ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନାର ସଦ୍ୟତମ ସ୍ଥିତି

Posted On: 15 FEB 2022 9:10AM by PIB Bhubaneshwar

ଦେଶରେ କୋଭିଡ ଟିକାକରଣ  କାର୍ଯ୍ୟକ୍ରମ ଜୋରାସୋର ଚାଲିଛି ।  ସମଗ୍ର ଦେଶରେ   ଏପର୍ଯ୍ୟନ୍ତ ୧୭୩କୋଟି ୪୨ ଲକ୍ଷ  ଡୋଜ ଟିକା ଦିଆଯାଇସାରିଲାଣି ।

 ସର୍ବଶେଷ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ୪ଲକ୍ଷ ୨୩ ହଜାର୧୨୭ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । । ସକ୍ର୍ରିୟ ରୋଗୀଙ୍କ ହାର ୦ ଦଶମିକ ୯୯ଶତାଂଶ । କରୋନାରୁ  ସୁସ୍ଥ ହେଉଥିବା ହାର ୯୭ ଦଶମିକ ୮୨ ଶତାଂଶ ଅଛି । ଗତ ୨୪ଘଣ୍ଟା ମଧ୍ୟରେ ୮୨ହଜାର ୮୧୭ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୭ଲକ୍ଷ ୬୦ହଜାର ୪୫୮ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୭ହଜାର ୪୦୯ଟି ନୂଆ ଆକ୍ରାନ୍ତ ଘଟଣା ରେକର୍ଡ କରାଯାଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୨.୨୩ଶତାଂଶ ରହିଛି ଏବଂ ସାପ୍ତାହିକ  ସଂକ୍ରମଣ ହାର ୩.୬୩ ଶତାଂଶ ରହିଛି।    ଏପର୍ଯ୍ୟନ୍ତୁ ୭୫.୩୦କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ୧୨, ୨୯୫୩୭ଟି ନମୁନା ପରୀକ୍ଷା ହୋଇଛି ।  

SSD /SLP



(Release ID: 1798502) Visitor Counter : 154