ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ପ୍ରତିଷେଧକ ଟିକାକରଣର ବିସ୍ତୃତ ବିବରଣୀ

Posted On: 05 APR 2022 9:30AM by PIB Bhubaneshwar

ଦେଶରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଏପ୍ରିଲ ୪ ତାରିଖ ସକାଳ ୭ଟା ସୁଦ୍ଧା ୧,୮୪,୮୭,୩୩,୦୮୧ ଡୋଜ ଟିକା ଦିଆଯାଇସାରିଲାଣି ।  ଏଥିପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ୨,୨୨,୧୫,୨୧୩ ଥର ଉଦ୍ୟମ ହୋଇଛି ।

ଚଳିତ ବର୍ଷ ମାର୍ଚ୍ଚ ମାସ ୧୬ ତାରିଖଠାରୁ ଅନ୍ୟ ଏକ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ୧୨ରୁ ୧୪ ବର୍ଷ ବର୍ଗର ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ବିଭିନ୍ନ ବୟସ ବର୍ଗ ଏବଂ ପର୍ଯ୍ୟାୟରେ ଟିକାଦାନ କାର୍ଯ୍ୟ ଆଗେଇ ଚାଲିଛି । ସ୍ୱାସ୍ଥ୍ୟକେନ୍ଦ୍ର କର୍ମୀମାନଙ୍କ ଦ୍ୱାରା ୧,୦୪,୦୩,୮୫୯ ଜଣଙ୍କୁ ପ୍ରଥମ ଡୋଜ, ,୦୦,୦୨,୨୮୦ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଏବଂ ୪୪,୯୦,୯୪୧ ଜଣଙ୍କୁ ପ୍ରତିଷେଧମୂଳକ ଟିକା ଦିଆଯାଇିସାରିଲାଣି ।

କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ୧,୮୪,୧୩,୫୦୭ ଜଣଙ୍କୁ ପ୍ରଥମ ଡୋଜ, ,୭୫,୧୪,୮୫୫ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୬୯,୨୯,୨୦୧ ଜଣଙ୍କୁ ପ୍ରତିଷେଧାତ୍ମକ ତୃତୀୟ ଡୋଜ ଟିକା ଦିଆଯାଇସାରିଲାଣି ।

୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମଧ୍ୟରୁ ୧,୯୨,୧୮,୦୯୯ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇସାରିଲାଣି ।

୧୫ରୁ ୧୮ ବର୍ଷ ବୟସ ବର୍ଗରେ ୫,୭୩,୮୬,୩୯୬ ଜଣଙ୍କୁ ପ୍ରଥମ ଡୋଜ ଏବଂ ୩,୮୭,୧୩,୮୮୨ଟି ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇ ସାରିଲାଣି ।

୧୮ରୁ ୪୪ ବର୍ଷ ବସୟ ବର୍ଗରେ ୫୫,୪୮,୦୭,୯୧୪ ଜଣଙ୍କୁ ପ୍ରଥମ ଡୋଜ ଟିକା ଏବଂ ୪୬,୭୬,୮୪,୦୦୨ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାସାରିଲାଣି

୪୫ରୁ ୫୯ ବୟସ ବର୍ଗରେ ୨୦,୨୭,୮୩,୧୯୪ ଜଣଙ୍କୁ ପ୍ରଥମ ଡୋଜ, ୧୮,୫୭,୩୬,୭୧୬ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି ।

୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧୨,୬୭,୬୩,୫୭୯ ଜଣଙ୍କୁ ପ୍ରଥମ ଡୋଜ ୧୧,୫୬,୮୯,୪୧୭ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧,୨୧,୯୫,୨୩୯ ଜଣଙ୍କୁ ପ୍ରତିଷେଧାତ୍ମକ ତୃତୀୟ ଡୋଜ ଟିକା ଦିଆଯାଇ ସାରିଲାଣି । ଏ ପର୍ଯ୍ୟନ୍ତ ପ୍ରତିଷେଧାତ୍ମକ ଟିକା ୨,୩୬,୧୫,୩୮୧ ଡୋଜକୁ ମିଶାଇ ମୋଟ ୧,୮୪,୮୭,୩୩,୦୮୧ ଡୋଜ ଟିକା ଦିଆଯାଇସାରିଲାଣି ।

ବର୍ତ୍ତମାନ କରୋନା ସଂକ୍ରମଣ ଦେଶରୁ କମିବା ଆରମ୍ଭ କରିଛି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୦୫୪ ଅଛି । ଏହା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ୦.୦୩ ଶତାଂଶ ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୨୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଦେଶର ମୋଟ ଆରୋଗ୍ୟ ଲାଭଙ୍କ ସଂଖ୍ୟାର ୯୮.୭୬ ଶତାଂଶ । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ଦେଶରେ ୪,୨୪,୯୬,୩୬୯ ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୭୯୫ ଜଣ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪,୬୬,୩୩୨ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୯,୧୫,୪୬,୦୩୮ଟି ନମୁନା ପରୀକ୍ଷା କରାଗଲାଣି ।

ବର୍ତ୍ତମାନ ସମଗ୍ର ଦେଶରେ ଦୈନିକ ସଂକ୍ରମଣ ହାର ୦.୧୭ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୨ ଶତାଂଶ ରହିଛି । ଉଭୟ ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ସମଗ୍ର ଦେଶରେ କ୍ରମଶଃ ନିମ୍ନମୁଖୀ ହେଉଛି ।

SSD/DD



(Release ID: 1813698) Visitor Counter : 176