ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏକ ମହାସାଗର (ୱନ୍‌ ଓଶନ୍‌) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

Posted On: 11 FEB 2022 8:25PM by PIB Bhubaneshwar

 

 

 

ରାଷ୍ଟ୍ରପତି ମାକ୍ରନ,

ମହାମହିମ,

ନମସ୍କାର!

 

ମହାସାଗର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରନଙ୍କୁ ଅଭିନନ୍ଦନ ଜଣାଉଛି ।

ଭାରତ ସବୁବେଳେ ଏକ ସାମୁଦ୍ରିକ ସଭ୍ୟତା ହୋଇ ରହିଆସିଛି ।

ଆମର ପ୍ରାଚୀନ ଗ୍ରନ୍ଥ ଓ ସାହିତ୍ୟରେ ମହାସାଗର ଏବଂ ସାମୁଦ୍ରିକ ଜୀବନ ବିଷୟରେ ଉଲ୍ଲେଖ କରାଯାଇଛି ।

ଆଜି ଆମର ସୁରକ୍ଷା ଏବଂ ସମୃଦ୍ଧି ମହାସାଗର ସହିତ ସଂଯୋଗ ହୋଇ ରହିଛି ।

ଭାରତର ‘‘ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ’’ରେ ସାମୁଦ୍ରିକ ସମ୍ବଳକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ସାମିଲ କରାଯାଇଛି ।

‘‘ରାଷ୍ଟ୍ରୀୟ ସୀମା ଉର୍ଦ୍ଧ୍ବରେ ଜୈବ-ବିବିଧତା ଉପରେ ଏକ ଉଚ୍ଚ ଆକାଂକ୍ଷୀ ମେଣ୍ଟ’’ ପାଇଁ ଫ୍ରାନ୍ସର ଏହି ପ୍ରୟାସକୁ ଭାରତ ସମର୍ଥନ କରୁଛି।

ଚଳିତ ବର୍ଷ ଆଇନଗତ ଭାବରେ ବାଧ୍ୟତାମୂଳକ ଏକ ଅନ୍ତର୍ଜାତୀୟ ରାଜିନାମା ହେବ ବୋଲି ଆମେ ଆଶା କରୁଛୁ ।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ଲାଗି ଭାରତ ସଂକଳ୍ପବଦ୍ଧ ।

ସାମୁଦ୍ରିକ ଉପକୂଳ ଅଞ୍ଚଳରୁ ପ୍ଲାଷ୍ଟିକ ଏବଂ ଅନ୍ୟ ବର୍ଜ୍ୟବସ୍ତୁ ସଫା କରିବା ଲାଗି ଭାରତ ନିକଟରେ ଏକ ରାଷ୍ଟ୍ରବ୍ୟାପୀ ସଚେତନତା ଅଭିଯାନ କାର୍ଯ୍ୟକାରୀ କରିଛି ।

ତିନି ଲକ୍ଷ ଯୁବକଯୁବତୀ ୧୩ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି ।

ସମୁଦ୍ରରୁ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ୧୦୦ଟି ଜାହାଜ ଦିବସ ବିନିଯୋଗ କରିବା ପାଇଁ ମୁଁ ଆମର ନୌସେନାକୁ ନିର୍ଦ୍ଦେଶ ଦେଇଛି ।

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ ଏକ ବିଶ୍ୱସ୍ତରୀୟ ପ୍ରୟାସ ଆରମ୍ଭ କରିବାରେ ଫ୍ରାନ୍ସ ସହ ଯୋଗ ଦେବା ଭାରତ ପାଇଁ ଏକ ଖୁସିର ବିଷୟ ହେବ ।

ଆପଣଙ୍କୁ ଧନ୍ୟବାଦ, ରାଷ୍ଟ୍ରପତି ମାକ୍ରନ୍‌ ।

 

*******

P.S.



(Release ID: 1797863) Visitor Counter : 178