ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ
Posted On:
09 MAR 2022 8:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହୋଇଛନ୍ତି ।
ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହିତ କୂଟନୀତି ଓ ଆଲୋଚନା ମାର୍ଗକୁ ଫେରିବାର ଆବଶ୍ୟକତା ରହିଛି ବୋଲି ସହମତି ପ୍ରକାଶ କରିଥିଲେ ।
ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ମହାମହିମ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଅର୍ବାନ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ । ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ସାଦରେ ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।
ଦୁଇ ନେତା ଏଥିରେ ସହମତ ହୋଇଥିଲେ ଯେ ଉଭୟ ପକ୍ଷ ଆଗକୁ ମଧ୍ୟ ପରସ୍ପର ସହ ଯୋଗାଯୋଗ ରକ୍ଷା କରିବେ ଏବଂ ଯୁଦ୍ଧ ପରିସମାପ୍ତି ଲାଗି ମିଳିତ ପ୍ରୟାସ ଜାରି ରଖିବେ ।
********
P.S.
(Release ID: 1804561)
Visitor Counter : 183
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam