ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


“ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରଙ୍କ ତ୍ୟାଗ ଭାରତୀୟ ସଭ୍ୟତା, ସଂସ୍କୃତି, ବିଶ୍ୱାସ ଓ ଧର୍ମରେ ଅତୁଳନୀୟ”

“ଆଜି ଯେତେବେଳେ ଭାରତରେ ଯୁବଶକ୍ତି ଷ୍ଟାର୍ଟଅପ୍‌ରେ ସାଫଲ୍ୟ ଅର୍ଜନ କରିବା ଦେଖୁ ଆମେ ଗର୍ବ ଅନୁଭବ କରୁ । ଆମେ ଗର୍ବ ଅନୁଭବ କରୁ ଯେତେବେଳେ ଭାରତ ଯୁବଗୋଷ୍ଠୀ ନୂତନ କାର୍ଯ୍ୟଦକ୍ଷତା ସହ ଦେଶକୁ ଆଗେଇ ନେଇଛନ୍ତି”

“ଇଏ ହେଉଛି, ନବୀନ ଭାରତ, ଯିଏ କିଛି ନୂତନ କରି ଦେଖାଇବାକୁ ପଛାଏ ନାହିଁ, ସାହସ ଓ ସଂକଳ୍ପ ଆଜିର ଭାରତର ପ୍ରମାଣ ଚିହ୍ନ”

“ଭାରତରେ ପିଲାମାନେ ଟିକାକରଣ କାର୍ଯ୍ୟକ୍ରମରେ ସେମାନଙ୍କ ଆଧୁନିକ ଓ ବୈଜ୍ଞାନିକ ସ୍ୱଭାବ ପ୍ରଦର୍ଶନ କରିଛନ୍ତି ।

ଜାନୁୟାରୀ ୩ରୁ ମାତ୍ର ୨୦ଦିନରେ ଚାରି କୋଟିରୁ ଊର୍ଦ୍ଧ୍ୱ ପିଲା କରୋନା ଟିକା ନେଇଛନ୍ତି”

Posted On: 24 JAN 2022 1:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୧.୨୦୨୨) ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା (ପିଏମ୍‌ଆରବିପି) ମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ ବିନିମୟ କରିଛନ୍ତି । ଏହି ପିଏମ୍‌ଆରବିପି ମାନଙ୍କୁ ୨୦୨୨ ଓ ୨୦୨୧ ବର୍ଷ ନିମନ୍ତେ ବ୍ଲକଚେନ ବୈଷୟିକ ଜ୍ଞାନ ଉପଯୋଗ କରି ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଜେତାମାନଙ୍କୁ ପ୍ରଥମ ଥର ନିମନ୍ତେ ଏହି ବୈଷୟିକ ଜ୍ଞାନ ଉପଯୋଗ କରି ପ୍ରମାଣପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଓ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ରଭାଇ ଏହି ଅବସରରେ ଉପସ୍ଥିତ ଥିଲେ ।

ମଧ୍ୟପ୍ରଦେଶ ଇନ୍ଦୋରର ମାଷ୍ଟର ଅଭି ଶର୍ମାଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ରାମାୟଣର ବିଷୟବସ୍ତୁ ଏତେ ବିଶଦଭାବେ   ରହସ୍ୟ ଜାଣିବାକୁ ଚାହିଁଥିଲେ । ମାଷ୍ଟର ଅଭିଶର୍ମା ଲକ୍‌ଡାଉନ କାଳରେ ଧାରାବାହିକ ରାମାୟଣର ପ୍ରସାରଣରୁ ପ୍ରେରଣା ପାଇଥିବା କହିଥିଲେ । ଅଭି ମଧ୍ୟ କୃତିର କେତେକ ଫକ୍ତି ମଧ୍ୟ ଆବୃତ୍ତି  କରିଥିଲେ । ପ୍ରଧାନମନ୍ତ୍ରୀ  ସୁଶ୍ରୀ ଉମାଭାରତୀ ଏକ କାର୍ଯ୍ୟକ୍ରମରେ କିପରି ଗଭୀର ଆଧ୍ୟାତ୍ମିକ ଜ୍ଞାନ ଗରୀମା ସମ୍ପର୍କରେ ବଖାଣିଥିଲେ ତାହାର ଉଦାହରଣ ଦେଇଥିଲେ । ମଧ୍ୟପ୍ରଦେଶ ମାଟିରେ ଏପରି କିଛି ରହିଛି  ଯାହା ଏପରି ପ୍ରତ୍ୟୁପନ୍ନମତି ବ୍ୟକ୍ତିବିଶେଷ ସୃଷ୍ଟି କରିଛି ବୋଲି କହିଥିଲେ । ଅଭି ଉତ୍ସାହ ବର୍ଦ୍ଧନର ଏକ ଉଦାହାରଣ  ଓ ଯେକୌଣସି ବଡ ବଡ କାମ ପାଇଁ ତାଙ୍କର ଦକ୍ଷତା ରହିଛି ବୋଲି କହିଥିଲେ ।

