ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଅର୍ଥ ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ୍‍ ବଜେଟ୍‍ ଆଲୋଚନା ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 30 DEC 2021 4:54PM by PIB Bhubaneshwar

କେନ୍ଦ୍ର ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ ଆଜି ୨୦୨୨-୨୩ କେନ୍ଦ୍ର ବଜେଟ୍ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ବଜେଟ୍ଆଲୋଚନା ବୈଠକରେ ଅଧ୍ୟକ୍ଷତା କରିଥିଲେ ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି

କେନ୍ଦ୍ର ଅର୍ଥ ସଚିବ ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ର୍ନିଦ୍ଦିଷ୍ଟ ପରାମର୍ଶ ବୈଠକର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ ଅଧିକାଂଶ ଅଂଶଗ୍ରହଣକାରୀ ମହାମାରୀର ପ୍ରକୋପ ସମୟରେ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା କରିଥିବାରୁ, ଋଣ ସୀମା ବୃଦ୍ଧି, ରାଜ୍ୟମାନଙ୍କୁ ୠଣ ଯୋଗାଣ ଏବଂ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ସହାୟତା ଦେଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ବଜେଟ୍ ଭାଷଣରେ ଅନ୍ତର୍ଭୁକ୍ତ ପାଇଁ ଅଂଶଗ୍ରହଣକାରୀମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ୨୦୨୨-୨୩ ବଜେଟ୍ପାଇଁ ସେମାନଙ୍କର ମତାମତ ଏବଂ ପରାମର୍ଶ ସକାଶେ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରତ୍ୟେକ ପ୍ରସ୍ତାବକୁ  ଅନୁଧ୍ୟାନ କରାଯିବ ବୋଲି ନିଶ୍ଚିତ କରିଥିଲେ

HS


(ରିଲିଜ ଆଡି: 1786442) ପରିଦର୍ଶକ କାଉଣ୍ଟର : 226
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali , Tamil , Telugu , Kannada