ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ୍ - ୧୯ ଗୁଜବ ବନାମ ସତ୍ୟତା

କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟାକୁ କମ୍ କରି ଦର୍ଶାଯାଉଛି ବୋଲି ଗଣମାଧ୍ୟମର ରିପୋର୍ଟଗୁଡ଼ିକ କରୁଥିବା ଦାବି ଭ୍ରମାତ୍ମକ ଏବଂ ଭିତ୍ତିହୀନ

ବିଧି ଅନୁସାରେ ସମଗ୍ର ଭାରତରେ ଗ୍ରାମ ପଂଚାୟତ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଜନ୍ମ ଏବଂ ମୃତ୍ୟୁର ସଠିକ୍ ସଂଖ୍ୟା ଲିପିବଦ୍ଧ କରିବା ନିମନ୍ତେ ଏକ ବଳିଷ୍ଠ ବ୍ୟବସ୍ଥା ରହିଛି

ଅନେକ ରାଜ୍ୟ ସେମାନଙ୍କର ମୃତ୍ୟୁ ସଂଖ୍ୟାକୁ ନିୟମିତ ଭାବରେ ସୂଚୀତ କରି ସାରିଲେଣି ଏବଂ ବାକି ରହି ଯାଇଥିବା ମୃତକମାନଙ୍କ ସଂଖ୍ୟାକୁ ଏକ ସ୍ୱଚ୍ଛ ଢଙ୍ଗରେ ଅବଗତ କରାଇ ସାରିଲେଣି

Posted On: 14 JAN 2022 2:22PM by PIB Bhubaneshwar

କେତେକ ଗଣମାଧ୍ୟମ ରିପୋର୍ଟରେ କୋଭିଡ୍‌-୧୯ର ପ୍ରଥମ ଦୁଇଟି ଲହରରେ ସଂକ୍ରମଣ ଯୋଗୁଁ ଭାରତରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରକୃତ ସଂଖ୍ୟାକୁ ଉଲ୍ଲେଖନୀୟ ଭାବରେ କମ୍ ଦର୍ଶା ଯାଇଥିବା ନେଇ ଅଭିଯୋଗ ଉଠାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ସମୁଦାୟ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ‘ଢେର୍ ଅଧିକ\' ହୋଇପାରେ ଏବଂ ତିନି ମିଲିଅନ୍ ସଂଖ୍ୟାକୁ ଅତିକ୍ରମ କରି ଯାଇପାରେ ।