କର୍ଣ୍ଣାଟକର କୁମାରୀ ରେମୋନା ଇଭେଟୀ ପେରେରାଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ନୃତ୍ୟର ଅନୁରାଗ ନେଇ ପଚାରିଥିଲେ । ସେ ତାଙ୍କର ଏହି ନୃତ୍ୟ ଶିକ୍ଷାର କ’ଣ କ’ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ପଚାରିଥିଲେ । ପେରେରାଙ୍କ ମାଆ  ନିଜର ସବୁ ସୁବିଧା ଅସୁବିଧା ଭୁଲି କିପରି ଝିଅର ନୃତ୍ୟ ଅନୁରାଗକୁ ବାଧାପ୍ରାପ୍ତ ହେବାକୁ ଦେଇନାହାଁନ୍ତି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ  ରେମୋନାଙ୍କ ନୃତ୍ୟ ନୈପୁଣ୍ୟ ତାଙ୍କ ବୟସ ତୁଳନାରେ ଢେର ବେଶୀ ଓ ମହାନ୍ ଦେଶର ଶକ୍ତି ପ୍ରଦର୍ଶନର ଏକ କଳା ବୋଲି କହିଥିଲେ ।

ତ୍ରିପୁରାର କୁବାରୀ ପୁହାନୀ ଚକ୍ରବର୍ତ୍ତୀଙ୍କ ସହ କଥାବାର୍ତ୍ତା ବେଳେ, ପ୍ରଧାନମନ୍ତ୍ରୀ ତାଙ୍କୁ କୋଭିଡ ସମ୍ପର୍କୀତ ନୂତନ ତଥ୍ୟ ଉନ୍ମୋଚନ ଉପରେ ପଚାରିଥିଲେ । ସେ ଶ୍ରୀ ମୋଦୀଙ୍କୁ କ୍ରୀଡାବିତ୍‌ମାନଙ୍କ ଫିଟନେସ୍ ଉପରେ ପ୍ରସ୍ତୁତ କରିଥିବା ଆପ୍ ଉପରେ ଜଣାଇଥିଲେ । ସେ ତାଙ୍କ କାର୍ଯ୍ୟର ବିଦ୍ୟାଳୟ, ସାଙ୍ଗସାଥୀ ଓ ମାତାପିତାଙ୍କ ସହଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ସେ ତାଙ୍କୁ କ୍ରୀଡା ଓ ନୂତନ ଆପ୍ ବିଷୟରେ ସମୟ ତାଳମେଳ ରଖିବା ଉପରେ ପରାମର୍ଶ ଦେଇଥିଲେ ।

ପଶ୍ଚିମ ଚମ୍ପାରନ୍‌ରେ ମାଷ୍ଟର ଧୀରନ କୁମାରଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ତାଙ୍କୁ କିପରି ସେ ନିଜ ସାନଭାଇଙ୍କୁ ଏକ କୁମ୍ଭୀର ଆକ୍ରମଣରୁ ରକ୍ଷା କଲେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ  ସାନଭାଇକୁ ରକ୍ଷା କରିବା ପରେ ଓ ପ୍ରସିଦ୍ଧ ହେବା ପରେ ମନ କିପରି ଅଛି ପଚାରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସାହାସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ । ଧୀରଜ ଜଣେ ସୈନିକ ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ପଞ୍ଜାବର  ମାଷ୍ଟର ମିଧାଂଶ କୁମାର ଗୁପ୍ତାଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ କୋଭିଡ ସଂକ୍ରମଣରେ ତିଆରି କରିଥିବା ଆପ୍ ନେଇ ପ୍ରଶ୍ନ କରିଥିଲେ । ମିଧାଂଶଙ୍କ ଭଳି ପିଲାର କଥାବାର୍ତ୍ତାରୁ ପ୍ରଧାନମନ୍ତ୍ରୀ ସରକାରଙ୍କ ଉଦ୍ୟୋଗ ପ୍ରତି ଦେଉଥିବା ଗୁରୁତ୍ୱ ସଫଳ ହେଉଛି ଓ ଚାକିରି ଖୋଜିବା ପରିବର୍ତ୍ତେ ଚାକିର ଦେବା ନେଇ ପିଲାଙ୍କ ମତିଗତି ପରିବତ୍ତିତ ହେଉଛି ବୋଲି କହିଥିଲେ ।

