ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ନାଗରିକ ପୁରସ୍କାର ବିତରଣ ସମାରୋହ-୧ରେ ୨୦୨୨ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

प्रविष्टि तिथि: 21 MAR 2022 11:10AM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ନାଗରିକ ପୁରସ୍କାର ବିତରଣ ସମାରୋହ-୧ରେ ୨୦୨୨ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ । ଆଜିର ପୁରସ୍କାର ବିତରଣ ସମାରୋହରେ ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ, ସେମାନଙ୍କ ମଧ୍ୟରେ ଶ୍ରୀ ରାଧେ ଶ୍ୟାମ ଏବଂ ଜେନେରାଲ ବିପିନ ରାୱତ (ମରଣୋତ୍ତୋର) ସାମିଲ ରହିଛନ୍ତି । ଏମାନଙ୍କ ବ୍ୟତୀତ ଶ୍ରୀ ଗୁଲାମ ନବୀ ଆଜାଦ୍‌, ଶ୍ରୀମତୀ ଗୁରମିତ ବାୱା (ମରଣୋତ୍ତୋର), ଶ୍ରୀ ଏନ. ଚନ୍ଦ୍ରଶେଖରନ, ଶ୍ରୀ ଦେବେନ୍ଦ୍ର ଝାଝରିୟା, ଶ୍ରୀ ରାଶିଦ୍‌ ଖାନ, ଶ୍ରୀ ରାଜୀବ ମହର୍ଷି, ଡକ୍ଟର ସାୟରସ ପୁନାୱାଲା ଏବଂ ଶ୍ରୀ ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ମାର୍ଚ୍ଚ ୨୮ ତାରିଖରେ ନାଗରିକ ପୁରସ୍କାର ବିତରଣ ସମାରୋହ-୨ ଆୟୋଜନ କରାଯିବ ।

ପଦ୍ମ ପୁରସ୍କାର ତିନୋଟି ଶ୍ରେଣୀରେ ପ୍ରଦାନ କରାଯାଇଥାଏ – ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ । ବିଭିନ୍ନ ବିଷୟ/କ୍ଷେତ୍ର, ଯେପରିକି କଳା, ସାମାଜିକ କାର୍ଯ୍ୟ, ଜନ କଲ୍ୟାଣ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବ୍ୟବସାୟ ଏବଂ ଉଦ୍ୟୋଗ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା, ନାଗରିକ ସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ । ଉତ୍କୃଷ୍ଟ ଏବଂ ବିଶିଷ୍ଟ ସେବା ପାଇଁ ‘ପଦ୍ମ ବିଭୂଷଣ’; ଉଚ୍ଚସ୍ତରୀୟ ବିଶିଷ୍ଟ ସେବା ପାଇଁ ‘ପଦ୍ମ ଭୂଷଣ’ ଏବଂ ଯେକୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ‘ପଦ୍ମଶ୍ରୀ’ ପୁରସ୍କାର ଦିଆଯାଇଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ପୁରସ୍କାର ଘୋଷଣା କରାଯାଇଥାଏ ।

ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥାନ୍ତି । ରାଷ୍ଟ୍ରପତି ଭବନରେ ସମାରୋହ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମୋଟ ୧୨୮ଟି ପଦ୍ମ ପୁରସ୍କାର ଦିଆଯାଉଛି, ଏଥିରେ ଦୁଇଟି ଯୁଗ୍ମ ପୁରସ୍କାର (ଯୁଗ୍ମ ପୁରସ୍କାରକୁ ଗୋଟିଏ ପୁରସ୍କାର ଭାବେ ଗଣାଯାଇଥାଏ) ସାମିଲ ରହିଛି । ପୁରସ୍କାର ବିଜେତାମାନଙ୍କ ତାଲିକାରେ ୪ ଜଣ ପଦ୍ମ ବିଭୂଷଣ, ୧୭ ଜଣ ପଦ୍ମ ଭୂଷଣ ଏବଂ ୧୦୭ ଜଣ ପଦ୍ମଶ୍ରୀ ପୁରସ୍କାର ବିଜେତା ରହିଛନ୍ତି । ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ତାଲିକାରେ ୩୪ ଜଣ ମହିଳା ଅଛନ୍ତି । ତାଲିକାରେ ବିଦେଶୀ/ଏନଆରଆଇ/ପିଆଇଓ/ଓସିଆଇ ବର୍ଗରେ ୧୦ ଜଣ ସାମିଲ ରହିଛନ୍ତି । ଏହାବ୍ୟତୀତ ୧୩ ଜଣଙ୍କୁ ମରୋଣୋତ୍ତୋର ଭାବେ ପୁରସ୍କାର ପ୍ରଦାନ କରାଯିବ ।

 

********

P.S.


(रिलीज़ आईडी: 1807598) आगंतुक पटल : 237
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Punjabi , Gujarati , Tamil , Telugu , Kannada