ଏତଦ୍ଦ୍ୱାରା ସ୍ପଷ୍ଟ କରି ଦିଆଯାଉଛି ଯେ ଗଣମାଧ୍ୟମର ଏଭଳି ରିପୋର୍ଟଗୁଡ଼ିକ ଭ୍ରମାତ୍ମକ ଏବଂ ଭୁଲ୍ ସୂଚନା ଦେଉଛି । ସେଗୁଡ଼ିକ ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ ଏବଂ ସ୍ୱଭାବ ଦୃଷ୍ଟିରୁ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ । ଭାରତରେ ଜନ୍ମ ଏବଂ ମୃତ୍ୟୁ ସମ୍ପର୍କିତ ରିପୋର୍ଟିଂ ନିମନ୍ତେ ଏକ ମଜଭୁତ ବ୍ୟବସ୍ଥା ରହିଛି, ଯାହା ଏକ ନିୟମ ଉପରେ ପର୍ଯ୍ୟବସିତ ଏବଂ ଏହା ଗ୍ରାମ ପଂଚାୟତ ସ୍ତରରୁ ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତର ପର୍ଯ୍ୟନ୍ତ ନିୟମିତ ରୂପରେ କରା ଯାଇଥାଏ । ଏ ସମସ୍ତ କାର୍ଯ୍ୟ ସାମଗ୍ରିକ ଭାବରେ ଭାରତର ମହା ପଞ୍ଜିକାର (ଆର୍‌ଜିଆଇ)ଙ୍କ ସମ୍ପୂର୍ଣ୍ଣ ତତ୍ୱାବଧାନରେ ସମ୍ପନ୍ନ କରା ଯାଇଥାଏ । ସର୍ବୋପରି, ଭାରତ ସରକାରଙ୍କ ନିକଟରେ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ବର୍ଗୀକରଣ ଆଧାରରେ କୋଭିଡ୍ କାରଣରୁ ଘଟିଥିବା ମୃତ୍ୟୁକୁ ବର୍ଗୀକୃତ କରିବା ନିମନ୍ତେ ଏକ ଅତ୍ୟନ୍ତ ବ୍ୟାପକ ବ୍ୟବସ୍ଥା ରହିଛି । ସମସ୍ତ ମୃତ୍ୟୁ ସମ୍ପର୍କିତ ତଥ୍ୟ ସମ୍ପର୍କରେ ରାଜ୍ୟମାନଙ୍କ ଦ୍ୱାରା ସ୍ୱାଧୀନ ଭାବରେ ବିବରଣୀ ପ୍ରଦାନ କରାଯାଉଛି ଏବଂ କେନ୍ଦ୍ରୀୟ ବ୍ୟବସ୍ଥା ଅନୁସାରେ ସଙ୍କଳିତ କରାଯାଉଛି । ରାଜ୍ୟମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ପ୍ରସ୍ତୁତ କରାଯାଉଥିବା କୋଭିଡ୍ - ୧୯ ମୃତ୍ୟୁ ସମ୍ପର୍କିତ ପଛୁଆ ତଥ୍ୟର ନିୟମିତ ଭାବରେ ଭାରତ ସରକାରଙ୍କ ସଂଖ୍ୟା ସହିତ ମିଶ୍ରଣ କରା ଯାଉଅଛି । ଅନେକ ସଂଖ୍ୟକ ରାଜ୍ୟ ନିୟମିତ ଭାବରେ ସେମାନଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ଏବଂ ବ୍ୟାପକ ଭାବରେ ସ୍ୱଚ୍ଛତା ରକ୍ଷା କରି ସେମାନଙ୍କ ବାକି ରହି ଯାଇଥିବା ମୃତ୍ୟୁ ସଂଖ୍ୟାର ସୂଚନା ପ୍ରଦାନ କରିଛନ୍ତି । ତେଣୁ, ମୃତ୍ୟୁର ସଂଖ୍ୟା କମ୍ ରହିଥିବା ସମ୍ପର୍କରେ ବିବରଣୀ ପ୍ରଦାନ କରିବା ନିରାଧାର ଏବଂ ଯଥାର୍ଥତା ବିହୀନ ଅଟେ । 

ଏତଦ୍ଦ୍ୱାରା ସ୍ପଷ୍ଟ କରି ଦିଆଯାଉଛି ଯେ ରାଜ୍ୟମାନଙ୍କ ମଧ୍ୟରେ କୋଭିଡ୍ ମାମଲା ଏବଂ ଏଥି ସହିତ ସମ୍ପର୍କିତ ମୃତ୍ୟୁ ହାର ମଧ୍ୟରେ ଅତ୍ୟଧିକ ବ୍ୟବଧାନ ରହିଛି । ସବୁ ରାଜ୍ୟକୁ ଗୋଟିଏ ଲଫାପା ମଧ୍ୟରେ ରଖିବାର କୌଣସି ବି ଧାରଣାର ଅର୍ଥ ଏହା ହେବ ଯେ, ସବୁଠାରୁ କମ୍ ମୃତ୍ୟୁ ହାର ରିପୋର୍ଟ କରୁଥିବା ରାଜ୍ୟଗୁଡିକ ସହିତ ବାହ୍ୟ ରୂପର ଅସମାନ ତଥ୍ୟର ମାନଚିତ୍ରଣ କରିବା, ଯାହା ମାଧ୍ୟମାନକୁ ଅଧିକ ପ୍ରସାରିତ କରିବ ଏବଂ ଭୁଲ୍ ପରିଣାମ ଆଡକୁ ନେଇଯିବା ପାଇଁ ବାଧ୍ୟ କରିବ ।

