ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସହୀଦ ଦିବସ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲରେ ବିପ୍ଳବୀ ଭାରତ ଗ୍ୟାଲେରିର ଉଦ୍‌ଘାଟନ କରିବେ


ଗ୍ୟାଲେରିରେ ସ୍ବାଧୀନତା ସଂଗ୍ରାମର ବିପ୍ଳବୀମାନଙ୍କର ଯୋଗଦାନକୁ ଦର୍ଶାଯିବ

ଗ୍ୟାଲେରିରେ 1947 ପର୍ଯ୍ୟନ୍ତର ସମସ୍ତ ଘଟଣାକୁ ସାମଗ୍ରୀକ ଭାବରେ ପ୍ରଦର୍ଶିତ କରାଯିବ

Posted On: 22 MAR 2022 11:45AM by PIB Bhubaneshwar

ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ ସ୍ଥିତ ବିପ୍ଳବୀ ଭାରତ ଗ୍ୟାଲେରିକୁ 23 ମାର୍ଚ୍ଚର ସନ୍ଧ୍ୟା ଛଅ ଘଟିକା ସମୟରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ। 

ଗ୍ୟାଲେରିରେ ସ୍ବାଧୀନତା ସଂଗ୍ରାମରେ ବିପ୍ଳବୀମାନଙ୍କର ଯୋଗଦାନ ଏବଂ ବ୍ରିଟିଶ ଔପନିବେଶବାଦ ବିପକ୍ଷରେ ସଶସ୍ତ୍ର ପ୍ରତିରୋଧକୁ ଦର୍ଶାଯିବ। ଅନେକ ସମୟରେ ଏହି ଦିଗକୁ ସ୍ବାଧୀନତା ଆନ୍ଦୋଳନର ପ୍ରଯୁଜ୍ୟ ସ୍ଥାନ ଦିଆଯାଇ ନାହିଁ। ଏହି ନୂତନ ଗ୍ୟାଲେରିର ଉଦ୍ଦେଶ୍ୟ ହେଉଛି ଯେ ସେହି ସମସ୍ତ ଘଟଣାଗୁଡ଼ିକୁ ଉପଯୁକ୍ତ ଭାବରେ ଚିତ୍ରଣ କରାଯିବ ଯାହାକି 1947 ପର୍ଯ୍ୟନ୍ତ ହୋଇଥିଲା। ଏହା ସହିତ ବିପ୍ଳବୀମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ମଧ୍ୟ ଲୋକ ଲୋଚନକୁ ଅଣାଯିବ। 

ବିପ୍ଳବୀ ଭାରତ ଗ୍ୟାଲେରିରେ ସେହିସବୁ ରାଜନୈତିକ ଓ ବୌଦ୍ଧିକ ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଛି, ଯାହାକୁ ସ୍ବାଧୀନତା ଆନ୍ଦୋଳନକୁ ପ୍ରେରିତ କରିଛି। ଗ୍ୟାଲେରିରେ ସ୍ବାଧୀନତା ଆନ୍ଦୋଳନର ଜନ୍ମ, ବିପ୍ଳବୀମାନଙ୍କ ଦ୍ବାରା ମହତ୍ତ୍ବପୂର୍ଣ୍ଣ ସଙ୍ଗଠନର ନିର୍ମାଣ, ଆନ୍ଦୋଳନର ବିସ୍ତାର, ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ଗଠନ, ନୌସେନା ବିଦ୍ରୋହର ଯୋଗଦାନ ଆଦିକୁ ଉପସ୍ଥାପନ କରାଯିବ। 

BS



(Release ID: 1808432) Visitor Counter : 185