ଚଣ୍ଡିଗଡର କୁମାରୀ ତାରୁସୀ ଗୌରଙ୍କ ସହ କଥାବାର୍ତ୍ତାବେଳେ କିପରି ପାଠ ଓ ଖେଳ ମଧ୍ୟରେ ସମୟ ଭାରସାମ୍ୟ ରକ୍ଷା କରିପାରିବା ନେଇ ଶ୍ରୀ ମୋଦୀ ପଚାରିଥିଲେ । ତାରୁସୀ କାହିଁକି ମୁଷ୍ଟି ଯୋଦ୍ଧା ମ୍ୟାରି କମ୍‌ଙ୍କୁ ନିଜର ଆଦର୍ଶ ମାନୁଥିବା ଜାଣିବାକୁ ଚାହିଁଥିଲେ । ସେ କହିଥିଲେ ଯେ ମ୍ୟାରି କମ୍ ଉତ୍କର୍ଷ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସେ ନିଜର କ୍ରୀଡା ଓ ମାଆର କର୍ତ୍ତବ୍ୟ ମଧ୍ୟରେ ସମୟର ସନ୍ତୁଳନ ରକ୍ଷା କରିଥିବାରୁ ସେ ତାଙ୍କୁ ଆଦର୍ଶ ଭାବେ ବିବେଚନା କରନ୍ତି । ସରକାର କ୍ରୀଡାବିତ୍ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ ଓ ସେମାନେ ପ୍ରତ୍ୟେକ ସ୍ତରରେ ବିଜୟୀ ମନୋଭାବ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମବେତ ବ୍ୟକ୍ତି ବିଶେଷଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କଲାବେଳେ ଏହି ସମ୍ମାନଗୁଡିକୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅତୀତରୁ ଶକ୍ତି ଓ ଉତ୍ସାହ ଗ୍ରହଣ କରି ଆଗାମୀ ୨୫ବର୍ଷର ଅମୃତ କାଳରେ ବଡ ସଫଳତା ହାସଲ ନିମନ୍ତେ ବର୍ତ୍ତମାନ ହିଁ ପ୍ରକୃଷ୍ଠ ସମୟ ବୋଲି କହିଥିଲେ । ସେ ମଧ୍ୟ ଜାତୀୟ କନ୍ୟା ଶିଶୁ ଦିବସ ଅବସରରେ ଦେଶର ଝିଅମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତାକୁ  ସଂଗ୍ରାମ କାଳରେ ବୀରବାଳା କନକଲତା ବରୁଆଁ, ଖୁଦିରାମ ବୋଷ, ରାଣୀ ଗାଇଡି ନିଲୁ ଇତ୍ୟାଦିଙ୍କ ଅବଦାର ସ୍ମୃତିଚାରଣ କରିଥିଲେ । “ଏହି ଯୋଦ୍ଧାଗଣ  ଦେଶର ସ୍ୱାଧୀନତାକୁ ଜୀବନର ଲକ୍ଷ୍ୟଭାବେ ଯୁବବସ୍ଥାରୁ ଧରି ଏଥିପାଇଁ ନିଜକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

ପ୍ରଧାନମନ୍ତ୍ରୀ ଗତ ଦିପାବଳୀରେ ଜମ୍ମୁ ଓ କାଶ୍ମୀରର ନୌସେରା କ୍ଷେତ୍ରକୁ ଯାଇଥିବାର ସ୍ମୃତିଚାରଣ କରି ସେଠାରେ ଶିଶୁ ସୈନିକଭାବେ ସ୍ୱାଧୀନତା ପର ସମରରେ ଅଂଶଗ୍ରହଣ କରିଥିବା ବଳଦେବ ସିଂ ଓ ବସନ୍ତ ସିଂଙ୍କୁ ଭେଟିବା ବିଷୟ ପ୍ରକାଶ କରିଥିଲେ ।  ନିଜ ଜୀବନକୁ ଖାତିର ନ କରି ସେମାନେ ଏତେ କମ୍ ବୟସରେ ମଧ୍ୟ ସେନାକୁ ସହଯୋଗ କରିଥିଲେ । ବୀରମାନଙ୍କ ଏଭଳି ପରାକ୍ରମ ପ୍ରତି ପ୍ରଧାନମନ୍ତ୍ରୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁଗୋବିନ୍ଦ ସିଂଙ୍କ ପୁତ୍ରମାନଙ୍କ ତ୍ୟାଗର ଉଦାହରଣ ଦେଇଥିଲେ । ପ୍ରବଳ ପରାକ୍ରମ ପ୍ରଦର୍ଶନ କରି ଦୁଇଜଣ ଯାକ ଯୁବରାଜ ଖୁବ୍ କମ୍ ବୟସରୁ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଭାରତୀୟ ସଭ୍ୟତା, ସଂସ୍କୃତି, ବିଶ୍ୱାସ ଓ ଧର୍ମ ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଓ ଜୀବନ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।