ପୁନଶ୍ଚ, ଭାରତରେ କୋଭିଡ୍ ମୃତ୍ୟୁର ରିପୋର୍ଟ କରିବା ନିମନ୍ତେ ଏକ ପ୍ରୋତ୍ସାହନ ରାଶି ରହିଛି, ଯେହେତୁ ସେମାନେ ଆର୍ôଥକ ପୁରସ୍କାର ହକ୍‌ଦାର ଅଟନ୍ତି, ଏଣୁ, ମୃତ୍ୟୁର ସଂଖ୍ୟା କମ୍ ହୋଇଥିବା ସମ୍ପର୍କିତ ରିପୋର୍ଟିଂ କରିବା/ ଜଣେଇବାର ସମ୍ଭାବନା ମଧ୍ୟ କମ୍ ଅଟେ । ମହାମାରୀ ଭଳି ବିନାଶକାରୀ ସ୍ଥିତି ସମୟରେ, ବାସ୍ତବିକ ମୃତ୍ୟୁ ହାର ଅନ୍ୟାନ୍ୟ ଅନେକ କାରକ ଗୁଡିକ ଯୋଗୁଁ ହେଉଥିବା ମୃତ୍ୟୁ କାରଣରୁ ଅଧିକ ମଧ୍ୟ ହୋଇପାରେ, ଏମିତିକି ସବୁଠାରୁ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭିତରେ ମଧ୍ୟ । ତେବେ, ଭାରତୀୟ ରାଜ୍ୟ ଗୁଡିକରେ ଅତ୍ୟନ୍ତ ବିବିଧ ପ୍ରକାରର କେସ୍ ଲୋଡ୍ ଏବଂ ପରିଣାମ ସ୍ଥିତି ଏକତ୍ର କରି ଏ ସମ୍ପର୍କରେ ତଥ୍ୟ ବାହାର କରିବା ଦୃଷ୍ଟିକୋଣରୁ କୈଣସି ପ୍ରକାରର ବିଶ୍ଲେଷଣ କରିବା ଅଧାପନ୍ତରିଆ ଏବଂ ଭୁଲ୍ ହେବା ନିଧାର୍ଯ୍ୟ ଅଟେ ।

ଭାରତରେ ମୃତ୍ୟୁବରଣ କରିଥିବା ଲୋକ ମାନଙ୍କର ବାସ୍ତବିକ ସଂଖ୍ୟାର ‘ଉଲ୍ଲେଖନୀୟ କମ୍ ସଂଖ୍ୟା\' ଉପରେ ବର୍ତମାନର ଗଣମାଧ୍ୟମର ରିପୋର୍ଟ ଏକ ଅଧ୍ୟୟନ ଉପରେ ଆଧାରିତ ଅଟେ, ଯାହା ସ୍ୱଭାବରେ ପକ୍ଷପାତିତାପୂର୍ଣ୍ଣ ବୋଲି ମନେ ହୁଏ, କାରଣ କେବଳ କୋଭିଡ୍ - ୧୯ ଲକ୍ଷଣ ରହିଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଏଥି ମଧ୍ୟରେ ନିଆ ଯାଇଥିଲା ଏବଂ ସେମାନେ ସାଧାରଣ ଜନତାଙ୍କର ପ୍ରତିନିଧି ହୋଇ ନପାରନ୍ତି । ଚୟନ ପୂର୍ବାଗ୍ରହ ମଧ୍ୟ ପ୍ରତୀତ ହୋଇଥାଏ, କାରଣ ସର୍ବେକ୍ଷଣ କେବଳ ଫୋନ୍ ରଖିଥିବା ଲୋକମାନଙ୍କ ପର୍ଯ୍ୟନ୍ତ ସୀମିତ ରହିଥିଲା, ଯେଉଁମାନେ ବ୍ୟାପକ ରୂପରେ ପ୍ରଶ୍ନ ଗୁଡିକର ଉତର ଦେବା ନିମନ୍ତେ ସମୟ ବାହାର କରିପାରିବେ । ନମୁନା ଗୁଡ଼ିକ ସେହି ଦୃଷ୍ଟିରୁ ସହରୀ କ୍ଷେତ୍ର ଆଡ଼କୁ ଢଳିଥାଇ ପାରେ, ଯେଉଁଠାରେ ଅଧିକ ମାମଲା ଦରଜ କରା ଯାଇଥିଲା ଏବଂ ଏହି ଭଳି ଭାବେ ଅଧିକ ରିପୋର୍ଟିଂ ହୋଇଥିବ । ସେମାନେ ମଧ୍ୟ ଏଭଳି ଲୋକ ହୋଇଥିବେ, ଯେଉଁମାନେ ଅଧିକ ସଚେତନ ହେବାର ସମ୍ଭାବନା ରହିଛି ଏବଂ ଅଧିକ ରିପୋର୍ଟିଂ ପାଇଁ ପୂର୍ବାଗ୍ରହ ରଖିଥିବେ ।

