ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ରବିଦାସ ଜୟନ୍ତୀ ଅବସରରେ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ପରିଦର୍ଶନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2022 10:32AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ରବିଦାସ ଜୟନ୍ତୀ ଅବସରରେ ତାଙ୍କର ପ୍ରଣାମ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଜି ରବିଦାସ ଜୟନ୍ତୀର ଶୁଭ ଅବସରରେ ମୁଁ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ଯାଇ ଦର୍ଶନ କରିଥିଲି

ସମସ୍ତ ଦେଶବାସୀଙ୍କୁ ରବିଦାସ ଜୟନ୍ତୀର ଶୁଭେଚ୍ଛା

ସନ୍ଥ ରବିଦାସ ଜୀଙ୍କର ଏହି ପବିତ୍ର ଧାମ ଲୋକମାନଙ୍କ ପାଇଁ ଏକ ପ୍ରେରଣା ଅଟେ ମୁଁ ଭାଗ୍ୟବାନ ଯେ ଜଣେ ସାଂସଦ ଭାବରେ ମୁଁ ଏଠାରେ ବିକାଶମୂଳକ କାର୍ଯ୍ୟ ସମାପ୍ତ କରିବାର ସୁଯୋଗ ପାଇଛି

ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ବିତାଇଥିବା ମୂହୂର୍ତ୍ତ ଅତ୍ୟନ୍ତ ସ୍ୱତନ୍ତ୍ର


HS


(ରିଲିଜ ଆଡି: 1798682) ପରିଦର୍ଶକ କାଉଣ୍ଟର : 216