ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଷ୍ଟ୍ରୀୟ ଅକ୍ସିଜେନ ପ୍ରବନ୍ଧନ କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ଡା. ଭାରତୀ ପ୍ରବୀଣ ପାୱାର


ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ‘ଅକ୍ସିଜେନ ପ୍ରବନ୍ଧକ’ଙ୍କ ଚିହ୍ନଟ ଓ ତାଲିମକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି

‘‘ଭାରତ ସରକାର ୧୫୦୦ରୁ ଅଧିକ ପ୍ରେସର ସ୍ୱିଙ୍ଗ୍ ଆଡଜର୍ପସନ (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ନିମନ୍ତେ ମଞ୍ଜୁରି ଦେଇଛନ୍ତି; ତନ୍ମଧ୍ୟରୁ ୧୪୬୩ଟି କାର୍ଯ୍ୟକ୍ଷମ ହୋଇସାଇଛି’’

Posted On: 22 DEC 2021 12:00PM by PIB Bhubaneshwar

ଏକ ଜୀବନ ରକ୍ଷାକାରୀ ଜନସ୍ୱାସ୍ଥ୍ୟ ସାମଗ୍ରୀ ଭାବେ ମେଡିକାଲ ଅକ୍ସିଜେନର ଭୂମିକା ଏବଂ ମେଡିକାଲ ଅକ୍ସିଜେନର ପରିଚାଳନା କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ନିର୍ମାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର ଆଜି ଏମ୍ସ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ଅକ୍ସିଜେନ ପ୍ରବନ୍ଧନ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅକ୍ସିଜେନ ପ୍ରବନ୍ଧନ ପରିଚାଳନାରେ ସାମିଲ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ଜ୍ଞାନ କୌଶଳ ସହିତ ସଶକ୍ତ କରିବା, ଯାହାଦ୍ୱାରା ଯଥୋଚିତ ଉପଯୋଗ ସୁନିଶ୍ଚିତ କରାଯାଇ ପାରିବ ଏବଂ ବିଶେଷ ଭାବେ ସମ୍ବଳର ଅଭାବ କ୍ଷେତ୍ରରେ କୌଣସି ମେଡିକାଲ ଅକ୍ସିଜେନର ନଷ୍ଟକୁ ଏଡ଼ାଯାଇ ପାରିବ ଏଥିରେ ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଜଣେଅକ୍ସିଜେନ ପ୍ରବନ୍ଧକଚିହ୍ନଟ କରିବା ଏବଂ ତାଙ୍କୁ ତାଲିମ ଦେବା ନିମନ୍ତେ ଲକ୍ଷ୍ୟ ରହିଛି ଏହି ତାଲିମପ୍ରାପ୍ତ ପେସାଦାରମାନେ ନିଜ ନିଜ ଜିଲ୍ଲାରେ ଅକ୍ସିଜେନ ଥେରାପି ଏବଂ ପ୍ରବନ୍ଧନ ଉପରେ ପ୍ରଶିକ୍ଷଣର ନେତୃତ୍ୱ ନେବା ପାଇଁ ଉତ୍ତରଦାୟୀ ରହିବେ ଅକ୍ସିଜେନ ବିତରଣ ଏକ ବର୍ଦ୍ଧିତ ପରିଦୃଶ୍ୟ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କାର୍ଯ୍ୟରେ ବି ସହଯୋଗ କରିବେ

ଏହି ଅବସରରେ ଉଦବୋଧନ ଦେଇ ଡା. ପାୱାର କହିଛନ୍ତି, ‘‘ଅକ୍ସିଜେନ ହେଉଛି ଜୀବନ ରକ୍ଷକ ଏବଂ କେବଳ କୋଭିଡ-୧୯ ନୁହେଁ, ବରଂ ଅନେକ ରୋଗର ଉପଚାର ଦିଗରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ମହାମାରୀ ସମୟରେ ଦେଶରେ ଅକ୍ସିଜେନର ଚାହିଦାରେ ବୃଦ୍ଧି ପାଇଛି ତେଣୁ, ଅକ୍ସିଜେନର ଯଥୋଚିତ ଉପଯୋଗ ଅନିବାର୍ଯ୍ୟ ଏବଂ ସମୟର ଆବଶ୍ୟକତା ପାଲଟିଛି ’’

ଅକ୍ସିଜେନ ଉପଲବ୍ଧତାରେ ବୃଦ୍ଧିକୁ ସୁନିଶ୍ଚିତ ପାଇଁ ସରକାରଙ୍କ ଉଦ୍ୟମଗୁଡ଼ିକ ବାବଦରେ ବିବରଣୀ ପ୍ରଦାନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘‘ଭାରତ ସରକାର ୧୫୦୦ରୁ ଅଧିକ ପ୍ରେସର ସ୍ୱିଙ୍ଗ ଆଡଜର୍ପସନ (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟକୁ ମଞ୍ଜୁରି ଦେଇଥିଲେ, ଯେଉଁଥିରୁ ୧୪୬୩କୁ ଚାଲୁ କରାଯାଇଛି ଆଉ ଏଥିରୁ ୧୨୨୫ ପିଏସଏ ପ୍ଲାଣ୍ଟକୁ ଦେଶର ପ୍ରତ୍ୟେକ ଜିଲ୍ଲାରେ ପିଏମ କେୟାର୍ସ ପାଣ୍ଠି ଅଧୀନରେ ସଂସ୍ଥାପନ କାର୍ଯ୍ୟକ୍ଷମ କରାଯାଇଛି ’’ ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ପିଏସଏ ପ୍ଲାଣ୍ଟ ସ୍ଥାପନ କରିବା ଏବଂ ଘରୋଇ ସ୍ୱାସ୍ଥ୍ୟ ସୁବିଧାରେ ପିଏସଏ ପ୍ଲାଣ୍ଟ ସ୍ଥାପନର ସୁବିଧା ଦେବା ପାଇଁ କୁହାଯାଇଛି

ଅକ୍ସିଜେନ ପ୍ରବନ୍ଧନ କାର୍ଯ୍ୟକ୍ରମ ବାବଦରେ ମନ୍ତବ୍ୟ ଦେଇ ଡା. ପାୱାର କହିଛନ୍ତି, ‘ଏହା ଆବଶ୍ୟକ ଜ୍ଞାନ କୌଶଳକୁ ଧ୍ୟାନରେ ରଖିବା ସହ ଅକ୍ସିଜେନ ଥେରାପିରେ ଆମର ସ୍ୱାସ୍ଥ୍ୟକର୍ମୀଙ୍କ କୌଶଳ ବୃଦ୍ଧି କରିବ ସେ କହିଛନ୍ତି ଯେ ଏହା ଆମର ଅଂଶଗ୍ରହଣକାରୀଙ୍କୁ ସମ୍ବଳର ଅଭାବ ଥିବା କ୍ଷେତ୍ରରେ ଅକ୍ସିଜେନର ନଷ୍ଟ ଅଥବା ଅତ୍ୟଧିକ ବ୍ୟବହାରରୁ ସୁରକ୍ଷା ନିମନ୍ତେ ମଧ୍ୟ ପ୍ରଶିକ୍ଷିତ କରିବ, ଯେଉଁଥିରେ ଅକ୍ସିଜେନ ସଙ୍କଟ, ଶିକ୍ଷା ଏବଂ ସମ୍ଭାବ୍ୟ ସଙ୍କଟ ସ୍ଥିତିଗୁଡ଼ିକୁ ଏଡ଼ାଇବା ଆଦି ସାମିଲ ରହିଛି

ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡା. ଭି କେ ପଲ ଦର୍ଶାଇଥିଲେ ଯେ ସମସ୍ତ ରାଷ୍ଟ୍ର ସମ୍ବଳ ଅଭାବବୋଧର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଉପଲବ୍ଧ ଥିବା ସମ୍ବଳଗୁଡ଼ିକୁ ବିବେକାନୁଯାୟୀ ଉପଯୋଗ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ଉଦ୍ୟମର ଅଂଶସ୍ୱରୂପ ସେ ଉକ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ଯାହା କି ଅକ୍ସିଜେନ ପରିଚାଳନାରେ ଦକ୍ଷତାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛି ସେ ଅକ୍ସିଜେନ ପରିଚାଳନା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ନିକଟରେ ଶୁଭାରମ୍ଭ ହୋଇଥିବାଅକ୍ସିକେୟାରଡ୍ୟାସବୋର୍ଡ ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ

ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କେବଳ ମେଡିକାଲ ଅକ୍ସିଜେନ ଚାହିଦାରେ ବୃଦ୍ଧି ଆଣିନାହିଁ, ବରଂ ଉଚିତ ସମୟରେ ଏହାର ଯୋଗାଣ ମଧ୍ୟ ଜରୁରି ସେ ଆହୁରି ଜୋର ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁଠି ଅକ୍ସିଜେନ ଉତ୍ପାଦନ ବିତରଣ ସାଧନକୁ ସ୍ଥାପିତ କରିବା ଏବଂ ଏହାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟଗୁଡ଼ିକର ସମର୍ଥନ କରିଛନ୍ତି, ସେହିଠାରେ ଅକ୍ସିଜେନର ପରିଚାଳନାରେ ନିହିତ ପେସାଦାରଙ୍କ ତାଲିମ ପରିବର୍ତ୍ତନଶୀଳ ବ୍ୟବଧାନକୁ ମଧ୍ୟ ଅନୁଭବ କରିଛନ୍ତି ସେ ଆହୁରି କହିଛନ୍ତି ଯେ ଏହି କର୍ମଶାଳାର ଉଦେ୍ଦଶ୍ୟ ହେଉଛିବର୍ତ୍ତମାନର ଜନଶକ୍ତିକୁ ପୁନଃ ବ୍ୟବସ୍ଥିତ, ପୁନଃ ଉନ୍ମୁଖ ଏବଂ ଅଧିକ ଦକ୍ଷକରିବା, ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ମହାମାରୀ ଯୋଗୁ ଉପୁଜୁଥିବା କୌଣସି ଅସ୍ୱାଭାବିକ ଘଟଣାକୁ ପେସାଦାର ଦୃଷ୍ଟିକୋଣ ରଖି ମୁକାବିଲା କରାଯାଇ ପାରିବ

 

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏଏସ ଡା. ମନୋହର ଅଗନାନି, ଜାତୀୟ ମେଡିକାଲ କାଉନସିଲ ଅଧ୍ୟକ୍ଷ ଡା. ସୁରେଶ ଚନ୍ଦ୍ର ଶର୍ମା, ଏମସ ନୂଆଦିଲ୍ଲୀ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

***

SR



(Release ID: 1784186) Visitor Counter : 182