ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଉଚ୍ଚସ୍ତରୀୟ ବୈଠକରେ ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା


ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସହିତ ସମ୍ଭାବ୍ୟ ସୁରକ୍ଷା ଆହ୍ୱାନ ମୁକାବିଲା ପାଇଁ ବିଚାରବିମର୍ଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ

ଆତଙ୍କବାଦ ଓ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶାଦ୍ରବ୍ୟ କାରବାର, ସଂଗଠିତ ଅପରାଧ-ଆତଙ୍କବାଦ ମଧ୍ୟରେ ରହିଥିବା ସମ୍ପର୍କ, ସାଇବର କ୍ଷେତ୍ରର ବେଆଇନ ଉପଯୋଗ, ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଆଦି ବିପଦ ପ୍ରସଙ୍ଗରେ ଆଲୋଚନା

କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 JAN 2022 8:04PM by PIB Bhubaneswar

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ଦେଶ ପ୍ରତି ରହିଥିବା ସମ୍ଭାବ୍ୟ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରିଥିଲେ। 

ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ସେନାବାହିନୀର ଗୁଇନ୍ଦା ବିଭାଗ, ରାଜସ୍ୱ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏତଦବ୍ୟତୀତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

ଆତଙ୍କବାଦ ଓ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶାଦ୍ରବ୍ୟ କାରବାର, ସଂଗଠିତ ଅପରାଧ-ଆତଙ୍କବାଦ ମଧ୍ୟରେ ରହିଥିବା ସମ୍ପର୍କ, ସାଇବର କ୍ଷେତ୍ରର ବେଆଇନ ଉପଯୋଗ, ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଆଦି ବିପଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆତଙ୍କବାଦ ମୁକାବିଲା ଏବଂ ସୁରକ୍ଷା ଆହ୍ୱାନର ପରିଦୃଶ୍ୟ କ୍ରମାଗତ ଭାବେ ବଦଳି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଏବଂ ସହଭାଗିତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ। 

 

*******

P.S.


(ରିଲିଜ ଆଡି: 1787297) ପରିଦର୍ଶକ କାଉଣ୍ଟର : 248
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali , Punjabi , Telugu