ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ୟାବିନେଟ୍ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ, ଭାରତ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଏଲର୍ଜି ଆଣ୍ଡ ଇନ୍‌ଫେକ୍‌ଟିୟସ ଡିଜିଜ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ଅଫ୍ ହେଲ୍‌ଥ ଅଫ୍ ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ ଆଣ୍ଡ ହ୍ୟୁମାନ ସର୍ଭିସେସ୍, ୟୁଏସଏ ମଧ୍ୟରେ ବୁଝାମଣା ପତ୍ରକୁ ମଞ୍ଜୁରି ପ୍ରଦାନ କରିଛନ୍ତି

Posted On: 09 MAR 2022 1:34PM by PIB Bhubaneshwar

ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନ୍‌ଫେକ୍‌ଟିୟସ ଡିଜିଜ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ହେଲ୍‌ଥ ଅଫ୍ ଡିପାର୍ଟମେଣ୍ଟ ଅଫ୍ ହେଲ୍‌ଥ ଆଣ୍ଡ ହ୍ୟୁମାନ ସର୍ଭିସେସ୍, ଆମେରିକା ମଧ୍ୟରେ  ସେପ୍ଟେମ୍ବର 2021 ରେ ସ୍ବାକ୍ଷରିତ ଏବଂ ଭାରତ ସରକାର (ବ୍ୟବସାୟର ନେଣଦେଣ) ନିୟମ 1961 ର ଦ୍ବିତୀୟ ଅନୁସୂଚୀ ର ନିୟମ 7 (ଡି) (i) ଅନୁସାରେ ବୁଝାମଣା ପତ୍ର (ଏମଓୟୁ) ବିଷୟରେ ଅବଗତ କରାଯାଇଛି।

ବୁଝାମଣା ପତ୍ରର ଉଦ୍ଦେଶ୍ୟ

ସହଯୋଗ ମୁଖ୍ୟ ରୂପରେ ଚେନ୍ନାଇ, ଭାରତରେ ଆଇସିଏମଆର ର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର ରିସର୍ଚ୍ଚ ଅନ୍ ଟ୍ୟୁବରକୁଲୋସିସ୍ (ଏନଆଇଆରଟି) ରେ ବୈଜ୍ଞାନିକ କ୍ଷେତ୍ରରେ କରାଯିବ, ଯେଉଁଥିରେ ମୌଳିକ, ଟ୍ରାନସଲେସନାଲ୍ ଏବଂ ଅପ୍ଲାଏଡ୍ ଇନୋଭେଟିଭ୍ ରିସର୍ଚ୍ଚ , ମହାମାରୀ ବିଜ୍ଞାନ, ଚିକିତ୍ସା, ଆଣବିକ ଜୀବ ବିଜ୍ଞାନ, ଚିକିତ୍ସା କିଟ୍ ବିଜ୍ଞାନ, ପରଜୀବି ବିଜ୍ଞାନ, ପ୍ରତିରକ୍ଷା ବିଜ୍ଞାନ, ଚିକିତ୍ସା, ସୂକ୍ଷ୍ମ ଜୀବ ବିଜ୍ଞାନ ଏବଂ ଭିରୋଲୋଜି ସାମିଲ୍ ରହିଛି। କିନ୍ତୁ ଏହା ଏତିକିରେ ସୀମିତ ନୁହେଁ, ବରଂ ଏହା ଅନୁସାରେ ଟ୍ରପିକାଲ୍ ସଂକ୍ରାମକ ଏବଂ ଆଲର୍ଜି ରୋଗର ନିୟନ୍ତ୍ରଣ, ନିଦାନ ଏବଂ ଉପଚାର ପାଇଁ ପ୍ରଯୁକ୍ତି ଉପରେ ଧ୍ୟାନ ପ୍ରଦାନ କରାଯିବ।

ସହଯୋଗ ଉପରେ ଧ୍ୟାନ ପ୍ରଦାନ କରି ଟୁବରକୁଲୋସିସ୍, ପରଜୀବି ସଂକ୍ରମଣ, ଏଚଆଇଭି/ଏଡ୍‌ସ, ଏଲର୍ଜି ରୋଗ, ପ୍ରତିରକ୍ଷା ପ୍ରଣାଳୀ ରୋଗ, ଅନ୍ୟ କେତେକ ସୃଷ୍ଟି ହେଉଥିବା ଓ ପୁନଃ ସୃଷ୍ଟି ହେଉଥିବା ରୋଗ ଏବଂ ଏହିପରି କିଛି ରୋଗ ମଧ୍ୟ ସାମିଲ୍ ରହିଛି।

ଆର୍ଥିକ ପ୍ରଭାବ :

ଆମେରିକା ସରକାର ଏବଂ ଭାରତ ସରକାର ସମ୍ବଳର ଉପଲବ୍ଧତା ଆଧାରରେ ଏହି ବୁଝାମଣା ପତ୍ର ଅନୁସାରେ କାର୍ଯ୍ୟ ପାଇଁ ପାଣ୍ଠି ସହାୟତା ପ୍ରଦାନ କରିବେ। ଏଥିରେ ସାମିଲ୍‌ ପକ୍ଷ ବ୍ୟକ୍ତିଗତ ପରିଯୋଜନାର ସମର୍ଥନ କରିବା ପାଇଁ ଆବଶ୍ୟକ ଓ ସାମାନ୍ୟ ତଥା ପରମ୍ପରାଗତ ଅଭ୍ୟାସ ଅନୁରୂପ, ସରକାରୀ, ବେସରକାରୀ, ଘରୋଇ କ୍ଷେତ୍ର, ଫାଉଣ୍ଡେସନ ଏବଂ ଅନ୍ୟ କ୍ଷେତ୍ରରୁ ଅତିରିକ୍ତ ଧନ ଏବଂ ସକ୍ରିୟ ଭାଗୀଦାରିର ଦାବୀ କରିପାରିବେ। ପକ୍ଷ ସଂଯୁକ୍ତ ଭାବରେ ଅନୁମୋଦିତ, ସହଯୋଗାତ୍ମକ ଅନୁସନ୍ଧାନ ପରିଯୋଜନା ଏବଂ ସମ୍ବନ୍ଧିତ କାର୍ଯ୍ୟବିଧିର ବ୍ୟକ୍ତିଗତ, ଅନୁମୋଦିତ ବଜେଟ୍ ଆଧାରରେ ପାଣ୍ଠି ଖର୍ଚ୍ଚ କରିପାରିବେ।

