ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଭାରତ - ଆମେରିକା ବ୍ବାଣିଜ୍ୟକୁ ପ୍ରୋତ୍ସାହନ
ଆମେରିକା ବଜାରରେ ମିଳିବ ଭାରତୀୟ ଆମ୍ବ ଏବଂ ଡାଳିମ୍ବ
କୃଷି ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସି ଆଣ୍ଡ ଏଫ୍ଡବ୍ଲ୍ୟୁ) ଏବଂ ଆମେରିକା କୃଷି ବିଭାଗ (ୟୁଏସ୍ଡିଏ) ଏହାକୁ ଲାଗୁ କରିବା ନିମନ୍ତେ ଢାଂଚାଗତ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି
“୨ ବନାମ ୨” କୃଷି ବଜାର ପହଂଚ ପ୍ରସଙ୍ଗ
प्रविष्टि तिथि:
08 JAN 2022 2:30PM by PIB Bhubaneswar
୨୩ ନଭେମ୍ବର ୨୦୨୧ରେ ଆୟୋଜିତ ଦ୍ୱାଦଶ ଭାରତ - ଆମେରିକା ଟିପିଏଫ୍ ବୈଠକ ଅନୁସରଣରେ ଭାରତର କୃଷି ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସି ଆଣ୍ଡ ଏଫ୍ଡବ୍ଲ୍ୟୁ) ଏବଂ ଆମେରିକା କୃଷି ବିଭାଗ (ୟୁଏସ୍ଡିଏ) ମଧ୍ୟରେ ୨ ବନାମ ୨ କୃଷି ବଜାର ପହଂଚ ପ୍ରସଙ୍ଗଗୁଡିକ ଅର୍ଥାତ୍ ନୀରିକ୍ଷଣକୁ ଲାଗୁ କରିବା ପାଇଁ ଭାରତୀୟ ଆମ୍ବ ଏବଂ ଡାଳିମ୍ବ ନିମନ୍ତେ ନିରୀକ୍ଷଣ ହସ୍ତାନ୍ତରଣ ଏବଂ ଭାରତରୁ ଡାଳିମ୍ବର ବଜାର ପହଂଚ ଏବଂ ଆମେରିକାର ଚେରି ଏବଂ ଆମେରିକାର ଆଲଫାଲ୍ଫା ଘାସର ବଜାର ପହଂଚ ନିମନ୍ତେ ଏକ ରୂପରେଖ ବୁଝାମଣା ଉପରେ ସ୍ୱାକ୍ଷର କରାଯାଇଛି ।
ଆମ୍ବ ଏବଂ ଡାଳିମ୍ବର ରପ୍ତାନୀ ଜାନୁଆରୀ – ଫେବୃୟାରୀ ୨୦୨୨ରୁ ଆରମ୍ଭ ହେବ ଏବଂ ଡାଳିମ୍ବର ବୀଜ (ଏରିଲ୍) ରପ୍ତାନୀ ଏପ୍ରିଲ୍ ୨୦୨୨ରେ ଆରମ୍ଭ ହେବ । ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା (ୟୁଏସ୍ଏ)ରୁ ଚେରି ଏବଂ ଆଲ୍ଫାଲଫା ଘାସର ରପ୍ତାନୀ ଏପ୍ରିଲ୍ ୨୦୨୨ରେ ଆରମ୍ଭ ହେବ ।
ଏଥି ସହିତ ମନ୍ତ୍ରୀସ୍ତରୀୟ ଆଲୋଚନାର ଆଧାର ଅନୁସାରେ, ପଶୁପାଳନ ଏବଂ ଡେରୀ ବିଭାଗ (ଡିଏଏଚ୍ଡି) ମଧ୍ୟ ଆମେରିକୀୟ ଘୁଷୁରୀ ମାଂସ ନିମନ୍ତେ ବଜାର ପହଂଚ ପ୍ରଦାନ କରିବାକୁ ନିଜର ତତ୍ପରତା ସମ୍ପର୍କରେ ଅବଗତ କରାଇଛି ଏବଂ ଆମେରିକା ପକ୍ଷରୁ ଏହାକୁ ଅନ୍ତିମ ରୂପ ଦେବା ନିମନ୍ତେ ଅନ୍ତିମ ସାନିଟାରୀ ପ୍ରମାଣପତ୍ରର ଏକ ସ୍ୱାକ୍ଷରିତ ବୁଝାମଣା କରିବା ନିମନ୍ତେ ଅନୁରୋଧ କରାଯାଇଛି ।
***
SSP
(रिलीज़ आईडी: 1788583)
आगंतुक पटल : 299