୁପାରିଶ କରାଯାଇଥିଲା| କମିଟି ନୀରିକ୍ଷଣ କରିଛି ଯେ ଉଡ଼ାଣ ସମୟରେ ପ୍ରୋପେଲାଣ୍ଟ (ଲିକ୍ୱିଡ୍ ହାଇଡ୍ରୋଜେନ୍ କିମ୍ବା LH2) ଟ୍ୟାଙ୍କରେ ଚାପର ନିର୍ମାଣ ସ୍ୱାଭାବିକ ନୁହେଁ ଯାହାଦ୍ବାରା ଇଞ୍ଜିନର ଇଗ୍‌ନିସନ ସମୟରେ ଟ୍ୟାଙ୍କର ଚାପ ହ୍ରାସ ହୋଇଥିଲା। ଏହାଦ୍ୱାରା LH2 ଟାଙ୍କି ଭିତରେ ଲଗାଯାଇଥିବା ଇନ୍ଧନ ବୁଷ୍ଟର ଟର୍ବୋ ପମ୍ପ (FBTP) ଅସ୍ବାଭାବିକ ଅପରେସନ୍ ହୋଇଥିଲା ଯାହା ଦ୍ବାରା ଇଞ୍ଜିନର ଥ୍ରଷ୍ଟ ଚ୍ୟାମ୍ବରରେ ଲିକ୍ୱିଡ୍ ହାଇଡ୍ରୋଜେନର ପର୍ଯ୍ୟାପ୍ତ ପରିମାଣରେ ପ୍ରବାହିତ ହୁଏ | ବିସ୍ତୃତ ଅଧ୍ୟୟନରୁ ଜଣାଯାଇଛି ଯେ LH2 ଟାଙ୍କି ଚାପରେ ଦେଖାଯାଇଥିବା ହ୍ରାସର ସମ୍ଭାବ୍ୟ କାରଣ ହେଉଛି ସମ୍ପୃକ୍ତ ଭେଣ୍ଟ ଏବଂ ରିଲିଫ୍ ଭାଲଭ୍ (VRV) ରେ ଲିକ୍, ଯାହା ଉଡ଼ାଣ ସମୟରେ ଅଧିକ ଟାଙ୍କି ଚାପକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୋଇଥାଏ।  କମ୍ପ୍ୟୁଟର ସିମୁଲେସନ୍ ତଥା ଏକାଧିକ ସୁନିଶ୍ଚିତକରଣ ଗ୍ରାଉଣ୍ଡ ପରୀକ୍ଷଣ, GSLV-F10 ଉଡ଼ାଣରେ ଅବସ୍ଥାକୁ ଅତି ନିକଟରୁ ଅନୁକରଣ କରି ଏଫଏସି ଦ୍ୱାରା ବିଶ୍ଳେଷଣକୁ ବୈଧ କରାଯାଇଛି।

ଭବିଷ୍ୟତର ଜିଏସଏଲଭି ମିଶନ ପାଇଁ କ୍ରାୟୋଜେନିକ୍ ଉପର ପର୍ଯ୍ୟାୟର ଦୃଢ଼ତା ବୃଦ୍ଧି ପାଇଁ ବିଫଳତା ବିଶ୍ଳେଷଣ କମିଟି ଉନ୍ନତି ପାଇଁ ସୁପାରିଶ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି କ୍ରାୟୋଜେନିକ୍ ଉପର ପର୍ଯ୍ୟାୟରେ ଆବଶ୍ୟକୀୟ ପରିବର୍ତ୍ତନ ସହିତ GSLV ଯାନ 2022 ତୃତୀୟ ତ୍ରୟ ମାସିକ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି ପରବର୍ତ୍ତୀ GSLV ମିଶନ୍ ପାଇଁ ଚିହ୍ନିତ ଉପଗ୍ରହ 2022 ଚତୁର୍ଥ ତ୍ରୟ ମାସିକରେ ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଏ ତେଣୁ ବିଫଳତା ହେତୁ ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକ ସମାପ୍ତିରେ କୌଣସି ପ୍ରକାର ବିଳମ୍ବ ନୁହେଁ।

EOS ସିରିଜରେ ଅନ୍ତର୍ଭୁକ୍ତ ଉପଗ୍ରହଗୁଡିକର ବିବରଣୀଗୁଡିକ ନିମ୍ନ ପ୍ରକାରେ ଅଟେ :

କ. EOS-01: କୃଷି, ବନବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ସହାୟତା ପାଇଁ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ

ଖ. EOS-02: ବିଭିନ୍ନ ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ  ଆପ୍ଲିକେସନ ସହିତ ଟେକ୍ନୋଲୋଜି ପ୍ରଦର୍ଶନ ଉପଗ୍ରହ ଯେଉଁଥିରେ କୃଷି, ବନବିଭାଗ, ଭୂବିଜ୍ଞାନ, ହାଇଡ୍ରୋଲୋଜି ଇତ୍ୟାଦି ଅନ୍ତର୍ଭୁକ୍ତ ଏବଂ SSLV-1 ପାଇଁ ପେଲୋଡ୍ ଗଠନ କରିଛି।

ଗ. EOS-03: ଜିଓଷ୍ଟେସନାରୀ କକ୍ଷପଥରେ ପ୍ରଥମ ଆଜାଇଲ୍‌ ପୃଥିବୀ ଅନୁଧ୍ୟାନ ଉପଗ୍ରହ ଏବଂ ଆପ୍ଲିକେସନ ଗୁଡ଼ିକ ଯାହା ରିଅଲ୍ ଟାଇମ୍ ଇମେଜିଙ୍ଗ୍, ପ୍ରାକୃତିକ ବିପର୍ଯ୍ୟୟର ଶୀଘ୍ର ମନିଟରିଂ, କୃଷି, ବନବିଭାଗ ପାଇଁ ସ୍ପେକ୍ଟ୍ରାଲ୍  ସିଗନେଚର ଅନ୍ତର୍ଭୁକ୍ତ କରେ

ଘ. EOS-04: ରାଡାର ଇମେଜିଙ୍ଗ ଉପଗ୍ରହ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଆର୍ଦ୍ରତା ଏବଂ ହାଇଡ୍ରୋଲୋଜି ଏବଂ ବନ୍ୟା ମ୍ୟାପିଂ ଭଳି ସମସ୍ତ ପାଣିପାଗ ଅବସ୍ଥାରେ ଉଚ୍ଚମାନର ଚିତ୍ର ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ

ଙ. EOS-05: ଜିଓଷ୍ଟେସନାରୀ କକ୍ଷ ପଥରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ

ଚ. EOS-06: ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଆପ୍ଲିକେସନ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ସାମୁଦ୍ରିକ ସମ୍ବନ୍ଧୀୟ ସେବା ଏବଂ ସମ୍ଭାବ୍ୟ ମାଛ ଧରିବା କ୍ଷେତ୍ରର ପୂର୍ବାନୁମାନ, ସମୁଦ୍ର ଅବସ୍ଥା ପୂର୍ବାନୁମାନ ଇତ୍ୟାଦି ଅନ୍ତର୍ଭୁକ୍ତ।

 

BS



(Release ID: 1814653) Visitor Counter : 167