ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ପୋଷ୍ଟ କରାଯିବା ଦିନାଙ୍କ: 07 MAR 2022 12:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ

ବିବାଦୀୟ ପରିସ୍ଥିତି ଏବଂ ୟୁକ୍ରେନ ରୁଷ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ଜାରି ରହିଥିବା ଦ୍ୱନ୍ଦ୍ୱ ଏବଂ ମାନବିକ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ହିଂସାକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନକୁ ଦୋହରାଇଛନ୍ତି ଏବଂ ପ୍ରସଙ୍ଗଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଦୁଇ ଦଳ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ପାଇଁ ଭାରତ ସର୍ବଦା ଛିଡା ହୋଇଛି ବୋଲି ଉଲ୍ଲେଖ କରିଛନ୍ତି

ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ବାହାର କରିବାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ୟୁକ୍ରେନରେ ରହିଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗଭୀର ଚିନ୍ତା ପ୍ରକଟ କରିଥିଲେ ଏବଂ ସେମାନଙ୍କର ଶୀଘ୍ର ନିରାପଦ ସ୍ଥାନାନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ

 

HS


(ରିଲିଜ ଆଡି: 1803560) ପରିଦର୍ଶକ କାଉଣ୍ଟର : 238