ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯: ସଦ୍ୟତମ ସ୍ଥିତି

प्रविष्टि तिथि: 24 MAR 2022 9:16AM by PIB Bhubaneswar

ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ କାର୍ଯ୍ୟ ବଳବତ୍ତର ରହିଛି । ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮୨.୨୩ କୋଟି ଡୋଜର ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ସମଗ୍ର ଦେଶରେ ୨୨,୪୨୭ ଜଣ ସକ୍ରିୟ ରୋଗୀ ଅଛନ୍ତି ।  ସକ୍ରିୟ ରୋଗୀଙ୍କ ସଂଖ୍ୟା ୦.୦୫ ପ୍ରତିଶତ ହାର ଅଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୭୫ ପ୍ରତିଶତ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୩୧ ଜଣ କରୋନାରୁ ଆରୋଗ୍ୟ ଲାଭ ସାରିଲେଣି । ଏହି ସଂଖ୍ୟାକୁ ମିଶାଇ ସମଗ୍ର ଦେଶରେ ମୋଟ ୪,୨୪,୭୫,୫୮୮ ଜଣ ଅରୋଗ୍ୟ ଲାଭ କରିସରେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୮ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୯ ପ୍ରତିଶତ ଏବଂ ସାପ୍ତାହୀକ ସଂକ୍ରମଣ ହାର ୦.୩୫ ପ୍ରତିଶତ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୬୧,୯୫୪ଟି ନମୂନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୭୮.୪୯ କୋଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ।

SSD/DD


(रिलीज़ आईडी: 1809178) आगंतुक पटल : 189
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Punjabi , Gujarati , Tamil , Telugu , Malayalam