ଏହି ବୁଝାମଣା ପତ୍ର ଅନୁସାରେ ସମସ୍ତ କାର୍ଯ୍ୟ ସମ୍ବନ୍ଧିତ ପକ୍ଷକୁ ଦେଶରେ ଲାଗୁ ଆଇନ୍, ନିୟମ, ପ୍ରକ୍ରିୟା, ନୀତି ଏବଂ ଗାଇଡଲାଇନର ଅନୁସାରେ ସଞ୍ଚାଳିତ କରାଯିବ ଏବଂ କର୍ମି, ସମ୍ବଳ ଏବଂ ଉପଯୁକ୍ତ ପାଣ୍ଠିର ଉପଲବ୍ଧତା ଅଧୀନରେ ହେବ।

ରୋଜଗାର ସୃଷ୍ଟି :

ଭାରତୀୟ ବୈଜ୍ଞାନିକ/ ଗବେଷଣାକାରୀ/ ଛାତ୍ରଙ୍କ ଅନୁବନ୍ଧ / ପ୍ରକଳ୍ପ ମୋଡ୍‌ ରେ ନିୟୋଜିତ କରିବାର ଦିଗ, ଲାଗୁ ନିୟମ ଅନୁସାରେ, ଆଇସିଇଆର କାର୍ଯ୍ୟକ୍ରମ ଅନ୍ତର୍ଗତ ଚାଲୁଥିବା ସହଯୋଗୀ ଗବେଷଣା ପ୍ରକଳ୍ପ ଅନୁସାରେ ତାହାକୁ ଟିବି ଓ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ବିଭିନ୍ନ ପ୍ରଯୁକ୍ତି ଶିଖିବା/ କୌଶଳ ବିକାଶ ଏବଂ କ୍ଷମତା ନିର୍ମାଣରେ ସହାୟତା ମିଳିବ।

ପୃଷ୍ଠଭୂମି

ଭାରତ-ଆମେରିକା ସଂଯୁକ୍ତ ବକ୍ତବ୍ୟରେ ମୂଳ ଭାବରେ 2003 ରେ ଚେନ୍ନାଇ ଇଣ୍ଟରନାସନାଲ୍ ସେଣ୍ଟର ଫର ଏକ୍ସିଲେନ୍ସ ଇନ୍ ରିସର୍ଚ୍ଚ (ଆଇସିଇଆର) ର ସ୍ଥାପନା ପାଇଁ ସ୍ବାକ୍ଷର କରାଯାଇଥିଲା। ଏହାକୁ 2008 ରେ ବଢ଼ାଇ ଦିଆ ଯାଇଛି ଏବଂ 2017 ରେ ଏହାକୁ ପୁଣି ଥରେ ନବୀକୃତ କରାଯାଇଛି ଏବଂ ଏବେ ବୁଝାମଣା ପତ୍ର ଅନୁସାରେ ନବୀକୃତ କରାଯାଇଛି। ଆଇସିଇଆର, ଚେନ୍ନାଇରେ ସ୍ଥିତ ଅଟେ ଏବଂ ଏନଆଇଏଆଇଡି ଏବଂ ଆଇସିଏମଆର ର ରାଷ୍ଟ୍ରୀୟ ଟିବି ରୋଗ ଗବେଷଣା ସଂସ୍ଥାନ (ଏନଆଇଆରଟି) ମଧ୍ୟରେ ସହଭାଗୀତା ଅଟେ। ଏହି ସହଯୋଗ ଅନ୍ତର୍ଗତ 13 ରୁ ଅଧିକ ନିଦାନ ପ୍ରୋଟୋକଲ୍‌ ର ସମର୍ଥନ କରାଯାଇଛି, ଏଥିରେ କୃମି ସଂକ୍ରମଣର ପ୍ରତିରକ୍ଷା ପ୍ରଣାଳୀର ଏକ ମୌଳିକ ଧାରଣା ବିକଶିତ କରିବାରେ ସହାୟତା କରିଛି, ଟିବି ପ୍ରତି ପ୍ରତିରକ୍ଷା ପ୍ରତିକ୍ରିୟା ଉପରେ ମଧୁମେହ ମେଲିଟସର ପ୍ରଭାବକୁ ବିସ୍ତୃତ କରିଛି, କୁପୋଷଣ ଏବଂ ଟିବିକୁ ବୁଝିବା ପାଇଁ ଅନେକ ଅଧ୍ୟୟନ କରାଯାଇଛି, କୃମି ସଂକ୍ରମଣ, ପ୍ରତିରକ୍ଷା, ପ୍ରତିକ୍ରିୟା ଉପରେ ସାର୍ସ-କୋଭ୍-2 ସେରୋପଜିଟିଭିଟି ଆଦିର ପ୍ରଭାବର ଅଧ୍ୟୟନ କରିବା ପାଇଁ ଏକ ପାଇଲଟ୍ ଅଧ୍ୟୟନ ଆରମ୍ଭ କରାଯାଇଛି।

BS

 



(Release ID: 1804573) Visitor Counter : 134