ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
୨୦୨୨-୨୩ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି
Posted On:
22 MAR 2022 2:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ୨୦୨୨-୨୩ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି । କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ମଞ୍ଜୁରି ପ୍ରଦାନ କରାଯାଇଛି ।
୨୦୨୨-୨୩ ଋତୁ ପାଇଁ କଞ୍ଚା ଝୋଟ (ଟିଡିଏନ 3 ସମତୁଲ୍ୟ ଠାରୁ ଆରମ୍ଭ କରି ଟିଡି5 ଗ୍ରେଡ)ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି 4750/- ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଉତ୍ପାଦନର ସର୍ବଭାରତୀୟ ଭାରଯୁକ୍ତ ବ୍ୟୟ ଉପରେ ୬୦.୫୩ ପ୍ରତିଶତ ଲାଭ ସୁନିଶ୍ଚିତ କରିବ । ଉତ୍ପାଦନର ସର୍ବଭାରତୀୟ ହାରାହାରୀ ବ୍ୟୟ ତୁଳନାରେ ଅତିକମରେ ଦେଢ଼ ଗୁଣା ସ୍ତରର ଏମଏସପି ଦେବା ପାଇଁ ୨୦୧୮-୧୯ ବଜେଟରେ ସରକାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁରୂପ ୨୦୨୨-୨୩ ଋତୁ ପାଇଁ କଞ୍ଚା ଝୋଟର ଏମଏସପି ଘୋଷଣା କରାଯାଇଛି ।
ଏହା ଅତିକମରେ ୫୦ ପ୍ରତିଶତ ସର୍ବନିମ୍ନ ଲାଭ ସୁନିଶ୍ଚିତ କରିବ । ଝୋଟ ଉତ୍ପାଦନକାରୀମାନଙ୍କୁ ଉନ୍ନତ ପାରିଶ୍ରମିକର ଲାଭ ସୁନିଶ୍ଚିତ କରିବା ସହିତ ଉଚ୍ଚଗୁଣବତ୍ତା ଯୁକ୍ତ ଝୋଟର ଫାଇବରକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ ।
ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସମର୍ଥନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ନିଜର କାର୍ଯ୍ୟ ଜାରି ରହିବ । ଏଥିସହିତ ପରିଚାଳନା କ୍ଷେତ୍ରରେ କୌଣସି ପ୍ରକାର କ୍ଷତି ହେଲେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଏହାର ଭରଣା କରିବେ ।
**********
P.S.
(Release ID: 1808345)
Visitor Counter : 204
Read this release in:
Tamil
,
Kannada
,
Manipuri
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Punjabi
,
Gujarati
,
Telugu
,
Malayalam