ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶିବ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
ପୋଷ୍ଟ କରାଯିବା ଦିନାଙ୍କ:
06 MAR 2022 9:30AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଘନିଷ୍ଠ ସହଯୋଗୀ ତଥା ଦୀର୍ଘ ଦିନ ଧରି ତାଙ୍କ ସହିତ ରହି ଆସିଥିବା ଶିବ କୁମାର ପାରିକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ- “ଶ୍ରୀ ଶିବ କୁମାର ପାରିକ ଜୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ଶୋକାଭିଭୂତ । ସେ ଆମ ଦଳର ଆଦର୍ଶକୁ କଠୋର ଭାବରେ ପାଳନ କରୁଥିଲେ । ସେ ଦେଶ ଗଠନ ନିମିତ୍ତ ଏବଂ ସେବା ମନୋଭାବ ନେଇ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଅଟଳଜୀଙ୍କ ସହିତ ଅତି ଘନିଷ୍ଠ ଭାବରେ କାମ କରୁଥିଲେ । ତାଙ୍କ ସହିତ ମୋର ବିଗତ ବର୍ଷମାନଙ୍କରେ ଭାବ ବିନିମୟ ମାଧ୍ୟମରେ ମୋ ପ୍ରତି ଗଭୀର ଶ୍ରଦ୍ଧା ରଖୁଥିଲେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଓଁ ଶାନ୍ତି ।”
SSD/MB
(ରିଲିଜ ଆଡି: 1803412)
ପରିଦର୍ଶକ କାଉଣ୍ଟର : 262
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam