ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କରୋନାର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି


ଦେଶର କ୍ରମବର୍ଦ୍ଧିଷ୍ଣୁ ଟିକାଦାନ ୧୭୨.୯୫ କୋଟି ଅତିକ୍ରମ କରିଲାଣି

ଗତ ୨୪ ଘଣ୍ଟାରେ ୧୧.୬୬ ଡୋଜ ଟିକା ଦିଆଯାଇଛି

ବର୍ତ୍ତମାନର ସୁସ୍ଥ ହାର ୯୭.୬୮%

ବର୍ତ୍ତମାନ ୪,୭୮,୮୮୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ସାପ୍ତାହିକ ସଂକ୍ରମଣ ହାର ୩.୯୯%

Posted On: 14 FEB 2022 9:24AM by PIB Bhubaneshwar

କୋଭିଡ୍ ଟିକାକରଣ କ୍ଷେତ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଉଲ୍ଲେଖନୀୟ ପ୍ରଗତି ଘଟିଛି । ପ୍ରାୟ ୧୧ ଲକ୍ଷ ୬୬ ହଜାର ଡୋଜ ଟିକା ଦିଆଯାଇପାରିଛି । ଏହା ଫଳରେ ୧୭୨ କୋଟି ୯୫ ଲକ୍ଷ ଟିକା ଏ ପର୍ଯ୍ୟନ୍ତ ଦିଆଯାଇ ସାରିଲାଣି । ଏହି ସଫଳତା ପାଇଁ ୧,୯୩,୮୭,୬୮୯ ଥର ଚେଷ୍ଟା କରାଯାଇଛି । ଫେବୃଆରୀ ୧୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ହୋଇଥିବା ସଫଳତା କ୍ଷେତ୍ରରେ ସ୍ୱାସ୍ଥ୍ୟଯତ୍ନ କର୍ମୀ ଏବଂ କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜରେ ୧,୦୩,୯୯,୪୯୬ ଜଣଙ୍କୁ ଦ୍ୱିତୀୟ ଡୋଜ ଭାବରେ ୯୯,୪୯୬ ଜଣଙ୍କୁ ଦ୍ୱିତୀୟ ଡୋଜ ଭାବରେ ୯୯.୩୨.୭୬୨ ଜଣଙ୍କୁ ଏବଂ ପ୍ରତିଷେଧକ ମୂଳକ ଭାବେ ୩୮,୮୬,୬୦୧ ଜଣଙ୍କୁ ଟିକା ଦିଆଯାଇଛି । କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜରେ ୧,୮୪,୦୫୩୫୯ ଜଣଙ୍କୁ ଦ୍ୱିତୀୟ ଡୋଜରେ ୧,୭୩,୭୯,୩୨୭ ଜଣଙ୍କୁ ଏବଂ ପ୍ରତିଷେଧକ ମୂଳକ ୫୪,୦୮,୯୨୧ ଜଣଙ୍କୁ ଟିକା ଦିଆଯାଇଛି । ୧୫ରୁ ୧୮ ବର୍ଷ ବୟସ ବର୍ଗରେ ୫,୨୧,୩୨,୦୫୩ ଜଣଙ୍କୁ ପ୍ରଥମ ଡୋଜ, ୧,୫୦,୧୪,୮୦୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।

୧୮ରୁ ୪୪ ବର୍ଷ ବର୍ଗରେ ୫୪,୮୨,୪୩,୬୧୪ ଜଣଙ୍କୁ ପ୍ରଥମ ଡୋଜ ଏବଂ ୪୨,୬୮,୫୩,୬୪୪ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୪୫ରୁ ୫୯ ବୟସ ବର୍ଗରେ ୨୦,୧୬,୬୬,୬୬୫ ଜଣଙ୍କୁ ପ୍ରଥମ ଡୋଜ ଏବଂ ୧୭୬୪୦୪୫୬୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧୨,୫୯,୧୮,୬୩୧ ଜଣଙ୍କୁ ପ୍ରଥମ ଡୋଜ, ୧୦,୯୯,୦୭,୪୪୯ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୮୦,୩୩,୬୦୩ ଜଣଙ୍କୁ ପ୍ରତିଷେଧକ ମୂଳକ ଡୋଜ ଟିକା ଦିଆଯାଇଛି । ମୋଟ ପ୍ରତିଷେଧକ ମୂଳକ ଟିକା ୧,୭୩,୨୯,୧୨୫ ଜଣଙ୍କୁ ଦିଆଯାଇଛି । ଏହିପରି ମୋଟ ୧,୭୨,୯୫,୮୭,୪୯୦ ଡୋଜ ଟିକା ଦିଆଗଲାଣି ।

ଗତ ୨୪ ଘଣ୍ଟା ମଧ୍ୟରେ ୯୧,୯୩୦ ଜଣ କରୋନାମୁକ୍ତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୋଟ ୪,୧୬,୭୭୬୪୧ ଜଣ କରୋନାରୁ ମୁକ୍ତ ହେଲେଣି । ବର୍ତ୍ତମାନ ଭାରତରେ ଆରୋଗ୍ୟ ହାର ୯୭.୬୮% ରହିଛି । ଗତ ୨୪ ଘଣ୍ଟାରେ ୩୪,୧୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସକି୍ରୟ ଥଥିବା ରୋଗୀଙ୍କ ସଂଖ୍ୟା ୪,୭୮,୮୮୨ ହୋଇ ଥିବା ସ୍ଥଳେ ଏହା ଦେଶର ମୋଟ ସକ୍ରିୟ ସଂଖ୍ୟାର ୧.୨ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରାଯାଇଛି । ୧୦,୬୭,୯୦୮ ଜଚ୍ଚଙ୍କ ଗତ ୨୪ ଘଣ୍ଟାରେ ନମୁନା ପରୀକ୍ଷା କରାଯାଇଛି ।

ଏ ପର୍ଯ୍ୟନ୍ତ ମୋଟ ୭୫,୧୮,୦୩,୭୬୬ ନମୁନା ପରୀକ୍ଷା ହୋଇ ସାରିଲାଣି । ସାପ୍ତାହିକ ସଂକ୍ରମଣ ସଂଖ୍ୟା ୩.୯୯ ଶତାଂଶ ଥିବାବେଳେ ଦୈନିକ ସଂକ୍ରମଣ ୩.୧୯ ଶତାଂଶ ରହିଛି ।

SSD/DD


(Release ID: 1798289) Visitor Counter : 221