ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅନ୍ୱେଷଣ ନିଲାମୀ ପ୍ରକ୍ରିୟା

Posted On: 21 DEC 2021 10:54AM by PIB Bhubaneshwar

ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ  ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ୱସ୍ତରୀୟ ବିଡିଂ ଆହ୍ୱାନ କରାଯାଇଛି । ଆସନ୍ତା ୨୦୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ୧୨ଟା ରେ ମନ୍ତ୍ରଣାଳୟର ଅନଲାଇନ୍ ବିଡିଂ ପୋର୍ଟାଲରେ ଆବେଦନ ସମୟସୀମା ଶେଷ ହେଉଛି । ଏହାର ବିସ୍ତୃତ ବିବରଣୀ https://online.dghindia.org/oalp.ରେ ଉପଲବ୍ଧ ଅଛି । ଏହି ନିଲାମୀ ପ୍ରକ୍ରିୟାରେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତୈଳ କ୍ଷେତ୍ରଗୁଡ଼ିକର ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ସପ୍ତମ ସ୍ତରର ମୁକ୍ତ ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଆଉ ଅତିରିକ୍ତ ୧୫,୭୬୬ ବର୍ଗ କିଲୋମିଟର ଅଞ୍ଚଳରେ ତୈଳ ଅନୁସନ୍ଧାନ ହୋଇପାରିବ । ଏହି ପରିମାଣକୁ ମିଶାଇଲେ ତୈଳ ଅନୁସନ୍ଧାନ ହେଉଥିବା କ୍ଷେତ୍ରର ପରିମାଣ ୨,୦୭,୬୯୨ ବର୍ଗ କିଲୋମିଟର ହେବ ।

          ଗତ ମାର୍ଚ୍ଚ ୨୦୧୬ରେ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି (ହେଲ୍ପ) ସରକାର ମଞ୍ଜୁର କରିଥିଲେ । ଏଥିସହିତ ତୈଳ ଏବଂ ଗ୍ୟାସ୍ ଆମଦାନୀ କ୍ଷେତ୍ରରେ ନିର୍ଭରଶୀଳ ନ ହେବା ପାଇଁ ଏବଂ ତୈଳକ୍ଷେତ୍ର ଅନୁସନ୍ଧାନ ଦିଗରେ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି ବିଜ୍ଞାପନ ଆକାରରେ ୨୦୧୯ ମସିହାରେ ସରକାର ପ୍ରକାଶ କରିଥିଲେ । ଏଥିରେ ରାଜସ୍ୱ ଅପେକ୍ଷା ସର୍ବାଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ହେଲ୍ପକାର୍ଯ୍ୟକାରୀ ହେବା ଦିନଠାରୁ ଅନ୍ତଃର୍ଜାତୀୟ ମୁକ୍ତ ପ୍ରତିଯୋଗିତାମୂଳକ ତୈଳ କ୍ଷେତ୍ର ଅନୁସନ୍ଧାନ ନିମିତ୍ତ ଏପର୍ଯ୍ୟନ୍ତ ୫ ଥରରେ  ୧୦୫ଟି ବ୍ଲକ ନିମିତ୍ତ ନିଲାମୀ ପ୍ରକ୍ରିୟା ଶେଷ ହେଲାଣି । ଷଷ୍ଠଥର ବ୍ଲକ ଆବଣ୍ଟନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତି ଦିଗରେ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ୧୨୬ଟି ବ୍ଲକ ରହିଛି । ଏହା ମୋଟ ୧୮ଟି ଭୂସ୍ତରୀୟ ଉପତ୍ୟକାରେ ୧,୯୧,୯୨୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହୋଇଛି । ୬ଟି ଭୂସ୍ତରୀୟ ଉପତ୍ୟକା ଅନ୍ତର୍ଗତ ୧୫,୭୬୬ ବର୍ଗକିଲୋମିଟର ଅଞ୍ଚଳ ପାଇଁ ବର୍ତ୍ତମାନର ଏହି ନିଲାମୀ ପ୍ରକ୍ରିୟା ଚାଲିଛି । ଭାରତୀୟ ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରର ଏହି ନିଲାମୀ ପ୍ରକ୍ରିୟା ସରକାରଙ୍କ ଇଜ୍ଅଫ୍ ଡୁଇଙ୍ଗ୍ ବିଜି ନେସ କ୍ଷେତ୍ରକୁ ସମୃଦ୍ଧ କରିବ । ଏହି ନିଲାମୀ ପ୍ରକ୍ରିୟାର ସ୍ୱାତନ୍ତ୍ର୍ୟ ହେଲା ଏଥିରେ ତୈଳ ସେସ ରଖାଯାଇନାହିଁ, ରୟାଲଟି କମାଇ ଦିଆଯାଇଛି, ବଜାର ଏବଂ ଦର ନିର୍ଦ୍ଧାରଣ କ୍ଷେତ୍ରରେ ବିଡରମାନଙ୍କ ସ୍ୱାଧୀନତା ଭଳି ଅନେକ ସୁବିଧା ରଖାଯାଇଛି । ବର୍ତ୍ତମାନ ପ୍ରକ୍ରିୟାର ୬ଟି ଭୂସ୍ତରୀୟ ଉପତ୍ୟକା ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ପଶ୍ଚିମ ଉପକୂଳ ରାଜ୍ୟ, ଆସାମ ଏବଂ କାବେରୀ ଉପତ୍ୟକାରେ ରହିଛି ।

S. No.

NAME Of BLOCK

AREA (Sq. Km.)

STATE NAME

BASIN

ONLAND/ OFFSHORE

1

RJ-ONHP-2021/1

486.39

Rajasthan

Rajasthan

Onland

2

AA-ONHP-2021/2

382.05

Tripura

Assam Arakan Fold Belt

Onland

3

SR-ONHP-2021/1

906.43

Madhya Pradesh

Satpura South- Rewa-Damodar

Onland

4

CB-OSHP-2021/2

1234.42

Western Offshore

Cambay

Offshore

5

CY-UDWHP-2021/1

8108.69

Eastern Offshore

Cauvery

Offshore

6

AS-ONHP-2021/2

2445.30

Assam

Assam Shelf

Onland

7

AS-ONHP-2021/3

1840.87

Assam

Assam Shelf

Onland

8

CB-OSHP-2021/3

361.85

Western Offshore

Cambay

Offshore

 

Total

15766

 

 

 

 

******

SSD/MT

 



(Release ID: 1783897) Visitor Counter : 163