କ୍ୟାବିନେଟ

ଭାରତରେ ପାରମ୍ପରିକ ଔଷଧ ନିମନ୍ତେ ଡବ୍ଲ୍ୟୁଏଚ୍ଓ ଗ୍ଲୋବାଲ୍ ସେଂଟର ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ

Posted On: 09 MAR 2022 1:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ଜାମନଗରରେ ଡବ୍ଲୁଏଚ୍ଓ ଗ୍ଲୋବାଲ୍ ସେଂଟର ଫର ଟ୍ରାଡିସନାଲ୍ ମେଡିସିନ୍‌/ ପାରମ୍ପରିକ ଔଷଧ ନିମନ୍ତେ ଡବ୍ଲୁଏଚ୍ଓ ବିଶ୍ୱସ୍ତରୀୟ କେନ୍ଦ୍ର (ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍‌) ପ୍ରତିଷ୍ଠା କରିବାକୁ ଭାରତ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଳ୍ୟୁଏଚ୍) ମଧ୍ୟରେ ଏକ ଆତିଥେୟତା ପ୍ରଦାନକାରୀ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଜାମନଗରରେ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ପ୍ରତିଷ୍ଠା ହେବ ସମଗ୍ର ବିଶ୍ୱରେ ପାରମ୍ପରିକ ଔଷଧ ପାଇଁ ଏହା ପ୍ରଥମ ଏବଂ ଏକମାତ୍ର ବିଶ୍ୱସ୍ତରୀୟ ଆଉଟ୍ପୋଷ୍ଟେଡ୍ କେନ୍ଦ୍ର (ବର୍ହିଦେଶ କାର୍ଯ୍ୟାଳୟହେବ

ଉପକାରିତା:

() ସମଗ୍ର ପୃଥିବୀରେ ଆୟୁଷ ବ୍ୟବସ୍ଥା ସମୂହକୁ ସ୍ଥାନିତ କରିବା

() ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗ ପରିପ୍ରେକ୍ଷୀରେ ପାରମ୍ପରିକ ଔଷଧ ସମ୍ପର୍କରେ ନେତୃତ୍ୱ ପ୍ରଦାନ କରିବା

() ପାରମ୍ପରିକ ଔଷଧର ଗୁଣବତା, ନିରାପତା ଏବଂ କାର୍ଯ୍ୟକାରିତା, ଉପଲବ୍ଧତା ଏବଂ ଯୁକ୍ତିଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା

() ବିଶ୍ଳେଷଣ ଏବଂ ପ୍ରଭାବର ଆକଳନ ନିମନ୍ତେ ଆବଶ୍ୟକୀୟ ବୈଷୟିକ କ୍ଷେତ୍ର, ଉପକରଣ ଏବଂ ପ୍ରଣାଳୀ ଗୁଡ଼ିକରେ ନିୟମାବଳୀ, ତଥ୍ୟ ସଂଗ୍ରହ କରିବା ଏବଂ ପ୍ରଭାବର ମୂଲ୍ୟାଙ୍କନ ପାଇଁ ପ୍ରଯୁଜ୍ୟ ମାନକ ଏବଂ ମାର୍ଗଦର୍ଶିକାକୁ ବିକାଶ କରିବା ପୂର୍ବରୁ ରହିଥିବା ଟିଏମ୍ ଡାଟା ବ୍ୟାଙ୍କ, ଭର୍ଚୁଆଲ୍ ପାଠାଗାର ଏବଂ ଶୈକ୍ଷିକ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଗୁଡ଼ିକର ଏକ ସହଭାଗିତା ସୃଷ୍ଟି କରୁଥିବା ଡବ୍ଲ୍ୟୁଏଚ୍ଓ ଟିଏମ୍ ଇନ୍ଫର୍ମେଟିକ୍ସ କେନ୍ଦ୍ରକୁ ଅନୁଧ୍ୟାନ କରିବା

