ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସମ୍ପର୍କିତ ସଦ୍ୟତମ ସୂଚନା

Posted On: 08 FEB 2022 9:14AM by PIB Bhubaneshwar

ସମଗ୍ର ଦେଶରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୧୭୦.୨୧ କୋଟି ଡୋଜ ଟିକା ଦିଆଯାଇସାରିଲାଣି । ସର୍ବଶେଷ ରିପୋର୍ଟ ଅନୁଯାୟୀ ଦେଶରେ ୯,୯୪,୮୯୧ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଏଥିରୁ ସୁସ୍ଥ ହେଉଥିବା ହାର ୯୧.୪୬ ଶତାଂଶ ଅଛି । ଗତ ୨୪ଘଣ୍ଟା ମଧ୍ୟରେ ୧,୮୦, ୪୫୬ଜଣ ଆରୋଗ୍ୟଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ୪,୦୮, ୪୦, ୬୫୮ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୬୭,୫୯୭ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୫.୨ ଶତାଂଶ ରହିଛି । ସେହିପରି  ସପ୍ତାହିକ ସଂକ୍ରମଣ ହାର ୮.୩୦ଶତାଂଶ ରହିଛି । ଏପର୍ଯ୍ୟନ୍ତ ୭୪.୨୯କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ୧୩, ୪୦, ୪୩୪ ନମୁନା ପରୀକ୍ଷା ହୋଇଛି ।

 

*****

SSD / SLP



(Release ID: 1796570) Visitor Counter : 143