ଅଧ୍ୟୟନରୁ ଉଦ୍ଧାର କରି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଲ୍ଲେଖ କରାଯାଇଛି ଯେ କିଭଳି ସବୁ ସପ୍ତାହରେ ପ୍ରାୟ ମନଇଚ୍ଛା ଭାବରେ ୨୧୦୦ ବଛା ଯାଇଥିବା ବୟସ୍କ ବ୍ୟକ୍ତିବିଶେଷଙ୍କର ସାକ୍ଷାତକାର ନିଆଯାଇଛି । ଏହିସବୁ ରିପୋର୍ଟ ସ୍ପଷ୍ଟ କରିନାହିଁ ଯେ ସମାନ ବୟସ୍କ ବ୍ୟକ୍ତିମାନଙ୍କୁ ବାରମ୍ବାର ପ୍ରଶ୍ନ ପଚରା ଯାଇଛି ନି ନାହିଁ/ କିମ୍ବା ସେମାନେ ଏକାଠି ମିଶି ୧.୩୭ ଲକ୍ଷ ପର୍ଯ୍ୟନ୍ତ ହୋଇଛନ୍ତି । ନିଶ୍ଚିତ ଭାବରେ ଏହି ଦୁଇଟି ମାମଲାରେ ପରିଣାମ ଅନେକ ଭିନ୍ନ ହେବ । ଗଣମାଧ୍ୟମ ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ପ୍ରତିକ୍ରିୟା ହାର ୫୫% ଥିଲା । ଏଥିରୁ ସ୍ପଷ୍ଟ ହେଉ ନାହିଁ ଯେ ଲୋକମାନେ ବଥାବାର୍ତା କରିବା ନିମନ୍ତେ ମନା କରି ଦେଇଥିଲେ କି ନାହିଁ ବା ସେମାନେ କହିଲେ ଯେ ସେମାନଙ୍କଠାରେ କୌଣସି ଲକ୍ଷଣ ନଥିଲା । ଦ୍ୱିତୀୟତଃ, ଯଦି କେବଳ କୋଭିଡ୍ ଲକ୍ଷଣ ଦେଖା ଦେଇଥିବା ବୟସ୍କମାନଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇଛି, ତେବେ ଏହା ଅଧ୍ୟୟନରେ ଏକ ପୂର୍ବାଗ୍ରହର ପରିଚୟ ଦେଇଥାଏ ଏବଂ ଏହି ଭଳି ଏହା ସାଧାରଣ ଜନତାଙ୍କର ପ୍ରତିନିଧି ହୋଇ ନଥାଏ ।

ଏହା ମଧ୍ୟ ଲକ୍ଷ୍ୟ ରଖିବା ଉଚିତ୍ ଯେ, ଉଲ୍ଲିଖିତ ଅଧ୍ୟୟନର ସମସ୍ତ ଡିନୋମିନେଟର ୨୦୨୦ ନିମନ୍ତେ ୟୁଏନ୍‌ଡିପିର ଅନୁମାନ ଅଟେ । ଏହା ସ୍ୱୟଂ ସର୍ବେକ୍ଷଣ, ଜନଗଣନା ଏବଂ ମଡେଲ୍‌ର ଏକ ସଂଯୋଜନ ଅଟେ, ଏହି ଭଳି ଭାବରେ ଏକ ଅନୁମାନ ଅଟେ । ଏହାର ଆଧାରରେ ଏହି ଅନୁମାନ ଲଗାଯାଇଛି ଯେ ୩.୪% ପରିବାର ମୃତ୍ୟୁର ସୂଚନା ଦେବେ । ତାହାର ତୁଳନା ଭାରତର ମହା ପଞ୍ଜିକାର (ଆର୍‌ଜିଆଇ)ଙ୍କର ସଂଖ୍ୟା ସହିତ ତୁଳନା କରିବା ଜରୁରୀ ଅଟେ, ଯାହା ଏହି ଅଧ୍ୟୟନରେ କରାଯାଇ ନାହିଁ । ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ, ଶୂନ୍ୟରୁ ୦.୭% ପରିବାର କୋଭିଡ୍ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି, ଯେତେବେଳେ କି ଏପ୍ରିଲ୍ ମଧ୍ୟଭାଗରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମୃତ୍ୟୁର ରିପୋର୍ଟ ୬% ରେ ପହଂଚି ଯାଇଛି । ଜୁନ୍ ୨୦୨୦ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସମସ୍ତ ମୃତ୍ୟୁକୁ ଗଣନା କରିବା ନିମନ୍ତେ ଏହି ଛୋଟ ଅବଧିର ବାଗ୍‌ବିସ୍ତାର (ଏକ୍ସଟ୍ରାପୋଲେଟେଡ଼୍‌) କରାଯାଇଛି । ଏହା ସ୍ୱଷ୍ଟ ରୂପରେ ଗଣନାର ଏକ ବୈଧ ପ୍ରଣାଳୀ ନୁହେଁ, କାରଣ ଏହା ମାସିକ ଏବଂ ଭୌଗୋଳିକ ବିବିଧତାକୁ ଧ୍ୟାନରେ ରଖିନାହିଁ ।

ଏଥି ସହିତ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, “ଆମେ ୧ ଜାନୁଆରୀ, ୨୦୧୯ ପର୍ଯ୍ୟନ୍ତ ୧୩,୫୦୦ ଘର ଗୁଡିକରେ ପ୍ରାୟ ୫୭,୦୦୦ ଲୋକ ମାନଙ୍କ ସମ୍ପର୍କରେ ଜାଣିଲୁ, ଯେଉଁମାନେ ସେତେବେଳେ ମୃତକର ନିକଟତମ ପଡୋଶୀ ଥିଲେ, କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହେଲା ଏବଂ କେବେ ହେଲା ନଜାଣି, ଏହି ପ୍ରତିକ୍ରିୟା ପ୍ରଦାନକାରୀମାନେ ଏହା ଭାବିନେଲେ ଯେ ମୃତ୍ୟୁ କୋଭିଡ୍ କିମ୍ବା ଅନ୍ୟ କାରଣରୁ ହୋଇଛି ।” ଏହା ଦେଖାଯାଇଛି ଯେ, ସର୍ବପ୍ରଥମେ, ନମୁନାର ପରିମାଣ ଖୁବ୍ କମ୍ ଅଟେ ଏବଂ ଦ୍ୱିତୀୟ କଥା ହେଉଛି, ଘରର ସଦସ୍ୟମାନଙ୍କୁ କିଭଳି ଜଣାପଡ଼ିବ ଯେ, ମୃତ୍ୟୁ କୋଭିଡ୍ କାରଣରୁ ହୋଇଥିଲା । ଏଭଳି ପ୍ରଶ୍ନକୁ ଭୁଲ୍ ଉପାୟରେ ପ୍ରସ୍ତୁତ କରିବା ଯୋଗୁଁ, ଭୁଲ୍ ପ୍ରତିକ୍ରିୟା ମଧ୍ୟ ମିଳିପାରେ । ଯେତେବେଳେ କି ଲେଖକମାନେ ଏକ ତୁଳନୀୟ ଅନୁମାନ ଲଗାଇବା ନିମନ୍ତେ ତିନିଟି ଭିନ୍ନ ଭିନ୍ନ ଉତ୍ସର ଉପଯୋଗ କରିଛନ୍ତି, ଏହା ଲକ୍ଷ୍ୟ କରା ଯାଇଥାଏ ଯେ, ଉତ୍ସର ତଥ୍ୟକୁ ଉପଯୋଗ କରାଯାଇଛି, ଦଶଟି ରାଜ୍ୟରୁ ନିଜ ରିପୋର୍ଟିଂ ଏବଂ ଆନୁମାନିକ ତଥ୍ୟର ପ୍ରତିନିଧିତ୍ୱ କରିଛି, ଯାହା କେବଳ ଏକ ଅନୁମାନ ଆଡକୁ ନେଇଯିବ ଏବଂ ଯାହା ବାସ୍ତବିକ ସ୍ଥିତିର ପ୍ରତିନିଧିତ୍ୱ କରି ନଥାଏ । କୋଭିଡ୍ ଟ୍ରାକର ସର୍ବେକ୍ଷଣକୁ ଜାତୀୟ ସ୍ତରରେ ଅଧିକ ପ୍ରତିନିଧି ତଥ୍ୟ ଭାବରେ ନେଇ ଯେତେବେଳେ ଏହି ସ୍ୱ - ରିପୋର୍ଟ କରା ଯାଇଥାଏ, ତେବେ ଅତ୍ୟଧିକ ଭୁଲ୍ ହୋଇପାରେ ।

ପୁନଶ୍ଚ, ଦେଖା ଯାଇଛି ଯେ ରିପୋର୍ଟରେ ଏକ ବିରୋଧାଭାଷ ରହିଛି, ଯେଉଁଥିରେ ଲେଖକମାନେ ଅଣ - କୋଭିଡ୍ ମାମଲା ଗୁଡିକରେ ଭୁଲ୍ ବର୍ଗୀକରଣର ଉଲ୍ଲେଖ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ "୨୦୧୯ ତୁଳନାରେ, ୨୦୨୦ ସେପ୍ଟେମ୍ବର - ଅକ୍ଟୋବର ସମୟରେ  ଅଣ - କୋଭିଡ୍ ମୃତ୍ୟୁସଂଖ୍ୟା ବୃଦ୍ଧିର ରିପୋର୍ଟ କୋଭିଡ୍ ମୃତ୍ୟୁ ତୁଳନାରେ ଅଧିକ ହୋଇ ଯାଇଛି, କିନ୍ତୁ ୨୦୨୧ ଏପ୍ରିଲ୍ -ଜୁନ୍ ସମୟରେ ସତ୍ୟ ଥିଲା ଏହାର ବିପରୀତ । ଏହା ସ୍ପଷ୍ଟ ନୁହେଁ ଯେ, ଅଣ - କୋଭିଡ୍ ମୃତ୍ୟୁ କିପରି ହୋଇଛି, ଯାହାକି ସମସ୍ତ ମୃତ୍ୟୁର ଏକ ସବ୍‌ସେଟ୍ ବା ଉପସମାହାର ଅଟେ, ସମୁଦାୟ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ । ଏହା ବ୍ୟତୀତ, ଏମିତି ମନେ ହୋଇଥାଏ ଯେ, ଉପରୋକ୍ତ ସଂଖ୍ୟା ଆମେରିକୀୟ ପରିସଂଖ୍ୟାନରୁ ଉଦ୍ଧାର  କରାଯାଇଛି ଏବଂ ଏହା ସ୍ପଷ୍ଟ ନୁହେଁ ଯେ ଏହାକୁ ଭାରତୀୟ ଦୃଶ୍ୟପଟ ସହିତ କିଭଳି ଯୋଡା ଯାଇଛି । ଚିକିତ୍ସା ବିନା ଗ୍ରାମୀଣ କ୍ଷେତ୍ର ଗୁଡିକରେ ମୃତ୍ୟୁର ସମ୍ଭାବନାକୁ ଦାୟୀ ବୋଲି ଧରିନେବା ଅତ୍ୟଧିକ ପରିମାଣରେ ଭୁଲ୍ ହୋଇପାରେ । ଅନେକ ରାଜ୍ୟରେ ନିରନ୍ତର ଅବଧି ନିମନ୍ତେ ବହୁତ କମ୍ ସଂକ୍ରମଣ ହାର ରହିଥିବା ଗ୍ରାମାଂଚଳ ଥିଲା । ଉକ୍ତ ଅଧ୍ୟୟନରେ ଏସବୁକୁ ଉପସ୍ଥାପନ କରିବା ବେଳେ ଏହାକୁ ଧ୍ୟାନରେ ରଖା ଯାଇନାହିଁ ।