() ଉଦ୍ଦେଶ୍ୟ ସହିତ ପ୍ରାସଙ୍ଗିକତା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଦକ୍ଷତା ବିକାଶ ଏବଂ ତାଲିମ୍ କାର୍ଯ୍ୟକ୍ରମର ବିକାଶ ଏବଂ କ୍ୟାମ୍ପସ୍‌, ଆବାସିକ କିମ୍ବା ୱେବ୍ ଆଧାରିତ ଏବଂ ଡବ୍ଲ୍ୟୁଏଚ୍ଓ ଏକାଡେମୀ ଏବଂ ଅନ୍ୟାନ୍ୟ ରଣନୀତିକ ଭାଗିିଦାରୀ ସହ ସହଭାଗିତା ମାଧ୍ୟମରେ ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରିବା

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଘେବେରିସସ୍‌, ନଭେମ୍ବର ୧୩, ୨୦୨୦ରେ ଭାରତର ମାନ୍ୟବର ପଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୫ତମ ଆୟୁର୍ବେଦ ଦିବସ ଅବସରରେ ଭାରତରେ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଡବ୍ଲ୍ୟୁଏଚ୍ଓର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ବିଶ୍ୱସ୍ତରୀୟ ସୁସ୍ଥତାର ଏକ କେନ୍ଦ୍ର ଭାବରେ ଉଭା ହେବ, ପ୍ରମାଣ- ଭିତିକ ଅନୁସନ୍ଧାନ, ତାଲିମ୍ ଏବଂ ପାରମ୍ପରିକ ଔଷଧ ପାଇଁ ସଚେତନତା ସୃଷ୍ଟିକୁ ପ୍ରୋତ୍ସାହିତ କରିବ

ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟକଳାପର ସମନ୍ୱୟ, କାର୍ଯ୍ୟକାରିତା ଏବଂ ନିରୀକ୍ଷଣ ପାଇଁ ଏକ ମିଳିତ ଟାସ୍କ ଫୋର୍ସ (ଜେଟିଏଫ୍‌) ଗଠନ କରାଯାଇଛି ଜେଟିଏଫ୍ରେ ଭାରତ ସରକାର, ସ୍ଥାୟୀ ଭାରତୀୟ ମିଶନ, ଜେନେଭା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧିମାନେ ରହିଛନ୍ତି ଏହାର ଆଭିମୁଖ୍ୟରେ ଗୁଜରାଟର ଆଇଟିଆର୍, ଜାମନଗରଠାରେ ଏକ ଅନ୍ତରୀଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି ଯାହା ଚିହ୍ନିତ ବୈଷୟିକ କାର୍ଯ୍ୟକଳାପ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ର ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ

ପ୍ରମାଣ ଏବଂ ନବସୃଜନ, ପାରମ୍ପରିକ ଔଷଧ ପାଇଁ କୃତ୍ରିମ ବୁଦ୍ଧିମତା-ଭିତିକ ସମାଧାନ, କୋଚ୍ରେନ୍ ସହଯୋଗରେ ବ୍ୟବସ୍ଥିତ ସମୀକ୍ଷା, ଡବ୍ଲୁଏଚ୍ଓ ଜିପିଡବ୍ଲ୍ୟୁ ୧୩ (କାର୍ଯ୍ୟର ତ୍ରୟୋଦଶ ସାଧାରଣ କାର୍ଯ୍ୟକ୍ରମ ୨୦୧୯ -୨୦୨୩) ଉପରେ ଅନ୍ତରୀଣ କାର୍ଯ୍ୟାଳୟ ବ୍ୟାପକ ଭାବରେ ବିତରଣ କରିବାକୁ ଉଦ୍ଦିଷ୍ଟ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ, ପାରମ୍ପରିକ ଔଷଧ ସାମାଜିକ- ସାଂସ୍କୃତିକ ଏବଂ ଜୈବ ବିବିଧତା ଐତିହ୍ୟ ସହିତ ସ୍ଥାୟୀ ବିକାଶ ଏବଂ ପରିଚାଳନା ତଥା କ୍ରସ୍ କଟିଂ କାର୍ଯ୍ୟ, ବ୍ୟବସାୟିକ କାର୍ଯ୍ୟ ଏବଂ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନିକ ପ୍ରକ୍ରିୟା ସହିତ ଏବଂ ଆଗାମୀ ଦୃଷ୍ଟିଭଙ୍ଗୀ ସହିତ କାର୍ଯ୍ୟ କରିବ

