ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ବାତ୍ୟା / ବନ୍ୟା ପ୍ରଭାବିତ ରାଜ୍ୟଗୁଡିକ ପାଇଁ ଆର୍ଥିକ ସହାୟତା
ଓଡ଼ିଶାରେ ବାତ୍ୟା ୟାସ୍ ପାଇଁ ଏନଡିଆରଏଫ୍ ପକ୍ଷରୁ 500 କୋଟି ଟଙ୍କାର ଆର୍ଥିକ ସହାୟତା
Posted On:
05 APR 2022 3:08PM by PIB Bhubaneshwar
ବିପର୍ଯ୍ୟୟ ପରିଚାଳନା ତଥା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବାର ପ୍ରାଥମିକ ଦାୟିତ୍ବ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ରହିଛି। ଭାରତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ବିଷୟ ଓ ନିୟମ ଅନୁସାରେ ରାଜ୍ୟ ସରକାର, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ମାଧ୍ୟମରେ ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରିଥାନ୍ତି। ଗୁରୁତର ବିପର୍ଯ୍ୟୟ କ୍ଷେତ୍ରରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ରୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ବିପର୍ଯ୍ୟୟ ସମୟରେ ଧାର୍ଯ୍ୟ ପ୍ରକ୍ରିୟା ଅନୁଯାୟୀ, ଏକ ଇଣ୍ଟର-ମିନିଷ୍ଟେରିଆଲ୍ ସେଣ୍ଟ୍ରାଲ୍ ଟିମ୍ (ଆଇଏମସିଟି) କ୍ଷତିଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରି ଆକଳନ କରିଥାନ୍ତି।
ଆର୍ଥିକ ବର୍ଷ 2021-22 (31.03.2022 ସୁଦ୍ଧା) ଏନଡିଆରଏଫ୍ ଦ୍ବାରା ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ପାଣ୍ଠିର ସବିଶେଷ ନିମ୍ନରେ ପ୍ରଦାନ କରାଯାଇଛି। ଏଥିରେ 1 ଏପ୍ରିଲ୍ 2021 ସୁଦ୍ଧା ଏସଡିଆରଏଫ ର ଓପନିଂ ବାଲାନ୍ସର 50 ପ୍ରତିଶତକୁ ଆଡଜଷ୍ଟ କରାଯାଇଛି ଯାହାକି ନିମ୍ନ ପ୍ରକାରେ।
(ଟ. କୋଟିରେ)
Sl.No.
|
Name of State
|
Name of Calamity
|
Assistance released from NDRF
|
1.
|
Andhra Pradesh
|
Floods
|
351.43
|
2.
|
Bihar
|
Floods
|
1,038.96
|
3.
|
Gujarat
|
Cyclone ‘Tauktae’
|
1,000.00*
|
4.
|
Jharkhand
|
Cyclone ‘Yaas’
|
200.00*
|
5.
|
Karnataka
|
Floods
|
1,623.30
|
6.
|
Madhya Pradesh
|
Floods
|
600.50
|
7.
|
Maharashtra
|
Floods
|
1,056.39
|
8.
|
Odisha
|
Cyclone ‘Yaas’
|
500.00*
|
9.
|
Sikkim
|
Floods/Landslides
|
55.23
|
10.
|
Tamil Nadu
|
Floods
|
566.36
|
11.
|
West Bengal
|
Cyclone ‘Yaas’
|
300.00*
|
Floods
|
50.13
|
* ଏନଡିଆରଏଫ ରୁ ଅଗ୍ରୀମ ଆକାରରେ ଅର୍ଥ ପ୍ରଦାନ କରାଯାଇଛି।
ଆଜି ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କରି ଏହା ପ୍ରକାଶ କରିଛନ୍ତି ଗୃହ ବ୍ୟାପାରା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ।
BS
(Release ID: 1813892)
Visitor Counter : 237