ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୨୧୦୦ ଭାରତୀୟ
ଏବେ ସୁଦ୍ଧା ସ୍ବତନ୍ତ୍ର ବିମାନ ଯୋଗେ ୧୫ ହଜାର ୯୦୦ରୁ ଊର୍ଦ୍ଧ୍ବ ଭାରତୀୟମାନଙ୍କୁ ଫେରାଇ ଅଣାଯାଇସାରିଛି
ପୋଷ୍ଟ କରାଯିବା ଦିନାଙ୍କ:
06 MAR 2022 3:57PM by PIB Bhubaneswar
ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ଆଜି ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର ୯୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇସାରିଛି। ଅପରେସନ ଗଙ୍ଗା ଅଧୀନରେ ୨୨ ଫେବୃଆରୀ ୨୦୨୨ ଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୬୬ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୧୩ ହଜାର ୮୫୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ସେହିପରି ଏବେ ସୁଦ୍ଧା ଭାରତୀୟ ବାୟୁସେନାର ୧୦ଟି ବିମାନରେ ୨୦୫୬ ଜଣ ଯାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅପରେସନ ଗଙ୍ଗାର ଅଂଶବିଶେଷ ସ୍ବରୂପ ବାୟୁସେନାର ବିମାନ ୨୬ ଟନ୍ ରିଲିଫ ସାମଗ୍ରୀ ୟୁକ୍ରେନକୁ ପଠାଇଛି ।
ଆଜି ଫେରିଥିବା ସ୍ବତନ୍ତ୍ର ବେସାମରିକ ବିମାନ ମଧ୍ୟରୁ ୯ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି। ବୁଦାପେଷ୍ଟରୁ ୬ଟି, ବୁକାରେଷ୍ଟରୁ ୨ଟି, ରେସେଜୋରୁ ୨ ଏବଂ କୋସିଚେରୁ ଗୋଟିଏ ବିମାନ ଫେରିଛି।
ଆସନ୍ତାକାଲି ୮ଟି ବିମାନ ଭାରତରେ ପହଞ୍ଚିବ। ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୨ଟି ଏବଂ ବୁକାରେଷ୍ଟରୁ ଗୋଟିଏ ବିମାନରେ ୧୫୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ।
******
P.S.
(ରିଲିଜ ଆଡି: 1803409)
ପରିଦର୍ଶକ କାଉଣ୍ଟର : 196