ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ସ୍ୱାର୍ଥ ପ୍ରସଙ୍ଗ ଉପରେ କମ୍ ବୟସର ଛାତ୍ରଙ୍କ ମତାମତରେ ପ୍ରଭାବିତ ହୋଇ ଡେରାଡୁନ୍ର ଛାତ୍ର ଅନୁରାଗ ରାମୋଲାଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ
“ଆଗାମୀ ବର୍ଷରେ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନରେ ଆମର ଯୁବ ପୀଢିର ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।”
ପୋଷ୍ଟ କରାଯିବା ଦିନାଙ୍କ:
11 MAR 2022 2:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରି ଦେଶର ଯୁବ ପୀଢି ବିଶେଷକରି ଛାତ୍ରମାନଙ୍କ ମନୋବଳ ବୃଦ୍ଧି କରିବାରେ ଲାଗିଛନ୍ତି । ସେ ‘ମନ୍ କି ବାତ୍', "ପରୀକ୍ଷା ପେ ଚର୍ଚ୍ଚା' ହେଉ କିମ୍ବା ବ୍ୟକ୍ତିଗତ ଆଲୋଚନା ହେଉ, ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ମାଧ୍ୟମ ଜରିଆରେ ସେମାନଙ୍କ ଚିନ୍ତାଧାରା ଏବଂ କୌତୁହଳକୁ ହୃଦୟଙ୍ଗମ କରି ଯୁବକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି । ଏହାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ତାଙ୍କ ଚିଠିର ଉତ୍ତର ଦେଇ ଡେରାଡୁନର ଏକାଦଶ ଶ୍ରେଣୀର ଛାତ୍ର ଅନୁରାଗ ରାମୋଲାଙ୍କ କଳା ଏବଂ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ।
ଅନୁରାଗଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ତୁମର ଆଦର୍ଶ ପରିପକ୍ୱତା ତୁମର ଚିଠିରେ ପ୍ରତିଫଳିତ ହୋଇଛି ଏବଂ ‘ଭାରତର ସ୍ୱାଧୀନତାର ଅମୃତ ମହୋତ୍ସବ' ଚିତ୍ର ପାଇଁ ମନୋନୀତ ଥିମ୍କୁ ନେଇ ମୁଁ ଖୁସି ଯେ ତୁମେ ଯୁବାବସ୍ଥାରୁ ଜାତୀୟ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗଗୁଡିକୁ ବୁଝି ପାରିଛ ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଦେଶର ବିକାଶରେ ତୁମର ଭୂମିକା ବିଷୟରେ ଅବଗତ ଅଛ ।
ଆତ୍ମର୍ନିଭରଶୀଳ ଭାରତ ଗଠନରେ ସମସ୍ତ ଦେଶବାସୀଙ୍କ ଅବଦାନକୁ ପ୍ରଶଂସା କରିବାବେଳେ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି: ଦେଶ ସ୍ୱାଧୀନତାର ଏହି ଅମୃତ କାଳରେ ସାମୂହିକ ଶକ୍ତିର ଶକ୍ତି ଏବଂ ‘ସବକା ପ୍ରୟାଶ’ର ମନ୍ତ୍ର ସହିତ ଆଗକୁ ବଢୁଛି । ଆଗାମୀ ବର୍ଷରେ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନରେ ଆମର ଯୁବ ପୀଢିର ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବ ।
ଅନୁରାଗଙ୍କ ଏକ ସଫଳ ଭବିଷ୍ୟତ ପାଇଁ କାମନା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି ଯେ ସେ ସୃଜନଶୀଳତାର ସହିତ ଜୀବନରେ ଆଗକୁ ବଢିବେ ।

ଅନୁରାଗଙ୍କୁ ପ୍ରେରଣା ଦେବା ପାଇଁ ଏହି ପେଣ୍ଟିଂ ନରେନ୍ଦ୍ର ମୋଦୀ ଆପ୍ ଏବଂ narendramodi.in ୱେବସାଇଟରେ ମଧ୍ୟ ଅପଲୋଡ୍ ହୋଇଛି ।
ମନେରଖିବା ଉଚିତ ଯେ ଅନୁରାଗ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ଏବଂ ତାଙ୍କୁ ଜାତୀୟ ସ୍ୱାର୍ଥ ସହ ଜଡିତ ବିଷୟ ଉପରେ ତାଙ୍କ ମତାମତ ଦେଇଥିଲେ । ଅନୁରାଗ ତାଙ୍କ ଚିଠିରେ ଲେଖିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ନହରାଇବାକୁ, କଠିନ ପରିଶ୍ରମ ଏବଂ ଅନ୍ତରିକତା ସହିତ ନିଜ ଲକ୍ଷ୍ୟକୁ ନେଇ ଆଗକୁ ବଢିବାକୁ ଏବଂ ସମସ୍ତଙ୍କୁ ସାଙ୍ଗରେ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରେରଣା ପାଇଛନ୍ତି ।
ଟିପ୍ପଣୀ: ଅନୁରାଗ ରାମୋଲାଙ୍କୁ କଳା ଏବଂ ସଂସ୍କୃତି ପାଇଁ ୨୦୨୧ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଛି ।
HS
(ରିଲିଜ ଆଡି: 1805139)
ପରିଦର୍ଶକ କାଉଣ୍ଟର : 245
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam