ଯୋଗାଯୋଗ ମନ୍ତ୍ରଣାଳୟ

ବାର୍ଷିକ ସମୀକ୍ଷା : ଦୂର ସଞ୍ଚାର ବିଭାଗ


ଗ୍ରାମୀଣ କ୍ଷେତ୍ରରେ ଦୂରସଞ୍ଚାର ସାନ୍ଦ୍ରତା ମାର୍ଚ୍ଚ 2014 ର 44% ରୁ ବଢ଼ି ସେପ୍ଟେମ୍ବର 2021 ରେ 59% ହୋଇଛି

ବ୍ରଡବ୍ୟାଣ୍ଡ କନେକ୍‌ସନ ମାର୍ଚ୍ଚ 2014 ର 6.1 କୋଟିରୁ ବଢ଼ି ଜୁନ୍ 2021 ରେ 79 କୋଟି ହୋଇଛି, 1200% ର ବୃଦ୍ଧି

2002-2014 ର ତୁଳନାରେ 2014-2021 ମଧ୍ୟରେ ଦୂରସଞ୍ଚାର କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ରେ 150 ପ୍ରତିଶତର ବୃଦ୍ଧି ହୋଇଛି

ସରକାର ଦୂରସଞ୍ଚାର କ୍ଷେତ୍ରରେ ଗଠନାତ୍ମକ ସଂସ୍କାରକୁ ମଞ୍ଜୁରି ଦେଇଛନ୍ତି

ଭାରତ ନେଟ୍ : ଚଳିତ ବର୍ଷ 17000 ରୁ ଅଧିକ ଗ୍ରାମ ପଞ୍ଚାୟତଗୁଡ଼ିକ ସେବା ଗ୍ରହଣ ପାଇଁ ପ୍ରସ୍ତୁତ

ଭାରତ ନେଟ୍ : 1 ନଭେମ୍ବର 2021 ପର୍ଯ୍ୟନ୍ତ 5,52,514 କିମି ଅପଟିକାଲ୍ ଫାଇବର କେବୁଲ୍ (ଓଏଫସି) ବିଛା ଯାଇଛି ଯେଉଁଥିରେ ପ୍ରାୟ 1.8 ଲକ୍ଷ ଗ୍ରାମ ପଞ୍ଚାୟତ ଗ୍ରାମ ପଞ୍ଚାୟତ ସାମିଲ୍ ହୋଇଛି

ପିଏମ-ବାଣୀ ଯୋଜନା : 7 ଜାନୁୟାରୀ 2021 ରୁ 23 ନଭେମ୍ବର 2021 ପର୍ଯ୍ୟନ୍ତ ଦୂରସଞ୍ଚାର ବିଭାଗ ଦ୍ବାରା 125 ପବ୍ଲିକ ଡାଟା ଅଫିସ୍ ଏଗ୍ରିଗେଟର୍ସ (ପିଡିଓଏ) ଏବଂ 63 ଆପ୍ ପ୍ରଦାତାଙ୍କୁ ପଞ୍ଜୀକୃତ କରାଯାଇଛି।

ପିଏମ-ବାଣୀ ଯୋଜନା : 50,000 ରୁ ଅଧିକ ଆକ୍ସେସ ପଏଣ୍ଟକୁ ସ୍ଥାପିତ କରାଯାଇଛି
ନେଟୱର୍କ ରେଡିନେସ୍ ଇଣ୍ଡେକ୍ସ -2021 ରେ ଭାରତର 21 ଟି ସ୍ଥାନରେ ଉନ୍ନତି, 2020 ରେ ଏହି 88 ସ୍ଥାନରେ ରହିଥିବା ବେଳେ 2021 ରେ ଏହା 67ତମ ସ୍ଥାନରେ ପହଞ୍

Posted On: 27 DEC 2021 12:37PM by PIB Bhubaneshwar

A. 2021 ରେ ଭାରତୀୟ ଦୂରସଞ୍ଚାରର ପରିସ୍ଥିତି

ଟେଲିଫୋନ ସବସ୍କ୍ରିପ୍‌ସନରେ ବୃଦ୍ଧି :

- ସମୁଦାୟ ଟେଲିଫୋନ୍ କନେକ୍‌ସନ ସେପ୍ଟେମ୍ବର 2021 ରେ ବଢ଼ି 118.9 କୋଟି ହୋଇ ଯାଇଛି, ଯାହା ମାର୍ଚ୍ଚ 2014 ରେ 93 କୋଟି ଥିଲା। ଏହି ଅବଧି ମଧ୍ୟରେ 28% ର ବୃଦ୍ଧି ହୋଇଛି। ସେପ୍ଟେମ୍ବର 2021 ରେ ମୋବାଇଲ୍ କନେକ୍‌ସନ ସଂଖ୍ୟା 1165.97 କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ମାର୍ଚ୍ଚ 2014 ରେ ଦୂରସଞ୍ଚାର ସାନ୍ଦ୍ରତା 75.23 ପ୍ରତିଶତ ରହିଥିଲା ଯାହା ସେପ୍ଟେମ୍ବର 2021 ରେ 86.89 ପ୍ରତିଶତରେ ପହଞ୍ଚି ଯାଇଛି।

- ସହରରେ ଟେଲିଫୋନ କନେକ୍‌ସନ ସେପ୍ଟେମ୍ବର 2021 ରେ ବଢ଼ି 66 କୋଟି ହୋଇଛି, ଯାହା ମାର୍ଚ୍ଚ 2014 ରେ 55 କୋଟି ଥିଲା, ଅର୍ଥାତ୍ 20 ପ୍ରତିଶତର ବୃଦ୍ଧି, ଯେତେବେଳେକି ଗ୍ରାମୀଣ କ୍ଷେତ୍ରରେ ଟେଲିଫୋନ କନେକ୍‌ସନରେ ବୃଦ୍ଧି 40 ପ୍ରତିଶତ ଥିଲା, ଯାହା ସହରରେ ହୋଇଥିବା ବୃଦ୍ଧି ହାରର ଦୁଇ ଗୁଣା ଅଟେ, ଗ୍ରାମୀଣ କ୍ଷେତ୍ରରେ ଟେଲିଫୋନ କନେକ୍‌ସନ ମାର୍ଚ୍ଚ 2014 ରେ 38 କୋଟି ରୁ ବଢ଼ି ସେପ୍ଟେମ୍ବର 2021 ରେ 53 କୋଟି ହୋଇଛି। ଗ୍ରାମୀଣ ଟେଲିଫୋନ୍ ଘନତ୍ବ ମାର୍ଚ୍ଚ 2014 ରେ 44% ରୁ ବଢ଼ି ସେପ୍ଟେମ୍ବର 2021 ରେ 59% ରେ ପହଞ୍ଚିଛି।

ଇଣ୍ଟରନେଟର ଓ ବ୍ରଡବ୍ୟାଣ୍ଡର ପହଞ୍ଚରେ ବୃଦ୍ଧି :

- ଇଣ୍ଟରନେଟ କନେକ୍‌ସନ ସଂଖ୍ୟା ମାର୍ଚ୍ଚ 2014 ରେ25.15କୋଟି ରୁ ବଢ଼ି ଜୁନ୍ 2017 ରେ 83.37 କୋଟିରେ ପହଞ୍ଚିଛି ଯାହାକି 231 ପ୍ରତିଶତର ବୃଦ୍ଧି ଅଟେ।

- ବ୍ରଡବ୍ୟାଣ୍ଡ କନେକ୍‌ସନ ମାର୍ଚ୍ଚ 2014 ରେ 6.1 କୋଟିରୁ ବୃଦ୍ଧି ହୋଇ 2021 ରେ 79 କୋଟି ହୋଇଛି, ଯାହାକି 1200 ପ୍ରତିଶତର ବୃଦ୍ଧି ଅଟେ।

- ପ୍ରତ୍ୟେକ  ଗ୍ରାହକଙ୍କ ପାଇଁ ପ୍ରତି ଜିବି ଓୟାରଲେସ୍ ଡାଟା ହାରାହାରି ରାଜସ୍ବ ପ୍ରାପ୍ତି ଡିସେମ୍ବର 2014 ରେ 268.97 ଟଙ୍କାରୁ ହ୍ରାସ ପାଇ ଜୁନ୍ 2021 ରେ 9.8 ଟଙ୍କାରେ ପହଞ୍ଚିଛି, ଅର୍ଥାତ୍ 96% ରୁ ଅଧିକ ହ୍ରାସ।

- ପ୍ରତି ଓୟାରଲେସ୍ ଡାଟା ଗ୍ରାହକଙ୍କ ହାରାହାରି ମାସିକ ଡାଟା ଖର୍ଚ୍ଚ ଜୁନ୍ 2021 ରେ 22605 ପ୍ରତିଶତ ବୃଦ୍ଧି ହୋଇ 14 ଜିବି ହୋଇଛି, ଯାହା ମାର୍ଚ୍ଚ 2014 ରେ 61.66 ଏମବି ଥିଲା।

ବିଟିଏସ୍ ଏବଂ ଟାୱାର୍ସରେ ବୃଦ୍ଧି :

- ମୋବାଇଲ୍ ବେସ୍ ଟ୍ରାନ୍‌ସିଭର ଷ୍ଟେସନ (ବିଟିଏସ) ର ସଂଖ୍ୟା 2014 ରେ 8 ଲକ୍ଷରୁ ବଢ଼ି 2021 ରେ 2 ଲକ୍ଷ ହୋଇଛି ଯାହାକି 187 ପ୍ରତିଶତର ବୃଦ୍ଧି ଅଟେ।

- ମୋବାଇଲ୍ ଟାୱାର ସଂଖ୍ୟା 2014 ରେ 4 ଲ୪ରୁ ବଢ଼ି 2021 ରେ 6.6 ଲକ୍ଷ ହୋଇଛି, ଏଥିରେ 65% ର ବୃଦ୍ଧି ହୋଇଛି।

ଏଫଡିଆଇ ରେ ବୃଦ୍ଧି :

ଦୂରସଞ୍ଚାର କ୍ଷେତ୍ରରେ ବିଦେଶୀ ନିବେଶ (ଏଫଡିଆଇ) 2002 ରୁ 2014 ମଧ୍ୟରେ 62386 କୋଟି ରୁ ବଢ଼ି 2014-2021 ସମୟରେ 155353 କୋଟି ଟଙ୍କାରେ ପହଞ୍ଚି ଯାଇଛି, ଅର୍ଥାତ୍ 2002-2014 ରୁ 2014-2021 ମଧ୍ୟରେ 150 ପ୍ରତିଶତର ବୃଦ୍ଧି ହୋଇଛି।

(B) ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର :

(i) 15.09.2021 ରେ ଘୋଷିତ ଦୂରସଞ୍ଚାରରେ ସଂସ୍କାର :

ଦୂରସଞ୍ଚାର ଉଦ୍ୟୋଗରେ ଆର୍ଥିକ ସମସ୍ୟା ଏବଂ ନଗଦ, ଯୁକ୍ତିସଙ୍ଗତ ଶୁଳ୍କ, ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର) ଏବଂ ସ୍ପେକଟ୍ରମ ମୂଲ୍ୟ ନିର୍ଦ୍ଧାରଣ ପରି ବିଷୟରେ ଆହ୍ବାନକୁ ଦେଖି, ସରକାର ଦୂରସଞ୍ଚାର କ୍ଷେତରେ ଅନେକ ଗଠନାତ୍ମକ ଓ ପ୍ରକ୍ରିୟା ସହିତ ସମ୍ପର୍କିତ ସୁଧାରକୁ ମଞ୍ଜୁର ପ୍ରଦାନ କରିଛି।

(a) ଗଠନାତ୍ମକ ସଂସ୍କାର

1. ଯୁକ୍ତିଯୁକ୍ତ ଏଜିଆର : ଦୂର ସଞ୍ଚାରରୁ ପୃଥକ ଆୟକୁ ସମ୍ଭାବ୍ୟ ଆଧାରରେ ଏଜିଆର ସଂଜ୍ଞା ଠାରୁ ବାହାରେ ରଖାଯିବ।

2. ବ୍ୟାଙ୍କ ଗ୍ୟାରେଣ୍ଟି (ବିଜି) କୁ ଯୁକ୍ତିଯୁକ୍ତ କରାଯାଇଛି : ଲାଇସେନ୍ସ ଶୁଳ୍କ (ଏଲଏଫ୍‌) ଏବଂ ଅନ୍ୟ ସମାନ ଶୁଳ୍କ ପ୍ରତି ବିଜି ଆବଶ୍ୟକତାଗୁଡ଼ିକୁ (80 ପ୍ରତିଶତ) କୁ ଭାରି ମାତ୍ରାରେ ହ୍ରାସ। ଦେଶରେ ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ସେବା କ୍ଷେତ୍ର (ଏଲଏସଏ) ରେ ଏକାଧିକ ବିଜିର କୌଣସି ଆବଶ୍ୟକତା ନାହିଁ। ଏହା ସ୍ଥାନରେ ଗୋଟିଏ ବିଜି ପର୍ଯ୍ୟାପ୍ତ ହେବ।

3. ଯୁକ୍ତିଯୁକ୍ତ ହେଲା ସୁଧ ହାର / ଜରିମାନାକୁ ବାଦ ଦିଆଯାଇଛି : 2021 ରୁ ଲାଇସେନ୍ସ ଶୁଳ୍କ (ଏଲଏଫ୍‌) / ସ୍ପେକଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ରେ ପଇଠ ବିଳମ୍ବିତ କ୍ଷେତ୍ରରେ ଏସବିଆଇ ର ଏମସିଏଲଆରରେ 4 ପ୍ରତିଶତ ଅତିରିକ୍ତ ସ୍ଥାନରେ ଏମସିଏଲଆର 2 ପ୍ରତିଶତ ଅତିରିକ୍ତ ସୁଧ ଲାଗୁ ହେବ, ସୁଧ ମାସିକ ପରିବର୍ତ୍ତେ ବାର୍ଷିକ ଭାବରେ ସଂଯୋଜିତ ହେବ, ଜରିମାନା ଉପରେ ଜରିମାନା ଓ ସୁଧକୁ ବାଦ ଦିଆଯାଇଛି।

4. ଏବେ ଠାରୁ ଆୟୋଜିତ ହେବାକୁ ଥିବା ନିଲାମ ପାଇଁ କିସ୍ତି ପଇଠ ପ୍ରାପ୍ତ କରିବାରେ କୌଣସି ବିଜିର ଆବଶ୍ୟକତା ହେବ ନାହିଁ। ଉଦ୍ୟୋଗ ଏବେ ପରିପକ୍ବ ହୋଇ ଯାଇଛି ଏବଂ ପୂର୍ବରୁ ଚାଲୁ ରହିଥିବା ବିଜି ବ୍ୟବସ୍ଥାର ଏବେ ଆବଶ୍ୟକତା ନାହିଁ।

5. ସ୍ପ୍ରେକ୍‌ଟ୍ରମର ଅବଧି : ଭବିଷ୍ୟତର ନିଲାମରେ ସ୍ପେକଟ୍ରମର ଅବଧି 20 ରୁ ବଢ଼ାଇ 30 ବର୍ଷ କରି ଦିଆଯାଇଛି।

6. ଭବିଷ୍ୟତର ନିଲାମରେ ହାସଲ କରାଯାଇଥିବା ସ୍ପେକଟ୍ରମରେ 10 ବର୍ଷ ପରେ ସ୍ପେକଟ୍ରମକୁ ସରେଣ୍ଡର କରିବାର ଅନୁମତି ହେବ।

7. ଭବିଷ୍ୟତର ସ୍ପେକଟ୍ରମ ନିଲାମରୁ ପ୍ରାପ୍ତ ସ୍ପେକଟ୍ରମ ପାଇଁ କୌଣସି ସ୍ପେକଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ନାହିଁ।

8. ସ୍ପେକଟ୍ରମ ସେୟାରିଂକୁ ପ୍ରୋତ୍ସାହନ : ସ୍ପେକଟ୍ରମ ସେୟାରିଂ ପାଇଁ 0.5% ର ଅତିରିକ୍ତ ଏସୟୁସିକୁ ବାଦ ଦିଆଯାଇଛି।

 

9. ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ, ଦୂରସଞ୍ଚାର କ୍ଷେତ୍ରରେ ସଞ୍ଚାଳିତ ମାର୍ଗରୁ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ର ଅନୁମତି ରହିଛି। ସୁରକ୍ଷା ସମ୍ପର୍କିତ ସମସ୍ତ ଉପାୟକୁ ଲାଗୁ କରାଯାଇଛି।

(b) ପ୍ରଣାଳୀଗତ ସୁଧାର

10. ନିଲାମ କ୍ୟାଲେଣ୍ଡର ନିର୍ଦ୍ଧାରିତ ହୋଇଛି - ସ୍ପେକଟ୍ରମ ନିଲାମ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷର ଅନ୍ତିମ ତ୍ରୟମାସରେ ଆୟୋଜିତ କରାଯାଇଥାଏ।

11. କାରବାରରେ ସୁଗମତାକୁ ପ୍ରୋତ୍ସାହନ – ଓୟାରଲେସ୍ ଉପକରଣ ପାଇଁ 1953 ର ସୀମା ଶୁଳ୍କ ଅଧିସୂଚନା ଅନୁସାରେ ଲାଇସେନ୍ସର ଜଟିଳ ଆବଶ୍ୟକତାକୁ ଦୂର କରାଯାଇଛି। ଏହାକୁ ସ୍ବ-ଘୋଷଣା ସହିତ ପରିବର୍ତ୍ତନ କରାଯାଇଛି।

12. ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ (କେୱାଇସି) ରେ ସଂସ୍କାର : ସ୍ବ-କେୱାଇସି (ଆପ୍ ଆଧାରିତ) ର ଅନୁମତି। ଇ-କେୱାଇସିର ମୂଲ୍ୟ ସଂଶୋଧିତ କରି ମାତ୍ର ଏକ ଟଙ୍କା କରାଯାଇଚି। ପ୍ରିପେଡରୁ ପୋଷ୍ଟ ପେଡ୍‌ ବା ପୋଷ୍ଟପେଡରୁ ପ୍ରିପେଡ୍ ସ୍ଥାନାନ୍ତରଣ ପାଇଁ ନୂଆ କେୱାଇସିର ଆବଶ୍ୟକତା ହେବ ନାହିଁ।

13. ପେପର କଷ୍ଟମର ଆକ୍ବିଜିସନ ଫର୍ମ (ସିଏଏଫ୍‌) ର ଡାଟାକୁ ଡିଜିଟାଲ୍ ଷ୍ଟୋରରେ ପରିବର୍ତ୍ତନ କରାଯିବ। ଟିଏସପିର ବିଭିନ୍ନ ଓୟାରହାଉସରେ ରହିଥିବା ପ୍ରାୟ 300-400 କୋଟି ପେପର ସିଏଏଫର ଆବଶ୍ୟକତା ହେବ ନାହିଁ। ସିଏଏଫର ଓୟାରହାଉସର ଅଡିଟ୍ ର ଆବଶ୍ୟକତା ହେବ ନାହିଁ।

14. ଦୂରସଞ୍ଚାର ଟାୱାର ପାଇଁ ରେଡିଓ ଫ୍ରିକୁଏନ୍ସି ଆବଣ୍ଟନରେ ସ୍ଥାୟୀ ପରାମର୍ଶଦାତା ସମିତି (ଏସଏସିଏଫଏ) ମଞ୍ଜୁରୀକୁ ସହଜ କରାଯାଇଛି। ଦୂରସଞ୍ଚାର ବିଭାଗ ସ୍ବଘୋଷଣା ଆଧାରରେ ପୋର୍ଟାଲରେ ପରିସଂଖ୍ୟାନ ସ୍ବୀକାର କରିବ। ଅନ୍ୟ ଏଜେନ୍ସିମାନଙ୍କର ପୋର୍ଟାଲ୍‌ (ଯେପରି ସିଭିଲ ଆଭିଏସନ) କୁ ଡିଓଟି ପୋର୍ଟାଲ୍ ସହିତ ସାମିଲ୍ କରାଯିବ।

(c) ଦୂରସଞ୍ଚାର ସେବା ପ୍ରଦାତାମାନଙ୍କର ନଗଦ ଆବଶ୍ୟକତାର ସମାଧାନ :

ସରକାର ସମସ୍ତ ଦୂରସଞ୍ଚାର ସେବାପ୍ରଦାତା (ଟିଏସପି) ଙ୍କ ପାଇଁ ନିମ୍ନଲିଖିତ ପଦକ୍ଷେପର ମଞ୍ଜୁରୀ ପ୍ରଦାନ କରିଛନ୍ତି:

15. ଏଜିଆର ଉପରେ ନିଷ୍ପତ୍ତି ପରେ ହେବାକୁ ଥିବା ଦେୟ ପରିମାଣକୁ ବାର୍ଷିକ ପଇଠରେ ଚାରି ବର୍ଷ ପର୍ଯ୍ୟନ୍ତର ମୋରାଟୋରିୟମ /ବିଳମ୍ବିତ, ଯଦିଓ ଦେୟର ନେଟ୍ ବର୍ତ୍ତମାନ ମୂଲ୍ୟ (ଏନଏଭି) କୁ ସଂରକ୍ଷିତ କରି ପରିମାଣକୁ ସୁରକ୍ଷିତ ଭାବରେ କରାଯାଉଛି।

16. ଗତ ନିଲାମସମୂହ (2021 ରେ ନିଲାମକୁ ଛାଡ଼ି) ରେ କ୍ରୟ କରାଯାଇଥିବା ସ୍ପେକଟ୍ରମ ର ଦେୟ ପଇଠରେ ସମ୍ବନ୍ଧିତ ନିଲାମ ନିର୍ଦ୍ଧାରିତ ସୁଧ ହାରରେ ସଂରକ୍ଷିତ ଏନପିଭି ସହିତ ଚାରି ବର୍ଷ ପର୍ଯ୍ୟନ୍ତ ପାଇଁ ମୋରାଟୋରିୟମ / ବିଳମ୍ବ।

17. ଟିଏସପି ର ପଇଠକୁ ବିଳମ୍ବିତ ହେବା କାରଣରୁ ଲାଗୁ ହେବାକୁ ଥିବା ସୁଧ ରାଶିର ପଇଠକୁ ଇକ୍ବିଟି ମାଧ୍ୟମରେ କରିବାର ବିକଳ୍ପ।

18. ସରକାରଙ୍କ ନିକଟରେ ବିକଳ୍ପ ରହିଛି ଯେ ସେ ମୋରାଟୋରିୟମ / ବିଳମ୍ବିତ ଅବଧିର ଶେଷରେ ବିଳମ୍ବିତ ପରିମାଣ ସମ୍ବନ୍ଧିତ ଦେୟ ପରିମାଣର ପଇଠ ଇକ୍ବିଟି ମାଧ୍ୟମରେ ପଇଠରେ ପରିବର୍ତ୍ତନ କରିପାରିବେ।

 

C. ପ୍ରକଳ୍ପ ଓ ପଦକ୍ଷେପ

(i) ଭାରତ ନେଟ୍ ମାଧ୍ୟମରେ ଗ୍ରାମରେ ସେବାର ବିତରଣ – 2021 ରେ ପ୍ରଗତି

- ଦେଶରେ ସମସ୍ତ ଗ୍ରାମ ପଞ୍ଚାୟତ (ପ୍ରାୟତ 2.6 ଲକ୍ଷ ଗ୍ରାମ ପଞ୍ଚାୟତ) କୁ ବ୍ରଡବ୍ୟାଣ୍ଡ କନେକ୍‌ଟିଭିଟି ପ୍ରଦାନ କରିବା ପାଇଁ ଫ୍ଲାଗସିପ୍ ଭାରତନେଟ୍ ପ୍ରକଳ୍ପ କୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯାଉଚି। ପ୍ରଥମ ପର୍ଯ୍ୟା ଡିସେମ୍ବର 2017 ରେ ସମ୍ପୂର୍ଣ୍ଣ ହୋଇଛି ଯେଉଁଥିରେ 1 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ସାମିଲ୍ କରାଯାଇଛି।

- 2021 (01.01.2021 ରୁ 31.10.2021) ରେ ସମୁଦାୟ 17232 ଗ୍ରାମ ପଞ୍ଚାୟତକୁ ସେବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ 16344 ଜିପି ଅପ୍ଟିକାଲ୍ ଫାଇବର କେବଲ୍ ମାଧ୍ୟମରେ ଏବଂ 888 ଜିପି ସାଟେଲାଇଟ୍ ମାଧ୍ୟମରେ ଯୋଡ଼ା ଯାଇଛି।

- 01.11.2021 ର ସ୍ଥିତି ଅନୁସାରେ ଭାରତନେଟ୍ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ୍ କରିବାକୁ ଥିବା ଅବଶିଷ୍ଟ ଗ୍ରାମ ପଞ୍ଚାୟାତରେ ସମୁଦାୟ 1,79,247 ଗ୍ରାମ ପଞ୍ଚାୟତକୁ 5,52,514 କିମି ଅପ୍‌ଟିକାଲ୍ ଫାଇବର କେବୁଲ୍ (ଓଏଫସି) ବିଛାଇ ଯୋଡ଼ା ଯାଇଛି ଯେଉଁଥିରେ 161,870 ଗ୍ରାମ ପଞ୍ଚାୟତ ସେବା ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି।

- ଏହା ବ୍ୟତୀତ 4218 ଗ୍ରାମ ପଞ୍ଚାୟତକୁ ଉପଗ୍ରହ ମାଧ୍ୟମରେ ସାମିଲ୍ କରାଯାଇଛି ଯଦ୍ବାରା ସମୁଦାୟ ସେବା ପାଇଁ ପ୍ରସ୍ତୁତ ଜିପି ସଂଖ୍ୟା 166088 ହୋଇଛି।

- ମାନ୍ୟବୀର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 15 ଅଗଷ୍ଟ 2020 ରେ କରାଯାଇଥିବା ଘୋଷଣା ଅନୁସାରେ ଭାରତନେଟର ପରିସୀମା ଏବଂ ଦେଶର ସମସ୍ତ ଗ୍ରାମକୁ ବଢ଼ାଇ ଦିଆଯାଇଛି।

- 30.06.2021 ରେ ସରକାର ଦେଶର 16 ଟି ରାଜ୍ୟରେ ପ୍ରାୟ 3.61 ଲକ୍ଷ ଗ୍ରାମ (1.37 ଲକ୍ଷ ଗ୍ରାମ ପଞ୍ଚାୟତ ସହିତ) ଗୁଡ଼ିକୁ ସାମିଲ୍ କରି ସାର୍ବଜନୀକ –ଘରୋଇ ଭାଗିଦାରୀ (ପିପିପି) ମଡେଲ୍ ମାଧ୍ୟମରେ ଭାରତନେଟର କାର୍ଯ୍ୟାନ୍ବୟନ ପାଇଁ ଏକ ସଂଶୋଧିତ କୌଶଳକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

(ii) ଏଲଡବ୍ଲୁଇ ପ୍ରଭାବିତ ସ୍ଥାନରେ ମୋବାଇଲ ଟାୱାରର ସ୍ଥାପନା : ଲେଫ୍‌ଟ ୱିଙ୍ଗ ଏକ୍ସଟ୍ରିମିଜିମ୍ (ଏଲଡବ୍ଲୁଇ) ପ୍ରଭାବିତ କ୍ଷେତ୍ରରେ ମୋବାଇଲ୍ କନେକ୍‌ଟିଭିଟି ପ୍ରଦାନ କରିବା ପାଇଁ, ସରକାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ 2343 ଟି ସ୍ଥାନରେ ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି ଏବଂ ଏହି ଟାୱାର ମୋବାଇଲ୍ ସେବା ପ୍ରଦାନ କରୁଛି। ଏହି ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସରକାର 4ଜି ମୋବାଇଲ୍ ସେବା ପ୍ରଦାନ କରିବା ପାଇଁ 2542 ଟି ଟାୱାରର ସ୍ଥାପନାର ମଞ୍ଜୁରୀ ଦେଇଛନ୍ତି ଏବଂ ଏହି ପ୍ରକଳ୍ପରେ କାର୍ଯ୍ୟ ଜାରି ରହିଛି।

(iii) ମୋବାଇଲ୍ ସେବା କଭର ହୋଇନଥିବା 354 ଟି ଗ୍ରାମରେ 210 ଟି ଗ୍ରାମକୁ କନେକ୍‌ଟିଭିଟି ମିଳିଛି : ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାତ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର ସୀମାବର୍ତ୍ତି  କ୍ଷେତ୍ରରେ ଥିବା ଗ୍ରାମଗୁଡ଼ିକୁ କନେକଟିଭିଟି ପ୍ରଦାନ କରିବା ପାଇଁ ସରକାର 354 ଟି ଗ୍ରାମକୁ ଯୋଡ଼ିବା ପାଇଁ ଯୋଜନା କରିଛନ୍ତି। ଅକ୍ଟୋବର 221 ପର୍ଯ୍ୟନ୍ତ ପ୍ରାୟ 210 ଟି ଗ୍ରାମକୁ ମୋବାଇଲ୍ ସେବା ଦ୍ବାରା କଭର କରାଯାଇଛି।

(iv)  ଆକାଂକ୍ଷିତ ଜିଲ୍ଲା ଯୋଜନା ଅନ୍ତର୍ଗତ ସେବା ପରିସର ବାହାରେ 502 ଟି ଗ୍ରାମରେ 4 ଜି ଆଧାରିତ ମୋବାଇଲ୍ ସେବା : ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପରି ଚାରିଯି ରାଜ୍ୟର ଆକାଂକ୍ଷିତ ଜିଲ୍ଲାରେ ଦୂରସଞ୍ଚାର ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ସରକାର ସେବା ପରିସର ବାହାରେ 502 ଟି ଗ୍ରାମରେ 4ଜି ଆଧାରିତ ମୋବାଇଲ୍ ସେବା ପ୍ରଦାନ କରିବାର ସହମତି ପ୍ରଦାନ କରିଛନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଅଧୀନରେ ରହିଛି।

ନଭେମ୍ବର 2021 ରେ ସରକାର ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା ପରି 5 ଟି ରାଜ୍ୟର ଆକାଂକ୍ଷିତ ଜିଲ୍ଲାରେ ଦୂରସଞ୍ଚାର ସୀମା ବାହାରେ 7287 ଗ୍ରାମରେ 4ଜି ଆଧାରିତ ମୋବାଇଲ୍ ସେବା ପ୍ରଦାନ କରିବାର ସହମତି ଦେଇଛନ୍ତି।

(v) ପୂର୍ବୋତ୍ତମ କ୍ଷେତ୍ର ପାଇଁ ବିସ୍ତୃତ ଦୂରସଞ୍ଚାର ବିକାଶ ଯୋଜନା (ସିଟିଡିପି) ଅନ୍ତର୍ଗତ 1358 ଟାୱାର ସ୍ଥାପିତ : ସରକାର ଉତ୍ତର ପୂର୍ବ କ୍ଷେତ୍ରରେ ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ସେବା ପରିସର ବାହାରେ ଥିବା ଗ୍ରାମ ଓ ଜାତୀୟ ରାଜମାର୍ଗ ସହିତ ଲାଗିଥିବା କ୍ଷେତ୍ରରେ ମୋବାଇଲ କନେକ୍ଟିଭିଟି ପ୍ରଦାନ କରିବାର ଯୋଜନା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ଅନ୍ତର୍ଗତ କାମ ଜାରି ରହିଛି ଏବଂ ଅକ୍ଟୋବର 2021 ସୁଧା 1246 ଟି ଗ୍ରାମ ଓ 283 ଟି ଜାତୀୟ ରାଜମାର୍ଗ ସ୍ଥାନକୁ ସଞ୍ଚାର ସୀମାକୁ ଆଣି 1358 ଟି ଟାୱାର ସ୍ଥାପନା କରାଯାଇଛି।

(vi) ଦୀପ ଗୁଡ଼ିକ ପାଇଁ ବିସ୍ତୃତ ଦୂରସଞ୍ଚାର ବିକାଶ ଯୋଜନା ଅନ୍ତର୍ଗତ ସବମେରାଇନ୍ ଅପ୍ଟିକାଲ୍ ଫାଇବର କେବୁଲ ଦ୍ବାରା କନେକ୍ଟିଭିଟି :

ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ : ଚେନ୍ନାଇ ଏବଂ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ମଧ୍ୟରେ ସମୁଦ୍ର ଭିତରେ ବିଛା ଯାଇଥିବା 2313 କିଲୋମିଟର ଅପ୍ଟିକାଲ୍ ଫାଇବର ଆଧାରିତ ଦୂରସଞ୍ଚାର କନେକ୍‌ଟିଭିଟି ର ଉଦ୍‌ଘାଟନ ଅଗଷ୍ଟ 2020 ରେ କରାଯାଇଥିଲା।

ଲାକ୍ଷାଦୀପ : ସରକାର କୋଚି ଏବଂ ଲାକ୍ଷା ଦୀପପୁଞ୍ଜ ମଧ୍ୟରେ ସମୁଦ୍ର ଭିତରେ ପ୍ରାୟ 1891 କିମି କେବୁଲ୍ ବିଛାଇ ସବମେରାଇନ୍ ଅପଟିକାଲ୍ ଫାଇବର କେବଳ କନେକ୍ଟିଭିଟିର ବ୍ୟବସ୍ଥାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପରେ କାର୍ଯ୍ୟ ଜାରି ରହିଛି ଏବଂ ମେ 2023 ସୁଧା ଏହାକୁ ଲାଗୁ କରିବାର ଲକ୍ଷ୍ୟ ରଖାଯାଇଛି।

(vii) ଲାକ୍ଷାଦୀପ ପାଇଁ ଉପଗ୍ରହ ଆଧାରିତ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ର ଶୁଭାରମ୍ଭ : ସଞ୍ଚାର ରାଜ୍ୟ ମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦୀପର ପ୍ରଶାସକ 14.08.2021 କୁ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରିବା ପାଇଁ ଲାକ୍ଷାଦୀପ ପାଇଁ ଉଚ୍ଚ କ୍ଷମତାଯୁକ୍ତ ଉପଗ୍ରହ ଆଧାରିତ କନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି ଏବଂ ଦେଶକୁ ସମର୍ପିତ କରିଛନ୍ତି। ଏହି ସାଟେଲାଇଟ୍ ପ୍ରକଳ୍ପ ଅନ୍ତର୍ଗତ ଲାକ୍ଷା ଦୀପପୁଞ୍ଜ ପାଇଁ ବ୍ୟାଣ୍ଡ ୱିଡ୍‌ଥକୁ 318 ଏମବିପିଏସରୁ ବୃଦ୍ଧି କରି 1.71 ଜିବିପିଏସ୍  କରାଯାଇଛି। ଆଗାଥି, ଆଣ୍ଡ୍ରୋଥ, ମିନିକଏ ଓ କଭରାତି ଦୀପପୁଞ୍ଜ ପାଇଁ ବ୍ୟାଣ୍ଡୱିଡ୍‌ଥ କୁ 200 ଏମବିପିଏସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ ଅମିନି, ଚେତଲାଟ, କାଲ୍‌ପେନି, କଦମାଥ, କିଲତନ ଓ ବିତ୍ରା ଦୀପପୁଞ୍ଜ ପାଇଁ ବ୍ୟାଣ୍ଡୱିଡ୍‌ଥକୁ 100 ଏମିବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

(viii) ପିଏମ-ବାଣୀ ଅନ୍ତର୍ଗତ 50000 ଆକ୍ସେସ ପଏଣ୍ଟ ସ୍ଥାପିତ : ସରକାର 09.12.2020 କୁ ପ୍ରଧାନମନ୍ତ୍ରୀ ୱାଇ ଫାଇ ଆକ୍ସେସ ନେଟୱର୍କ ଇଣ୍ଟରଫେସ (ପିଏମ-ବାଣୀ) ଢାଞ୍ଚା ଅନ୍ତର୍ଗତ ସାର୍ବଜନୀନ ୱାଇଫାଇ ନେଟୱର୍କ ମାଧ୍ୟମରେ ବ୍ରଡବ୍ୟାଣ୍ଡର ପ୍ରସାରର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଆଶା କରାଯାଉଛି ଯେ ସାର୍ବଜନିକ ୱାଇ-ଫାଇ ବ୍ରଡବ୍ୟାଣ୍ଡ ସହିତ ବ୍ୟବହାରକାରୀଙ୍କ ଅଭିଜ୍ଞତା ଓ ବ୍ରଡବ୍ୟାଣ୍ଡ ସେବାର ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଆସିବ। ଏହି ସେବା ସେହି ଗ୍ରାମୀଣ କ୍ଷେତରେ ବିଶେଷ ଭାବରେ ଉପଯୋଗୀ ହେବ ଯେଉଁଠାରେ ଭାରତନେଟ ଅନ୍ତର୍ଗତ ସାର୍ବଜନୀକ ୱାଇ-ଫାଇ ହଟସ୍ପଟ୍ ମଧ୍ୟ କରାଯାଉଛି। ସାର୍ବଜନିକ ୱାଇ-ଫାଇ ହଟସ୍ପଟର ପ୍ରସାର ଦ୍ବାରା କ୍ଷୁଦ୍ର ଓ ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକର ରୋଜଗାର ବୃଦ୍ଧି ହେବ ଏବଂ ସେମାନଙ୍କୁ ଆୟର ଏକ ଅତିରିକ୍ତ ସ୍ରୋତ ମିଳିପାରିବ।

ପିଏମ ବାଣୀ ଫ୍ରେମୱାର୍କ ଅନ୍ତର୍ଗତ, 07.01.2021 କୁ ପିଡିଓଏ ଏବଂ ଆପ୍ ପ୍ରଦାତାମାନଙ୍କର ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି। 23.11.2021 ସୁଧା ଡିଓଟି ଦ୍ବାରା ସମୁଦାୟ 125 ପିଡିଓଏ ଏବଂ 63 ଆପ୍ ପ୍ରଦାତାଙ୍କୁ ପଞ୍ଜୀକୃତ କରାଯାଇଛି ଏବଂ ପିଏମ-ବାଣୀ ଅନ୍ତର୍ଗତ 50000 ରୁ ଅଧିକ ଆକ୍ସେସ ପଏଣ୍ଟ ସ୍ଥାପିତ କରାଯାଇଛି।

(ix) ଅନ୍ୟ ସେବା ପ୍ରଦାତା (ଓଏସପି) ପାଇଁ ନୂଆ ଗାଇଡଲାଇନ୍ : ବିଭାଗ ଓଏସପିର ପଞ୍ଜୀକରଣ ପାଇଁ ନିୟମ ଏବଂ ସର୍ତ୍ତକୁ ଆହୁରି ସରଳ ଓ ଉଦାହର କରିବା ପାଇଁ 05.11.2020 କୁ ଓଏସପି ପାଇଁ ନୂଆ ଗାଇଡଲାଇନ୍ ଏବଂ ପୁନଶ୍ଚ 23.06.2021 କୁ ଓଏସପି ପାଇଁ ସଂଶେଧିତ ଗାଇଡଲାଇନ୍ ଜାରି କରିଛନ୍ତି। ଏହା ଆଶା କରାଯାଉଛି ଯେ ଓଏସପି ପାଇଁ ଗାଇଡଲାଇନ୍ ଭାରତୀୟ ଆଇଟି/ ଆଇଟିଇଏସ୍ ଉଦ୍ୟୋଗକୁ ବିଶ୍ବ ବଜାରରେ ଏବଂ ଅଧିକ ପ୍ରତିଯୋଗୀ କରିବ ଏବଂ ଉଦ୍ୟୋଗକୁ ଆହୁରି ଅଧିକ ପ୍ରୋତ୍ସାହନ ମିଳିବ। ନୂଆ ଗାଇଡଲାଇନ୍ ଅନ୍ତର୍ଗତ,

(କ) ଓଏସପି ର କୌଣସି ପଞ୍ଜୀକରଣ ପ୍ରମାଣପତ୍ର ବା ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ନାହିଁ

(ଖ) ଭାରତରେ ଯେକୌଣସି ସ୍ଥାନରୁ (ଡବ୍ଲୁଏଫଏ) କରିବାର ଅନୁମତି ରହିଛି

(ଗ) ଘରୋଇ ଓଏସପି ଏବଂ ଅନ୍ତରାଷ୍ଟ୍ରିୟ ଓଏସପି ମଧ୍ୟରେ ମୌଳିକ ଭିତ୍ତିଭୂମିକୁ ସେୟାର କରିବାର ଅନୁମତି ରହିଛି ଇତ୍ୟାଦି।

(x) ସ୍ପେକଟ୍ରମର ଉପଯୋଗ ପାଇଁ ଅନଲାଇନ୍ ଲାଇସେନ୍ସ : ପ୍ରୟୋଗ, ପ୍ରଦର୍ଶନ ଏବଂ ପରୀକ୍ଷଣ ଆବଶ୍ୟକତା ପାଇଁ ସ୍ପେକଟ୍ରମର ଉପଯୋଗ ପାଇଁ ଅନଲାଇନ ଲାଇସେନ୍ସିଂ ସୁବିଧା ପାଇଁ ଏହି ପଦକ୍ଷେପ 29.06.2021 କୁ ଆରମ୍ଭ କରାଯାଇଛି। ଡିଓଟିର ପ୍ରଚଳିତ ସରଳ ସଞ୍ଚାର ପୋର୍ଟାଲର ସୀମା, ଯେଉଁଥିରେ ଆକ୍ସେସ ସେବା, ଇଣ୍ଟରନେଟ ସେବା ଏବଂ ଅନ୍ୟ ଲାଇସେନ୍ସ ପାଇଁ ଆବେଦନ ପ୍ରାପ୍ତ ହେଉଛି ଏବଂ ସେହି ଅନୁସାରେ ନୂତନ ପଦକ୍ଷେପକୁ ସାମିଲ୍ କରିବା ଏବଂ ଅନୁମୋଦନ ପ୍ରକ୍ରିୟାକୁ ଫେସଲେସ୍, ପାରଦର୍ଶୀ ଏବଂ ସମୟବଦ୍ଧ କରିବା ପାଇଁ ବ୍ୟବସ୍ଥିତ କରାଯାଇଛି।

(xi) ଏକିକୃତ ଲାଇସେନ୍ସ ଏବଂ କମର୍ସିଆଲ୍ ଭିଏସଏଟି ସିୟୁଜି ଲାଇସେନ୍ସର ଉଦାରୀକରଣ :

ଏକିକୃତ ଲାଇସେନ୍ସ ଏବଂ କମର୍ସିଆଲ୍ ଭିଏସଏଟି ସିୟୁଜି ଲାଇସେନ୍ସ ବ୍ୟବସ୍ଥାକୁ ନିମ୍ନଲିଖିତ ଅନୁମତି ଦେଇ ସୁଗମ କରାଯାଇଛି :

କ. ସେଲ୍ୟୁଲାର ମୋବଇଲ୍ ସେବା ଏବଂ ୱାଇଫାଇ ହଟସ୍ପଟ ପାଇଁ ଆକ୍ସେସ ସେବା ପ୍ରଦାନକାରୀଙ୍କୁ ଭିଏସଏଟିର ବ୍ୟବହାର କରି ଉପଗ୍ରହ ମାଧ୍ୟମରେ ବ୍ୟାକହଲ୍ କନେକ୍ଟିଭିଟି

ଖ. ବାଣିଜ୍ୟିକ ଭିଏସଏଟି ସିୟୁଜି ସେବା ଏବଂ ବିଏଲଡି ସେବା ଉଭୟ ପାଇଁ ଭିଏସଏଟି ହବର ସେୟାର ବ୍ୟବସ୍ଥା

ଗ. କୌଣସି ସେବା ଅନୁମତି ଅନ୍ତର୍ଗତ ଗୋଟିଏ ଲାଇସେନ୍ସରେ ଅନ୍ୟ ପ୍ରାଧୀକୃତ ସେବା ପ୍ରଦାନ କରିବା ପାଇଁ ଆକ୍ଟିଭ୍ ଓ ପାସିଭ୍ ଭିତ୍ତିଭୂମିର ସେୟାର କରିବା

ଘ. ସାଟେଲାଇଟ୍ ବ୍ୟାଣ୍ଡୱିଡ୍‌ଥ ସିକରଙ୍କ ସହିତ  ସାଟେଲାଇଟ୍ ପ୍ରୋଭାଇଡର ଦ୍ବାରା ପ୍ରବନ୍ଧିତ ଏବଂ ସଞ୍ଚାଳିତ ଏଚଟିଏସ୍ ଉପଗ୍ରହ ପାଇଁ ଗେଟୱେ ହବକୁ ସେୟାର କରିବା

D. ନୂତନ ପ୍ରଯୁକ୍ତିର ବ୍ୟବହାର

(i) ହାଇ ଥ୍ରୁପୁଟ ଉପଗ୍ରହ (ସାଟେଲାଇଟ୍) : ଏଚଟିଏସ୍ ରେ ପାରମ୍ପରିକ ଉପଗ୍ରହ ତୁଳନାରେ ଉଲ୍ଲେଖନୀୟ ଭାବରେ ଦ୍ରୁତ ଗତି ସହିତ ଡାଟା ପ୍ରେରଣର କ୍ଷମତା ରହିଛି। ଆଗାମୀ ସମୟରେ ଏଚଟିଏସ ର ବ୍ୟବହାର କନେକ୍ଟିଭିଟି ବାହାରେ ବା କମ୍ କ୍ଷମତା ସହିତ କନେକ୍‌ଟେଡ୍‌ କ୍ଷେତ୍ରକୁ ସମ୍ପୂର୍ଣ୍ଣ କ୍ଷମତା ଏବଂ କନେକ୍ଟିଭିଟି ପ୍ରଦାନ କରିବାରେ ସହାୟକ ହେବେ। ବିଭାଗ 23.09.2021 ଓ 27.09.2021ରେ ଅଧିସୂଚନା ଜାରି କରିଛି ଯାହା ଏଚଟିଏସ୍ ଗେଟୱେ ହବ୍ ସହିତ ସେୟାର କରିବା ପାଇଁ ରୂପରେଖକୁ ସକ୍ଷମ କରିବ। ବିଭିନ୍ନ ପ୍ରକାରର କାର୍ଯ୍ୟରତ ଉପଗ୍ରହ ଆଧାରିତ ଦୂରସଞ୍ଚାର ନେଟୱର୍କ ପାଇଁ ଡାଟା ସ୍ପିଡରେ ପ୍ରତିବନ୍ଧକକୁ ଦୂର କରାଯାଇଛି ଯଦ୍ବାରା ଦ୍ରୁତ ଥ୍ରୁପୁଟ୍ ନେଟୱର୍କକୁ ବ୍ୟବହାର କରାଯାଇପାରିବ। ଏହି କ୍ଷେତ୍ରରେ ପ୍ରଯୁକ୍ତିର ପ୍ରଗତି ଅନୁରୂପ ପ୍ରାସଙ୍ଗିକ ମାନକକୁ ସଂଶୋଧିତ କରାଯାଇଛି ଏବଂ ଏହା ସରକାରଙ୍କ  ବ୍ରଡବ୍ୟାଣ୍ଡ ପ୍ରସାର ପଦକ୍ଷେପକୁ ସାକାର କରିବାରେ ସହାୟତା କରିବ।

(ii) ଲୋ ଆର୍ଥ ଅର୍ବିଟ୍ (ଏଲଇଓ) ସାଟେଲାଇଟ୍ ଏକ ନୂତନ ସାଟେଲାଇଟ୍ ପ୍ରଯୁକ୍ତି ଅଟେ ଯାହା ସଞ୍ଚାରରେ ବିଳମ୍ବ କମ ହେବା କାରଣରୁ ଦ୍ରୁତ ଗତିରେ ଅଧିକ ଅଧିକ ଡାଟା ପ୍ରେରଣ କରିବାର କ୍ଷମତା ପ୍ରଦାନ କରେ। ଏପରି ନୂଆ ପ୍ରଯୁକ୍ତିର ଉପଗ୍ରହ ଆବଶ୍ୟକୀୟ ବ୍ୟାଣ୍ଡୱିଡ୍‌ଥ ର ଉପଲବ୍ଧତାକୁ ସହାୟତା କରିବ ଯାହାର ଉପଯୋଗ ଦୁର୍ଗମ ଅଞ୍ଚଳ ଓ ଦୂର ଦୂରାନ୍ତ କ୍ଷେତରେ ଭଏସ କମ୍ୟୁନିକେସନ ସହିତ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରିବା ଏବଂ ଏହି କ୍ଷେତ୍ରରେ ଡିଜିଟାଲ୍ ସମାବେଶନ ଏବଂ ଡିଜିଟାଲ୍ ସଶକ୍ତିକରଣକୁ ବୃଦ୍ଧି କରିବାର ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ କରାଯାଇପାରେ।

(iii) ଦୂରସଞ୍ଚାର ଉପକରଣର ବାଧ୍ୟତାମୂଳକ ପରୀକ୍ଷଣ ଏବଂ ପ୍ରମାଣନ : ଏହି ବିଭାଗ ସମ୍ବନ୍ଧରେ ଏକ କାର୍ଯ୍ୟାଳୟ ଦୂରସଞ୍ଚାର ଇଞ୍ଜିନିୟରିଂ କେନ୍ଦ୍ର (ଟିଇସି), ବିଶ୍ବସନୀୟ ଦୂରସଞ୍ଚାର ପୋର୍ଟାଲରେ ବିଶ୍ବସନୀୟ ସ୍ରୋତର ନିର୍ଦ୍ଧାରଣ ପାଇଁ ଉତ୍ପାଦର ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ କରିଛି। ଏହା ଦୂରସଞ୍ଚାର ଉପକରଣର କ୍ରୟ ପାଇଁ ଜାତୀୟ ସୁରକ୍ଷା ନିର୍ଦ୍ଦେଶ ଅନ୍ତର୍ଗତ ନିୟମ ଅନୁସାରେ ଅଟେ।

E. ବିଶ୍ବ ସୂଚକାଙ୍କରେ ଭାରତର ରାଙ୍କିଂ

(i) ଭାରତ ନେଟୱର୍କ ରେଡିନେସ୍ ଇଣ୍ଡେକ୍ସ 2021 (2.12.2021 ରେ ଜାରି) ରେ 21 ସ୍ଥାନ ବୃଦ୍ଧି ହୋଇ 67ତମ ସ୍ଥାନରେ ପହଞ୍ଚିଛି। ଏକ ବଡ଼ ଉନ୍ନତିରେ ଭାରତ 21 ଟି ସ୍ଥାନରେ ପ୍ରଗତି କରିଛି, 2020 ରେ 88 ରୁ 2021 ରେ ନେଟୱର୍କ ରେଡିନେସ୍ ଇଣ୍ଡେକ୍ସ (ଏନଆରଆଇ) ରେ 67ତମ ସ୍ଥାନରେ ପହଞ୍ଚି ଯାଇଛି ଯାହାକୁ 2002 ରେ ୱାର୍ଲଡ୍ ଇକୋନୋମିକ୍ ଫୋରମ ବିକଶିତ କରାଯାଇଥିଲା ଏବଂ ମେସର୍ସ ପର୍ଟୁଲାନ୍‌ସ ଇନଷ୍ଟିଚ୍ୟୁଟ୍, ୱାସିଂଟନ୍ ଦ୍ବାରା ପ୍ରକାଶିତ କରାଯାଇଛି। ଭାରତ ନିମ୍ନ ମଧ୍ୟମ ଆୟର ଦେଶରେ ତୃତୀୟ ଏବଂ ଏସିଆ ତଥା ପ୍ରଶାନ୍ତ ଦେଶରେ 12ତମ ସ୍ଥାନରେ ରହିଛି। ଏଥିରେ 130 ଟି ଦେଶର ମୂଲ୍ୟାଙ୍କନ କରାଯାଇଥିଲା।

02.12.2021 ରେ ଜାରି ରିପୋର୍ଟରୁ ଜଣା ଯାଇଛି ଯେ ଭାରତ କେବଳ ନିଜର ରାଙ୍କିଂରେ ଉନ୍ନତି ଆଣି ନାହିଁ ବରଂ 2020 ରେ ଏନଆରଆଇ ସ୍କୋରକୁ 41.57 ରୁ ଉନ୍ନତି ହୋଇ 2021 ରେ 49.74 ଅର୍ଥାତ୍ 20%ର ଉନ୍ନତି ହୋଇଛି।

ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ‘‘ଭାରତ ଏହି କ୍ଷେତ୍ରର ଏକ ମଜବୁତ୍ ଅର୍ଥବ୍ୟବସ୍ଥା ଅଟେ ଏବଂ ଏହା 21 ଟି ସ୍ଥାନର ଉନ୍ନତି କରି ଏନଆରଆଇ 2021 ରେ ସବୁଠାରୁ ଉଲ୍ଲେଖନୀୟ ଉନ୍ନତି କରିଛି। ଏନଆରଆଇ ଢାଞ୍ଚାରେ ଅଧିକ ପ୍ରାସଙ୍ଗିକ ସଙ୍କେତର ଶୁଭାରମ୍ଭ ବ୍ୟତୀତ ଦେଶବ୍ୟାପୀ ଉନ୍ନତ ପ୍ରଦର୍ଶନ ପରିଣାମସ୍ବରୂପ ଉଲ୍ଲେଖନୀୟ ବୃଦ୍ଧି ଦେଖା ଯାଇଛି। ଭାରତ ଅଧିକାଂଶ ବର୍ଗ ଉପବର୍ଗରେ ମହତ୍ତ୍ବପୂର୍ଣ୍ଣ ପ୍ରଗତି କରିଛି, ପ୍ରଯୁକ୍ତି ବର୍ଗ (49ତମ) ସର୍ବୋତ୍ତମ ଡାଇମେନସନ ଅଟେ….। ’’

(ii) ଭାରତ ଆଇଟିୟୁର ବିଶ୍ବ ସାଇବର ସୁରକ୍ଷା ସୁଚକାଙ୍କ (ଜିସିଆଇ) 2020 (29.06.2021 ରେ ଜାରି) ର ଶୀର୍ଷ 10 ରେ ସାମିଲ୍ ରହିଛି : ଡିଓଟି ସାଇବର ସୁରକ୍ଷା ସମ୍ବନ୍ଧିତ ହିତାଧିକାରୀ (ଯେପରିକି ଏମଇଆଇଟିୱାଇ, ଏନଏସସିଏସ୍, ଏମଏଚଏ ଇତ୍ୟାଦି) ର ପରାମର୍ଶରେ ଏହି ମାମଲାରେ ଆଇଟିୟୁକୁ ଏକ ବିସ୍ତୃତ ଏବଂ ବ୍ୟାପକ ପ୍ରତିକ୍ରିୟା ଦାଖଲ କରିଛି। ଫଳସ୍ବରୂପ, ଭାରତ ଆଇଟିୟୁ ଦ୍ବାରା ଆରମ୍ଭ କରାଯାଇଥିବା ବିଶ୍ବ ସାଇବର ସୁରକ୍ଷା ସୂଚକାଙ୍କ (ଜିସିଆଇ) 2020 ରେ 37 ସ୍ଥାନରେ ଉନ୍ନତି ଆଣି 10ମ ସ୍ଥାନରେ ପହଞ୍ଚି ଯାଇଛି। ଭାରତ ଏସିଆ-ପ୍ରଶାନ୍ତ ଦେଶଗୁଡ଼ିକରେ ଚତୁର୍ଥ ଏବଂ ଆଇଟିୟୁର ବିଶ୍ବ ସାଇବର ସୁରକ୍ଷା ସୂଚକାଙ୍କ (ଜିସିଆଇ) 2020 ର ରାଙ୍କିଂ  ଦେଶର ସଫଳତା ଏବଂ ସାଇବର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥାଏ।

(iii) ନୀତି, ଅନୁସନ୍ଧାନ, ନୂତନତା ଏବଂ ପ୍ରଶିକ୍ଷଣ ପାଇଁ ଜାତୀୟ ଦୂରସଞ୍ଚାର ସଂସ୍ଥାନ (ଏନଟିଆଇପିଆରଆଇଟି) 17.05.2021 ରେ ‘‘ଜାତୀୟ ସୁରକ୍ଷା’’ ଉପରେ ଏକ ପାଠ୍ୟକ୍ରମର ଶୁଭାରମ୍ଭ କରିଛି ଯାହା ପ୍ରାରମ୍ଭରେ ଡିଓଟି ଅଧିକାରୀମାନଙ୍କ ପାଇଁ ରହିଛି ଏବଂ ଏହାପରେ ଅନ୍ୟ ସରକାରୀ ବିଭାଗ ସହିତ ଘରୋଇ କ୍ଷେତ୍ରର ଅଧିକାରୀମାନଙ୍କ ପାଇଁ ଏହାର ସଂପ୍ରସାରଣ କରାଯିବ।

F. ଭବିଷ୍ୟତ ପାଇଁ ଯୋଜନା

ବିଶ୍ବ ପ୍ରତିଯୋଗୀତା ବଜାରରେ ଆଗକୁ ବଢ଼ିବା ଏବଂ ଆଇପିଆର ସହିତ ବିଶ୍ବ ଯୋଗାଣ ଶୃଙ୍ଖଳାରେ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିର ମାଲିକାନାକୁ ଆବଶ୍ୟକ ବିବେଚନା କରାଯାଏ। ପ୍ରଯୁକ୍ତି ନିୟନ୍ତ୍ରଣ ଦେଶରେ ବଡ଼ ଗ୍ରାମୀଣ କ୍ଷେତ୍ରକୁ ଧ୍ୟାନରେ ରଖି ଡିଜିଟାଲ୍ ସେବା ମଧ୍ୟରେ ବ୍ୟବଧାନକୁ ଦୂର କରିବା ପାଇଁ ପ୍ରଭାବୀ ସଞ୍ଚାର ନେଟୱର୍କ ଉତ୍ପାଦ ଏବଂ ଉପକରଣ ଗୁଡ଼ିକର ବିକାଶ ଏବଂ ଉତ୍ପାଦନର ସୁବିଧା ମଧ୍ୟ ଦେଇଥାଏ।

ଆତ୍ମନିର୍ଭର ଭାରତ ପଦକ୍ଷେପ ଦୂରସଞ୍ଚାର କ୍ଷେତ୍ରରେ ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରଯୁକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବୃହତ ପ୍ରୋତ୍ସାହନ ପ୍ରଦାନ କରୁଛି। 5ଜି, ଆଗାମୀ 6ଜି, କ୍ବାଣ୍ଟମ କମ୍ୟୁନିକେସନ ଆଦି ସହିତ ଆଗାମୀ ପୀଢ଼ିର ସଞ୍ଚାର ପ୍ରଯୁକ୍ତିରେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଉଛି।

(i) 5ଜି ଟେଷ୍ଟ ବେଡ୍‌ : ଡିଓଟି ଦ୍ବାରା ଆର୍ଥିକ ସହାୟତାରେ ସ୍ବଦେଶୀ 5ଜି ଟେଷ୍ଟ ବେଡ୍ ପ୍ରୋଜେକ୍ଟ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଠ (8) ଟି କାର୍ଯ୍ୟାନ୍ବୟନ ଏଜେନ୍ସି ଯଥା ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁର, ଆଇଆଇଏସି ବାଙ୍ଗାଲୋର, ସମୀର ଓ ସିଇଡବ୍ଲୁଆଇଟି 36 ମାସ ଧରି କାମ କରୁଛନ୍ତି। ପ୍ରାୟ 224 କୋଟି ଟଙ୍କାର ନିବେଶରେ ଏହି ପ୍ରକଳ୍ପ 31 ଡିସେମ୍ବର 2021 ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି, ଯେଉଁଥିରେ 5ଜି ଉତ୍ପାଦ/ ସେବା/ ଉପଯୋଗ ବିଷୟକୁ ବିକଶିତ କରୁଥିବା 5ଜି ହିତାଧିକାରୀ ଯଥା ସ୍ବଦେଶୀ ଷ୍ଟାର୍ଟୖପ୍, ଏସଏମଇ, ଶିକ୍ଷା ସଂସ୍ଥାନ ଏବଂ ଉଦ୍ୟୋଗ ଦ୍ବାରା 5ଜି ଉପଯୋଗକର୍ତ୍ତା ଉପକରଣ (ୟୁଇ) ଏବଂ ନେଟୱର୍କ ଉପକରଣର ଏଣ୍ଡ-ଟୁ-ଏଣ୍ଡ ପରୀକ୍ଷଣର ମାର୍ଗ ପ୍ରଶସ୍ତ ହେବ। ସ୍ବଦେଶୀ 5ଜି ଟେଷ୍ଟ ଭିତ୍ତିକ ଦୂରସଞ୍ଚାର କ୍ଷେତ୍ରରେ ଆରମ୍ଭ କରାଯାଇଥିବା ଦୂରଦର୍ଶୀ ପ୍ରଯୁକ୍ତି ବିକାଶ ପ୍ରକଳ୍ପ ଦେଶରେ ‘‘6ଜି ପ୍ରଯୁକ୍ତି ପରିଦୃଶ୍ୟ’’ ର ବିକାଶ ପାଇଁ ମୂଳଦୁଆ ସ୍ଥାପନ କରିବା ବ୍ୟତୀତ 5ଜି ପ୍ରଯୁକ୍ତି ପ୍ରଣାଳୀର କାରକ, କ୍ରସ ସେକ୍ଟୋରାଲ୍ ଉପଯୋଗ ମାମଲାର ବିକାଶ, ପରୀକ୍ଷଣ ଏବଂ ପ୍ରସାର ସକ୍ଷମ କରିବ।

(ii) ଟ୍ରାଇ କୁ 5ଜି ସେବା ସନ୍ଦର୍ଭ ଏବଂ ରୋଲଆଉଟ୍ : ସେପ୍ଟେମ୍ବରର 2021 ରେ ଟ୍ରାଇ କୁ ଏକ ରେଫରେନ୍‌ସ ପଠାଯାଇଥିଲା ଯେଉଁଥିରେ ଉଦ୍ୟୋଗ (ଉଦ୍ୟୋଗ 4.0) ପାଇଁ କ୍ୟାପଟିଭ୍ 5ଜି ଗବେଷଣାର ସ୍ପେକଟ୍ରମ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆନ୍ତର୍ଜାତିକ ମୋବାଇଲ୍ ଦୂରସଞ୍ଚାର (ଆଇଏମଟି) / 5ଜି ରେ ଚିହ୍ନଟ କରାଯାଇଥିବା ସ୍ପେକଟ୍ରମରେ 5ଜି ସାର୍ବଜନିକ ଏବଂ ଘରୋଇ 5ଜି ନେଟୱର୍କ ପାଇଁ 526-698 ମେଗାହର୍ଜ, 700 ମେଗାହର୍ଜ, 800 ମେଗାହର୍ଜ, 900 ମେଗାହର୍ଜ, 1800 ମେଗାହର୍ଜ, 2100 ମେଗାହର୍ଜ, 2300 ମେଗାହର୍ଜ, 2500 ମେଗାହର୍ଜ, 3300 -3670 ମେଗାହର୍ଜ ଏବଂ 24.25-28.5 ଗିଗାହର୍ଜ ବ୍ୟାଣ୍ଡରେ ନିଲାମ ପାଇଁ ସଂରକ୍ଷିତ ମୂଲ୍ୟ, ବ୍ୟାଣ୍ଡ ଯୋଜନା, ବ୍ଲକ୍ ଆକାର, ନିଲାମ କରାଯିବାକୁ ଥିବା ସ୍ପେକଟ୍ରମର ମାତ୍ରା ଏବଂ ସର୍ତ୍ତ ସମ୍ବନ୍ଧରେ ସୁପାରିଶ୍ ମଗା ଯାଇଛି। ଟିଏସପିକୁ ଫ୍ରିକୁଏନ୍ସି ପ୍ରଦାନ କରିବାର ପ୍ରକ୍ରିୟା ଖୁବ ଶୀଘ୍ର  ଆରମ୍ଭ କରାଯିବ। 5ଜି ସେବାର ଆରମ୍ଭ ପାଇଁ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି)- ମେସର୍ସ ଭାରତୀ ଏୟାରଟେଲ୍, ମେସର୍ସ ରିଲାଏନ୍‌ସ ଜିଓ ଏବଂ ମେସର୍ସ ଭୋଡାଫୋନ୍ ଆଇଡିଆ ଗୁରୁଗ୍ରାମ, ବାଙ୍ଗାଲୋର, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ମୌ, ପୁନେ, ଗାନ୍ଧୀ ନଗର ସହରରେ 5ଜି ପରୀକ୍ଷଣ ସ୍ଥଳ ସ୍ଥାପନ କରାଯାଇଛି। ଏହିସବୁ ମେଟ୍ରୋ ଓ ବଡ଼ ସହ ଆଗାମୀ ବର୍ଷ ଦେଶରେ 5ଜି ସେବା ଆରମ୍ଭ କରୁଥିବା ପ୍ରଥମ ସ୍ଥାନ ହେବ।

(iii) 6ଜି ଟେକ୍‌ନୋଲୋଜି ଇନୋଭେସନ ଗ୍ରୁପ (ଟିଆଇଜି) : ଡିଓଟି ଦ୍ବାରା ଏକ 6ଜି ଟେକନୋଲୋଜି ଇନୋଭେସନ ଗ୍ରୁପ୍ (ଟିଆଇଜି) ର ଗଠନ କ୍ଷମତା ବିବରଣୀ, ମାନକ ନିର୍ଦ୍ଧାରଣ କରୁଥିବା ଆନ୍ତର୍ଜାତୀୟ ସଂସ୍ଥାରେ ମାନକର ବିକାଶରେ ଭାଗିଦାରୀ ବୃଦ୍ଧି କରିବା ଜରିଆରେ 6ଜି ପ୍ରାଦ୍ୟୋଗିକି ଇକୋସିଷ୍ଟମରେ ସହନିର୍ମାଣ ଏବଂ ଭାଗ ନେବା ଉଦ୍ଦେଶ୍ୟରେ କରାଯାଇଛି। ଏହି 6ଜି ଅବସରର ଲାଭ ନେବା ପାଇଁ ଭାରତର ମ୍ୟାନୁଫାକ୍‌ଚରିଂ ଏବଂ ସର୍ଭିସ୍ ଇକୋସିଷ୍ଟମକୁ ପ୍ରସ୍ତୁତ କରିବା ଆବଶ୍ୟକ ହେବ। 6ଜି ଟିଆଇଜି ରେ ସରକାର, ଶିକ୍ଷଣ ସଂସ୍ଥାନ, ଉଦ୍ୟୋଗ ସଂଘ ଏବଂ ଟିଏସଡିଏସଆଇ (ଟେଲିକମ୍ ଷ୍ଟାଣ୍ଡାର୍ଡ଼ ଡେଭଲପମେଣ୍ଟ ସୋସାଇଟି ଅଫ୍ ଇଣ୍ଡିଆ) ର ସଦସ୍ୟମାନେ ସାମିଲ୍ ରହିଛି। 25.11.2021 ରେ ନିଜର ପ୍ରଥମ ବୈଠକରେ ଟିଆଇଜି ସଦସ୍ୟମାନେ ବିଶ୍ବ ମୂଲ୍ୟ ଶୃଙ୍ଖଳାରେ ଭାରତର ଯୋଗଦାନକୁ ବଢ଼ାଇବା ପାଇଁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତର ପ୍ରଯୁକ୍ତି ଆବଶ୍ୟକତାକୁ ଧ୍ୟାନରେ ରଖିଛି। ବିଭିନ୍ନ ଦିଗ ଯଥା ବିଶ୍ବ 6ଜି କାର୍ଯ୍ୟର ମ୍ୟାପିଂ, ଭାରତର କ୍ଷମତା ଏବଂ ସମ୍ଭାବିତ ମାନକୀକରଣ ପୂର୍ବରୁ କାର୍ଯ୍ୟସମୂହ, ମିଶନ୍ 6ଜି କାର୍ଯ୍ୟକ୍ରମ, 2030 ଏବଂ ଏହା ପରେ ଆଇଏମଟି ରେ ଗବେଷଣା ଉପରେ ବିଚାର, ନେଟୱର୍କ, ଉପକରଣ, ସ୍ପେକଟ୍ରମ, ବହୁତ ବିଷୟକ ନୂତନ ସମାଧାନ ସମ୍ବନ୍ଧରେ ସୁପାରିଶ୍ ପ୍ରଦାନ କରିବା ପାଇଁ ଟାସ୍କ ଫୋର୍ସର ଗଠନ କରାଯାଇଛି।

(iv) କ୍ବାଣ୍ଟମ କମ୍ୟୁନିକେସନ (କ୍ୟୁସି) : ଡିଓଟି ର ଆର ଆଣ୍ଡ ଡି ଶାଖା, ସି-ଡାଟ୍, ବର୍ତ୍ତମାନରେ କ୍ବାଣ୍ଟମ ସଞ୍ଚାର ପ୍ରଣାଳୀରେ କାମ କରୁଛି। କ୍ବାଣ୍ଟମ ପ୍ରଯୁକ୍ତି ଏବଂ ଆପ୍ଲିକେସନର ଜାତୀୟ ମିଶନ ଅନ୍ତର୍ଗତ, ଇଟିଜି (ଅଧିକାର ପ୍ରାପ୍ତ ପ୍ରଯୁକ୍ତି ସମୂହ) ସି-ଡାଟ୍ ର ଚିହ୍ନଟ କ୍ବାଣ୍ଟମ ସଞ୍ଚାର ପାଇଁ ପ୍ରମୁଖ ଏଜେନ୍ସି ରୂପେ କରିଛି ଯାହା ଜାତୀୟ ମିଶନର ଚାରିଟି ଉପାଦାନରୁ ଗୋଟିଏ ଅଟେ। ଟିଏସଡିଏସଆଇ ନିକଟରେ ଅଧ୍ୟୟନକୁ ମଞ୍ଜୁରୀ ପ୍ରଦାନ କରିଛି ଯାହା ବିଭିନ୍ନ ଉଦ୍ୟୋଗ କ୍ଷେତ୍ରରେ 5ଜି ନେଟୱର୍କରେ ପୋଷ୍ଟ-କ୍ବାଣ୍ଟମ କ୍ରିପ୍ଟୋଗ୍ରାଫିର ଆବଶ୍ୟକତାକୁ ବୁଝିବ ଏବଂ ପୋଷ୍ଟ କ୍ବାଣ୍ଟମ କ୍ରିପ୍‌ଟୋଗ୍ରାଫି ଆଧାରିତ ସୁରକ୍ଷା ଆଡ଼କୁ ଯିବାର ମାର୍ଗ ବିକଶିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବକୁ ବିକାଶ କରିବ।

 

BS



(Release ID: 1786204) Visitor Counter : 214