ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ


ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୭ ହଜାର ୪ଶହରୁ ଅଧିକ ଭାରତୀୟ

ପୋଷ୍ଟ କରାଯିବା ଦିନାଙ୍କ: 07 MAR 2022 5:28PM by PIB Bhubaneswar

‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୧୩୧୪ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ୧୭ ହଜାର ୪ଶହରୁ ଅଧିକ ଭାରତୀୟମାନଙ୍କୁ ଫେରାଇ ଅଣାସରିଛି । ୭୩ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୨୦୬ରେ ପହଞ୍ଚିଛି । ଭାରତୀୟ ବାୟୁ ସେନାର ଗୋଟିଏ ସି -୧୭ ବିମାନ ଜରିଆରେ ବିଦେଶରୁ ୨୦୧ ଜଣ ଭାରତୀୟ ଆଜି ସନ୍ଧ୍ୟାରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି।

ଆଜି ପହଞ୍ଚିଥିବା ସ୍ଵତନ୍ତ୍ର ବିମାନ ମଧ୍ୟରୁ ୪ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି । ଆଉ ଗୋଟିଏ ବିମାନ ଆଜି ସନ୍ଧ୍ୟାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ବୁଦାପେଷ୍ଟରୁ ୫ଟି, ବୁକାରେଷ୍ଟ ଏବଂ ସୁଚେଭାରୁ ଗୋଟିଏ ଲେଖାଏଁ ବିମାନ ଭାରତରେ ପହଞ୍ଚିଛି।

ଆସନ୍ତାକାଲି, ଦୁଇଟି ସ୍ଵତନ୍ତ୍ର ବେସାମରିକ ବିମାନ ସୁଚେଭାରୁ ଆସିବ ବୋଲି ଆଶା କରାଯାଉଛି, ଏଥିରେ ୪୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଅଣାଯିବ ।

*******

P.S.


(ରିଲିଜ ଆଡି: 1803697) ପରିଦର୍ଶକ କାଉଣ୍ଟର : 207