ପାରମ୍ପରିକ ଔଷଧ ସହ ସମ୍ପର୍କିତ ସମସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉପରେ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ନେତୃତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପାରମ୍ପରିକ ଔଷଧ ଅନୁସନ୍ଧାନ, ଅଭ୍ୟାସ ଏବଂ ଜନସ୍ୱାସ୍ଥ୍ୟ ସହ ସମ୍ପୃକ୍ତ ବିଭିନ୍ନ ନୀତି ଗଠନରେ ସଦସ୍ୟ ଦେଶମାନଙ୍କୁ ସହାୟତା ପ୍ରଦାନ କରିବ

ଆୟୁର୍ବେଦ ଏବଂ ୟୁନାନୀ ବ୍ୟବସ୍ଥାର ତାଲିମ୍ ଏବଂ ଅଭ୍ୟାସ ଉପରେ ବେଂଚମାର୍କ ଡକ୍ୟୁମେଂଟ/ କାଗଜପତ୍ର  ବିକଶିତ କରିବା, ରୋଗ - ୧୧ର ଆନ୍ତର୍ଜାତିକ ବର୍ଗୀକରଣର ପାରମ୍ପରିକ ଔଷଧ ଅଧ୍ୟାୟରେ ଦ୍ୱିତୀୟ ମୋଡ୍ୟୁଲ୍ ଉପସ୍ଥାପନ କରିବା ସହିତ ଆୟୁଷ ମନ୍ତ୍ରଣାଳୟ ଡବ୍ଲ୍ୟୁଏଚ୍ଓ ସହିତ ଅନେକ ଦିଗରେ ସହଯୋଗ କରିଛି ଏମ୍‌- ଯୋଗ ଭଳି ଆପସ୍ ବିକଶିତ କରିବା, ଆନ୍ତର୍ଜାତିକ ଫାର୍ମାକୋପିଆ ଅଫ୍ ହର୍ବାଲ୍ ମେଡିସିନ୍ (ଆଇପିଏଚ୍ଏମ୍‌) ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ଅଧ୍ୟୟନର କାର୍ଯ୍ୟକୁ ସମର୍ଥନ କରିବା ଇତ୍ୟାଦି ଏଥିରେ ଅନ୍ତର୍ଭୁକ୍ତ

ପାରମ୍ପରିକ ଔଷଧ ସ୍ୱାସ୍ଥ୍ୟ ସେବା ବିତରଣ ପ୍ରଣାଳୀର ଏକ ପ୍ରମୁଖ ସ୍ତମ୍ଭ ଏବଂ ଉତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ୨୦୩୦ ମସିହାରେ ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ବିଶ୍ୱର ଦଶ ବର୍ଷର ମାଇଲ୍ଖୁଂଟକୁ ନିକଟତର ହେବା ପରେ ନିରାପଦ ତଥା ପ୍ରଭାବଶାଳୀ ପାରମ୍ପରିକ ଔଷଧ ସମସ୍ତ ଲୋକଙ୍କୁ ଗୁଣାତ୍ମକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ତଥା ନିରାପଦ, ପ୍ରଭାବଶାଳୀ ତଥା ସୁଲଭ ମୂଲ୍ୟରେ ଆବଶ୍ୟକୀୟ ଔଷଧ ପାଇବାକୁ ସୁନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ସଂପୃକ୍ତ ଦେଶରେ ପାରମ୍ପରିକ ଔଷଧକୁ ନିୟନ୍ତ୍ରଣ, ଏକୀକରଣ ଏବଂ ପରବର୍ତୀ ସ୍ଥିତିରେ ଦେଶଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଗୁଡିକୁ ଚିହ୍ନଟ କରିବ

ଆଗାମୀ ଦିନରେ ଡବ୍ଲ୍ୟୁଏଚ୍ଓ ଜିସିଟିଏମ୍ ଏବଂ ଡବ୍ଲ୍ୟୁଏଚ୍ଓର ସହଯୋଗରେ ବିଭିନ୍ନ ପଦକ୍ଷେପ ଭାରତକୁ ପାରମ୍ପରିକ ଔଷଧକୁ ସମଗ୍ର ବିଶ୍ୱରେ ସ୍ଥାନିତ କରିବାରେ ସାହାଯ୍ୟ କରିବ

SSP

 

 


 

 



(Release ID: 1804441) Visitor Counter : 206