ସର୍ବୋପରି, ରିପୋର୍ଟ ଅନୁସାରେ, ବୃଦ୍ଧି ପାଉଥିବା ମୃତ୍ୟୁହାର କେବଳ କୋଭିଡ୍ ଯେତେବେଳେ ଶିଖରରେ ଥିଲା, ସେହି ଅବଧି ନିମନ୍ତେ ନିଆଯାଇଛି, ଯାହା ତୁଳନୀୟ ସଂଖ୍ୟାକୁ ପ୍ରତିଫଳିତ କରି ନପାରେ, କାରଣ ମହାମାରୀ ଏବେ ମଧ୍ୟ ଜାରି ରହିଛି । ଥରେ ଉପଲବ୍ଧ ହୋଇଥିବା ସଂଖ୍ୟାର ଆଧାର ଉପରେ ତୁଳନା ଏବଂ ଅନୁମାନ ମାଧ୍ୟମରେ ଏଥିରେ ଆଉ କିଛି ଅଧିକ ରହିବା ଆବଶ୍ୟକ ହୋଇପାରେ, କାରଣ ଅନେକ କାରକ, ଯେମିତିକି ରୋଗର ପ୍ରସାର, ବିଗତ ସଂକ୍ରମଣ କିମ୍ବା ଦୁର୍ବଳ କରି ଦେଉଥିବା ରୋଗର କାରଣ ଡାକ୍ତରଖାନାରେ ଭର୍ତି, ସଂକ୍ରମଣକୁ ଜାଣିବାର ହାର, ସଂକ୍ରମଣ ମୃତ୍ୟୁହାର ସହିତ (କୋଭିଡ୍ ମୃତ୍ୟୁର ପରିଭାଷା), ଅଳ୍ପ ବୟସରେ ମୃତ୍ୟୁହାର ଇତ୍ୟାଦିକୁ କମ୍ କରିବା କିମ୍ବା ସଂଖ୍ୟା ଉପରେ ଅଧିକ ସ୍ପଷ୍ଟତା ହାସଲ କରିବା ନିମନ୍ତେ କାରକ କରିବାକୁ ପଡ଼ିପାରେ ।

ଏକ ନିଶ୍ଚିତ କାରଣରୁ ଅଧିକ ମୃତ୍ୟୁର ବିଷୟକୁ ମାନି ନିଆ ଯାଇପାରେ, ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ଅଟେ ଏବଂ ଉନ୍ନତ ନୀତି କାର୍ଯ୍ୟକାରୀ କରିବା ଏବଂ ଦୁର୍ଜୟ, ସ୍ଥାୟୀ ସ୍ୱାସ୍ଥ୍ୟ ଉପାୟଗୁଡିକୁ ଆପଣେଇବା ନିମନ୍ତେ ସବୁଠାରୁ ସ୍ୱୀକାର୍ଯ୍ୟ ରୂପରେ ଆବଶ୍ୟକ ଅଟେ । ତେବେ, ବର୍ତମାନର ସ୍ଥିତି ସମୟରେ କୌଣସି ବି ସମୟରେ ଅଧିକ ମୃତ୍ୟୁର ଧାରଣା ବନେଇବା ନିମନ୍ତେ କୌଣସି ବି ତରବରିଆ ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ବୈଜ୍ଞାନିକ ମାନଙ୍କର ଜ୍ଞାନ ଦ୍ୱାରା ସଂଚାଳିତ ଏକ ଏକାଡେମିକ୍‌/ ଶୈକ୍ଷିକ ଅଭ୍ୟାସରୁ ମଧ୍ୟ ଅଧିକ ହୋଇ ପାରିବ । ଆସନ୍ତା ମାସ ଗୁଡିକରେ ଏସ୍‌ଆର୍‌ଏସ୍ କିମ୍ବା ଜନଗଣନାର ସଂଖ୍ୟାରୁ ପ୍ରଶାସନିକଏବଂ ନୀତି ପ୍ରସ୍ତୁତକାରୀ ତ୍ରୈମାସିକ ନିମନ୍ତେ ଅଧିକ ତାର୍କିକ ଏବଂ ସ୍ୱୀକାର୍ଯ୍ୟ ଉପାୟ ବିକଶିତ ହେବ ।

 

SSP



(Release ID: 1790020) Visitor Counter : 81