ଦିଲ୍ଲୀର ଇଣ୍ଡିଆଗେଟ୍‌ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଡିଜିଟାଲ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆମେ ନେତାଜୀଙ୍କ ଠାରୁ ସବୁଠାରୁ ବେଶୀ ଉତ୍ସାହ ଯଥା ଦେଶ ପ୍ରତି କର୍ତ୍ତବ୍ୟ ପ୍ରଥମ ପାଇଛୁ । ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ  ଆପଣମାନେ ଦେଶ ପାଇଁ କର୍ତ୍ତବ୍ୟ କରି ଚାଲନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ଯେକୌଣସି କ୍ଷେତ୍ରରେ ନୀତି ଓ ପଦକ୍ଷେପରେ ଯୁବଗୋଷ୍ଠୀଙ୍କୁ ଆଗରେ ରଖାଯାଇଛି । ସେ ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତ, ଜନ ଆନ୍ଦୋଳନ ଓ ଆଧୁନିକ ଭିତ୍ତିଭୂମି ନିର୍ମାଣ ଇତ୍ୟାଦିର ଉଦାହରଣ ଦେଇଥିଲେ । ନବୀନ ଭାରତର ଏହି ତରୁଣମାନଙ୍କ ଏହି ମନୋବୃତ୍ତି ଉଭୟ ଦେଶ ଓ ଦେଶ ବାହାରେ ପ୍ରଦର୍ଶିତ ହୋଇଛି । ନୂତନ କିଛି କରିବାର ପ୍ରସ୍ତାବନା ଓ ଷ୍ଟାର୍ଟଅପ୍ ଦେଶର ଶକ୍ତି ବୃଦ୍ଧି କରିଛି । ବିଶ୍ୱର ଅନେକ କମ୍ପାନୀରେ ଭାରତୀୟ ତରୁଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଦେଶ ଆଜି ଗର୍ବିତ । “ଆଜି ଆମେ ଗର୍ବ ଅନୁଭବ କରୁଛୁ ଯେ ଭାରତ ବିଶ୍ୱର ଷ୍ଟାର୍ଟଅପ୍ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ଆଜି ଆମେ ଦେଖୁଛୁ, ଭାରତୀୟ ତରୁଣୀ ଗୋଷ୍ଠୀ ଯେତେବେଳେ କିଛି ନୂତନ ବିଷୟ ପ୍ରସ୍ତାବ ଦେଉଛନ୍ତିି, ଏହା ଦେଶକୁ  ଆଗେଇ ନେଉଛି ବୋଲି ସେ କହିଥିଲେ ।

ଝିଅମାୋ ଯେତେବେଳେ ଆଗରୁ ଯେଉଁ କାମ ପାଇଁ ଅନୁମତି ପାଉ ନ ଥିଲେ , ଆଜି ସେମାନେ ସେ କ୍ଷେତ୍ରରେ ଅନ୍ୟକୁ ଚକିତ କରି ଦେଇଛନ୍ତି । ନୂତନ କାର୍ଯ୍ୟ, ପରାକ୍ରମ ଓ ସଂକଳ୍ପ ହେଉଛି ଆଜିର ନବୀନ ଭାରତର ପ୍ରମାଣ ଚିହ୍ନ ।

 ଭାରତରେ ପିଲାମାନେ ଟିକାକରଣ କ୍ଷେତ୍ରରେ ଯେଉଁ ଆଧୁନିକ ଓ ବୈଜ୍ଞାନିକ ମନୋଭାବ ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଜାନୁୟାରୀ ୩ତାରିଖରୁ ମାତ୍ର ୨୦ଦିନ ମଧ୍ୟରେ ଚାରିକୋଟି ପିଲା କରୋନା ଟିକା ନେଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସେମାନଙ୍କ ନେତୃତ୍ୱ ପାଇଁ ସେ ତାହାର ମଧ୍ୟ ପ୍ରଶଂସା କରିଥିଲେ । ଭୋକାଲ ଫର ଲୋକାଲର ରାଷ୍ଟ୍ରଦୂତ ହୋଇ ଆତ୍ମନିର୍ଭର ଭାରତ ଅଭିଯାନର ନେତୃତ୍ୱ ନେବାକୁ ସେ ପିଲାମାନଙ୍କୁ ନିବେଦନ କରିଥିଲେ ।

 




****

SM / SLP



(Release ID: 1792321) Visitor Counter : 158